Lopamudra Mishra

Others

2  

Lopamudra Mishra

Others

ଲକେଟ ଠାକୁର

ଲକେଟ ଠାକୁର

2 mins
768


କଲେଜରେ ଗଣେଶ ଭଷାଣି ଯାତ୍ରା । ଭୁପେନ୍ ର ଉତ୍ସାହ କହିଲେ ନସରେ । ମୁଣ୍ଡରେ ନାଲି ଜରିର ଚିକିମିକି ଫିତା,ପିନ୍ଧା ସାର୍ଟ ଟା ଅଣ୍ଟା ଉପରକୁ ଉଠି ଗଣ୍ଠି ପଡିଛି, ତଣ୍ଟି ଯାଏଁ ସୁରା ଭର୍ତ୍ତି, ଆଖିଗୁଡ଼ିକ ସିନ୍ଦୁର ଠୁ ବେଶି ଲାଲ । ଲାଉଡ୍ ମ୍ୟୁଜିକ୍ ର ତାଳେ ଓ ବେତାଳେ ନାଚ ଚାଲିଛି । ଲେଡିଜ୍ ହଷ୍ଟେଲ ଆଗରେ ନାଚଟା ଟିକେ ବେଶି ଜମିଲା । ଭୁପେନ୍ ସହ ଆହୁରି ଆଠ ଦଶ ଜଣ ଶେଷ ବର୍ଷର ଛାତ୍ର ତ ଇଚ୍ଛାଧାରୀ ନାଗ ହେଇ ସାରିଲେଣି । ନାଗୀନ ନାଚରେ ମତୁଆଲା ଭୁପେନ୍ ତଳେ ଘୁସୁରୁ ଘୁସୁରୁ କଣ ଗୋଟେ ହଜେଇ ଦେଲା ଆଉ ବଡ଼ ପାଟି କରି ମ୍ୟୁଜିକ୍ ବନ୍ଦ କରିବାକୁ କହିଲା ।

--ଆରେ ବନ୍ଦ କର ରେ । ଆରେ ଟିକେ ନାଚ ବନ୍ଦ କର ରେ । ମୋର କଣ ଗୋଟେ ଖସି ପଡ଼ିଲା । ଏ ହେ.. ମୋ ଲକେଟ୍ । ମୁଁ ବେକରେ ଗୋଟେ ଗଣେଶ ଲକେଟ୍ ପକେଇ ଥିଲି ନା କଣ, ସେଇଟା ହଜି ଗଲା । ଟିକେ ଖୋଜ ପ୍ଲିଜ଼ । ଏଇ ରାଜୁଆ ! ଦେଖ୍ ଟିକେ ।

ସମସ୍ତେ ଭୁପେନ୍ ର ଲକେଟ୍ ଖୋଜିବାରେ ବ୍ୟସ୍ତ ଥିବାବେଳେ ଭୁପେନ୍ ମୁଣ୍ଡରେ ହାତ ଦେଇ କାନ୍ଦୁଛି, "ଆଁ.. ପରୀକ୍ଷା ଆଉ ଅଳ୍ପଦିନ ରହିଲା । ଗଣେଶ ଲକେଟ୍ ଟା ହଜେଇ ଦେଲି ମାନେ ଏଥର ପରୀକ୍ଷାରେ ଫେଲ୍ ସିୟୋର୍ ।"

କେହି ଜଣେ ଲକେଟ୍ ଟି ପାଇଯାଇ ନାଚି ନାଚି ଆସିଲା, "ଭୂପ ! ତୋ ପଦକ ମିଳିଗଲାରେ । ଦୁଇଜଣ ପଦକଟାକୁ ଗୋଡ଼ରେ ମାଡି ନାଚୁ ଥିଲେ । ମୁଁ ଓଟାରି ଆଣିଲି " ।

--ଏଁ.. ଗୋଡ଼ରେ ! ମୁଁ ମଲି ତାହେଲେ । ଫେଲ୍ ହେବି ନିଶ୍ଚୟ ।

--ଆରେ ଭୂପ ତୁ ତ କହୁଥିଲୁ ଗଣେଶ, ଇଏ ତ ହନୁମାନ ପଦକ ଟେ?

--କଣ ହନୁମାନ? ମୁଁ ତାହାଲେ ଭୁଲିଯାଇଥିଲି ।

--ଏତେ ମଦ କାହିଁକି ପିଉଛୁ କହିଲୁ?

--ସରି ସାଙ୍ଗ । ହଉ ଛାଡ଼ ମ୍ୟୁଜିକ୍ ଚାଲୁକର । ହନୁମାନ ପଦକ ଉପରେ ଚଢିଗଲେ ଚଳିବ । କିଛି ଅସୁବିଧା ନାହିଁ । ମୁଁ ଗଣେଶ ଭାବି ଡରି ଯାଇଥିଲି ନା । ହନୁମାନଙ୍କର ପରୀକ୍ଷା ସାଙ୍ଗରେ କିଛି ମତଲବ ନାହିଁ ।

ଭୁପେନ୍ ହନୁମାନ ପଦକଟାକୁ ଝାଡ଼ି ଝୁଡ଼ି ପ୍ୟାଣ୍ଟ ପକେଟରେ ପୁରେଇ ପୁଣି ନାଗ ହେବାର ପ୍ରୟାସରେ ଲାଗିପଡ଼ିଲା ।

ଲୋପାମୁଦ୍ରା ମିଶ୍ର


Rate this content
Log in