Bidulata Sahoo

Others

3  

Bidulata Sahoo

Others

ଖୁସି

ଖୁସି

1 min
208


ଆମ ସାହିର ଝିଅଟିଏ |ପିଲାଦିନୁ ଘରେ ଯାହା ଖାଇବା ଜିନିଷ ଥାଏ ସେଥିରୁ ଟିକିଏ ନେଇ ଖାଇଦିଏ ଯେତେ ପଚାରିଲେ ମୋଟେ ମାନେନି |ସେଥିପାଇଁ ତାକୁ ଘରେ ସମସ୍ତେ ପୁଷି ଡାକିଲେ |


ପୁଷି ଆସ୍ତେଆସ୍ତେ ବଡ ହେଲା |ପାଠ ପଢିଲା |କିନ୍ତୁ ତାର ଅଭ୍ୟାସ ବଦଳିଲାନି |ଏବେ ତାର ବାହାଘର ହୋଇଛି |ଶାଶୁଘରେ ତାର ଶାଶୁ ଶଶୁର,ନଣନ୍ଦ,ଦିଅରଓ ସ୍ୱାମୀ |ଘରକାମ କରିବାକୁ ଝିଅଟିଏ ଅଛି |


ଦିନେ ସେ ଗାଆଁ ପୋଖରୀ ରୁ ମାଛ ମରାଗଲା | ତା ଶଶୁର ଗୋଟେ ବଡ ରୋହିମାଛ ଆଣିଲେ |ପୁଷି ଭାଜିଲା |ଭାଜିଲାବେଳେ ତାର ଭାରି ଲୋଭ ହେଲା |ପୁରୁଣା ଅଭ୍ୟାସ ବଶତଃ ସେ ସେଥିରୁ ପେଟିମାଛ ଭଜା ଦୁଇ ଖଣ୍ଡ ନେଇ ଖାଇଦେଲା |

ଶାଶୁ ଦେଖି ପଚାରିଲେ ତୁ ମାଛଭଜା କାହାକୁ ଦେଇଛୁକି ? ସେ ମନାକଲା |ଶାଶୁଙ୍କର ସନ୍ଦେହ ହେଲା ଚାକରାଣୀ ଉପରେ |ସେ ଭାବିଲେ ଆଜି ମାଛ ଚୋରେଇଲା କାଲିକି ଘରର ଟଙ୍କାପଇସା ଚୋରିକରିପାରେ |ଏହା ଭାବି ସେ ତାକୁ ବିଦା କରିଦେଲେ |


ଏବେ ସବୁକାମ ପୁଷି ଉପରେ |ସେ କାମ କରିକରି ଅତିଷ୍ଠ ହୋଇଗଲା |ସ୍ୱାମୀଙ୍କୁ ଆଉଗୋଟେ ଚାକରାଣୀ ରଖିବାକୁ କହିଲା |ସ୍ୱାମୀ କହିଲେ ଏ କରୋନା ସମୟରେ ଅଜଣା ଲୋକଙ୍କୁ ଘରେ ପୁରେଇବା ଉଚିତହେବନି |


ପୁଷି ଥରେ ତା ବାପଘରକୁ ଆସିଥିଲା |ତା ଶାଶୁ ମୋ ସାଙ୍ଗ ଦିନେ ସେ ମୋତେସବୁକଥା କହି କାନ୍ଦିଲା ଆଉଦିନେ ଏପରିକାମ କରିବ ନାହିଁ ବୋଲି ଶପଥ କରି ତା ଶାଶୁଙ୍କୁ ସେ ଚାକରାଣୀ କଥା କହିବାକୁ ମୋତେ ଅନୁରୋଧ କଲା |


ମୁଁ ତା ଶାଶୁଙ୍କୁ ଫୋନ୍ କରି କହିଲି ସମୁଦୁଣି ଜଗନ୍ନାଥ ଗୋଟିଏ ଭୁଲ ପାଇଁ ଲକ୍ଷ୍ମୀଙ୍କୁ ଛାଡିଥିଲେ ବୋଲି କେତେ ହଇରାଣ ହୋଇଥିଲେ |ତମେ ଏ ଗୋଟିଏ ସାଧାରଣ ଭୁଲ ପାଇଁ ଗରିବ ଝିଅଟାକୁ ଛାଡିଦେବା ଠିକ ହେବନି |ଆଜିକାଲି ସହଜେତ କାମ କରିବାକୁ ଲୋକ ମିଳୁନାହାନ୍ତି |


ସେ ଟିକିଏ ଭାବିଲେ ତାପରେ କହିଲେ ଠିକ୍ କଥା |ତାପରେ ସେ ଝିଅଟିକୁ ପୁଣି ଡକାଇଲେ 


ପୁଷି ଏବେଭାରି ଖୁସି |


Rate this content
Log in