SUKANTA KHANDA

Others

4  

SUKANTA KHANDA

Others

ମାଆ ଓ ମମତା

ମାଆ ଓ ମମତା

2 mins
306



ବସନ୍ତ ଋତୁଟି ହଟି ନ ଯାଉଣୁ ଗ୍ରୀଷ୍ମର ଡହଡ଼ହ ଖରା ମାଡି଼ ଆସିଲା। ଏ ଖରାର ଦାଉ ସମ୍ଭାଳିବା କାଠିକର ପାଠ। ସଂସାରରେ ଜନ୍ମିତ ଉଦ୍ଭିଦ ଓ ପ୍ରାଣୀ ଟୋପାଏ ପାଣି ବିନା ଡହଳ ବିକଳ ହେବାବେଳେ ଶୁଭସ୍ମିତ ଦାଣ୍ଡର ଧୂଳିବାଲିରେ ଖେଳୁଥିଲା। ତାକୁ ମୋଟେ ଖରା ଜଣା ପଡୁ ନ ଥିଲା ତ ମହାଆନନ୍ଦରେ ଖେଳିବା ହେଉଥିଲା।

   ଏ ଦୃଶ୍ଯ ଦେଖି ତାର ମାଆ ଦୌଡି଼ ଆସିଲେ ଡହଡ଼ହ ଖରାରେ ନ ଖେଳିବାକୁ ତାଗିଦ କରି ବାଲି ଓ ଧୂଳିକୁ ପୋଛି ଘରକୁ ନେଇଗଲେ। ପାଣିରେ ଭଲକି ଧୋଇ ଦେଇ ଆସନ ପକେଇ ବିଭିନ୍ନ ଖାଇବା ଖୁଆଇଲେ ଯଥା-ତରଭୁଜ, କାକୁଡି଼ କମଳା, ଆମ୍ବ, କଦଳୀ, ଲେମ୍ବୁପାଣି, ଦହି ସରବତ୍ ଇତ୍ଯାଦି। ମନରେ କେତେ ଭାବନା କି ବକଟେ ହେବ ଝିଅ ଏଡେ଼ବଡ଼ ଖରାରେ ଖେଳି ଡହଡ଼ହ ଖରା ସହିଲା କେମିତି? ମାଆଙ୍କ ଆଖିରେ ଲୁହ ବହି ଯାଉଥାଏ ଓ ସେ କେତେ ସୁନ୍ଦର ସୁନ୍ଦର ଇତିହାସ, ପୌରାଣିକ ଓ ସାମାଜିକ ଗପ କହି ଶୁଭସ୍ମିତାକୁ ସନ୍ତୋଷ କରିବାରେ ଲାଗି ପଡି଼ଲେ। ଖରାକୁ ଅନନ୍ତ କୋଟି ଧନ୍ଯବାଦ ଓ ପ୍ରଣାମ କରି ଶୁଭସ୍ମିତାର ଦୀର୍ଘ ଭବିଷ୍ଯତ କାମନା କଲେ।

       ଏ ଦୃଶ୍ଯ ଦେଖି ସ୍ବର୍ଗରେ ଥାଇ ମାଆ ଲକ୍ଷ୍ମୀ ଓ ନାରଦ କଥାବାର୍ତ୍ତା ହେଉଥିଲେ। ନାରଦ କହିଲେ,"ମାଆ ! ଦେଖୁଛନ୍ତି ଝିଅଟି ଡହଡ଼ହ ଖରାରେ ଖେଳୁଥିଲା ତାକୁ ସମୁଚିତ ଶିକ୍ଷା ନ ଦେଇ କେମିତି ଭରପୂର ଖାଇବା ଖୁଆଉଛନ୍ତି?" ଏ କଥା ଶୁଣି ମାଲକ୍ଷ୍ମୀ କହିଲେ,"ନାରଦ ! ଏହା ଗୋଟିଏ ମାଆର ମମତା ଗୋଟିଏ ମାଆର ଆକୁଳତା ଏହା ଦ୍ବାରା ସଂସାର ତିଷ୍ଠି ରହିଛି। ଯେଉଁ ମାଆର ସନ୍ତାନ ପ୍ରତି ନୀଚ୍ଚ ଭାବନା ଜାଗ୍ରତ ହୋଗଥାଏ ତାର ଘର ପରିବାର ଉଚ୍ଚକୁ ନୁହେଁ ନୀଚ୍ଚକୁ ହିଁ ଯିବ।" ଏଥର ନାରଦ ବୁଝିଗଲେ ଓ ସେହି ମାଆଙ୍କର ସନ୍ତାନ ପ୍ରତି ହେଉଥିବା ମମତା, ସ୍ନେହ, ପ୍ରେମ, ଆକୁଳତା ଓ ଭଲ ପାଇବାକୁ କୋଟିଏ ଧନ୍ଯବାଦ ଦେଇ ଦୁଇ ହାତ ଯୋଡି଼ ଦେଲେ।" 

    ମା ଲକ୍ଷ୍ମୀ ମୁରୁକି ହସୁଥିଲେ ଅଥଚ ନାରଦ ଜଣେ ମାଆଙ୍କ ମମତା ପ୍ରତି ଭକ୍ତି ଓ ପ୍ରେମରେ ଗଦଗଦ ହୋଇ ଉଠୁଥିଲେ଼।

       


Rate this content
Log in