Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Aravinda Das

Others


5.0  

Aravinda Das

Others


ଖାସୀ

ଖାସୀ

2 mins 531 2 mins 531


ଭୀଷଣ ଭିଡ଼ ଥିଲା ମାଂସ ଦୋକାନ ସାମ୍ନାରେ।

"ନୂଆଖାଇ ବାସି ,ଘରେଘରେ ଖାସୀ" ସତେ ଯେମିତି ଏଇ ସ୍ଲୋଗାନ ପବନରେ ଉଡ଼ିବୁଲୁଥିଲା।

କାଲି ନବାନ୍ନ ଓ ଅନ୍ୟ ପାରମ୍ପରିକ ଖାଦ୍ୟ ପରେ ଆଜି ଆଇଁଷ ର ତଡ଼କା।

ପଦନା କାନରେ ପଡୁଥିଲା ଲୋକଙ୍କ କଥା ବାର୍ତ୍ତା," ଶଳେ ମାଂସ ଦୋକାନୀ ଗୁଡାକ ଆଜି ଡକାୟତ ପାଲଟି ଯାଇଛନ୍ତି।ଦିନ ଦି ପହର ରେ ଖୋଲାଖୋଲି ଲୁଟ !ପାଣି ମିଶାଉଛନ୍ତି ଆଉ ସୁନା ଭାଉରେ ବିକୁଛନ୍ତି।"

   ଖୁସି ହୋଇଗଲା ପଦନା।ଆଜି ତାହେଲେ ତାକୁ ଭଲ ଟଙ୍କା ମିଳିବ।ସାଇକେଲ ଆଗ ହ୍ୟାଣ୍ଡେଲ ରେ ଓହଳା ହୋଇଥିବା ବ୍ୟାଗରେ ପଶାଇଛି ଛେଳିକୁ।ସହରରେ ଅଧିକ ଦାମ ମିଳିବ।ଗାଁ'ରେ ରାଜାକ ପଠାଣ, ଛେଳିଟାକୁ ଶାଗ ମାଛ ମୂଲରେ କିଣିବାକୁ ଚାହୁଁଥିଲା।

   ଆଠ କିଲୋମିଟର ସାଇକେଲ ଚଳାଇଆସିଲାଣି ସେ।ସାମ୍ନାରେ ଠାକୁରାଣୀ ମନ୍ଦିର।ହାତ ଯୋଡି ମାନସିକ କଲା ପଦନା।

- ମା,ଲୋ ଭଲ ରେଟରେ ଛେଳି ଗଲେ ଆଜି ଫେରିଲା ବେଳକୁ ନଡ଼ିଆ ବାଡେଇବି।

  ବ୍ୟାଗ ଭିତରୁ କରୁଣ ଚାହାଣୀରେ ଅନାଇଥିଲା ଛେଳି।ଠାକୁରାଣୀ ମନ୍ଦିର ଆଡ଼କୁ ଅନାଇ ମେଁ କିନା ଚୋବାଇ ଉଠିଲା।

   ସତେ ଯେମିତି ଆକୁଳ ପ୍ରାର୍ଥନା କରୁଥିଲା।ସମସ୍ତେ କୁହନ୍ତି ମା ଭାରି ପ୍ରତ୍ୟକ୍ଷ।ଡାକିଲେ ଓ ବୋଲି କୁହନ୍ତି।ତା ଡାକ କଣ ଶୁଣିବେ ମା ? 

- ମୋ ଜୀବନ ଆଜି ବଞ୍ଚା ମା।"ମେଁ ମେଁ ସ୍ୱରରେ ସତେ ଯେମିତି କହୁଥିଲା।ହେଲେ ଆଜି ସେ ବଞ୍ଚିଲେ, ପ୍ରତିବଦଳରେ କଣ ଦେବ ମା'ଙ୍କୁ ?

  ମାଂସ ହାଟରେ ପହଁଚିଲା ପଦନା।ଗୋଟିଏ ଦୋକାନରୁ ଆଉ ଗୋଟାଏ ଦୋକାନ।ସବୁଠି ସେଇ ଗୋଟିଏ ଉତ୍ତର ପାଉଥିଲା ପଦନା।

- ଆଜି ସମସ୍ତଙ୍କର ଖାସୀ ଦରକାର।ତୁ ତ ବୁଢ଼ୀ ଛେଳି ନେଇକି ଆସିଛୁ।ଖାସୀ ନେଇକି ଆସେ।

- ଖାସୀ କେଉଁଠୁ ଆଣିବି ?ଯାହା ଦାମ ଦେଉଛ ଦିଅ,ଏଇଟାକୁ ନିଅ।

- ପାଗଳ ହେଲୁକି ?ବୁଢ଼ୀ ଛେଳି କାଟିଛୁ ବୋଲି ଲୋକେ ଜାଣିଲେ, ଆମ ଦୋକାନ ମାଟି ମାଡିବେନି।ଯା ଏଠୁ।

  ଖୁସି ହୋଇଗଲା ଛେଳି।ଭଲ ହୋଇଛି ସେ ଖାସୀ ହୋଇନି।

   ହତାଶ ହୋଇ ଗାଁ ରାସ୍ତାରେ ଫେରୁଥିଲା ପଦନା।ବାଟରେ ପଡ଼ିଲା ଠାକୁରାଣୀ ମନ୍ଦିର।

   ମୁଣ୍ଡରୁ ଝାଳ ପୋଛି ପଦନା ଧୀର ସ୍ୱରରେ କହିଲା," ମାର୍କେଟରେ ଖାସୀଙ୍କ ଡିମାଣ୍ଡ ରଖି ମୋ ଡାକ ଶୁଣିଲୁନି ।କେହି ନେଲେନି।ନଡ଼ିଆ ଆଉ କଣ ବାଡେଇବି ?

  ଛେଳିଟା କୃତଜ୍ଞତା ସ୍ୱରୂପ ଵୋବାଇ ଉଠିଲା,

- ମେଁ,ମେଁ।(ସତେ ଯେମିତି ଠାକୁରାଣୀଙ୍କୁ ଧନ୍ୟବାଦ ଦେଉଥିଲା ତା ଜୀବନ ବଞ୍ଚାଇଲେ ବୋଲି।)

  ସାଇକେଲ ପେଡାଲ ମାରୁ ମାରୁ ପଦନା କହିଲା,"ମା ଲୋ, ଦଶହରାରେ ତୋତେ ବଳୀ ଚଢ଼ାଇବି ଏଇ ଛେଳିକୁ।"


  



Rate this content
Log in