SUKANTA KHANDA

Others

3  

SUKANTA KHANDA

Others

କୁନିର ପାର୍ବଣ ମାହୋଲ

କୁନିର ପାର୍ବଣ ମାହୋଲ

2 mins
115


ଆଗକୁ ପାର୍ବଣ ପର୍ବ ଆସୁଛି। କୁନିର ଆନନ୍ଦ କାହିଁରେ କେତେ। ସେ ସଜବାଜ କି ଏ ବର୍ଷ ଅବଶ୍ୟ କଟକ ଯିବ ଓ ପାର୍ବଣର ମାହୋଲ ଦେଖିବ। ଅନେକ ଥର ଯିବାକୁ ଅଣ୍ଟା ଭିଡି଼ଛି ହେଲେ କେବେ ବି ଯିବାକୁ ସକ୍ଷମ ହୋଇପାରି ନାହିଁ। କେବେ ବାତ୍ୟାର ତାଣ୍ଡବ ତ କେବେ ବନ୍ୟାର କରାଳ ଜିହ୍ୱାରେ ଯେବେ ପୂର୍ବ ଓଡି଼ଶା ଭାସି ଯାଆନ୍ତି ଏ କୁନି ବୁଢୀ଼ ବୟସରେ ଯିବାକୁ ସାହସ କରି ପାରିବ ବା କେମିତି? ସେ ଲୁହ ଓ କୋହରେ ସଢୁଥାଏ। ପୁଣି ଏଇ କେଇ ବର୍ଷ ହେଲାଣି କରୋନାର କଟକଣା ଯୋଗୁଁ କୌଣସି ଆଡ଼କୁ ଯାଇ ବୁଲିବା ସମ୍ଭବପର ହୋଇ ପାରିଲା ନାହିଁ। ଏ ବର୍ଷ କିନ୍ତୁ ଅବଶ୍ୟ ହିଁ ଯିବ ଆଉ ମାଆ ଦୁର୍ଗାଙ୍କର ମେଢ଼ ଦେଖି ଦେହ ଓ ମନକୁ ପବିତ୍ର କରିବ।

   କୁନି ତ ବୁଢୀ ଲୋକଟିଏ। ଯେମିତି ପାଚିଲା ପତ୍ର। କିଏ ଜାଣେ ଏବେ ଅଛି ଆଉ କେତେବେଳେ ଝଡ଼ି ପଡ଼ିବ ଏଇ କାରଣରୁ ମନରେ ଅସରନ୍ତି ଦୁଃଖ। ଜୀବନରେ ସେ କେବେ ବି କଟକ ଯାଇ ମାଆ ଦୁର୍ଗାଙ୍କର ମେଢ଼ ଦେଖି ପାରିଲା ନାହିଁ। ସେ ମନେମନେ ମା ଦୁର୍ଗାଙ୍କୁ ସ୍ମରଣ କରୁଥାଏ ଓ ସଞ୍ଚୟ କରିଥିବା ଟଙ୍କା ପୁଟୁଳିଟି ବାରମ୍ବାର ମଧ୍ୟ ଫିଟାଇ ଗଣୁଥାଏ। ତାର ସଂସାରରେ କେହି ନାହାନ୍ତି ସ୍ୱାମୀ, ପୁଅ ଓ ବୋହୁ କାହିଁ କେତେ କାଳରୁ ଆର ପାରିକି ଚାଲି ଯାଇଛନ୍ତି। କୁନିର ହୃଦୟରେ ପାର୍ବଣର ମାହୋଲ ବାରମ୍ବାର ଗୁଞ୍ଜରିତ ହେଲା। ସେ ନିଜକୁ ସିଦ୍ଧାନ୍ତ ନେଲା ଆଜି ବୋଧହୁଏ ମା ଦୁର୍ଗାଙ୍କ ପୂଜା ସେ ତଥାପି ଯାଇ ପାରିଲା ନାହିଁ କାହିଁକି? ଗାଁ'ରେ କେହି ଜଣେ ବି ତାକୁ ସଚେତନ ଅବା କରି ଦେଲେ ନାହିଁ କାହିଁକି? ଭଗ୍ନ ମନୋରଥରେ ବସି ଆଖିରୁ ଦୁଇଟୋପା ଲୁହ ଝରି ପଡ଼ିଲା ଓ ସଙ୍ଗେସଙ୍ଗେ ଫୁଲ, ଅରୁଆ ଚାଉଳ, ସିନ୍ଦୂର, ଧୂପ, କଦଳୀ ଓ ଦୀପ ସଜାଡି଼ ମା ଦୁର୍ଗାଙ୍କୁ ଆବାହନ କଲା।  

  ସେ ଆକୁଳ କଣ୍ଠରେ ଡାକୁଥିଲେ,"ହେ ମା ! ଏ ବର୍ଷ ଭଲ ଫସଲ କରେଇ ଦେବ। ଚାଷରେ ଯେମିତି ରୋଗ ନ ହେବାକୁ ଦେବ ନାହିଁ। ପଶୁ ଓ ପକ୍ଷୀମାନଙ୍କୁ ରୋଗ, ଶୋକ, ଖାଇବା ଓ ରହିବା ଯେମିତି ଅସୁବିଧା ନ ହୁଏ। ମୁଁ ତ ବୁଢୀ ହୋଇ ଗଲିଣି କଟକ ମା ଦୁର୍ଗାଙ୍କ ମେଢ଼ ଦେଖିବି ଦେଖିବି ଭାବିଭାବି ଆଉ ଦେଖିବା ସମ୍ଭବ ହେଲା ନାହିଁ। ମୋର ଏବେ ଏତିକି ମିନତି କି ମୋର ଓ ଅର୍ଘ୍ୟ ଅବଶ୍ୟ ଗ୍ରହଣ କରି ଯଥାଶୀଘ୍ର ଆର ପାରିକୁ ନେଇଯାଅ ଯେଉଠି ମୋର ସ୍ୱାମୀ, ପୁଅ ଓ ବୋହୁଙ୍କ ଗହଣରେ ରହି ସାମାନ୍ୟ ହେଉ ପଛେ ଆଶ୍ୱସ୍ତି ଅନୁଭବ କରିବି।"

  କୁନିର କଥା ସରି ନାହିଁ ପଛପଟୁ ଗୋଟିଏ ବିରାଡି଼ ଆସି ମ୍ୟାଉଁମ୍ୟାଉଁ କଲା ତ କୁନି ବୁଲିପଡି଼ ଅତି ଭକ୍ତିରେ କହିଲା,"ମା ! ତୁମେ ଆସିଗଲ କି? ଠିକ୍ ଅଛି ମୋର ଏ ଅର୍ଘ୍ୟ ଗ୍ରହଣ କରି ଯଥାଶୀଘ୍ର ଆର ପାରିକୁ ନେଇଚାଲ।" ବାସ ଏତିକି କହି ବିରାଡି଼କୁ ଅନେଇଲା ବିରାଡି଼ଟି ପାଖକୁ ନ ଆସି କେବଳ ବଲବଲ କରି ଅନେଇଲା ତ କୁନି ବିରାଡି଼ଟିକୁ ଧରି ନେଇ ଅର୍ଘ୍ୟକୁ ଆଣି ଖୁଆଇବାକୁ ଲାଗିଲା। ବିରାଡି଼ଟି ଅରୁଆ ଚାଉଳ ଖାଉଖାଉ ଦିବ୍ୟ ସୌନ୍ଦର୍ଯ୍ୟ ମା ଦୁର୍ଗାଙ୍କ ରୂପରେ ଆଠି ହେଲେ ତ କୁନି ଦେଖୁଛି ତ ଦେଖୁଛି କେତେବେଳେ ତାର ପ୍ରାଣବାୟୁ ଉଡି଼ଗଲା। 

   ସତରେ! ଯିଏ ମା'ଙ୍କୁ ଭକ୍ତି ଓ ପ୍ରେମରେ ଡାକିଥାଏ ଅବଶ୍ୟ ମା'ଙ୍କ ଦର୍ଶନ ପାଇବାକୁ ଯୋଗ୍ୟ ବିବେଚିତ ହୁଏ ଯେମିତି କୁନି। ଆଜି ପାର୍ବଣ ମାହୋଲ ଯଦିଓ ନାହିଁ କୁନି କିନ୍ତୁ ଅପାଠୋଇ ମନରେ ଯେଉଁ ଭକ୍ତିର ଭାବନା ପ୍ରକଟ କଲା ମା ଦୁର୍ଗା ଆସି ଦର୍ଶନ କରିବାକୁ ବାଧ୍ୟ ହୋଇ ନିଜର କୋଳରେ ସ୍ଥାନ ଦେଲେ। 



Rate this content
Log in