ମାଆ କୁକୁଡା଼ର ପ୍ରତିଶୋଧ
ମାଆ କୁକୁଡା଼ର ପ୍ରତିଶୋଧ
ମାଆ କୁକୁଡା଼ଟି ପ୍ରଥମ କି ଅଣ୍ଡାରୁ ଛୁଆ ଫୁଟେଇ ଥିଲା। ତାର ଲକ୍ଷ୍ଯ ଓ ଉଦ୍ଦେଶ୍ଯ ଏହି କି ସନ୍ତାନଗଣ ଯେମିତି ଭରପୂର ସୁନେଲି ସ୍ବପ୍ନ ଦେଖିବେ କିନ୍ତୁ ସନ୍ତାନଗଣ ଅଣ୍ଡାରୁ ଛୁଆ ଫୁଟିବା ପର ଦିନଠୁ ବିଲେଟିଏ ଲୁଚିଛପି ଆସି ଗୋଟିଗୋଟି କରି ସବୁ ଛୁଆକୁ ନେଇ ଖାଇଦେଲା।
ସେ ଆଜି ପୂରା ସନ୍ତାନ ହୀନା। ତାକୁ ତାର ସାଥିଭାଇ ଭଉଣୀଗଣ କେତେ ଟାହି ଟାପରା କଲେ। ନିଃସନ୍ତାନ ହୋଇ ଯିବାରୁ ମାଆ କୁକୁଡା଼ର ହୃଦୟରେ ପ୍ରତିଶୋଧର ବହ୍ନି ଜାଗ୍ରତ ହେଲା। ସେ ବିଲେଇକୁ ସବୁବେଳେ ଖୋଜିବାକୁ ଲାଗିଲା। ଦିନେ ସୁଯୋଗ ପାଇଗଲା ତ ନିଜର ବଳ ଜାଣି ବିଲେଇର ଆଖିଟିଏ ଫୁଟାଇ ଦେଲା। ବିଲେଇ ରକ୍ତ ଜୁଡୁବୁଡୁ ହୋଇ ଦୌଡି଼ ପଳେଇଲା। ସେ ଆଜିକାଲି ଭଲ ହେଉଛି ନା ଖାଦ୍ଯର ସନ୍ଧାନରେ ଯାଉଛି।
ମାଆ କୁକୁଡାର ହୃଦୟରେ ତ ପ୍ରତିଶୋଧର ବହ୍ନି ଜାଗ୍ରତ ହୋଇଥିଲା। ଆଉ ଦିନେ ବିଲେଇର ଦୁର୍ବଳତାର ସୁଯୋଗ ନେଇ ଆର ଆଖିଟିକୁ ଖୁମ୍ପି ଫୁଟେଇ ଦେଲା। ବିଲେଇ ଲଣ୍ଡଭଣ୍ଡ ହୋଇ ଏଣେତେଣେ ଦୌଡି଼ବାକୁ ଲାଗିଲା କିନ୍ତୁ ବିଲକୁଲ ଖାଇବା ସୁଯୋଗ ନ ଆସିବାରୁ ଅଖିଆ ଅପିଆ ହୋଇ ପଡି଼ ରହିଲା। ମାଆ କୁକୁଡା଼ ପାଖକୁ ଯାଇ କହିଲା,"ଭଉଣୀ ! ତୁମେ ମୋର ବଂଶ ନାଶ କଲ। ମୁଁ ବି ତୁମର କେବଳ ପ୍ରତିଶୋଧ ହିଁ ନେଇଛି ମାତ୍ର ତେଣୁ ବରାବର ହୋଇ ଯାଇଛି।"
ମାଆ ବିଲେଇ ଅନୁତାପ ଓ ନିଜ କଷ୍ଟକୁ ଚାପିଧରି କହିଲା,"ଭଉଣୀ ! ତୁମକୁ ଧନ୍ଯବାଦ ମୁଁ ତୁମର ସନ୍ତାନଙ୍କ ଜୀବନ ନେଲି ତୁମେ ମୋର ସନ୍ତାନ ସହ ମୋର ବି ଜୀବନ ନେଉଛ। ଈଶ୍ବର କରନ୍ତୁ ତୁମ ପରି ମାଆଙ୍କୁ ଜୀବୀତ ରଖନ୍ତୁ କାରଣ ତୁମେ ବିନା କାରଣରେ ପ୍ରତିଶୋଧ ନେଇ ନାହଁ କିନ୍ତୁ ମୁଁ ତ ମୋର ପ୍ରକୃତିରେ ଚାଲିଥିଲି। ଆମେ ମାଂସ ପ୍ରିୟ ମାଂସ ଖାଇବୁମାନେ କାହାକୁ ନା କାହାର ଜୀବନ ଅବଶ୍ଯ ନେବୁ। ମାଆ ବିଲେଇଟି କହୁକହୁ ନିଜର ଜୀବନ ହାରିଲା।
ଏଥର ମାଆ କୁକୁଡା଼ ଅନୁତାପ ଗ୍ଳାନିରେ ସଢି଼ଲା। ତାକୁ ଓ ତାର ସନ୍ତାନଗଣଙ୍କୁ ପରୋକ୍ଷରେ ମାରି ଦେଇଥିବାରୁ ଈଶ୍ବରଙ୍କ ପାଖରେ କ୍ଷମା ଭିକ୍ଷା କରିବା ସହିତ ଲୁହ ଓ କୋହରେ ଗାଧୋଇ ଧର୍ମ କରିବାକୁ ଶପଥ ନେଲା।
