Lipsa Panda

Others

1.5  

Lipsa Panda

Others

ମି ଠୁ

ମି ଠୁ

1 min
453


ସୁଯୋଗ ବାବୁଙ୍କୁ ଯିଏ ଜାଣିଚି, କହନ୍ତି ଭାରି ରାଇଟିଆ ଲୋକ। ସ୍ପଷ୍ଟବାଦୀ, ରୋକ୍ ଠୋକ୍ କଥା। ଲେଖା ଏମିତି ଲେଖିବେ ଯେ ଦେହରେ ଗଳିଯିବ ଲୋକଙ୍କର। ଖାସ୍ କରି ଫୁଲେଇ ଝିଅଙ୍କ ଉପରେ ତାଙ୍କର ଭାରି ରାଗ। ଦୁନିଆଁର ଅର୍ଦ୍ଧାଧିକ ଅସୁବିଧା ପାଇଁ ଏ ଉଗ୍ର ଆଧୁନିକା ଝିଏ ହିଁ ଦାୟୀ ବୋଲି ଭାବନ୍ତି ସେ। ସବୁବେଳେ ସେଇ କଥାକୁ ନେଇ ଲେଖା ଆସେ ତାଙ୍କର ଫେସବୁକ୍ ରେ। ଖାସ୍ ସେଥିପାଇଁ କି କଣ, ତାଙ୍କ friend-list ରେ ବେଶୀ ଝିଅ ସାଙ୍ଗ ନଥାନ୍ତି।

କାଲି ଯେମିତି କବିତାଟିଏ ପୋଷ୍ଟ କରିଥିଲେ: ଝିଅମାନେ ଘଡ଼ି କି ଘଡ଼ି ନିଜ ପ୍ରୋଫାଇଲ୍ ଫଟୋ ବଦଳେଇ ପ୍ରଶଂସା ସାଉଁଟୁଛନ୍ତି । ଫେସବୁକ୍ ହାଟରେ ନିଜ ରୂପ, ଯୌବନକୁ ବିକି like, comment ଗଣୁଛନ୍ତି । ଏମିତି ଏମିତି ଆହୁରି କେତେ କଣ! ସେଇଟା କାଳେ ବ୍ୟଙ୍ଗ କବିତା। ଆଉ ତା ତଳେ ତାଙ୍କ ସମର୍ଥକଙ୍କ ଲମ୍ବା ପ୍ରଶଂସାର ତାଲିକା...

ଆଜି ସକାଳେ ଦଳେ ଝିଅ ଏକାଠି ହେଇ ତାଙ୍କ ସେ କବିତା ବିଷୟରେ କଥା ହଉଥିଲେ। ଜଣେ କିଏ କହିଦେଲା: ବୁଢ଼ା କବିତା ସିନା ଏମିତିଆ ଲେଖୁଚି, ହେଲେ ମତେ messenger ରେ ping କରେ, "ତମେ ଖୁବ୍ ସୁନ୍ଦର୍ । ଆଜି ଯୋଉ ଫଟୋ ଟି upload କରିଚ, ସେ ଡ୍ରେସ୍ ଟି ତମକୁ ଖୁବ୍ ମାନୁଛି, କି ତମ hair style ଭଲ ହେଇଚି"। ତା ପରେ ଜଣଙ୍କ ପରେ ଜଣେ ସବୁ ଝିଅ କହି ଚାଲିଲେ... Me too.. Me too...


Rate this content
Log in