STORYMIRROR

Reeta aparajeeta Mohanty

Others

3.9  

Reeta aparajeeta Mohanty

Others

କରୋନା ସତର୍କତାରେ ହିଁ ଯିବ

କରୋନା ସତର୍କତାରେ ହିଁ ଯିବ

1 min
634


ପ୍ରଧାନମନ୍ତ୍ରୀ ମୋଦୀଙ୍କ କଥା ବହୁତ ପ୍ରଭାବିତ କଲା ।ଆମ ଜୀବନ ଧାରାକୁ ସବୁବେଳେ ବାହାରେ ରହୁଥିବା ମୋ ସ୍ୱାମୀ ଘରେ ଅଛନ୍ତି। ଆମେ ସମସ୍ତେ ଜାଣି ଜାଣି ନିଜକୁ ଏଇ ନିର୍ବାସନ ଦଣ୍ଡ ଦେଲୁ। କାମବାଲି ଆସିଲା ମା ତାକୁ ଏଇ କେତେ ଦିନ ଆସିବୁନି ବୋଲି କହି ତାକୁ ଖର୍ଚ୍ଚ ପାଇଁ କିଛି ଟଙ୍କା ଦେଇ ଫେରେଇ ଦେଲେ ।କାମ ନ କରେଇ। ଏଇ ତା ପରେ କ୍ଷୀର ଆଉ ଡାଲି, ପରିବା ନେଇ ଆସିଲେ ସହ ଘର କାମ ସବୁ ହାତରେ କରିବାକୁ ପଡିଲା ତଥାପି ନିଜକୁ ଗୋଟିଏ ଭଲ ନାଗରିକ ବୋଲି ପରିଗଣିତ କରି ଖୁସି ଲାଗିଲା। ଆମେ ଜଳଖିଆରେ ମ୍ୟାଗି ଖାଇଲୁ। ଦିନରେ ଅଣ୍ଡା ତରକାରୀ, ନିମ୍ବ କଢ଼ ଖରଡା,ଆଉ କଖରୁ ଫୁଲ ବଡା। ଆମେ ମିଶିକି TV ଦେଖିଲୁ। ଆଜି ପୁଅକୁ ତା ପାପା ପଢେଇଲେ ପାଠ ସନ୍ଧ୍ୟା ବେଳେ।


ତା ପରେ ଚା ପର୍ବ। ସମସ୍ତେ ଚା ବିସ୍କୁଟ ଖାଇଲେ।ଆମେ ସମସ୍ତେ ନିଜ ନିଜ ପ୍ରିୟ କାମ କଲୁ। ନା ବାହାରକୁ ଗଲୁ ନା ଘରକୁ କାହାକୁ ଆସିବାକୁ ଦେଲୁ।ପ୍ରତି କାମ ପରେ ବାରମ୍ବାର ହାତ ବି ଧୋଇଲୁ । କୁଆଡେ ଗଲା ବେଳେ ମାଷ୍କ ବ୍ୟବହାର ଆଦି ପଦକ୍ଷେପ ନେଲୁ।ରାତିରେ ତଡ଼କା ,ରୁଟି ସାଲାଡ଼ ଖାଇଲୁ। ଆମେ ଘରେ ବନ୍ଦ ରହି ନିଜର ଓ ନିଜ ଦେଶର ମଙ୍ଗଳ କଲୁ। ଆମେ ସତର୍କ ଆପଣ ମାନେ ବି ହୁଅନ୍ତା ନିଜଘରେ ରୁହଁନ୍ତୁ।


Rate this content
Log in