କାଠ କଣ୍ଢେଇ
କାଠ କଣ୍ଢେଇ
ପିଲାଟି ବେଳରୁ ତାକୁ ଦେଖି ଆସୁଛି ଗାଁ ମନ୍ଦିରରେ, ସେତେବେଳୁ ଯେତେ ମୁଁ ଦିଅଁ ବୋଲି କଣ ଜାଣି ନଥିଲି। ମୁଁ ଦେଖେ ଗରୁଡ଼ସ୍ଟମ୍ଭ ଆର ପଟୁ, ଚକା ଚକା ଆଖିରେ କେହି ଜଣେ ମୋତେ ଦେଖୁଛି। ପାନ ଖାଇ ନାଳିଆ ହସରେ ମୋତେ ହାତ ଠାରି ଡାକୁଛି। ସତେ କି ମୁଁ ଗଲେ ମୋତେ ନେଇ କୋଳରେ ବସେଇ ଗେଲ କରିବ। ଗପ କହିବ, ଜହ୍ନ ରାଇଜକୁ ବୁଲେଇ ନେବ। ମୋର ଭାରି ଇଚ୍ଛା ହୁଏ ତା ନାକରେ ଝୁଲୁଥିବା ନକୁଆସି କୁ ହାତରେ ଛୁଇଁବାକୁ। ବୋଉ କୁ କହିଲି, ମୋ ପାଇଁ ଏମିତି କଣ୍ଢେଇ ଟେ ଆଣି ଦେ। ବୋଉ କହିଲା, ସେମିତି କହନି, ସେ ପରା ଦିଅଁ। ବାପା ଙ୍କୁ କହିଲି, ବାପା ମୋର ଭାରି ସ୍ନେହୀ, ବୋଉ ଠୁ ବେଶୀ। ସେ କହିଲେ, ଏଥର ମେଳାରୁ କିଣି ଦେବେ। ମନ୍ଦିର ଯିବା ଆଉ ଯାଇ ତାକୁ ଦେଖିବା, ମୋ ପାଇଁ ନିହାତି ଜରୁରୀ ହୋଇ ପଡିଲା। ମୁଁ ଏବେ ସେ ଚକା ଆଖିରେ ଆଖି ମିଶେଇ କଥା ହୁଏ ଚୁପ ଚୁପ, କାଳେ କିଏ ଶୁଣି ଦେବ ମୋ କଥା। ମୋତେ ଲାଗେ ସେ ବି ଯେମିତି ଏବେ ମୋ ବାଟ ଚାହିଁ ବସିଥାଏ। ମୋତେ ଦେଖି ହସି ଦିଏ, ଆଉ କହେ, ଆଜି ତୋର ଏତେ ଡେରି। ମୋ କଥା ତୋର କଣ ମନେ ପଡୁନି? ସେ କି ଜାଣେ, ତା ନାଁ ରେ ଏ ଜୀବନ ଟା କେବେ ଠୁ ଲେଖିଦେଇଛି ମୁଁ। ମୁଁ ଗରୁଡ଼ସ୍ଟମ୍ଭ କୁ କୁଣ୍ଢେଇ କହିଦିଏ ମୋ ମନ କଥା। ଝିଅ ଜନମ , ପର ଘରକୁ ଜାଣେ ମୁଁ। ହେଲେ ତା ଠୁ ଦୁରେଇ ଯିବାର ସାହସ ମୋ ଭିତରେ ନାହିଁ। ବାପା ଆଣିଦେଇଥିଲେ କାଠ ମୂର୍ତ୍ତି ଟିଏ। ମୁଁ ତାକୁ ପାଖରେ ରଖେ, ରାତିରୁ ଉଠିକି ଦେଖେ, ସେ ସେମିତି ଚାହିଁଥାଏ। ମୁଁ କହେ,ଶୋଇନୁ? ସେ କହେ, ତୁ ଶୋ, ମୁଁ ଦେଖୁଛି ତୋତେ। ମୋତେ ସହଜେ ନିଦ ହୁଏନି। ମୁଁ କହେ, ଚାଲ ଗପିବା ଆମେ। ସେ ହସି ଦିଏ, କହେ ଶୋଇ ପଡ। ସକାଳେ ଅନେକ କାମ ତୋର।
ସତରେ ସକାଳେ ପୃଥିବୀ ଟା ମୋ ପାଇଁ କେମିତି ବଦଳି ଯାଇଥିଲା। କେମିତି କଣ ହେଲା, ବାପା ଛାଡି ଚାଲିଗଲେ।
ଆମେ କେମିତି ବଂଚିବୁ କେମିତି ପାଠ ପଢିବୁ??!ଆମେ ତିନି ଭଉଣୀ ଛୋଟ ଛୋଟ ପିଲା ବୋଉ କେମିତି ଆମକୁ ସମ୍ଭାଳିବ ? ତା ଉପରେ ବୋଉ ର ଭରସା, ସେ ତ ଆମ ଘରର ବଡ଼ପୁଅ, ଆମ ତିନି ଭଉଣୀ ଙ୍କ ଭାଇ। ଆଉ ମୋ ଜୀବନ। ପାଠ ପଢା ମୋର ସରିଲା graduation complete ହେଇଗଲା ଏବେ ମୋ ବାହା ଘର ଗୋଟେ ପ୍ରସ୍ତାବ ଆସିଲା ଶ୍ରୀକ୍ଷେତ୍ର ରୁ ନରେନ୍ଦ୍ର ପୋଖରୀ ପାଖରେ ତାଙ୍କ ଘର । ଭାରି ଖୁସି ମୁଁ ତା ପାଖକୁ ମୁଁ ସାରା ଜୀବନ ପାଇଁ ଚାଲିଯିବି। ବାକି ଜୀବନ ତୋ ସାନ୍ନିଧ୍ୟ ରେ କଟିଯିବ ଏଇ ଆଶା ଟିକକ ନେଇ ମୁଁ ବେସ ଖୁସି ଥିଲି। ହେଲେ ଦୁର୍ଭାଗ୍ୟ ମୋର ପ୍ରସ୍ତାବ ଭାଙ୍ଗିଗଲା ଭାଇଟେ ନାହିଁ ବୋଲି ମନା କରିଦେଲେ ସେମାନେ !! ଶେଷରେ ଆଉ ଗୋଟେ ପ୍ରସ୍ତାବ ଆସିଲା ବାହାଘର ବି ଠିକ ହେଇଗଲା ମାଘ ସପ୍ତମୀ ଦିନ ବାହାଘର ଏବେ ମୁଁ ଭୁବନେଶ୍ୱର ଚାଲିଯିବି ,ମା ଆଉ ଭଉଣୀ କଥା ବୁଝିବ ସେ ସବୁ ତାରି ଭରଷା ରେ!
ଚାଲି ସିନା ଆସିଲି ଭୁବନେଶ୍ୱର, ହେଲେ ମୋ ଘରେ ରହିଗଲା ମୋ ପିଲାଦିନ ସାଥି। ପିଲାବେଳେ ଲାଗୁଥିଲା ସେ ମୋ କାଠ କଣ୍ଢେଇ, ଏବେ ଲାଗୁଚି ମୁଁ ତା ହାତର କଣ୍ଢେଇ ବୋଲି। ବାପା ଙ୍କ ସାଙ୍ଗେ ଯାଇଥିଲି ପୁରୀ କେବେ, ମନେ ନାହିଁ। ସେଠିକା ପାଣି ପବନ ମାଟି ସବୁ ତା କଥା ମୋତେ କହିଲେ। ସେମାନେ ସବୁ ଠିକ ମୋ ପରିକା। ତା ଚାରିପଟେ ଘୁରୁଥାଏ ମୋ ଛୋଟିଆ ସଂସାର, ଦୁଃଖ ବେଳେ ଉହୁଃ ବେଳେ ଅନେ ପଡ଼ିଯାଏ ତାରି କଥା। ପୁଣି ଧାଇଁ ଆସି ଆଉଁସି ଦିଅନ୍ତାନି ସେ। ବାପା ଙ୍କ କଥା ଭାରି ମନେ ପଡୁଛ
ି !! ଭାରି ମନ ହେଲା ଦିନେ, ଲାଗିଲା ଯେମିତି ନ ଗଲେ ଆଉ ବଞ୍ଚିବିନି। ନାରୀ ଜୀବନର ଦୁଃଖ, ଅନେକ। କାହିଁ ମୋତେ ବୁଝିପାରିବା ପରି ମଣିଷ ଟେ ଏଯାଏ ପାଇଲିନି। ଯାହା ହାତ ଧରିଛି, ସେ ଭଲ ମଣିଷ। ହେଲେ କାହିଁକି କେଜାଣି ଜୀବନ ଟା ଯନ୍ତ୍ରବତ। କର୍ତ୍ତବ୍ୟ ବୋଧର ନାଲିଫିତା ତଳେ ଚାପି ହୋଇଯାଏ ମନ ତଳର କଥା। ଅନେକ କଥା, ଯାହା ସେ ବୁଝେ ଆଉ ମୁଁ।
ବର୍ଷେ ହେବ ଯାଇଥିଲି ଶ୍ରୀକ୍ଷେତ୍ର, ମନ ପୁରେଇ ଦେଖିବା ର ଲାଳସା ନେଇ, ହେଲେ ମନ୍ଦିର ବନ୍ଦ ଥିଲା। ଅନେକ କିଛି ବାକି ରହିଗଲା ଯେମିତି। ପ୍ରତି ଥର ତାକୁ ଦେଖିଲେ ବି ମନ ପୁରେନି ମୋର। ଫେରି ଆସିଥିଲି, ବ୍ୟଥିତ ମନଟେ ନେଇ। ହେଲେ, ତା ର ବୋଧେ ମୋ ପାଖେ କାମ ପଡିଲା, ପୁଣି ଡାକିନେଲା ପୁରୀ,ଏଇ ଓଢଣ ଷଷ୍ଠୀ ଦିନ।
ବଡ ଦାଣ୍ଡରେ ପାଦ ଥୋଇ ନୀଳଚକ୍ର କୁ ଦର୍ଶନ କରିବି ଅବଢ଼ା ଖାଇ ସବୁ ଦୁଃଖ କହିବି !! ଖବର ଆସିଲା,ଆଜି ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କୁ ଘୋଡ଼ ଲାଗି ହଉଚି ଅବଢ଼ା ବାହାରିବା ବିଳମ୍ବ ହବ । ଜଣେ ପ୍ରତିହାରୀ ସେବକଙ୍କ ଙ୍କୁ କହିଥିଲି ଫୋନ କରିକି ଯୋଗାଡ କରିବାକୁ । ଶେଷରେ ନିରାଶ ହେଲି ଅବଢ଼ା ମିଳିଲାନି ସେବକ କହିଲେ ମଧ୍ୟାନ୍ନ ଧୂପ ବସିଛି ଟିକେ ରୁହନ୍ତୁ ଆପଣଙ୍କୁ ନିଶ୍ଚୟ ଆଣି ଦେବି ବେଳ ଆସିକି ୨.୩୦ଖରା ଜୋରେ ଗହଳି ରେ ସିଂହଦ୍ଵାର ରେ ଲାଗିଛି ପତିତପାବନ ଙ୍କୁ ଦେଖି ସମସ୍ତେ ଫେରୁଥାନ୍ତି ମନକୁ ବୁଝେଇକି ମୁଁ ସେଠି ଅପେକ୍ଷା କରିଥାଏ ।ହଠାତ phone ଆସିଲା ଟିକେ ଆଗକୁ ଆସନ୍ତୁ ପ୍ରସାଦ ନେଇଯିବେ ,ଅନେକ ଖୋଜି ପାଇଲି ସେ ସେବକ ଙ୍କୁ । ପ୍ରସାଦ ପାଇଲି ଖୁସି ହେଲି । କାହିଁକି କେଜାଣି ଲାଗୁଥାଏ ଯେମିତି ମତେ ଗୋଟେ ବହୁତ ବଡ ଜିନିଷ ମିଳିଗଲା।ଖୁସି ଲାଗୁଥାଏ। ତାପରଦିନ ଘରକୁ ଆସିଲି। ଆସିଲା ପରେ ସେ ସେବକ ଜଣକ ଙ୍କୁ ମୁଁ ମୋ ଦୁଃଖ ଜଣେଇଲି ।ଲାଗିଲା ଏମିତି ଯେମିତି ମୁଁ ମହାପ୍ରଭୁଙ୍କୁ ମୋ ସବୁ ଦୁଃଖ କହୁଛି। କିଛି ଦିନ ଗଲା ଏପରି ଭାବରେ ଆମେ ଦୁହେଁ ବାନ୍ଧି ହେଇଗଲୁ। ଯେମିତି ବହୁତ ଆଗରୁ ମୁଁ ତାଙ୍କୁ ଜାଣିଛି ସେ ମତେ ଜାଣିଛନ୍ତି ।ଏମିତି ଲାଗେ ଯେମିତି ପୂର୍ବ ଜନ୍ମରେ କିଛି ସମ୍ପର୍କ ଥିଲା ଆମର। ଦିନେ ମୁଁ ତାଙ୍କୁ କହିଲି ତୁମେ ମୋ ଶ୍ରୀକ୍ଷେତ୍ର ବନ୍ଧୁ ଆଜିଠୁ ।ମୋ biswas ତାଙ୍କ ଉପରେ ଥିଲା ମୁଁ ଅତି ଦୁଃଖରେ ଭାଙ୍ଗିପଡିଥିଲି, ଯେ ସେ ଆସିଲେ ତା ପୁଣି ସିଂହଦ୍ଵାର ରେ ପତିତପାବନ ଆଗରେ ଆମ ସାକ୍ଷାତ , ଏତିକି ପ୍ରାର୍ଥନା ବନ୍ଧୁ ଜୀବନରେ ମତେ କେବେ ଏକୁଟିଆ କରିଦେବନି ବନ୍ଧୁ,ଏଇ ଦାରୁଣ ଦୁଃଖ ଥିବାରେ, ହନ୍ତସନ୍ତ ଜୀବନ ଭିତରେ ସେ ହିଁ ବଞ୍ଚିବାର ରାହା, ସେ ବୁଝିଛି ମୋ ଦୁଃଖ, ପଠେଇଛି ତାଙ୍କୁ। ବନ୍ଧୁ ପୁଣି ଏମିତିକା, ଯାହା ପାଖେ ଜୀବନର ତମାମ ଦୁଃଖ ମୁଁ କହିପାରେ, ଆଉ ସେ ଶୁଣେ, ଶୁଣିକି ଉତ୍ତର ବି ଦିଏ। ଭଲମନ୍ଦ ବୁଝେଇ କହେ, ସାହସ ଦିଏ, ମୋର ସାହାରା ହୋଇ ଠିଆ ହୁଏ। ସତରେ, ଦରଦୀ ବନ୍ଧୁ ଟେ ଟେ ମୋର। ଆଜି ତାଙ୍କ ଭିତରେ ମୁଁ ଦେଖେ ମୋ ପିଲା ବେଳର ସାଥି କୁ। ଗାଁ ମନ୍ଦିରରେ ରହି ଯାଇଥିବା ଆମର ସେ ଭାବ ପୁଣି ଯୋଡି ହୋଇ ଯାଇଛି। ସବୁ ଦୁଃଖ ଭୁଲି ହେଇଯାଉଛି । ଜାଣିନି ଜୀବନ ର ରାସ୍ତା କେଉଁଠି ସରୁଛି, ହେଲେ ବନ୍ଧୁତା କୁ ଆଶ୍ରା କରି ବାକି ଜୀବନ କାଟି ଦେବି। କିଛି ପ୍ରାପ୍ତିର ଆଶା ନାହିଁ, ସବୁ ତ ପାଇଛି ମୁଁ। ଏବେ ବି ମନେ ପଡେ ବାପା ଦେଇଥିବା କାଠ କଣ୍ଢେଇ କଥା, କେହି ଆସି ଦେଖି ଯାଅ, ସେ କାଠ କଣ୍ଢେଇ ଟି ମୋ ବିଶ୍ୱାସ , ମୋ ଭଲ ପାଇବା ରେ କେମିତି କଥା କୁହା କଣ୍ଢେଇ ହୋଇ ଯାଇଛି।