କମଳିନୀର ରାକ୍ଷୀ ପୂର୍ଣ୍ଣିମା
କମଳିନୀର ରାକ୍ଷୀ ପୂର୍ଣ୍ଣିମା
ଭାରତୀୟ ଧର୍ମ,ଦର୍ଶନ ଓ ସଂସୃତି ଉପରେ ଭଲ କି ଜାଣି ନଥିବା କମଳିନୀ ଆଜି ଖୁବ ଆନନ୍ଦ ଏହିକି ଯେ ସେ ରାକ୍ଷୀ ପୂର୍ଣ୍ଣିମା ଅବଶ୍ୟ ପାଳନ କରିବ। ମନ ଗହନରେ ଅସରନ୍ତି ସ୍ବପ୍ନ କି ବିଲକୁଲ ବାପା ଓ ମାଆଙ୍କୁ ମଧ୍ୟ ହଇରାଣ କରିବ ନାହିଁ। ଅର୍ଥର କୌଣସି ଆବଶ୍ୟକତା ମଧ୍ୟ ଦରକାର ପଡ଼ିବ ନାହିଁ। ସେ ଅଳ୍ପ ବୟସରୁ ବୁଝି ଯାଇଛି କି କାହାରି ମନ ଓ ପ୍ରାଣରେ ଆର୍ଥିକ,ମାନସିକ ଓ ଶାରିରୀକ ହଇରାଣ କରିବା ଅନୁଚିତ। କାହାକୁ କୌଣସି ପ୍ରକାରେ ତାଡନା ଦେବ ତ ବିଲକୁଲ ଶୁଭଫଳ ମିଳିବ ନାହିଁ। ସେ ମାଆଙ୍କ ପାଖରୁ ଶୁଣିଥିଲା କି ବାପା,ମାଆ ଓ ଭାଇର ଆଶୀର୍ବାଦ ନେବା ହିଁ ଏ ପ୍ରତି ପର୍ବର ମହତ୍ତ୍ୱ। ଭାଇ ହିଁ ଯୁଗେଯୁଗେ ସୁରକ୍ଷା ଦେଇଥାଏ ଆଉ ଭଉଣୀ ମଧ୍ୟ ଭାଇର ଛତ୍ରଛାୟା ତଳେ ଜୀବନ ତମାମ କଟେଇ ଦେବ ତ ଜୀବନ ଧନ୍ୟ ହୋଇଯିବ। ପ୍ରତି ସୁଖରେ ଦୁଃଖରେ ସହଭାଗୀତା ହୋଇ କର୍ମ ଓ ଧର୍ମରେ ସହଯୋଗ କରିବା ପ୍ରତି ମାନବଙ୍କ କର୍ତ୍ତବ୍ୟ ହେବା ଉଚିତ।
କମଳିନୀ ଆଉ ବି ଜାଣିଥିଲା କି ତାର ବାପା ଜଣେ ଗରିବ କୃଷକ ମାତ୍ର ଯାହା ରୋଜଗାର ପେଟକୁ ଦାନା ଓ ଦେହକୁ କନା ଯୋଗାଇବା କାଠିକର ପାଠ ହୋଇଥାଏ ତେଣୁ କମଳିନୀ ବିଲକୁଲ ଘରେ କାହାକୁ ବି ଜଣାଇ ନାହିଁ କି ଆସନ୍ତା କାଲି ହିଁ ରାକ୍ଷୀ ପୂର୍ଣ୍ଣିମା। ସେ ଘରର କବାଟ ଭିତରେ ଥାଇ ଭାଇଙ୍କ ପାଇଁ ବିଭିନ୍ନ ପ୍ରକାର ଫୁଲରେ ମାଳ ଗୁନ୍ଥିଲା,ଫୁଲଚନ୍ଦନ ସହ,ଅରୁଆ ଚାଉଳ,ବରକୋଳି ପତ୍ର ପୁଣି ମାଆ ଖାଇବାକୁ ଦେଇଥିବା ପୋଡପିଠାକୁ ରାତିରେ ନିଜେ ନ ଖାଇ ସାଇତି ରଖିଲା। ରାତିପାହି ସକାଳ ହେଲା। ବାପା ଓ ମାଆ ଜାଣନ୍ତି ନାହିଁ କି ଆଜି ହିଁ ରାକ୍ଷୀ ପୂର୍ଣ୍ଣିମା। ମାଆ ସର୍ବଦା କହନ୍ତି କମଳିନୀ ଆମେ ଗରିବ ଆମର ପର୍ବ କ'ଣ? ପୂର୍ଣ୍ଣିମା କ'ଣ? ଅମର ତ ସବୁଦିନ ପର୍ବ ସବୁଦିନ ପୂର୍ଣ୍ଣିମା କାରଣ ପେଟକୁ ମୁଠାଏ ଖାଇଲେ ପୂର୍ଣ୍ଣିମା ଆଉ ନ ଖାଇ ନ ପାରିବା ତ ଉଆଁସ ରାତି। ତେବେ ପୂନେଇଁ କି ପର୍ବ ଆସିଲେ ଦୁଇ ଭାଇ ଓ ଭଊଣୀ ମୋଟେ ନାଁ ଧରିବନି। ରାତି ପାହିଲେ ରାକ୍ଷୀ ପୂର୍ଣ୍ଣିମା କମଳିନୀର ରାତିରେ ନିଦ ନାହିଁ। ସକାଳୁ ଉଠି ଏ ଘର ସେ ଘର ହେଉଛି। ଯେଉଁଠି କ'ଣ ସଜେଇବାକୁ ହେବ ମନ ଓ ପ୍ରାଣ ଦେଇ କର୍ମ ସମ୍ପାଦନ କରି ଚାଲିଛି।
କମଳିନୀ ସକାଳୁ ଉଠି ଲଣ୍ଡଭଣ୍ଡ ହେଲା। ଠିକଣା ସ୍ଥାନରେ ସବୁ ଠିକଠାକ ଅଛିକି ନାହିଁ ତନଖି ନେଲା ଓ ଭାଇଙ୍କୁ ଯାଇ ଡ଼ାକିଆଣି ଆସ୍ଥାନରେ ବସେଇଲା। ଭାଇର ହାତରେ ଫୁଲର ଗଜରା ପିନ୍ଧାଇ ଦେଇ ଧୂପ,ଦୀପ ଓ ଚନ୍ଦନ ମଥାରେ ଲଗାଇ ଦେଇ ମୁଣ୍ଡିଆ ମାରିଲା। ଗତ ରାତିର ସାଇତି ରଖିଥିବା ପୋଡ଼ପିଠାକୁ ଖୁଆଇ କହିଲା,"ଭାଇ ! ମୋର ପାଖରେ ଯାହାଥିଲା ତାକୁ ହିଁ ମନଯୋଗ ସହ ଆଜିର ରାକ୍ଷୀ ପୂର୍ଣ୍ଣିମା ପାଳନ କଲି। ଆଶା ସାଦରେ ଗ୍ରହଣ କରିବ। ନରେଶ ସାନ ଭଊଣୀ ପ୍ରତି ପ୍ରୀତ ଥିଲା। ସେ କୁଣ୍ଢାଇ ପକାଇ କହିଲା,"କମଳିନୀ ! ଆଜି ରାକ୍ଷୀ ପୂର୍ଣ୍ଣିମା ବୋଲି କେମିତି ଜାଣିଲୁ?" କମଳିନୀ କହିଲା,"ଭାଇ ! ଗତକାଲି ପଡ଼ୋଶୀ ସୁକୁମାରୀ ଘରକୁ ଯାଇଥିଲି। ସୁକୁମାରୀ କହିଁଲା,"ବାପା ! ଆସନ୍ତାକାଲି ରାକ୍ଷୀ ପୂର୍ଣ୍ଣିମା। ମୁଁ କେମିତି ପାଳନ କରିବି କୁହନ୍ତୁ ତ?" ତାର ବାପା ବ୍ୟାଗରୁ ରାକ୍ଷୀ ଓ ମିଠା ବାହାର କରି ଦେଖାଇଲେ। ମୁଁ ସେଇଠୁ ଜାଣିଲି କି ରାକ୍ଷୀ ପୂର୍ଣ୍ଣିମା ଆସନ୍ତାକାଲି ହିଁ ହେବ। ପାଖରେ ଠିଆ ହୋଇଥିଲେ କମଳିନୀର ବାପା ସେ ପାଖକୁ ଦୌଡ଼ି ଆସି କହିଲେ,"କମଳିନୀ ! ମୁଁ ତୋର ଅଯୋଗ୍ୟ ବାପା। ଦେଖ ଆଜିର ଦିନରେ ବି ତୋର ପାଇଁ କିଛି ବି କରି ପାରିଲି ନାହିଁ ଏ ଅଯୋଗ୍ୟ ବାପାଙ୍କୁ କ୍ଷମା କରିଦେବୁ?"
କମଳିନୀ କୁଣ୍ଢାଇ ପକାଇ କହିଲା,"ବାପା ! ମୁଁ ଜାଣିଛି ଆପଣଙ୍କୁ ଆଉ ଆମ ଘରର ହାଲଚାଲ ତେଣୁ କୌଣସି କିଛି ନ କହିବା ଉଚିତ ମଣିଲି।" ବାପାଙ୍କ ଆଖିରେ ଅନନ୍ତ ଲୁହ। ସେ କିଛି ବି କହିବାକୁ ଯାଉଥିଲେ କିନ୍ତୁ ନରେଶ କଥାକୁ ଟାଣିନେଇ କହିଲା,"କମଳିନୀ ! ତୋର ଭାଇ ପ୍ରତି ଥିବା ଅଖଣ୍ଡ ଭଲ ପାଇବା ଅମଳିନ ହୋଇ ରହିଗଲା। ମୁଁ ଆଜି କଥା ଦେଇଛି ତୋର ସୁଖରେ ଓ ଦୁଃଖରେ ସହଭାଗୀତା ହେବି। ତୁ ମୋର ହୃଦୟର ଆତ୍ମା ମନର ଗନ୍ତାଘର। ତୋତେ ପ୍ରତିକ୍ଷଣେ ମନେ ପକେଇ କାର୍ଯ୍ୟରେ ନିଜକୁ ନିୟୋଜିତ କରିବି।"
ନରେଶ ପୋଡ଼ପିଠା ଖଣ୍ଡକ ନିଜେ ନ ଖାଇ କମଳିନୀକୁ ଖୁଆଇଲେ। କମଳିନୀ ମଧ୍ୟ ଭାଇଙ୍କୁ ଖୁଆଇ ନିଜକୁ ଧନ୍ୟ ମନେ କଲା। ପାଖରେ ଠିଆ ହୋଇଥିଲେ ବାପା ଓ ମାଆ। ସେ ଦୁହିଁଙ୍କର ଆଖିରେ ଆନନ୍ଦର ଲୁହ କି ତାଙ୍କ ଝିଅ ଆଜି ଜଣେଇ ଦେଲାକି ଅଭାବି ଲୋକଙ୍କ ଘରେ ରାକ୍ଷୀ ପୂର୍ଣ୍ଣିମା କେମିତି ପାଳନ କରିବା ଉଚିତ? ପୁଣିତ ଶୃଙ୍ଖଳିତ ମନରେ। ବାପା କମଳିନୀର ମୁଣ୍ଡ ଆଉଁସି କୁଣ୍ଢାଇ ପକାଇଲେ ଆଉ ନରେଶ ଶପଥ ନେଲା କି ବଞ୍ଚିଥିବା ଯାଏଁ ଭଉଣୀର ସୁରକ୍ଷା ଓ ଯତ୍ନ ନେବ।
ସତରେ ! ଆଜିର ମଣିଷ ରାକ୍ଷୀଟେ ବାନ୍ଧିଲେ ହିଁ ଟଙ୍କା ମାଗିବାକୁ ଭୁଲୁ ନାହାଁନ୍ତି। ଯେମିତି ଏହା ସଂସାରରେ ଏକ ପ୍ରକାର ବେପାର? କିନ୍ତୁ କମଳିନୀର ନିଷ୍କପଟ,ଶ୍ରଦ୍ଧା,ପ୍ରେମ ଭକ୍ତି,ଅହେତୁକ ଭଲ ପାଇବା ପାଖରେ ମୁଣ୍ଡ କିଏ ବା ନୁଆଁଇବାକୁ ବାଧ୍ୟ ନ ହେବ,କୁହ??
