STORYMIRROR

SUKANTA KHANDA

Others

3  

SUKANTA KHANDA

Others

ମାଟିର ବାସ୍ନା

ମାଟିର ବାସ୍ନା

2 mins
191


ବାର ବର୍ଷର ପିଲା ସୌରଭ ଭାରି ସୁଧାର। କେବେ ବି ମାଛିକୁ ମ କହି ନ ଥାଏ। ତାର ନିଶା କି ବଡ଼ ହେଲେ ଅବଶ୍ୟ ଲୋକଙ୍କ ସେବା କରିବ ଏଣୁ ଏଇ ଛୋଟ ବୟସରୁ ହିଁ ସେ ଶପଥ ନେଇଛି। ସେ ଦିନ କୁମୁଟିଆ ନଦୀ କୂଳରେ ବସି କ'ଣ ସବୁ ଭାବୁଥିଲା। ହଠାତ୍ ଚିତ୍କାର ଶୁଭିଲା କି କିଏ ଅଛ ରକ୍ଷା କର। ବର୍ଷାର ତାଣ୍ଡବ ପୁଣି କୁମୁଟିଆ ନଦୀ ଦୁଇ କୂଳ ଖାଇଥିଲା ଓ ଛାତିକୁ ଫୁଲାଇ ମହା ଆନନ୍ଦ ମନରେ ସମୁଦ୍ର ସହିତ ସଙ୍ଗମ ହେବାର ଅଭିଳାଷ। ସେ ତାର କୌଣସି ଆଡ଼କୁ ବି ଲକ୍ଷ୍ୟ ନାହିଁ। ଯାହାକୁ ପାଇଲା ଧରିକି ବୋହି ଚାଲିଲା।  

    ସୌରଭ ଦେଖିଲା ମାଛ ଧରିବାକୁ ଆସିଥିବା ନେଉଳି କାକା ପାଣିରେ ବୁଡୁଛି ଓ ଉଠୁଛି। ସୌରଭ କାଳ ବିଳମ୍ବ ନ କରି କୁମୁଟିଆ ନଦୀର ପାଣିକୁ ଲମ୍ଫ ପ୍ରଦାନ କଲା ଓ ଅଳ୍ପ ସମୟ ଭିତରେ ନେଉଳି କାକାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଗଲା ଏଇ ମହତ୍ତ୍ୱ କାମ ପାଇଁ ସୌରଭ ଆଜି ଚର୍ଚ୍ଚିତ। ସେ ସେହି ଦିନଠୁ ନିତି ସୁଯୋଗ ଖୋଜେ କି ଜୀବନରେ କାହାର ବି ପରୋପକାରରେ ଆସିବ। ନେଉଳି କାକାଙ୍କୁ ଉଦ୍ଧାର ଓ ଜୀବନ ବଞ୍ଚାଇବା ଯୋଗୁଁ ଟିଭି,ରେଡିଓ,ଖବରକାଗଜ,ଫେସବୁକ ଓ ୟୁଟୁବ୍ ପରି ସୋସିଆଲ ମିଡ଼ିଆରେ ଚର୍ଚ୍ଚିତ ମୁହଁ। ବହୁତ ଦେଶ ଓ ବିଦେଶରୁ ଶୁଭେଚ୍ଛା ଓ ଶୁଭକାମନାର ସୁଅ। କେବଳ ସେତିକି ନୁହେଁ ଅର୍ଥର ପାହାଡ଼ ମଧ୍ୟ ନିଜ ପାଖରେ ଠିଆ ହେଲାଣି। ଏ ଖବର ପାଇଁ ସରକାର ମଧ୍ୟ ସୌରଭର ପାଖକୁ ଆସିବା ବାଧ୍ଯ ହେଲା ଓ ସାହସିକତା ପାଇଁ ପୁରସ୍କାର ଦେବାକୁ ଭୁଲିଲେ ନାହିଁ। 

   ଆଜି ସୌରଭ ପାଠ ପଢି଼ବା ସହିତ ଲୋକ ହିତକର କାର୍ଯ୍ଯରେ ବ୍ଯସ୍ତ। ସେ କେବଳ ଯେ ନିଜ ଗ୍ରାମ ଓ ନିଜ ମାଟିର ବାସ୍ନା ତାହା ନୁହେଁ ସାରା ପୃଥିବୀରୁ ଡାକରା ଆସୁଛି କି ବିଭିନ୍ନ ସେବା ମୂଳକ କାର୍ଯ୍ୟ ପାଇଁ ତ ସୌରଭ ନିଜର ସାଧ୍ୟମତେ କର୍ମରେ ଲାଗି ପଡ଼ିଛି। ସତରେ ! ମାଟିରେ ବାସ୍ନା ଥରେ ଯେବେ ମହକି ଥାଏ ତାର ଆଉ ପଛକୁ ଫେରିବାକୁ ଇଛା ହେବ କାହିଁକି? ସେ ତ ଆହୁରି ତା ମାଟିର ବାସ୍ନାରେ ଭରି ଦେବାକୁ ଚାହିଁବ ହିଁ ଚାହିଁବ ଯେମିତି ସୌରଭ,ନୁହେଁ?

       


Rate this content
Log in