STORYMIRROR

Sunanda Mohanty

Others

2  

Sunanda Mohanty

Others

କାନ୍ଦ

କାନ୍ଦ

1 min
96

ଧଇଁ ସଇଁ ହୋଇ ଜୋଇଁ ଫୋନ କଲେ, କଣ ପୁଅ ଧଇଁ ସଇଁ ହେଇଯାଉଛ କଥା କହୁ କହୁ କଣ ହେଲା? ନାଇଁ ମମୀ, ସେ କାହିଁ କାନ୍ଦୁଛି, ମୋ ଝିଅ କାନ୍ଦୁଛି, କାହିଁକି, ପଚାରିଲେ କିଛି କହୁନି, ଗୁରୁବାର, ମାର୍ଗଶିର ମାଣବସା, ପୁଣି ସୁଦଶା ବ୍ରତ, ବହୁତ କାମ, ସେଇଥି ପାଇଁ କାନ୍ଦୁଛି ମୋ ଝିଅ, କହିଲା ନା, ସହଜେ କାଲି ରାତିରୁ ଧୁଆ ପୋଛା, ଝୋଟି ଚିତା ତ ଆଗ୍ରହ ରେ କରି ଦେଖାଉ ଥିଲା ଭିଡ଼ିଓ କରି, ତ କଣ ହେଲା, ମୋ ତଣ୍ଟି ଶୁଖି ଗଲା, ବାପାଙ୍କ ହୋସ ଉଡ଼ିଗଲା l

ଜୋଇଁ କହୁଥିଲେ ପୂଜା କରୁଛି ଆଉ କାନ୍ଦୁଛି, କଣ ଭକ୍ତି ରେ ଗଦଗଦ ହୋଇ କାଂଦୁଛିକି ମୋ ଝିଅ, ମୁଁ କାନ୍ଦେ ସେମିତି, ପୂଜା କଲା ବେଳେ, ମାଗେ ମାଆ କୁ, ତ କୁଡ଼ିଆ ଖଣ୍ଡକ ଥିଲା ବଲୁରି ର ବାସ, ଲଷ୍ମୀ ଦୟା କଲେ ହେଲା ଚନ୍ଦନ ଉଆସ, ତ ମୋ ଝିଅ କାନ୍ଦୁ, ପୁଣି ଝଟକା ଲାଗିଲା, ପୂଜା ପୂଜି ବେଳେ ଶୁଣେନି ମୋ ଛୋଟ ମୋଟ କଥା ବୋଲି ଗାଳିଦିଏ, କହେ ଶାଶୁ ଘର ଗଲେ କେତେକରିବୁ, ଭାବିବୁ, ସେଇଥିପାଇଁ କାନ୍ଦୁଛି କି ମୋ ଝିଅ !

   ଝିଅ କାନ୍ଦୁଥିଲା ଦୁଇ ବର୍ଷ ହେଲାଣି ଆସିନି ଘରକୁ, ନାତୁଣୀ ପେଟରେ ରହିଲା, ଆସିନଥିଲା, ତା ପରେ, କରୋନା ରେ ତ ସବୁ ଠପ, ନାତୁଣୀ ଜନ୍ମ ହୋଇ ବର୍ଷକର ପାଖାପାଖି ହେଲାଣି, ତଥାପି ଆଇ ଅଜା ହେଇ ଦେଖିନୁ ଆମେ, ସେଇଥିପାଇଁ କାନ୍ଦୁଥିଲା ଫୁଲି ଫୁଲି ଆଉ ମୁଁ ବି ସମ୍ଭାଳି ପାରିଲିନି, କାନ୍ଦିଲି ଫୋନ କରି ତ ଚୁପ ହେଇଗଲା ଝିଅ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍