କଦର୍
କଦର୍
ଗୋଟିଏ ମା ପେଟ ର ଭାଇ ହେଲେ ବି , ଅମନ୍ ପ୍ରତ୍ୟୁଷ ର ଉନ୍ନତି ଦେଖି ମୋଟେ ସହି ପାରୁନି ଈର୍ଷା ରେ ଜଳି ଯାଉଛି ପୁରା ।
ଏବେ ପ୍ରତ୍ୟୁଷ ପାଖରେ ଗୋଟେ ଓ୍ବାଗନର୍ କାର୍ ୟାମାହା ର ଷ୍ଟାଇଲିସ୍ ବାଇକ୍ ଆଉ ବିଳାସପୂର୍ଣ୍ଣ ଦୁଇ ମହଲା କୋଠା ବିବାହ ପରେ ଏବେ ପ୍ରଥମ ପୁଅକୁ ବର୍ଷେ ହେଲା ।
ଆଉ ଅମନ୍ ର ସେଇ ପୁରୁଣା ଚାଳି ଅଛି ଏବେ କେଇ ମାସ ହେବ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଅତି କଷ୍ଟେ ମଷ୍ଟେ ଘର ଦୁଇ ବଖରା କରିଛି ସେଥିରେ ପୁଣି ହାତ ଉଧାରି । ହିରୋ ହୋଣ୍ଡା ବାଇକ୍ କିଣିଛି ଯେ କିସ୍ତି ସୁଜା ସରିନି ଏ ପର୍ଯ୍ୟନ୍ତ ସେଥିରେ ଦୁଇ ଝିଅ ଗୋଟେ ପୁଅ ତାର ।
-------*-------*-------*--------*--------
ଏହାର ଠିକ୍ ପାଞ୍ଚ ବର୍ଷ ପୂର୍ବରୁ ଦୁଇ ଭାଇଙ୍କ ଅବସ୍ଥା ପ୍ରାୟ ସମାନ ଥିଲା ।
ଘରର ଆଭାବି ସଂସାରରେ ସୁଧାର ପାଇଁ ଦୁଇ ଭାଇ ପଦାକୁ ଗୋଡ଼ କାଢିଲେ । ପ୍ରତ୍ୟୁଷ ଲାଗିଥିଲା ଗୋଟେ ଘରୋଇ କମ୍ପାନୀରେ ବାର ଘଣ୍ଟା କୁ ସାଢେ ଛଅ ହଜାର ଦରମାରେ ।
ଆଉ ଅମନ୍ ରାଜମିସ୍ତ୍ରୀ କାମ କଲା ଯେହେତୁ ବାପାଙ୍କ ସହ ସବୁବେଳେ କାମରେ ସହଯୋଗ ପାଇଁ ଯାଉଥିଲା ତ ସବୁକିଛି ନହେଲେ ବି ବହୁତ କିଛି ଶିଖି ଯାଇଥିଲା । ପରେ ଅବଶ୍ୟ ଭଲ ମିସ୍ତ୍ରୀ ଟେ ହୋଇ ଗଲା ଦିନକୁ ୩୦୦ ପାରିଶ୍ରମିକ ସେ ପାଉଥିଲା ସେତେବେଳେ ।
ନିଜ ନିଜ କାମରେ ଉଭୟେ ବ୍ୟସ୍ତ ରହିଲେ । ରାଜମିସ୍ତ୍ରୀ କାମର ଦେଢ଼ ବର୍ଷ ଭିତରେ ଅମନ୍ ପସନ୍ଦ କରି ଝିଅଟେ ଘେନି ଆସିଲା ଘରକୁ । ନିଜ ସମ୍ମାନହାନୀକୁ ଡରି ଅଜାତିରେ ଝିଅଟେ ଘେନି ଆସିଥିବାରୁ ବାପାଙ୍କ ମନ ଉଣା ହେଉଥିଲେ ବି ସେ କିଛି ପ୍ରତିବାଦ କଲେନି କି କିଛି ଯୁକ୍ତି ତର୍କ । ଯାହାକୁ ବାହା ହେଉ ପଛେ ପୁଅ ତାଙ୍କର ଖୁସିରେ ରହୁ ଏହା ଭାବି ହସି ହସି ବାପା ମାଆ ଦୁହେଁ ପୁଅ ବୋହୁକୁ ପାଛୋଟି ନେଲେ ଘରକୁ ।
କିନ୍ତୁ କିଏ ଜାଣିଥିଲା ବିବାହ ପରେ ଅମନ୍ ଏମିତି ବିଗିଡି ଯିବ ବୋଲି । ନିଜର ସୁନ୍ଦରିଆ ସ୍ତ୍ରୀ ଭରପୁର ଖୁସି ର ସଂସାର କୁ ହତାଦର କରି , ରୋଜଗାର ଟଙ୍କା ପାରିଶ୍ରମିକ ର ମୂଲ୍ୟ ନବୁଝି ଟଙ୍କା ସବୁକୁ ଅଯଥା ଖର୍ଚ୍ଚ କରି ମଦ ଜୁଆ ରେ ଉଡେଇ ମଦୁଆ ବାତେରା କୋଢିଆ ସାଙ୍ଗ ମାନଙ୍କ ସହ ମିଶି ନିଜର ଜୀବନ ଶୈଳୀ ସଂପୂର୍ଣ୍ଣ ଅସଜଡା କରିଦେଲା ଅମନ୍ ।
ଏପଟେ ପ୍ରତ୍ୟୁଷ ଯଥେଷ୍ଟ ପରିଶ୍ରମ କରି ନିଜ ଭବିଷ୍ୟତ କୁ ସୁଦୃଢ କରିବା ପାଇଁ ପଇସା କୁ ଅବାଟରେ ଖର୍ଚ୍ଚ ନକରି ସବୁବେଳେ ସଂଚୟ କରୁଥାଏ । ଜୀବନରେ ବହୁତ କିଛି କରିବା ପାଇଁ ଆଶା ରଖିଥାଏ । ଭବିଷ୍ୟତ ଯେମିତି ଅର୍ଥାଭାବରୁ ଅନ୍ଧକାର ମୟ ନହେବ ସେଥିପ୍ରତି ବେଶ୍ ଯତ୍ନବାନ ଥାଏ ପ୍ରତ୍ୟୁଷ ।
ଆଉ କ'ଣ ଥାଏ ବାସ୍ ପାଞ୍ଚ ବର୍ଷ ପରେ ସମୟ ହିଁ ପ୍ରମାଣ ଦେଇ ଦେଲା ଉଭୟଙ୍କୁ । ପଇସାକୁ ଯତ୍ନ ସହକାରେ ସଂଚୟ ନକରି ତାକୁ ଅବାଟରେ ଅଯଥା ଖର୍ଚ୍ଚ କଲେ କ'ଣ ଅସୁବିଧା ହୁଏ ? ଆଉ ପଇସା କୁ ଯତ୍ନ ସହକାରେ ଉଜ୍ଜ୍ବଳ ମୟ ଭବିଷ୍ୟତ ପାଇଁ ସାଇତି ରଖିଲେ କଣ ଲାଭ ହୁଏ ?
------*-------*-------*----------*--------
ଏବେ ସାନ ଭାଇ ପ୍ରତ୍ୟୁଷ ଯେତେବେଳେ କାର୍ ଫାଟକ ଖୋଲି ଓହ୍ଲେଇ ପଡେ , ଯେତେବେଳେ ତା ସ୍ତ୍ରୀ ଗୋଡ଼ ଠୁଁ ମୁଣ୍ଡ ଯାଏ ସୁନା ଗହଣା ରେ ଚମକୁଥାଏ । ଯେତେବେଳେ ତାଙ୍କ ଦ୍ଵିତୀୟ ମହଲା କୋଠା କରିଡର୍ ରେ ତା ପରିବାର ସହ ସେ ଖୁସି ମନଉଥାଏ ।
ତାକୁ ଦେଖି ଅମନ୍ ବିଲକୁଲ ସହି ପାରେନି ମନେ ମନେ ଭାବୁଥାଏ । କାସ୍ ମୁଁ ବି ପ୍ରତ୍ୟୁଷ ଭଳି ପଇସା କୁ ଯତ୍ନ ସହକାରେ ସଂଚୟ କରି ନିଜ ଅତୀତ ଟାକୁ ସୁନ୍ଦର ଭାବେ ସଜାଡି ଥାନ୍ତି କି , ତେବେ ବର୍ତ୍ତମାନ ମୋର ଅସଜଡା ପରିବର୍ତ୍ତେ ଢେର୍ ସୁଖ ପ୍ରଦ ଆଉ ସହଜ ହୋଇ ପାରିଥାନ୍ତା
କାସ୍....... ମୁଁ ପ୍ରତ୍ୟୁଷ ପରି ସେତେବେଳେ ଟଙ୍କା ର କଦର୍ କରି ଥାଆନ୍ତା କି ।