ମହକ
ମହକ
ବୋଉ,ବୋଉ ଖାଇବାକୁ ଦେଲୋ।ମତେ ବହୁତ ଭୋକ ଲାଗିଲାଣି।
ସଙ୍ଗେ ସଙ୍ଗେ ରତନର ଡାକ ଶୁଣି ମୁଁ ତରବର ହୋଇ ଦୌଡ଼ିଲି ହାଣ୍ଡି ଶାଳକୁ ଦେଖିଲି ଆଜି ବି ହଣ୍ଡିଟା ଖାଲି ପଡ଼ିଛି।ତୋରାଣି ତାଟିଏ ଛଡା ଆଉ କିଛି ନାଇଁ।ମତେ ଯେମିତି ସେ ତୋରାଣିରେ ରତନା ର ସେ ଭୋକିଲା ମୁଁହଟା ଜଳ ଜଳ କିରି ଦେଖା ଯାଉଥିଲା।ପୁଣି ରତନାର ବୋଉ ଡାକରେ ଚମକି ପଡିଲି।କଣ ବା ତାକୁ ଦେବି??ମୁଁ ନିଜେ ବି ଜାଣିପାରିଲିନି।ତୋରାଣି ତାଟିଏ ଧରି ଲୁଣ ଟିକେ ପିକାଇଲି ଆଉ ବାରିପଟୁ ଲଙ୍କା ଗଛରୁ ଲଙ୍କା ଗୋଟେ ଛିଣ୍ଡେଇ ଆଣି ତୋରାଣିରେ ଟିକେ ରେଣ୍ଠି ଦେଇ ରତନା ପାଖକୁ ଗଲି।ମୋର ଶୁଖିଲା ମୁଁହ ଦେଖି ରତନା ଠିକ ବୁଝିଯାଇଥିଲା।ଦି ହାତ ଆଗକୁ ବଢାଇ କହିଲା ଦେ ବୋଉ।ହାତରୁ ତୋରାଣି ଗିନା ନେଇକି ଢକ ଢକ କି ପି ଦେଲା।ଆଉ କହିଲା ବୋଉ ଜମାରୁ ମନ ଦୁଃଖ କରନା ସବୁ ଠିକ ହେଇଯିବ।ମୁଁ ପାଠ ପଢି ଚାକିରୀ କରିବି ଆଉ ତୋ ତୁ ମୋ ପାଇଁ ସେ ବାବୁ ଘରୁ ଯେମତି ସୁଆଦିଆ ତରକାରୀ ଆଣୁ ମୋ ପାଇଁ ସେମିତି ସୋରିଷ, ଜିରା,ମସଲା, ସବୁ ପକେଇ ସୁଆଦିଆ ରୋଷେଇ କରିବୁ।
ମା ମନ କଣ ବୁଝେ??ମୁଁ ଠିକ ଦେଖି ପାରୁଥିଲି ଭଙ୍ଗା ଚାଳ ଭିତର ଦେଇ ଆସ
ୁଥିବା ପୂର୍ଣ୍ଣିମାର ଜହ୍ନ ଆଲୁଅରେ ରତନା ଆଖିରୁ ଦି ଧାର ଲୁହ ଖସି ଯାଉଛି।ଆଉ ମୁଁ କାଳେ ଦେଖିଦେବି ବୋଲି ତରତର ହୋଇ ଗାମୁଛା ରେ ଲୁହ ପୋଛି ଦେଲା।ସତରେ କି ମା ମୁଁ??ପୁଅକୁ ଭଲ ମୁଠେ ଖାଇବାକୁ ଦେଇପାରୁନି।
ବାଡ଼ରେ ଟାଙ୍ଗି ଥିବା କଳିଆର ଫୋଟୋ କୁ ଦେଖି ପଚାରିଲି କଣ ଦୋଷ କରିଥିଲି ରେ??ମୁଁ କାନ୍ଦୁଛି ଆଉ ତୁ ହସୁଛୁ??ତତେ ଛପନ ଭୋଗ ଆଉ ମତେ ଭାତ ମୁଠେ ବି ନାଇଁ??ବଡ଼ ବିଚିତ୍ର ତୋର ଦୁନିଆ???ଗରିବ ହୋଇ ଜନ୍ମ ହେବା ବୋଧେ ସବୁଠୁ ବଡ ପାପ।
****************************
ଆଜି ସବୁ କିଛି ବଦଳି ଯାଇଛି ଆଉ ନା ସେ କୁଡ଼ିଆ ଅଛି ନା ସେ ହାଣ୍ଡି??ରତନା ଆଜି କଣ ଗୋଟେ ବଡ ଚାକିରୀ କରୁଛି।ମତେ ସେ ଚାକିରୀ ନା ତୁଣ୍ଡରେ ଆସୁନି।ଘରେ ବହୁତ ସୁଆଦିଆ ରୋଷେଇ ହୁଏ।କିନ୍ତୁ ମୁଁ ତ ମୋ ଜୀବନରେ ଏ ମସଲା, ତେଲ ,ହଲଦି,ଲଙ୍କା ଦେଖି ନଥିଲି।ସେଥିପାଇଁ ରତନା ହିଁ ରୋଷେଇ କରି ମତେ ଖାଇବାକୁ ଦିଏ।ଆଉ ସେ ରୋଷେଇ କଲା ବେଳେବେଳେ ଘର ମହକି ଉଠେ।
ସତରେ ସେ ଦିନ ଆଉ ଆଜିର ଦିନ ବହୁତ ଫରକ।ମୁଁ ରତନକୁ ତାଟିଏ ତୋରାଣି ଦେଉଥିଲି ଆଉ ଏବେ ସେ କେତେ ରକମର ଖାଇବା କରି ଦଉଚି।