Bibhu Samanta

Children Stories Drama Inspirational

4.0  

Bibhu Samanta

Children Stories Drama Inspirational

ମା ... ଏକ ସରୁନଥିବା ରାହା

ମା ... ଏକ ସରୁନଥିବା ରାହା

2 mins
3.4K



।।୧।।

ଅଫିସରୁ ଫେରି ବାପା ସାଇକେଲ ଟି ରଖି ଘରକୁ ପଶିଲା ବେଳକୁ, ପାଞ୍ଚ ବର୍ଷର ପିଣ୍ଟୁ ଧାଇଁ ଆସିଲା ସାଇକେଲ ଶିଖିବାକୁ। ବାପା ପାଟି କରି କହିଲେ, "ଚୁପଚାପ ପଢିବୁ ଯା, ଗଲା ସପ୍ତାହରେ ପଡିକି ଆଣ୍ଠୁ ଖଣ୍ଡିଆ କରିଥିଲୁ। ଆଜି ପୁଣି?" ଏତିକି ବେଳକୁ ବୋଉ କହିଲା, "ଆରେ, ସେ ଶିଖୁ, ଏବେ ଶିଖିବନି ତ ଆଉ କଣ ବୁଢା ବେଳକୁ ଶିଖିବ। ତୁ ଯା, ପାଖ ପଡିଆ ରେ ଶିଖିବୁ, କାହା ଦେହରେ ବଜେଇବୁନି।" ବାପା କୁହନ୍ତି, "ଏଥର ସେ ପଡିଲେ, ଗାଳି ତମେ ଶୁଣିବ।" ବୋଉ ଚୁପ ରହେ, ବାପା ଙ୍କ ରାଗ ଦେଖି। ବାପା ସବୁ କଥାକୁ ଡରନ୍ତି। ବୋଉ କିନ୍ତୁ ସାହାସ ଦେଇ ଆସିଛି ତାକୁ ସବୁ ବେଳେ।

     ତା'ପରେ କେତେ ଥର ପଡିକି କହୁଣୀ ଛିଣ୍ଡେଇଛି ସେ। ରୋଷେଇ ଘରକୁ ଡାକି ଔଷଧ ଲଗେଇଦିଏ। ତାକୁ ଦୋଷୀ ଦୋଷୀ ଲାଗେ, ତା ପାଇଁ ବୋଉ ଗଲି ଖାଇବ ବାପାଙ୍କ ଠୁ। ହେଲେ କେବେ ଗାଳି ଶୁଣିବା ଦେଖିନି ବୋଉକୁ। ତାକୁ କି କିମିଆ ଜଣା କେଜାଣି? ସମସ୍ତେ ଚୁପ ହୋଇ ତା କଥା ମାନି ନିଅନ୍ତି।


।।୨।।

ସେଦିନ ସ୍କୁଲରେ ମିସ ପଚାରିଲେ, ତମକୁ ସ୍କୁଲ ଛାଡିବାକୁ କିଏ ଆସନ୍ତି? ୩ ବର୍ଷର ସାଇ, ଉତ୍ତର ଦେଲା ,"ମୋ ବାପା ଆସେ।" ମିସ ରାଗିକି କହିଲେ, "ବାପା କଣ ତମ ସାଙ୍ଗ, ତାଙ୍କୁ କଣ ତୁ କହୁଛୁ?" ସାଇ କହିଲା,"ଆମ ଘରେ ତ ତାକୁ ସମସ୍ତେ ସେମିତି ଡାକନ୍ତି। "

ମିସ କହିଲେ, "ତୋ ମା ଙ୍କୁ କହିବୁ ମୋତେ ଦେଖା କରିବେ।"

ମୁହଁ ତଳକୁ କରି ସାଇ କହିଲା, "ମିସ, ମୋ ମା ନାହାନ୍ତି। ଆମ ଘରେ ଜେଜେ, ଜେଜେମା, ମୋ ବାବା,ଆମ ମୁଁ ରହୁ ।"

ତା ନିରୀହ ସରଳ କଥାଟି, ମିସ ଙ୍କୁ ନିରୁତ୍ତର କରିଦେଲା ମିସଙ୍କୁ। ସେ ଦେଖୁଥିଲେ, କାନ୍ଥରେ ଥିବା ମଦର ମେରି ଙ୍କ କୋଳରେ କୁନି ଯୀଶୁଙ୍କ ଚିତ୍ରକୁ।


।।୩।।

ମିଟିଂ ସାରି ଫୋନ ଦେଖିଲା ରୀନା। ବାପାଙ୍କ ନମ୍ବରରୁ ପାଞ୍ଚଟା ମିସ କଲ। ଶେଷ କଲ ଟି ଦଶ ମିନିଟ ପୂର୍ବରୁ। ବ୍ୟସ୍ତ ହୋଇ ଫୋନ କଲା ସେ, ସେପଟୁ ଶୁଭିଲା ଦେଲେ ସୁଜାତା ଙ୍କ ସ୍ୱର,"ମା ରେ ବାପା ଗଛରେ ପାଣି ଦେଉ ଦେଉ ପଡିଗଲେ, ଅଚେତ ହୋଇ। ମୁଁ ତାଙ୍କୁ ପାଖ ହସ୍ପିଟାଲ ନେଇ ଆସିଛି। ତୁ ଆସେ। ଏମାନେ କଣ କହୁଛନ୍ତି ମୁଁ ବୁଝି ପାରୁନି।" ସୁଜାତା, ତା ର ସାବତ ମା। ମମି ପରେ ବାପା ଙ୍କ ସବୁ ଭଲପାଇବା କେବଳ ତାର । ସେଥିରେ କାହାକୁ ଭାଗ ବସାଉ ସେ ସହି ପାରେନି । ତେଣୁ ସେ କଥା ହୁଏନି ତାଙ୍କ ସାଙ୍ଗେ। ପସନ୍ଦ କରେନି ତାଙ୍କୁ। ବାପାଙ୍କୁ ଦୋଷ ଦିଏ ମନେ ମନେ। କେତେ କଣ ଭାବି ଧାଇଁ ଗଲା ସେ।

ହସ୍ପିଟାଲରେ ଡାକ୍ତର କହିଲେ,"ମାଇଲଡ଼ ହାର୍ଟ ଷ୍ଟ୍ରୋକ। ଏବେ ଠିକ ଅଛନ୍ତି। ଠିକ ସମୟରେ ନ ପହଞ୍ଚିଥିଲେ ଅବସ୍ଥା ଖରାପ ହୋଇଥାନ୍ତା।" ବେଡ଼ ପାଖେ ଯାଇ ଦେଖେ ତ,ବାପା ଶୋଇଛନ୍ତି ଛୋଟ ପିଲାଟେ ପରି ,ଆଉ ତାଙ୍କ ଗୋଡ଼ ପାଖେ ମଥା ରଖି ଘୁମେଇ ପଡିଛନ୍ତି ସୁଜାତା। ରୀନା ଆଖିରେ ଲୁହ ଭର୍ତ୍ତି, କୃତଜ୍ଞନ୍ତାରେ। ସୁଜାତଙ୍କ ମଥା ଆଉଁସି ସେ କହିଲା,"ମା.... ତମେ ଟିକେ ଶୋଇ ଯାଅ। ମୁଁ ଆସିଗଲିଣି।" ପ୍ରଥମ ଥର ମା' ଡାକ ଶୁଣି ସୁଜାତାଙ୍କ ଅମାନିଆ ଲୁହ ସବୁ ଝରିଗଲା, ରୀନା ଛାତିରେ ମୁଣ୍ଡ ଗୁଞ୍ଜି ସେ କାନ୍ଦୁଥିଲେ ଛୋଟ ପିଲାଟେ ପରି।


।।୪।।

ଜେଜେ କହିଲେ ,"କଣ କିରେ, ଟିକେ ଆଗରୁ ମେଣ୍ଢା ଭଳି ରଡି ଛାଡୁଥିଲୁ, କାନ୍ଦି କାନ୍ଦି। ଏଇନା ତୋର ହସ ବାହାରୁଛି। ଛୁଟି ହେଲେ ତ ଖାଲି ଘର ଟା ଉଠେଇଲା ପକେଇଲା। "

 ରିଙ୍କୁ ର ମା କହିଲେ, "ଗାଧୋଇଲା ବେଳେ ଆଖିରେ ସାବୁନ ଫେଣ ପଶିଗଲା ତ ସେଥିପାଇଁ କାନ୍ଦୁଥିଲା।"

ରିଙ୍କୁ କହିଲା, "ତମେ ଜାଣିଛ? ମୋ ମାମା କାନିରେ ମେଡ଼ିସିନ ଅଛି। ସେଥିରେ ପୋଛି ଦେଲା ସେ,ଆଖି ପୋଡା ଭଲ ହୋଇଗଲା ମୋର। " 

ଜେଜେ ଦେଖୁଥିଲେ, ରିଙ୍କୁ ର ଜେଜେମା ନିଜ ସହୀଦ ପୁଅର ଫୋଟ ପାଖେ ଚୁପିଚୁପି କାନ୍ଦୁଛନ୍ତି। ତାଙ୍କ ଲୁହ ପାଇଁ ମେଡିସିନ କାହା ପାଖେ ନାହିଁ।



Rate this content
Log in