SUKANTA KHANDA

Others

3  

SUKANTA KHANDA

Others

ମାଆ ଧାନକୁଟି ପୁଅ ନାଗର

ମାଆ ଧାନକୁଟି ପୁଅ ନାଗର

4 mins
197


କୁଟିଳର ମନ ଆକାଶରେ ଉଡୁଛି। ସେ ସର୍ବଦା ଘରର କୌଣସି କାମକୁ ହିଁ ନୁହେଁ। ଏପରିକି ନିଜ ମାଆଙ୍କର ଦୁଃଖ ବୁଝିବାକୁ ବି ନୁହେଁ ତ ମାଆର ଆଖିରୁ ଅନନ୍ତ ଲୁହ ବୋହିଯାଏ। ମାଆ ବୁଝାଇବାକୁ ବହୁତ ଚେଷ୍ଟା କରେ ହେଲେ କୁଟିଳ ବୁଝିବା ଅବସ୍ଥାରେ ହିଁ ନାହିଁ। କୁଟିଳ ରାତି ପାହିଲା ତ ଗାଧୋଇ ପଡି଼ ଖାଇବାକୁ ମାଗିବ ଯାହା ପାଇଲା ଖାଇଲା ତ ଦିନ ତମାମ ବାହାରେ ବୁଲିବ। ସେ ବୁଝେ ନାହିଁ ନିଜ କି ମାଆଙ୍କର ଅବସ୍ଥା କଣ? ମାଆ ଯେ ବିଧବା ପୁଣି ପରର ଘରେ ଧାନ ନ କୁଟିଲେ ନ ଚଳେ। ପର ଘରେ କାମ ପାଇଟି କରି ଯାହା ରୋଜଗାର କରେ ତାକୁ ଆଣି ରୋଷେଇ କରେ। କେଉଁଦିନ ଭଲକି ମୁଠାଏ ଚାଉଳ ପାଇଲା ତ ଆଉ କେଉଁଦିନ ଖୁଦ ମଳୁଖ ଧରି ଆଣି ଫୁଟାଇଥାଏ ଓ ପୁଅ କୁଟିଳ ପାଇଁ ଆଗ ବାଢି଼ ଦେଇଥାଏ। କେତେଥର କହି ସାରିଲାଣି କି ସେ ବୁଢୀ଼ ହୋଇଗଲାଣି ଆଉ କାମ କରିବାକୁ ଅସମର୍ଥ ତେଣୁ ଭବିଷ୍ୟତ ପ୍ରତି ଟିକିଏ ଦୃଷ୍ଟି ଦେଲେ ଭଲ ହୁଅନ୍ତା କିନ୍ତୁ ପୁଅର ଚିନ୍ତା ଓ ଚେତନା ଭିନ୍ନ ତ ମାଆର ଆଖିରେ ଶ୍ରାବଣର ଧାରା।

   ସେ ଦିନ କୁଟିଳ କୁଆଡୁ ଝିଅଟିଏ ଧରି ଘିତି ଆସିଲା। ଝିଅଟି ଥିଲା ପୂରା ଅତ୍ୟାଧୁନିକ। ସେ ଘରେ ପାଦ ଦେଉଦେଉ ଶାଶୂଙ୍କର ରୂପକୁ ଦେଖି ଘୃଣା କଲା। ସ୍ୱାମୀଙ୍କୁ ସିଧାସିଧା କହିଗଲା,"କୁଟିଳ ! ତୁମେ ତୁମର ମାଆଙ୍କୁ ଏ ଘରୁ ତଡି଼ବାକୁ ହେବ ଅନ୍ୟଥା ମୁଁ ଏ ଘର ଛାଡି଼ ପଳେଇବି। କୁଟିଳ ତ ଅଳସୁଆ ପୁଣି ସୁଯୋଗ ଉଣ୍ଡି ସୁନା ଅଣ୍ଡାଦିଆ କୁକୁଡା଼ଟେ ଦେଖି ମାଡି଼ ବସିଛି ଯଦି ମାଆ ଘରୁ ପଳେଇବ ତ ଚଳିବ ପତ୍ନୀ ଚାଲିଯିବ ତ ଆଗକୁ ଚଳିବା କାଠିକର ପାଠ ହେବ। କୁଟିଳ ପତ୍ନୀର କଥାକୁ ଅକ୍ଷରେ ଅକ୍ଷରେ ପାଳନ କଲା ଓ ଯଥାଶୀଘ୍ର ଘୋଷାରି ପକେଇ ଘରୁ ବାହାର କରିଦେଲା। ଆଜି ମାଆଙ୍କର ଅବସ୍ଥା ସାଂଘାତିକ। ତଥାପି କୁଟିଳର ଚିନ୍ତା ନା ଚେତନା? ସେ ବିପରୀତ ଲିଙ୍ଗରେ ପୂରାପଡି଼ ଯାଇଛି ପୁଣି ବସିକି ଖାଇବା ନିଶା ବି ପ୍ରବଳ। କୁଟିଳ ନିଜ ପତ୍ନୀ ସହ ସୁରକ୍ଷାରେ ରହିଲା ମାଆ କିନ୍ତୁ ପର ଘରେ କେଉଁଠି ରହି ସେଇପରି ହିଁ ବାସନ ମାଜିବା, ଲୁଗା ସଫା କରିବା ଓ ଢିଙ୍କିରେ ଧାନ କୁଟିବା ଏକ ପ୍ରକାର ନିତିଦିନିଆ କାମ ନ କଲେ ପେଟ ଚାଖଣ୍ଡକ ଅପୋଷା ରହିଲା। 

   ସମୟ କ୍ରମେ କୁଟିଳର ପୁଅଟିଏ ହେଲା। କୁଟିଳ ଓ ତାର ପତ୍ନୀ ପୁତ୍ର ମୋହରେ ଭଳିଗଲେ। ଶୟନେ ସ୍ୱପ୍ନରେ ପୁତ୍ରକୁ ନ ଦେଖିଲେ ରହିପାରୁ ନ ଥିଲେ। ପୁଅଟି ବାପା ଓ ମାଆଙ୍କ ପାଖରୁ ଯଦିଓ କୌଣସି କିଛି ଜାଣି ପାରିଲା ନାହିଁ ହେଲେ ପଡୋ଼ଶୀ ଲୋକଙ୍କ ଠାରୁ ଜାଣିଲା କି ତାର ଜଣେ ଜେଜି ମାଆ ଅଛନ୍ତି। ତାକୁ ତାର ବାପା ଓ ମାଆ ହିଁ ଘୃଣା କରି ତଡି଼ ଦେଇଛନ୍ତି। ନାତି ପୁଅ ରୋହନ ଜେଜେମାଆଙ୍କୁ ଦିନେ ଦେଖାକରି ନିଜର ପରିଚୟ ଦେଇ ଯଥାଶୀଘ୍ର ମୁକୁଳାଇବାକୁ କଥା ଦେଇକି ଆସିଲା। ରୋହନ ଘରକୁ ଆସି କହିଲା,"ମାଆ ! କାଲି ମୋର ଇଚ୍ଛାରେ ବୋହୂଟିଏ ଏ ଘରକୁ ଆସୁଛି। ତୁମେ ଦୁହେଁ ଯେବେ ଦେଖିବ ତ ବିଲକୁଲ କଥାବାର୍ତ୍ତା ନ କରି ଏ ଘର ଛାଡି଼ ପଳେଇବ ଅନ୍ୟଥା ତୁମକୁ ଧକ୍କା ଦେବାକୁ ତୁମର ଏ ପୁଅ ରୋହନ ପଛେଇବ ନାହିଁ। ଏ କଥା ଶୁଣି ମାଆ କହିଲେ,"ରୋହନ ! ତୁ ଏ କଣ କହୁଛୁ? ମୁଁ ତୋର ମାଆ ଅନ୍ତଫାଡି଼ ତୋତେ ଜନ୍ମ ଦେଇଛି କି କଣ ଏମିତି ଶେଷ ଅବସ୍ଥାରେ ମାଆ ଧାନକୁଟି ହେବି?"

    ଧାରେ ହସ ମେଲି ରୋହନ କହିଲା,"ମାଆ ! ତୁମେ ତ ତୁମ ଶାଶୂଙ୍କୁ ସେପରି ହିଁ କରିଛ। ଏବେ ଚକୁଳି ପିଠା ଓଲଟିବାକୁ ଯାଉଛି ଏଣୁ ମୁଁ ମୋର ପତ୍ନୀକୁ ଆଣିବା ପୂର୍ବରୁ ତୁମେ ଦୁହେଁ ସାବଧାନ ହୋଇଯାନ୍ତୁ। ତୁମେ ଯେମିତି ବାପାଙ୍କୁ କହି ତଡି଼ଛ ମୋର ପତ୍ନୀକୁ ମୁଁ କହିବି କି ସେ ମଧ୍ୟ ଠିକ୍ ତୁମରି ପରି ଅଭିନୟ କରିବ ତ ବୁଝିବ ମୁଣ୍ଡ ଉପରକୁ ଛେପ ଫିଙ୍ଗିଲେ ଛେପଟା କେଉଁଠି ପଡେ଼,ନୁହେଁ? ଏ କଥା ଶୁଣି କୁଟିଳ ପୁଅ ରୋହନକୁ ବହୁତ ବୁଝାଇ କହିଲା,"ରୋହନ ! ଏହା ଭୟଙ୍କର ଅନୁଚିତ କାମ ନୁହେଁ କି?" ରୋହନ ପାଟିରେ ଆଙ୍ଗୁଳି ରଖି କହିଲା,"ବାପା ! ପାରନ୍ତି ତ ମଉନ ରୁହନ୍ତୁ ତୁମ ପରି ଅଲାଜୁକଙ୍କୁ ବାପା ବୋଲି ଡାକିବା ବି ଘୃଣା ଲାଗୁଛି। ଯିଏ ଜନ୍ମରୁ ଏ ଯାଏଁ କୌଣସି ରୋଜଗାର କରି ନାହିଁ। ପ୍ରଥମେ ତ ଜେଜିଙ୍କର ଏବେ ମାଆଙ୍କର ରୋଜଗାରରେ ଉଦର ପୂର୍ଣ୍ଣ କରୁଛନ୍ତି ତଥାପି ବଡ଼ ଫୁଟାଣି ଦେଖୁଛି,ନୁହେଁ? ପାର ତ ଏବେ ହିଁ ଏ ଘର ଛାଡି଼ ପଳେଇ ଯାଆନ୍ତୁ କାରଣ ଅଳ୍ପ କେଇ ସମୟ ଭିତରେ ମୋର ପତ୍ନୀ ଆସୁଛନ୍ତି।" ରୋହନର କଥା ସରି ନାହିଁ ଝିଅଟିଏ ଆସି ଘରେ ହାଜର ହୋଇ କହିଲା,"ରୋହନ ! ଏ ଦୁଇଜଣ କିଏ କି? ତୁମେ ତ କହୁଥିଲ ଘରେ କେବଳ ତୁମେ ହିଁ ଏକୁଟିଆ। ହଁ,କହୁଥିଲ ବି କେବଳ ଦୁଇଜଣ ଚାକର ଓ ଚାକରାଣୀ ଅଛନ୍ତି ତେବେ ଏ ଦୁହେଁ କଣ ସେମାନେ?" ଝିଅଟିର କଥା ସରି ନାହିଁ କୁଟିଳ ଓ ତାର ପତ୍ନୀ ରୋହନର ଗୋଡ଼ ଧରି କ୍ଷମାଭିକ୍ଷା କଲେ। ସେମାନଙ୍କ ନୀଚ୍ଚତା ପାଇଁ କ୍ଷମା କରିଦେବା ସହ ତାଙ୍କୁ ଏ ଘରେ ରଖିବାକୁ ଆକୁଳ ନିବେଦନ କଲେ। ରୋହନ ନିଷ୍ଠାର ସହ ମନା କରି ଦେଲା ତ ଝିଅଟି କହିଲା,"ଶାଶୂମାଆ ! ତୁମ ଦ୍ୱୟକୁ ଗୋଟିଏ କଥାରେ ଏ ଘରେ ରଖା ଯାଇପାରେ ସେଇଟା ହେଲା ଏବେ ନିଜ ଶାଶୁଙ୍କୁ ଖୋଜିକି ହାଜର କରିବାକୁ ହେବ ଏବଂ ତାଙ୍କର ଗୋଡ଼ ଧରି କ୍ଷମା ମାଗିବାକୁ ହେବ ଅନ୍ୟଥା..। 

   ଏଥର କୁଟିଳ ଓ ତାର ପତ୍ନୀ ଲଣ୍ଡଭଣ୍ଡ ହୋଇ ଦୌଡି଼ଲେ ଖୋଜି ଆଣିବାକୁ ହେଲେ କୌଣସିଠାରେ ସୁଦ୍ଧା ନ ପାଇ ଭଗ୍ନ ମନୋରଥ ନେଇ ଫେରିଲେ। ରୋହନ ତ ତା ଜେଜିଙ୍କୁ ଯଥାସ୍ଥାନରେ ରଖିଦେଇ ସବୁର ବ୍ୟବସ୍ଥା କରି ସାରିଥିଲା। କୁଟିଳ କି ତାର ପତ୍ନୀ ପାଇବେ କେଉଁଠି? ଏଥର ରୋହନ କହିଲା,"ମାଆ ! ପ୍ରସ୍ତୁତ ହୋଇ ରହିଯାନ୍ତୁ। ମୁଁ ଯାଉଛି ଖୋଜିକି ହିଁ ଆଣିବି। ରୋହନ ଗଲା ଓ ସଙ୍ଗେସଙ୍ଗେ ଧରିକି ନେଇ ଆସିଲା ତ କୁଟିଳ ଓ ତାର ପତ୍ନୀ ଗୋଡ଼ ଧରି କ୍ଷମା ଭିକ୍ଷା କଲେ। ଶାଶୁ ମାଆ ହିସାବରେ କ୍ଷମା ଦେଇଦେଲେ ତ କୁଟିଳ ଓ ତାର ପତ୍ନୀ ରୋହନକୁ ଶତକୋଟି ଧନ୍ୟବାଦ ଦେଲେ। ଏ ବୟସରେ ପୁଅ ହୋଇ ନିଜର ଆଖି ଖୋଲି ଦେଇ ଥିବାରୁ ପୁଣି ଥରେ ଧନ୍ୟବାଦ ରୋହନ ଓ ତାର ବୋହୂଙ୍କୁ ଦେଲେ। ଝିଅଟି ଅସଲରେ ରୋହନର ସହ ପାଠିକା ଥିଲା। ଦୁହେଁ କୌଶଳ କରି ଦ୍ୱନ୍ଦ୍ୱ ଓ ଦୁଃଖକୁ ସମାଧାନର ବାଟ ବାହାର କରିବେ ବୋଲି ଅଣ୍ଟା ଭିଡି଼ଥିଲେ। ଝିଅଟି ଖୁସି ହୋଇ ରୋହନ ଓ କୁଟିଳ ପାଖରୁ ବିଦାୟ ନେଲାବେଳେ କୁଟିଳର ପତ୍ନୀ ଅଟକାଇ ରୋହନ ହାତରେ ଛନ୍ଦି ଦେଇ ପୁତ୍ରବଧୂ କରିନେଲେ।

   ସତରେ ! ଆଜିକା ସମାଜରେ କୁଟିଳ ପରି ଲୋକଙ୍କର ଅଭାବ ହିଁ ନାହିଁ। ପ୍ରତିକ୍ଷଣ ନିଜର ମନକୁ ସ୍ୱର୍ଗରେ ଉଡା଼ଇଥାନ୍ତି। ମଦ, ଜୁଆ, ନାରୀ ଅଥବା ଫୋନଟିଏ ଧରି ନିଜର କର୍ତ୍ତବ୍ୟକୁ ଭୁଲିଯାନ୍ତି। ମାଆ କି ଘର ପରିବାରକୁ ସାମାନ୍ୟ ସହଯୋଗ କରିବା ବି କୁଣ୍ଠାବୋଧ କରିଥାନ୍ତି। ଧୀକ୍ ଏମାନଙ୍କ ଜୀବନ ସ୍ନେହ,ପ୍ରେମ ଓ ଭଲ ପାଇବା କଣ ଜାଣନ୍ତି ହିଁ ନାହିଁ। ସର୍ବଦା ସ୍ୱାର୍ଥରେ ସ୍ୱାର୍ଥରେ ନିଜ ଜୀବନକୁ କଟେଇ ଦେବାରେ ମସଗୁଲ ହୋଇଥାନ୍ତି। ଏହା ଆଜିର ଚିତ୍କାର ନୁହେଁ କେଉଁ ଅନନ୍ତ କାଳରୁ ଏମିତି ସଂସାରରେ ଦେଖିବାକୁ ମିଳେ ଯେମିତି କୁଟିଳର ନୀଚ୍ଚ ଚିନ୍ତାଧାରା,ନୁହେଁ...?



Rate this content
Log in