କବୀଟିଏ ନା ଗାଳ୍ପିକଟିଏ
କବୀଟିଏ ନା ଗାଳ୍ପିକଟିଏ
କବିତା ହେଉ କି ଗଳ୍ପ ଲେଖିବାକୁ ମୋତେ ଭାରୀ ଭଲ ଲାଗେ ।ମୁଁ ଜାଣିନି ମୁଁ କବୀଟିଏ ହେବି ନା ଗାଳ୍ପିକଟିଏ ।କିନ୍ତୁ ଲେଖିଚାଲେ ମୋ ମନକୁ ଯାହା ଆସେ ।
ଦିନକର କଥା ଚିଲିକା ଭଳି ଦର୍ଶନୀୟ ସ୍ଥାନକୁ ବୁଲିବା ପାଇଁ ଯାଇଥିଲୁ ଏବଂ ସେଠାର ମନଲୋଭା ପ୍ରକୃତିକୁ ଦେଖି ଏ ଯାବତ୍ ମୁଁ ତାହା ଉପରେ ନା ଗଳ୍ପ ଲେଖିପାରୁଛି ନା କବିତା ।ତା ଉପରେ ଲେଖିବା ପାଇଁ ହେଲେ ପ୍ରଫେସନାଲ ଲେଖକଟି ହୋଇଥିବା ଦରକାର ।
ହେଲେ ମୁଁ ତ ସେଇୟା ନୁହଁ ।ତଥାପି ଭଗବାନଙ୍କ ପାଖରେ ନିତି ନେହୁରା ହୁଏ ମୋତେ ଚିଲିକା ବିଷୟରେ ଲେଖିବା ପାଇଁ ମୋ ହାତକୁ ବଳିଷ୍ଠ ଓ ମୋ ମନକୁ ଶଦ୍ଦ ଚାତୁରିରେ ଭରିଦିଅ ପ୍ରଭୂ ।
ପ୍ରତିଦିନ ଭାବେ କାହିଁକି ଲେଖିପାରିଲିନି କିନ୍ତୁ ଆଜି ମୋ ମନ କହିଲା ତୁ ନିଶ୍ଚୟ ଲେଖିପାରିବୁ ହେଲେ ଧୈଯ୍ୟ ଦରକାର ।କିଛି ସମୟ ଦରକାର ।
ମନକୁ ପଚାରିଲି ଠିକ ଅଛି ଅପେକ୍ଷା କରିବି ଯେ କହ ତ ମୁଁ କବୀଟିଏ ହେବି ନା ଗାଳ୍ପିକଟିଏ ?
ମନ କହିଲା ଆରେ ତୁମ ଇଚ୍ଛା ।ତୁମେ ଦୁଇଟିଯାକ ହୋଇପାରିବ ।ହେଲେ ଶଦ୍ଦ ଜ୍ଞାନ ନିତି ଆହରଣ କର ।