Purnima Prusty

Others

5.0  

Purnima Prusty

Others

ମିନିର କୁନି ସ୍ବପ୍ନ

ମିନିର କୁନି ସ୍ବପ୍ନ

2 mins
414


ଆରମ୍ଭ....

ମିନିର ମନରେ ଗୋଟେକୁନି ସ୍ବପ୍ନଟିଏ ସଦା ସର୍ବଦା ଉଙ୍କି ମାରୁଥିଲା ପିଲାଟି ବେଳୁ...

ସେ ବି ଦିନେ ପ୍ରତିଷ୍ଠିତ ହେବ ତାକୁ ବି ଦିନେ ଦୁନିଆ ଜାଣିବ... ହେଲେ କିପରି ସମ୍ଭବ ତା ପରିବେଶ ତା ପରିବାର ତାକୁ ସେ ସୁଯୋଗ ଦେଲେ ତ...???...

ମିନିର ସ୍ବପ୍ନ ଗୋଟେ ଗାୟିକା ହେବ... କଣ୍ଠ ମଧ୍ୟ କୋଇଲି ଠୁ ବି ମଧୁର... ପରନ୍ତୁ କିଏ ଚିହିଁ ବା ତା ଭିତରେ ଥିବା ପ୍ରତିଭା... ବଂଶ ଆଭିଯାତ୍ୟର ବୃଥା ଅହଂକାର ତାକୁ ବଣ ମଲି ସଜେଇରଖିଛି...

ଏବେ ସେ ଗୋଟେ ସାବାଳିକା ତଥାପି ନିଜର ସ୍ୱାଧୀନତା ନାହିଁ... ନିଜ ସ୍ବପ୍ନକୁ ସାକାର କରିବାର କିଛି ଉପାୟ ନାହିଁ.. କିନ୍ତୁ ବିଶ୍ୱାସ ଥାଏ ଦିନେ ସେ ବି ହେବ ତାସ୍ବପ୍ନର ରାଣୀ ଏଇଟା କୌଣସି ହଠାତ ନୁହେଁ ବରଂ ନିଶ୍ଚୟ ହେବ... ଏଇ ବିଶ୍ୱାସ ହିଁ ବାଟ କଢ଼େଇଲା ଗୋଟେ ଭିନ୍ନ ପରିଚୟ ସୃଷ୍ଟି ଦିଗରେ...

ଅକସ୍ମାତ ଭେଟ ହେଲା ମିନିର ଗୋଟେ ରାଜକୁମାର ସହିତ ଯେ କି ଗୁଣରେ ଯେମିତି ରୂପରେ ସେମିତି... ରୂପରେ ମିନି ପ୍ରଥମ ଦେଖାରେ ହିଁ ପଡିଗଲା ସେ ରାଜକୁମାରର ପ୍ରେମରେ... ସେ ରାଜକୁମାର ଥିଲେ ଜଣେ ପ୍ରତିଷ୍ଠିତ ଗାୟକ ନାମ...କୁମାର ପ୍ରଭୁପ୍ରସାଦ..

ସତେକି ପ୍ରଭୁଙ୍କର ପ୍ରସାଦ ସ୍ୱରୂପ ମିନିକୁ ମିଳିଗଲେ ସେ...ମିନିର ମନରେ ବହୁତ ଆତ୍ମ ସ୍ୱାଭିମାନ ନିଜ ତରଫରୁ କେବେ ସହାୟତା ଆଶା କରିବା ଶିଖି ନାହିଁ... ମରିଯିବା ଉଚିତ ମାନିବ କାହା ଦୟାରେ ବଂଚିବା ଠାରୁ..

ବୋଧେ ସେ ପ୍ରଭୁପ୍ରସାଦ ଜାଣି ପାରିଲେ ମିନିର ଭିତରେ ଥିବା ପ୍ରତିଭାକୁ... କଥାରେ ଅଛି ସୁନା ଚି଼ହେଁ ବଣିଆ, ଗୁଣ ଚି଼ହେଁ ଗୁଣିଆ...

ସେ ମିନିକୁ ଏକ ସଂଗୀତ ପ୍ରତିଯୋଗିତା ରେ ଭାଗ ନେବାକୁ କହିଲେ ଯୋଉଠି ନିଜ ସ୍ୱରକୁ ରେକର୍ଡ କରି ପଠାଇ ଦିଆ ଯିବ... ମିନିକୁ ବାହାରକୁ ଯିବାକୁ ପଡିବ ନାହିଁ...

ମିନି ମଧ୍ୟ ରାଜି ହୋଇଗଲା ଖୁସିରେ ଖୁସିରେ... voice ରେକର୍ଡ କରି ପ୍ରତିଯୋଗିତା ରେ ଭାଗ ନେଲା... ସେଇ ଦୁଃଖ ଭରା ଦରଦୀ କଣ୍ଠ ରେ ଏତେ ମଧୁରତା ଥିଲା ଯେ ପ୍ରତିଯୋଗିତା ରେ ମିନି ପ୍ରଥମ ସ୍ଥାନ ଅଧିକାର କରିଲା...

ଏବେ ମିନିର ସମାଜ ଆଗକୁ ଆସି ନିଜର ପରିଚୟ ଦେବାର ସମୟ ସେ କଣ କରିବ... କେମିତି ଜଣେଇ ଦେବ ନିଜ ପ୍ରତିଭାର ବିକାଶ ପାଇଁ ସେ ଜଣେ ପୁଅର ସହାୟତା ନେଇଛି.. ବଂଶ, ପରମ୍ପରାକୁ ସମ୍ମାନ ଦେଇ ଆସୁଥିଲା ଆଜି ଯାଏ...କିପରି ନିଜର ସଫଳତା ଜାହିର କରିବ ପରିବାର ନିକଟରେ...

ମିନି ପାରିବ କି..... ଆଗକୁ ଏକ ସୁନା, ସୁନ୍ଦର ଭବିଷ୍ୟତ ଅପେକ୍ଷା କରିଛି... କିନ୍ତୁ ମିନି ନିରବ... ସଫଳତା ତା ବାଟରେ ମିନି ନିଜ ବାଟରେ... ସେ ଚାଁହୁ ଥିଲା ଗାୟିକା ହେବ ତା ସ୍ୱର ଦୁନିଆ ଜାଣିବ... ଯାହା ହେଲା ମଧ୍ୟ୍ୟ ଆଉ କଣ ଦରକାର....

ମୋ କାହାଣୀର ନାୟିକା ମିନି ବଂଶ, ପରମ୍ପରା ପାଇଁ ନିଜ ସଫଳତାକୁ ତ୍ୟାଗ କରି ମୋ ନଜରରେ ତ୍ୟାଗର ଦେବୀଟିଏ ଆଜି....

କିପରି ନିଜ ବାପା, ମାଆ ଙ୍କ ଇଛା ବିରୁଦ୍ଧରେ ଯିବ ଯୋଉଠି ତାଙ୍କ ଠାରୁ ଜନ୍ମ ନେଇଛି ସେ....

.......The end......


Rate this content
Log in