Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Sunanda Mohanty

Others

3  

Sunanda Mohanty

Others

କିଛି କଥା ର ନଥା

କିଛି କଥା ର ନଥା

2 mins
11.9K


           ପଣା ତ ନିଶ୍ଚୟ ହେବ କିନ୍ତୁ ଚଉରା ମୂଳ ସଫାସଫି, ଛାଞ୍ଚ ବନ୍ଧା ବନ୍ଧି ବି ହେବ, ହେଲେ ଶିକା ଘଡି ବି ତ ଆଣିବାକୁ ପଡ଼ିବନା, ତ ପୁଅ କହୁଛି ମୁଁ ଯାଉଛି ହେଲେ ବାପା କହୁଛନ୍ତି ନାଇଁ ନାଇଁ ତୁ ଯାନା ମୁଁ ଯାଉଛି, କାରଣ ଆଜି ଲକଡାଉନଥିଲେ ବି କୋହଳ ଲାଗୁଥିବା ଭଳି ଲାଗୁଛି ଆଉ ପଣା ସଂକ୍ରାନ୍ତି ବାମହା ବିଷୁବ ସଂକ୍ରାନ୍ତି ବା ହନୁମାନଙ୍କଜୟନ୍ତୀ ଯୋଗୁଁ ବହୁ ଲୋକ ଙ୍କ ସମାବେଶ ହେଉଥିବ ତେଣୁ କେତେବେଳେ କଣ, ବରଂ ମୁଁ ଯାଉଛି ତ ପୁଅ ର ବି ଜିଦ ନାଇଁ ନାଇଁ ତୁମେ ଯାଆନା ମୁଁ ସବୁ ନେଇଆସିବି, ତମେ ବରଂ ମାଆ କୁ ସାହାଯ୍ୟ କର ଚଉରା ମୂଳ ପ୍ରସ୍ତୁତି ପାଇଁ, ବାପା ବି ତାଙ୍କ ଜିଦ ରେ ଅଟଳ ଆଉ ଯୁକ୍ତି ବାଢ଼ୁଥିଲା ପୁଅ ତମେ କଣ ଟିଭି ଦେଖୁନ, ଯେ କୌଣସି ବୟସ ର ଲୋକଙ୍କୁ କରୋନା ଆକ୍ରାନ୍ତ କରୁଥିଲେ ବି ବୟସ୍କ ବେକ୍ତି ଙ୍କର ଭଲ ହେବା କଠିନ ଆଉ ତୁମର ପୁଣି କଫ ଶ୍ୱାସ ଦେହ. 

       ବାପା ପୁଅ ଙ୍କର ସବୁକଥା ମାଆ ଶୁଣୁଥିଲେ ଆଉ ରଖିଦେଇଥିଲ ଯାଇଥିଲେ ମାସ୍କ ଦୁଇଟି ଆଉ ବ୍ୟାଗ, ମହାଭାରତ ଦେଖିବାକୁ ବସିଯାଇଥିଲେ କିଛି ସମୟ.

        ମାତା କୁନ୍ତୀ ଓ ପାଣ୍ଡବ ମାନେ ଜତୃ ଗୃହ ରୁ ରକ୍ଷା ପାଇ ଅଜ୍ଞାତ ବାସ ରେ ଥିଲାବେଳ ସମୟ କଥା ଚାଳିଛି, ସେହି ସ୍ଥାନର ପ୍ରଚଳିତ ପ୍ରଥା ଅନୁଯାୟୀ ପାଳିକରି ଜଣେ ଲେଖାଏଁ ପ୍ରତ୍ୟେକ ପରିବାରରୁ ଅସୁର ର ଖାଦ୍ୟ ହିସାବରେ ଯିବା କଥା, ତ ସେମାନେ ରହିଥିବା ପରିବାର ର ପାଳି ଥାଏ ସେଦିନ ଆଉ ପରିବାର ଲୋକ ମାନଙ୍କ ଭିତରୁ କିଏ ଅସୁର ର ଖାଦ୍ୟ ହେବ ଚିନ୍ତା ବିମର୍ଷ ଚାଲିଥିବା ଭିତରେ ସବୁ ଶୁଣି ପାରିଛନ୍ତି ମାତା କୁନ୍ତୀ ଓ ସେହି ପରିବାର ରେ ଆଶ୍ରୟ ନେଇଥିବା ଯୋଗୁଁ ସେ ଓ ତାଙ୍କ ପାଞ୍ଚ ପୁତ୍ର ଙ୍କ ମଧ୍ୟରୁ ବି କେହି ଯିବା ଉଚିତ ଦର୍ଶାଇ ତାଙ୍କପୁତ୍ରମାନଙ୍କ ସମକ୍ଷରେ ଏ କଥା ଉପସ୍ଥାପନା କରିଛନ୍ତିତ, ପ୍ରତ୍ୟେକ ଯିବାପାଇଁ ପ୍ରସ୍ତୁତ ଆଉ କୁନ୍ତୀ ଶେଷ କୁ ଭୀମ ଙ୍କୁ ହିଁ ଅନୁମତି ଦେଇଛନ୍ତି, ଯିଏ କି ଖାଦ୍ୟ ହେଇଯାଇ ଅସୁର କୁ ସବୁଦିନ ପାଇଁ ମାରି ସେହି ସ୍ଥାନ ର ଭୟ ଦୁର କରିପାରିଛନ୍ତି. 

      ସେହି ସମୟରେ ମାସ୍କ ପିନ୍ଧି ବଜାର ଯାଇ ପୁଅ ବି ଫେରିଥିଲା ଘଡି ଇତ୍ୟାଦି ସାମଗ୍ରୀ ଧରି ବଜାର ରୁ ତ ବାପା କହୁଥିଲେ ତୁ କଣ ପାଇଲୁ ସେସବୁ ସାମଗ୍ରୀ? ମାଆ ହସୁଥିଲେ, ମନେ ପକାଉଥିଲେ ମହା ଭାରତ ର ଦୃଶ୍ୟାବଳି ଆଉ ଲୋକମୁଖେ କୁହା ଯାଉଥିବା ପଦେ କଥା "ଭୀମ ବଳ କୁଇନ୍ତା ଙ୍କୁ ଜଣା "ତଥାପି ବାପା କହି ଚାଲିଥିଲେ" କୁଶ "ଖଣ୍ଡେ ପକେଇ ଦେବାକୁ କହିଥାନ୍ତି, ତ ମାଆ କୁଶ ଆଣିଛି ପୁଅ କହି ଚଉରା ମୂଳ ଉଦେଶ୍ୟ ରେ ସିଡ଼ି ଚଢ଼ୁଥିଲେ ହସି ହସି, ହୃଦୟରେ ଭକ୍ତି ରେ ବୀର ହନୁମାନ ଙ୍କୁ ପ୍ରଣତି ଜଣାଇ, ପଣା ଇତ୍ୟାଦି ଭୋଗ ଲଗାଇବାକୁ ହେବ ଯେ.


Rate this content
Log in