ଖୋଲା ଆହ୍ୱାନ
ଖୋଲା ଆହ୍ୱାନ
ଅନନ୍ୟ ପ୍ରତିଭାର ଅଧିକାରୀ ହୋଇ ବି କେବେ ନା କେବେ ପୁଣି କାହାର ହିଂସା କ୍ରୋଧ ଲାଳସାର ଶିକାର ହୋଇ ମୃତ୍ୟୁକୁ କୋଳରେ ସବୁଦିନ ପାଇଁ ହଜିଗଲେ ରମାକାନ୍ତ ବାବୁ ।ହେଲେ ଛାଡ଼ି ଯାଇଥିଲେ ଅମୂଲ୍ୟ ସମ୍ପଦ ପୋଥି ।ଯାହାକୁ ଅନେକ ପରିଶ୍ରମ କରି ତାଳପତ୍ରରେ ଲେଖନୀ ମୁନରେ ଲେଖି ରଖିଥିଲେ ।
କିଛି ଅସହିଷ୍ଣୁ ମାନଙ୍କର ଚକ୍ରବ୍ୟୁହ ମଧ୍ୟରେ ଫସି ଯାଇଥିଲେ ।ସେତେବେଳେ ଶିକ୍ଷା ବ୍ୟବସ୍ଥା ଏତେ ସୁଦୃଢ଼ ନ ଥିଲା ସତ।ନିଜ ଅଭିଜ୍ଞତା ଏବଂ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଅନେକ ଧନଜୀବନ ନଷ୍ଟ ହୋଇଯାଉଥିଲା ।କିନ୍ତୁ କିଛି ଜ୍ଞାନର ସଦ ବ୍ୟବହାର କରି ବହୁତ ସୁଫଳ ବି ମିଳୁଥିଲା ।ଯେମିତି କି ଜଙ୍ଗଲର ଫଳ ମୂଳ ,ଚେର,ପତ୍ରରେ ଅସାଧ୍ୟ ସାଧନ ବି ହୋଇ ପାରୁଥିଲା ।ରମାକାନ୍ତ ଦାସ୍ ମହାପାତ୍ର ମଧ୍ୟ ସେଭଳି ଜଣେ କରିତକର୍ମା ।ଅନେକ ଜ୍ଞାନ ଗୁଣର ଅଧିକାରୀ ଥିଲେ।ବହୁତ ଲୋକଙ୍କୁ ନିଜ ଜ୍ଞାନ ବଳରେ ରକ୍ଷା କରିଥିଲେ ।ସେଥିପାଇଁ ସବୁରି ତୁଣ୍ଡରେ ତାଙ୍କ ପ୍ରଶଂସା ହେଲେ ତାଙ୍କ ବିପକ୍ଷବାଦୀ ଲୋକମାନେ ନାନା ଚକ୍ରାନ୍ତ କରି ତାଙ୍କ ବଂଶ ନାଶ କରିଦେଲେ ।କୂଳକୁ ବିହନ ସଦୃଶ ଏକା ରହିଯାଇଥିଲା ରଞ୍ଜିତା ,ଯିଏ ମାମୁଁ ଘରେ ଆଈଙ୍କ ପାଖରେ ରହୁଥିଲା ।ସେଦିନର ସେଇ କୁନିଝିଅ ଆଜି କିନ୍ତୁ ପରିଣତ ବୟସରେ ଅବତୀର୍ଣ୍ଣ ହୋଇଛନ୍ତି ।ବାପାଙ୍କ ସାଇତା ସମ୍ପତ୍ତିକୁ ଖୁବ୍ ମନଧ୍ୟାନ ଦେଇ ଅଧ୍ୟୟନ କରୁଛନ୍ତି ଦୀର୍ଘ ବର୍ଷ ଧରି ।ସତେଯେମିତି ସେହି ପୋଥି ହିଁ ତା ଜୀବନର ସବୁ କିଛି।
ହେଲେ ତା'ର ଏହି ଅଧ୍ୟୟନକୁ ମାମୁଁ ଘର ଲୋକେ କେହି ପସନ୍ଦ କରନ୍ତି ନାହିଁ ।ତାକୁ ତା ଆଈ ତ ନିଜ ଜୀବନ ଠାରୁ ଆହୁରି ଭଲ ପାଆନ୍ତି ।ସେ ବି ବହୁତ ବିରକ୍ତ ହୁଅନ୍ତି ସେ ପୋଥି ଧରି ବସିଲେ ।ପୋଥି ଧରିବା ମାତ୍ରେ ଆଈ ଆରମ୍ଭ କରନ୍ତି ବାପା ମାଆଙ୍କ ଇହଲୀଳା ସମ୍ବରଣର କାହାଣୀ ।ସେଥିପାଇଁ ରଞ୍ଜିତା ରାତିରେ ସମସ୍ତେ ଶୋଇ ଗଲା ପରେ ବହୁତ ସମୟ ସେହି ପୋଥିରେ ମନୋନିବେଶ କରିଥାଏ।
ହଠାତ ସେ ଏକ ଚମତ୍କାରୀ ଗୁଣ ଆବିଷ୍କାର କଲେ ପୋଥିରୁ ।ଏକଥାକୁ ସେ ଆଈକୁ ବି କହିଲେ ।ହେଲେ କେହି ହେଲେ ତା କଥା ବିଶ୍ଵାସ କଲେ ନାହିଁ।କେହି କେହି ଥଟ୍ଟା ପରିହାସ କରି କହିଲେ କି ,ଓଃ ସତେ ଯେମିତି କୋଇ ମିଲ୍ ଗୟା କାହାଣୀ ଭଳି ହୋଇଗଲା କି ଆଉ ।
ସମସ୍ତଙ୍କ କଥା କିନ୍ତୁ, କୌଣସି ପ୍ରଭାବ ପକାଇ ନ ଥିଲା ରଞ୍ଜିତା ଉପରେ ।ସେ ଧୀରେ ଧୀରେ ବାପାଙ୍କ ଭଳି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଗଲା ।
କଥା ହେଲା ଏୟା ଯେ ,କିଛି ମନ୍ତ୍ରକୁ ପଢି ପଢି ,ସାଧନା କରି କରି ସେହି ମନ୍ତ୍ର ବଳରେ ଅସାଧ୍ୟ ରୋଗ ଭଲ ହୋଇ ଯାଉଥିଲା ।ସେ ଛୁଇଁ ଦେଲେ ,ଧରି ଦେଲେ ରୋଗ ଉଭାନ ହୋଇ ଯାଉଥିଲା ।ତେଣୁ ଏସବୁ ବର୍ତ୍ତମାନ ସମୟରେ ଯଦିଓ ସମ୍ଭବ ନୁହେଁ ତଥାପି ସମ୍ଭବ କରି ଦେଖାଉ ଥିଲା ରଞ୍ଜିତା ।କିଛି ଲୋକଙ୍କ ଅବିଶ୍ୱାସ ବି ସର୍ବସମ୍ମୁଖରେ ବିଶ୍ଵାସ ଭାଜନ କରାଇଲା ।ତଥାପି ସେ ସାମ୍ପ୍ରତିକ ସମୟର ଚକ୍ରବ୍ୟୁହ ମଧ୍ୟରେ ।ସେ ସମସ୍ତଙ୍କୁ ଆହ୍ୱାନ କରୁଛି କି ତୁମେ ମାନେ ମୋତେ ଯାହା ପରୀକ୍ଷା କରୁଛ କର,ଏହା ସତ୍ୟ ଯେ ମୋ ପାଖରେ ଅଦୃଶ୍ୟ ଶକ୍ତି ଅଛି।ଯାହା ବ୍ୟବହାର କରି ମୁଁ ବହୁତ କିଛି କରି ପାରୁଛି ।କୋଇ ମିଲ୍ ଗୟା ଭଳି କୌଣସି ଜୀବକୁ ନେଇ ନୁହେଁ, କିନ୍ତୁ ସେହିଭଳି ଏକ ଚମତ୍କାରୀ ମନ୍ତ୍ର ଶକ୍ତିର ପ୍ରଭାବରେ ମୁଁ ମନ୍ତ୍ରିତ ହୋଇ ଯାଇଛି ।ଯେତେ ଦିନ ଯାଏ ମୋ ପାଖରେ ସେ ଶକ୍ତି ଅଛି ମୁଁ ସମସ୍ତଙ୍କର ମଙ୍ଗଳ ହିଁ ମଙ୍ଗଳ କରିବି ।ମୁଁ ଖୋଲା ଆହ୍ୱାନ କରୁଛି ସମସ୍ତଙ୍କୁ ।
