STORYMIRROR

Bijayalaxmi Das

Children Stories Children

3  

Bijayalaxmi Das

Children Stories Children

କାହ୍ନାର ଖେଳ

କାହ୍ନାର ଖେଳ

2 mins
235


ଆପାର୍ଟମେଣ୍ଟର ଜଣେ ପଡୋଶୀ ଫୋନ୍ କରି ଡାକିଥିଲେ ଜନ୍ମାଷ୍ଟମୀ ପୂଜାକୁ।‌ମୁଁ ବି ନିଜେ ଜନ୍ମାଷ୍ଟମୀ ପୂଜା କରେ, ଯଦିଓ ଉପାସ ରୁହେ ନାହିଁଁ। ଶାଶୁ ଉପାସ କରନ୍ତି। ସକାଳେ ଜନ୍ମାଷ୍ଟମୀ ଦିନ ଘର ସଫା କରି ଫଳ ଓ ରାଶିଲଡୁ କାହ୍ନା ନିକଟରେ ଭୋଗ ଦିଆଯାଏ। ରାତି ପୂଜା ପାଇଁ ଦିନ ୪ଟାରୁ ପ୍ରସ୍ତୁତି ଆରମ୍ଭ ହୋଇ ଯାଏ। ଶାଶୂ ଙ୍କର ଯାହା ବରାଦ ଥାଏ ସଫା ଲୁଗା ପିନ୍ଧି ମୁଁ ରୋଷେଇରେ ଲାଗିଯାଏ କାହ୍ନାପାଇଁ।ପୁରି, ସୁଜିଖିରି, ସାଧା ତରକାରୀ ଓ ଲଡୁ ଇତ୍ୟାଦି ଭୋଗରେ ବାଢ଼ିବା ପାଇଁ କରାଯାଏ, ଆଉ ତା' ସାଙ୍ଗରେ କିଛି ଫଳ ବି ଵଢାଯାଏ। ରାତିରେ ପୁରାଣ ପଢି ଭୋଗ ଦେଇ ସାରିବା ପରେ ଘରଲୋକ ଖିଆପିଆ କରନ୍ତି।

ନିଜର ପୂଜାପୂଜି ସାରି ପଡୋଶୀଙ୍କ ଘରକୁ ପୂଜା ଦେଖିବାକୁ ଗଲି।ତାଙ୍କ ଘରେ ଖୁବ୍ ଜାକଜମକରେ ପୂଜା ଚାଲିଥାଏ। ଯେଉଁଠି କାହ୍ନା ବସିବ ସେ ସ୍ଥାନ ଫୁଲ ଓ ଲାଇଟ୍ ରେ ସଜାଯାଇଥିଲା। ବ୍ରାହ୍ମଣ ଆସି ପ୍ରଥମେ କାହ୍ନାକୁ ପଞ୍ଚାମୃତରେ ସ୍ନାନ କରାଇଲେ,ନାଭି କାଟିଲେ, ପୁନଶ୍ଚ କ୍ଷୀର ଓ ଲହୁଣୀରେ ସ୍ନାନ କରାଇ ନୂଆ କନାରେ ପୋଛାପୋଛି କରିଦେଲେ, ଯେମିତି ଏକ ଛୁଆ ଜନ୍ମହେଲାପରେ କରାଯାଏ ଠିକ୍ ସେହିପରି। ତା'ପରେ ନୂଆ ବସ୍ତ୍ର, ମୁକୁଟ, କାନରେ ନୋଳି ପିନ୍ଧାଇ ବ‌ଇଁଶୀଟିଏ ହାତରେ ଧରେଇ ଦେଲେ।ଇସ୍! କାହ୍ନା କି ସୁନ୍ଦର ଦେଖାଯାଉଥିଲା, ବର୍ଣ୍ଣନା ବି କରିହେବ ନାହିଁ।

ତା'ପରଦିନ ନନ୍ଦୋତ୍ସବ ଥିଲା। ସେ ଆଉକିଛି ଆରେଞ୍ଜମେଣ୍ଟ୍ କରିଥିଲେ ଓ ଆମକୁ ପୁଣି ଡାକିଥିଲେ। ସାଧାରଣ ସଜବାଜ ହୋଇ ମୁଁ ଚାଲିଲି ତାଙ୍କ ଘରକୁ। ସେଠାରେ ସେ ଖାଇବାପିଇବାର ବନ୍ଦୋବସ୍ତ କରିଥିଲେ। ଖାଇସାରିବା ପରେ ଏକ ଲଟେରୀ ଵକ୍ସରୁ ଗିଫ୍ଟ ଉଠାଇବାକୁ କହିଲେ, ଯେଉଁଥିରେ କି ମିଶାଗୋଳା ହୋଇ ବହୁତ୍ ସାରା ଗିଫ୍ଟ କାଗଜରେ ଗୁଡାହୋଇ ରଖାଯାଇଥିଲା। ସମସ୍ତେ ଗୋଟିଏ ଗୋଟିଏ ଉଠାଇ କରି ନେଲେ। ମୋର ପାଳି ପଡିବାଵେଳକୁ ମୁଁ ପୁରା ଉତ୍କଣ୍ଠିତ ହୋଇ ଅନାଇ ରହିଥିଲି। କ'ଣ ପଡ଼ିବ ମୋର ଲଟେରୀରେ ମୁଁ ସେୟା ଭାବୁଥିଲି।

କାହ୍ନାକୁ ଡାକିଲି ମନଭିତରେ,'କାହ୍ନାରେ!ମୋର ବେଶୀ କିଛି ଦରକାର ନାହିଁ, ମୋତେ ଏମିତି କିଛି ଜିନିଷ ଦେ, ଯେଉଁଟାକି ମୋର ଅତି ଦରକାର ହୋଇଥିବ।' ଭାବିଭାବି ମୁଁ ଥିର୍ କରି ଏକ ଗିଫ୍ଟ ଉଠାଇଲିକାଗଜଟି ଖୋଲି ଯେଉଁ ଜିନିଷଟି ମୋତେ ମିଳିଲା, ତାକୁ ଦେଖି ମୋର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ। ଜି।ମୋ ଛାତି ଖାଲି ଧକ୍ ଧକ୍ ହେଉଥିଲା ଜିନିଷଟି କ'ଣ ହୋଇଥିବ ଭାବି। ନିଷଟି ଥିଲା ଏକ ଛୋଟିଆ ପିତ୍ତଳ ଦୀପଟିଏ।

ଏଠାରେ ଦୀପ ଉପରେ ଆଉ ଏକ କାହାଣୀକୁ ମୁଁ କହୁଛି।ଚ‌ଉରା ନିକଟରେ ମୁଁ ଏକ ଛୋଟ ପିତ୍ତଳ ଦୀପ ଜଳାଏ, ଯେଉଁଟାକି ତଳକୁ ଖସିପଡ଼ି ତା'ର ଯୋଡେଇରୁ ଭାଙ୍ଗିଯାଇଥିଲା। ମୁଁ ମୋ ମିଷ୍ଟରଙ୍କୁ କହିଥିଲି,"ମୋ ଦୀପଟି ଭାଙ୍ଗିଯାଇଛି, ହାଟରୁ ଦୀପଟିଏ ଆଣିଦେଵ।ତା'ଙ୍କର କାର୍ଯ୍ୟ ବ୍ୟସ୍ତତା ହେତୁ ସେ ଭୁଲି ଯାଇଥିଲେ। ମୁଁ ବି ପୁଅର ପାଠପଢ଼ା ଓ ଘର କାମରେ ବ୍ୟସ୍ତ ରହି ବାହାରକୁ ଯାଇପାରୁନଥିଲି। ତେଣୁ ମାଟି ଦୀପ ଚ‌ଉରାନିକଟରେ ଦେଉଥିଲି।

କାହ୍ନା ଆଜି ମୋ ମନ କଥା ଜାଣି ମୋ ଜିନିଷଟି ମୋତେ ଦେଇଥିଲା, ପୁଣି ନନ୍ଦୋତ୍ସବରେ , ଯେଉଁଦିନ କି ମୋ ଜନ୍ମଦିନ ଥିଲା। ଭକ୍ତି ଓ କୋହରେ ମୋ ଆଖିରୁ କେବଳ ଲୁହ ଝରୁଥିଲା।ସତରେ ଭଗବାନ୍ ଙ୍କୁ ଭକ୍ତିର ସହ ମାଗିଲେ ସେ ସବୁ କିଛି ଦେଇଦିଅନ୍ତି।                 


Rate this content
Log in