STORYMIRROR

SUKANTA KHANDA

Others

3  

SUKANTA KHANDA

Others

ମାଛ ମହୋତ୍ସବ

ମାଛ ମହୋତ୍ସବ

2 mins
193


କଳାମାଟି ଡ୍ୟାମ। ଏକ ଛୋଟ ଆଡି଼ବନ୍ଧ। ଭାରି ମନୋରମ ଶୋଭା ବର୍ଦ୍ଧନ କରେ। ବାରହାଟିପୁରାରୁ ମାତ୍ର ତିନି କି.ମି ହେବ ଯଦି କେହି ମକରମେଳାକୁ ଯାନ୍ତି ତ ଅବଶ୍ଯ ଥରେ ବୁଲିଯିବେ ଏହି କଳାମାଟି ଡ୍ଯାମ। 

   ଏ ବର୍ଷର ପ୍ରଥମ ବର୍ଷାରେ କଳାମାଟି ଡ୍ୟାମରରେ ପାଣି ପଶିଗଲା। ଶୁଷ୍କହୋଇ ରହିଥିବା ନଦୀର ମାଛ ମାନଙ୍କର ଜୁଆର। ମାଛମାନେ ସବୁ ଉପର ମୁହାଁ ହୋଇ ଉଠିବା ଆରମ୍ଭ କଲେ। ବଡ଼ବଡ଼ ମାଛଠାରୁ ଛୋଟ ମାଛଯାଏଁ ସମୁଦ୍ରର ଲହଡି଼ ଜାଣ। 

     କଳାମାଟି ଗାଁ'ର ସବୁ ଲୋକଙ୍କ ମନ ଉଚ୍ଛନ୍ନ। ସବୁବର୍ଷ ଏହି ମହୋତ୍ସବଟିକୁ ଅପେକ୍ଷା କରିଥାନ୍ତି ତ ଆଜି ସୁଯୋଗ ଆସିଛି। ଯେମିତି ବର୍ଷା ବନ୍ଦ ହୋଇଗଲା ତ ଗାଁ'ର ଲୋକେ ଦୌଡି଼ଲେ। କିଏ ଜାଲ କିଏ ପୋହଳ ଆଉ କିଏ ମଶାରୀ ଏମିତି ଯାହାର ଯେମିତି ଧରିବାରେ ସଉକ। କି ବୁଢ଼ା କି ବୁଢୀ ଝିଅ ବୋହୂଙ୍କ ଠାରୁ ଛୋଟ ଶିଶୁଙ୍କର ଆନନ୍ଦ ଦେଖେ କିଏ। ନଦୀକୁ ବହି ଆସୁଥିବା ବିଲ,ବନ ଓ ପ୍ରାନ୍ତରରୁ ଛୋଟ ଧାରରେ ଯେମିତି ସଭିଏଁ ବଗ ପରି ଛକି ବସିଗଲେ। ଯେମିତି ପାଣି ଖାଲ ଖମାରରୁ କମିବା ଆରମ୍ଭ ହେଲା ଉଠି ଯାଇଥିବା ମାଛମାନେ ଓହ୍ଲାଇବା ଆରମ୍ଭ କଲେ। 

     ସଭିଙ୍କ ପରି ସୁବ୍ରତ ମଧ୍ଯ ନିଜର ସାଧ୍ଯ ମତେ ଧରିବାକୁ ଯାଇଥିଲା। ଗାଁ'ର ପ୍ରତ୍ୟେକ ଲୋକେ କିଏ କୋଡ଼ିଏ କିଏ ଦଶ କେଜି ଲେଖାଏଁ ମାଛ ଧରିବାକୁ ସକ୍ଷମ ହେଲେ। ସଭିଙ୍କ ପରି ସୁବ୍ରତର ଭାଗ୍ୟରେ ଗୋଟିଏ ବଡ଼ ତିରିଶ କେଜିର ମାଛ ହାବୁଡରେ ପଡ଼ିଗଲା। ସୁବ୍ରତ ଛୋଟ ହେଲେ ବି ମୋଟେ ଭୟ ନ କରି ନିଜର ଜାଲକୁ ତାରି ଉପରକୁ ଫିଙ୍ଗିଦେଇ ମାଡ଼ି ବସିଲା। ଭୟଙ୍କର ମାଛଟି ସୁବ୍ରତକୁ ପିଠିରେ ବସାଇ ଡ୍ୟାମର ଗଣ୍ଡ ମଧ୍ୟକୁ ନେଇଗଲା। ତାର ବାପା ପାଖରେ ଥିଲେ ପୁଅକୁ ମାଛଟି ବୋହି ନେଇ ଯାଉଥିବାରୁ ଦୌଡିଯାଇ ସୁବ୍ରତକୁ ଟାଣିଆଣି ମାଛକୁ କୁରାଢି଼ରେ ହାଣିଦେଲେ।  

   ମାଛଟି ମରିଗଲା ଦୁଇ ବାପା ଓ ପୁଅ ଆଉ କୌଣସି ମାଛରେ ମନ ନ ଦେଇ ଘରକୁ ଫେରି ଆସିଲେ। କଳାମାଟି ଗାଁ'ର ଜାଣ ସେଦିନ ମାଛର ମହୋତ୍ସବ। କିଏ କେତେ ଖାଇଲେ କେତେ ବନ୍ଧୁବାନ୍ଧବଙ୍କୁ ପଠାଇଲେ। କିଏ କିଏ ବିକ୍ରିକରି ଭଲ ରୋଜଗାର କଲେ। ପରଦିନ ମୋର ସେ ଗାଁ'କୁ ଯିବାର ଥିଲା ତ ମୁଁ ଯାଇ ପହଞ୍ଚିଛି ଓଃ କି ଆମିଷ ଗନ୍ଧ। ମୁଁ ଜାଣି ପଛକୁ ଫେରିଲି। 

    ମୌସୁମୀର ଆଦ୍ଯ ଆସରରେ ଯେଉଁ ମାଛର ଭୋଜି ମହୋତ୍ସବ ଗାଁଟି କଲେ ନିଶ୍ଚୟ ଅଭୁଲା ହୋଇ ରହିବ। ସେଇ ଗାଁ'ଟି ବର୍ଷରେ ଥରେ ଏମିତି ସୁଯୋଗ ଆସେ ତ ସଭିଏଁ ଚାତକ ପକ୍ଷୀ ପରି ଅନେଇଁ ରହିଥାନ୍ତି। 

        


Rate this content
Log in