Lipsa Acharya

Others

3.5  

Lipsa Acharya

Others

କ୍ଲାନ୍ତ ବସନ୍ତ

କ୍ଲାନ୍ତ ବସନ୍ତ

2 mins
94


ସେ ଦିନ ଗୁଡିକ କିଚ୍ଥି ଏମିତି ଥିଲା, :- "ପବନରେ ବଉଳର ବାସ୍ନା ଧିରେ ଧିରେ କମି ଆସୁଥିଲା। ବସନ୍ତ ମହୋତ୍ସବ ଶେଷପର୍ବରେ ଥିଲା। ଗ୍ରୀଷ୍ମ ଆଗମନର ଆଂଶିକ ସୂଚନା ମିଳି ସାରିଥିଲା ବଢୁଥିବା ଦିନର ବୟସରୁ। ସହରଟି ବେଶ ଚଳଚଞ୍ଚଳ ଥିଲା। ପଡିଆରେ କ୍ରିକେଟ୍ ଖଳର ଆସର ଜମିଥିଲା। ଦୂର କେରାଣ୍ଡି ପର୍ବତମାଳା ଦେହରେ ଭାନୁ ବିଦାୟ ନେଉଥିଲେ। ଦିବାକରଙ୍କ ସେ ଅନ୍ତିମ କିରଣ ଖଲିକ୍ଲୋଟ ରାଣୀଙ୍କ ଦ୍ୱାରା ନିର୍ମିତ ହାଇସ୍କୁଲର ପୁରୁଣା କୋଠା ଉପର ଗୋଲ ଗମ୍ଭୁଜର ସ୍ତମ୍ଭକୁ ଚିରି ନିଜର ଉପସ୍ଥିତି ଜାହିର୍ କରୁଥିଲା। 


  ଠିକ୍ ଏହି ସମୟରେ ୧୪-୧୫ ବର୍ଷର ଆଦ୍ୟ ଯୌବନ ପ୍ରାପ୍ତା ଝିଅଟିଏ ଚ୍ଥାତିରେ ଗୋଟିଏ ଏ.ବି.ଡି ବହିକୁ ଜାକି କିଚ୍ଥି ଆବୃତ୍ତି କରି ବାଲ୍କୋନିରେ ଏପଟ ସେପଟ ହେଉଥିଲା। ତା'ର ନଜର ନ ଥାଏ ଅସ୍ତଗାମୀ ସୂର୍ଯ୍ୟ ଉପରେ। ସେ ବ୍ୟସ୍ତ ଥିଲା ପାଖେଇ ଆସୁଥିବା ବାର୍ଷିକ ପରିକ୍ଷା ପାଇଁ । ହାତରେ ଧରି ଥିବା ଏ.ବି.ଡି ଟି ଭୂଗୋଳ ଓ ଅର୍ଥନୀତି ବିଷୟର ବହି। ନବମ ଶ୍ରେଣୀରେ ନୂଆଁ କରି ଅର୍ଥନୀତି ପାଠ ଅଛି । ତେଣୁ ସେ ଚା'ଓ କଫିର ଉଦାହରଣରୁ ଚାହିଦା ବିଷୟରେ ବୁଝିବାକୁ ଚେଷ୍ଟା କରୁଥିଲା। ବୋଧହୁଏ ବୁଝିପାରୁ ନଥିଲା , ତେଣୁ ବିଷୟକୁ ଘୋଷି ଘୋଷି ମନେ ରଖିବାକୁ ଚେଷ୍ଟା କରୁଥିଲା। ତା' ପାଇଁ ତା'ପାଠ ଭଲ ତ ସେ ଭଲ। ତା'ଚାରି ପାଖରେ ପ୍ରକୃତିର ସୌନ୍ଦର୍ଯ୍ୟ ଗନ୍ତାଘର ଦେଖିବାକୁ ସମୟ ନ ଥିଲା। 


  ଏମିତି ଚାଲୁ ଚାଲୁ ତା' ନଜର ପଡିଯାଏ, ଗମ୍ବୁଜକୁ ଚିରି ହେଇ ବିଚ୍ଛୁରିତ ସୂର୍ଯ୍ୟ କିରଣ ଉପରେ। ସ୍ତବ୍ଧ ହେଇଯାଏ ଝିଅଟି। ଘୋଷି ଘୋଷି ତା' ମନରେ ଥିବା ଚଞ୍ଚଳତାଟା ନିରବି ଯାଏ । ବହୁତ ଗମ୍ଭୀର ହେଇ ଅନାଇରୁହେ କେରାଣ୍ଡି ପର୍ବତମାଳାରେ ଲୁଚି ଯାଉଥିବା ସୂର୍ଯ୍ୟଙ୍କୁ। ମନରେ ଅନେକ ଭାବନାର ତରଙ୍ଗ ଖେଳିଗଲା। ହେଲେ, ସେଥିରେ ନ ଥିଲା ଉତ୍ସାହ ଥିଲା କେବଳ ନିରାଶ ହଁ ନିରାଶ। କାହାକୁ ଖୋଜି ଖୋଜି ଥକି ପଡିଥିବା ପଥିକ ପରି ବା କିଚ୍ଥି ହଜାଇ ଦେଇଥିବାର ଦୁଃଖ ପରି ନିରାଶ। ଆଉ ସେ ନିରାଶର ନିରବତାରେ ଶୂନ୍ୟ ଶୂନ୍ୟ ରକ୍ତିମ ଆକାଶରେ ଶବ୍ଦ ସଂଯୋଜନା କରିଥିଲା କେଉଁ ଶୀର୍ଷକ ବିହୀନ କବିତାର। 


 ଆଜି ବଦଳି ଯାଇଚ୍ଥି ବାସଗୃହ , ବଦଳି ଯାଇଚ୍ଥି ବୟସ। ଯଦି କିଚ୍ଥି ବଦଳି ନାହିଁ ତେବେ ବସନ୍ତ ବିଦାୟର ରୂପରେଖ। ଆଉ ସେ ଝିଅ ଆଗାମୀ ସେମିଷ୍ଟାର ପରିକ୍ଷା ପାଇଁ ପ୍ରସ୍ତୁତ ହଉଚ୍ଥି। ଲାବଣ୍ଯବତୀରେ ଭଞ୍ଜଙ୍କ ବସନ୍ତ ୠତୁ ବର୍ଣ୍ଣନା :-


"ମଳୟଶିଖରୀ ଶିରୀ ଚୋରି କରି ବୋହିଲାଣି ମନ୍ଦ ସମୀର

ସୁମନାକୁ ବାସ ଚୋରାଇ ନେବଟି ବୋଲି କହିଲାଣି ଭ୍ରମର

କେଶର,କେଶରେ ହେଲେଣି ମଞ୍ଜୁଳ

କେଶରେ ମଣ୍ଡନ କରିବା ଭଳିରେ ଫୁଟିଲେଣି କେତେ ବଞ୍ଜୁଳ।"

କୁ ଅର୍ଥ ବୁଝୁ କି ନ ବୁଝୁ ବାସ୍ ଘୋଷିବାରେ ଲାଗିଚ୍ଥି। ତା' ଝରକା ବାହାରେ ଥିବା ସୂର୍ଯ୍ୟ ଆଜି କେରାଣ୍ଡି ପର୍ବତ ମାଳାରେ ନୁହେଁ ଘଞ୍ଚ ଜଙ୍ଗଲର ସବୁଜ ବନାନୀରେ ଅସ୍ତ ହଉଚ୍ଥନ୍ତି। ଆଜି ବି ସେ ଅସ୍ତଗାମୀ ସୂର୍ଯ୍ୟକୁ ଦେଖି ତା' ନିରାଶା ହେବା ଭାବନା ବଦଳି ନାହିଁ । ଆଜି ବି ରକ୍ତିମ ଆକାଶ ବକ୍ଷରେ ନିରାଶାର କବିତା ଲେଖେ ହଜିଯାଇଥିବା ବା ଖୋଜୁଥିବା ନିଜର ପରିତିତ ମଣିଷଟି ପାଇଁ । ନ ହେଲେ ଭଞ୍ଜ ସାହିତ୍ୟର ବସନ୍ତ ୠତୁ ବର୍ଣ୍ଣନା ମୁହଁରେ ପଢି ଦୂର ଆକାଶକୁ ଅନାଇ ନିରାଶ ଗମ୍ଭୀର ହେଇ ଦୀର୍ଘ ନିଃଶ୍ଵାସ ତ୍ୟାଗ କରୁନଥାନ୍ତା। 


ସତରେ ଏ ବସନ୍ତ ବହୁତ କ୍ଲାନ୍ତ।



Rate this content
Log in