STORYMIRROR

Pranati Mahapatra

Others

3  

Pranati Mahapatra

Others

କ୍ଷୁଦ୍ରଗଳ୍ପ ମଣିଷ ପଣିଆ

କ୍ଷୁଦ୍ରଗଳ୍ପ ମଣିଷ ପଣିଆ

3 mins
13.8K


କ୍ଷୁଦ୍ରଗଳ୍ପ ମଣିଷ ପଣିଆ।

ଦିନ କର କଥା।ଗୋଟିଏ ଗାଁରେ  ଗୋଟିଏ ଛୋଟ ପରିବାର । ସେ ପରିବାରରେ ଥାନ୍ତି ବାପାମାଆଙ୍କ ସହ ଛୋଟ ପୁଅଟିଏ।ଖୁବ୍ ହସଖୁସିରେ ଥାନ୍ତି ସେମାନେ।ବାପା ଜଣେ ଦିନ ମଜୁରିଆ।ପରିବାରର ସଦସ୍ୟଙ୍କ ଆବଶ୍ୟକତା ଅନୁସାରେ ଚଳିବାକୁ  କିଛି ବି ଅସୁବିଧା ହୁଏ ନାହିଁ।ଏମିତି ଭାବରେ ଚଳୁଥିଲା ତାଙ୍କ ସଂସାର।ହଠାତ୍ ଦିନେ ଦୁଃଖର କଳାବାଦଲ ଘୋଟିଆସିଲା ପରିବାର ଟି ଉପରେ।ଗୋଟିଏ ଦୁର୍ଘଟଣା ରେ ବାପାଜଣଙ୍କ  ଅନ୍ୟ ଦୁଇ ଜଣଙ୍କୁ ପରକରି ଆରପାରିକୁ ଚାଲିଗଲେ।ମା କଣ କରିବେ କିଛି ବୁଦ୍ଧି ବାଟ ପାଇଲେ ନାହିଁ।ଧୀରେ ଧୀରେ  ଅଭାବ ଦେଖାଦେଲା ଦିନେ ଦିନେ ଉପବାସରେ ରହୁଥାଆନ୍ତି।କେତେ ଦିନ ଉପାସ ରହିବେ। ମାଆ ହୋଇ ପିଲାର ଭୋକିଲା ଆଖିକୁ ସହି ପାରିଲେ ନାହିଁ।ବାଧ୍ୟହୋଇ କାମ କରିବାକୁ ପଦାକୁ ଗୋଡ଼ କାଢିଲେ।କି କାମ ଅବା କରିବେ।ପରଘରେ ବାସିପାଇଟି କଲେ। ଅଇଁଠା ବାସନ ମାଜିଲେ।ମନରେ ଦୁଃଖ ଆସୁଥାଏ, ଖାଲି ପୁଅଟି ର ମୁହଁ ଚାହିଁ ସବୁ ସହିଯାଉ ଥିଲେ।ପିଲାଟି ବଡ଼ ହେଲା।ପାଠପଢିବା ବୟସ ହେଲା। ମାଆ ଭାବିଲା , ମୋତେ ଯେତେ ଦୁଃଖକଷ୍ଟ ହେଉ ପଛେ ମୁଁ ଏ ପିଲାକୁ ପାଠ ପଢାଇ ବଡ଼ ହାକିମ କରିବି।ଏଭଳି ଭାବି ପୁଅକୁ ନେଇ ସ୍କୁଲରେ ନାମ ଲେଖା କଲା।ଆଉ ସେହିଦିନଠାରୁ ପୁଅ ପାଠ ପଢିବାକୁ ଗଲା।ଦିନକର କଥା।ପୁଅ ଆସି ମାଆ କୁ କହିଲା, ମୋର ଗୋଟିଏ ବହି ଦରକାର।ମାଆ ପୁଅକୁ ବୁଝାଇଲା,ମାସ ଶେଷରେ ମୋତେ ଦରମା ମିଳିଲେ ମୁଁ ତୋର ବହି କିଣି ଦେବି।ଦିନେ ସ୍କୁଲ ଛୁଟି ପରେ ପିଲାଟି ଦେଖିଲା  କୈ।ଣସି  ପିଲାର ସେହି ବହିଟି ପଡିଛି।କେହି ନ ଦେଖିବା ଭଳି ସେ ବହିଟିକୁ ପିଲାଟି ନିଜ ବସ୍ତାନିରେ ପୁରାଇ ଘରକୁ ନେଇ ଆସିଲା।ଘରକୁ ଆସି ମାଆ କୁ ବି ବହିଟିକୁ ଦେଖାଇଲା। ମାଆ କହିଲେ ଠିକ୍ ଅଛି, ତୋର ତ ବହି ହୋଇଗଲା, ଏଥର ଆଉ ବହି କିଣିବା ଦରକାର ପଡିବ ନାହିଁ।କିଛି ଦିନ ପରେ ପିଲାଟି ଏକ କଲମ ଆଣି ମାଆ କୁ ଦେଖାଇଲା।ମା ,ମୁଁ ଏ କଲମଟି ସ୍କୁଲର ୁ ପାଇଛି।ମାଆ କହିଲେ ଠିକ୍ ଅଛି, ତୁ ସେଥିରେ ଲେଖା ଲେଖି କର।ଏମିତି ଏମିତି ପ୍ରତ୍ୟେକଦିନ ପିଲାଟି ସ୍କୁଲର ୁ କିଛି ନା କିଛି ଜିନିଷ ଲୁଚାଇ ଆଣେ।ମାଆଙ୍କୁ ମଧ୍ୟ ଦେଖାଏ। ଛୋଟ ଛୋଟ ଚୋରି କରୁ କରୁ ପିଲାଟି ଦିନେ ଜଣେ ଲୋକର ବାଡ଼ି ରୁ କିଛି ପିଜୁଳି ଚୋରି କରି ଆଣିଲା।ମାଆକୁ ଦେଲା।ମାଆ ପୁଅ ଆଣିଥିବା ପିଜୁଳି ଖାଇ କହିଲେ, ଆରେ ଏ ଗୁଡିକ ଖୁବ୍ ମିଠା ଲାଗୁଛି।ଆଉ କିଛି ଆଣିବୁ ତ ।ଏମିତି ଭାବେ ପିଲାଟି ବାହାରୁ ଛୋଟ ମୋଟ ଚୋରିକଲା।କାହାର ଖେଳନା ଆଣିଲା ତ କାହା ର ବହି ଚୋରିକଲା।ବିଦ୍ୟାଳୟରେ ଶିକ୍ଷକ ତାକୁ ବାହାର କରିଦେଲେ ସ୍କୁଲ ରୁ।ପିଲାଟି ବଡ ହେଉଥାଏ।।ପାଠଶାଠ ନ ପଢି  ୟା ତା ଘରୁ ଚୋରି କଲା।ଦିନେ ଗୋଟିଏ ସାଇକେଲ ଚୋରିକଲା।ନୂଆ ସାଇକେଲ।ଚୋରି ସାଇକେଲ ଅନ୍ୟଜଣକୁ ବିକ୍ରୀ କରି କିଛି ଟଙ୍କା ଆଣିଲା।ମାଆ ମଧ୍ୟ ପୁଅର ଏତାଦୃଶ କାମରେ କିଛି କହନ୍ତି ନାହିଁ।ପରଘରୁ ଚୋରିକରିବା ତା'ର ନିତିଦିନିଆ କାମ ହେଲା।ଦିନେ ରାତିରେ ଜଣେ ଧନୀ ଲୋକ ଘରୁ ଚୋରି କରିବା ସମୟରେ ଧରା ପଡିଲା।ପୋଲିସ ଆସି ବାନ୍ଧି ନେଲା।ଏଥିରେ ମାଆ  ମନ ବଡ ଦୁଃଖ ହେଲା।ପଇସା ପତ୍ର ଯୋଗାଡ କରି ପୁଅକୁ ଜାମିନ ରେ ମାଆ ଆଣିଲେ।ପୁନର୍ବାର ପୁଅଟି ଚୋରିକଲା।ଜଣକ ଘରୁ ଚୋରି କରିବା ସମୟରେ ଗୃହକର୍ତ୍ତା ଦେଖି ନେଲେ।ତହିଁ ଉତ୍ତାରୁ ସେ ଗୃହକର୍ତ୍ତା ଙ୍କୁ ପିଲାଟି ମାରିଦେଲା।ଇତିମଧ୍ୟରେ ପୋଲିସ ଖବର ପାଇ ପିଲାଟି କୁ ଆରେଷ୍ଟ କରି କୋର୍ଟ ଚାଲାଣ କଲା।ବିଚାର ଚାଲିଲା।ବିଚାର ଶେଷରେ ବିଚାରପତି ତାକୁ ଫାଶୀଦଣ୍ଡରେ ଦଣ୍ଡିତ କଲେ।ଫାଶୀ ଦିନ ଉପସ୍ଥିତ।ପିଲାଟି କୁ ପଚରା ଗଲା, ତୁମର ଶେଷ ଇଚ୍ଛା କଣ କୁହ।ଉତ୍ତରରେ ପିଲାଟି କହିଥିଲା, ମୁଁ ମୋ ମାଆକୁ ଦେଖାକରିବି।ଫାଶୀ ସମୟ ପୂର୍ବରୁ ମାଆ ପୁଅଙ୍କ ଦେଖାସାକ୍ଷାତ ହେଲା।ପିଲାଟି ନିଜ ପାଖରେ ଏକ ଧାରୁଆ ବ୍ଲେଡ଼୍ ରଖିଥିଲା।ସେହି ବ୍ଲେଡ଼୍ ରେ ମାଆର ବେକ କାଟିଦେଲା।ମାଆ ଦେହ ରୁ ଧାରଧାର ରକ୍ତ ବହିଯାଉଥାଏ ।ଏଭଳି ଦୃଶ୍ୟ ଦେଖି ଉପସ୍ଥିତ ଥିବା ସମସ୍ତ ଲୋକ ଅବାକ୍ ହୋଇ ଯାଇଥିଲେ।ଯେତେବେଳେ ପିଲାଟିକୁ ପଚରାଗଲା,ତୁମେ ତୁମ ମାଆକୁ କାହିଁକି ହତ୍ୟା କଲ?ପିଲାଟି ସୁନ୍ଦର ଉତ୍ତର ଦେଇଥିଲା।କହିଲା ଏଭଳି ମାଆ ଖାଲି ମୋ ପାଇଁ ବିପଜ୍ଜନକ ନୁହେଁ, ଏ ସମାଜ ପାଇଁ ମଧ୍ୟ ଖରାପ।କାରଣ ଯେଉଁ ମା  ପିଲାକୁ ଠିକ୍ ରାସ୍ତା ନ ଦେଖାଇ ଭୁଲ୍ ରାସ୍ତାରେ ପରିଚାଳିତ କରେ ସେଭଳି ମାଆ ର ଏ ସମାଜରେ ରହିବାର କୈ।ଣସି ଅଧିକାର ନାହିଁ।ଖାଲି ପିଲାଟିଏ ଜନ୍ମ କରିଦେଲେ କେହି ମାଆ ହୋଇଯାଏ ନାହିଁ।ପିଲାକୁ ଉତ୍ତମ ରୂପେ ଗଢ଼ିବା ,ଭଲ ସଂସ୍କାର ଦେବା,ଭୁଲ୍ ଠିକ୍ ର ଧାରଣା ଦେଇ ଭଲ ମଣିଷ କରିବା କାମ ହିଁ କେବଳ ଜଣେ ମାଆ ହିଁ କରିପାରେ।ଯେତେବେଳେ ମୁଁ ଭୁଲ୍ ରାସ୍ତାରେ ଯାଉଥିଲି,ମୋତେ ଠିକ୍ ବାଟକୁ ଆଣିବା ପରିବର୍ତ୍ତେ ପ୍ରୋତ୍ସାହନ ଦେଉଥିଲା, ସେଭଳି ମାଆ କୁ ଏଭଳି ଶାସ୍ତି ଦରକାର।ଯଦି ମାନବିକତା ନାହିଁ ସେଭଳି ଏ ସମାଜରେ ବଞ୍ଚି ରହିବାର  କୈ।ଣସି ଆବଶ୍ୟକତା ନାହିଁ।କାନ୍ଦି କାନ୍ଦି ଏତିକି କହିସାରିବା ପରେ ସେହି ଧାରୁଆ ବ୍ଲେଡ଼୍ ରେ ନିଜ ବେକ ମଧ୍ୟ କାଟିଦେଲା।ଆଉ ସବୁଦିନ ପାଇଁ ଆର ପାରିକୁ ଚାଲିଗଲା।  


Rate this content
Log in