Bijayalaxmi Das

Others

3.5  

Bijayalaxmi Das

Others

ଭ୍ରମଣ କାହାଣୀ...

ଭ୍ରମଣ କାହାଣୀ...

2 mins
149


ଭ୍ରମଣ କାହାଣୀ : ଭାଗ ୧~

ଉତ୍ତର ଭାରତ ଭ୍ରମଣ~

ମାମା' ! ଜୋରରେ ଡାକୁଥିଲା ସାନପୁଅ ପୁପୁନ୍। ରୋଷେଇ ଘରୁ ମୁଁ ଧାଇଁଆସିଲି କ'ଣ ହେଲା ବୋଲି। ବିରୁଡିଟାଏ ଉଡୁଥିଲା ଘର ଭିତରେ , ଆଉ ସେ ଡରିକରି ମୋତେ ଡାକ ଛାଡୁଥିଲା। ସାମାନ୍ୟ ଗୋଟେ ବିରୁଡି...ଆଉ ତୁ ଏମିତି ପାଟିକରି ଡାକ ଛାଡୁଚୁ... ରାଗିକି ମୁଁ ତାକୁ କହିଲି। ସକାଳୁ ଏମିତି ରାତିଯାଏଁ ମୁଁ ଧାଉଁଥାଏ ରୋଷେଇ ଘରୁ କାହାର ନା କାହାର ଫରମାଇସ୍ ପୂରଣ କରିବା ପାଇଁ ଅସ୍ତବ୍ୟସ୍ତ ହୋଇ। ମନ ଚାହୁଁଥାଏ କୁଆଡେ ପକ୍ଷୀଭଳି ଉଡି ବୁଲି ଆସନ୍ତିକି ଘଡ଼ିଏ...ଏ କାମରୁ କିଛି ବିରତି ନେଇ...

ଏମିତି ଅସ୍ତବ୍ୟସ୍ତ ହୋଇ ମୁଁ ଉଡିଯିବାକୁ ଚାହୁଁଥିବା ବେଳେ , ସଂଧ୍ୟା ସମୟରେ ମିଷ୍ଟର ମୋତେ ଜାମ୍ମୁକାଶ୍ମୀର ବୁଲିଯିବା ପାଇଁ ପ୍ରସ୍ତାବ ଦେଲେ। ଖୁସିରେ ପାଗଳ ହୋଇଗଲି ମୁଁ ...ଇସ୍ !!! କାଶ୍ମୀର ?? ଯାହାକୁ ଭୂସ୍ବର୍ଗ କହନ୍ତି...ସତରେ ମୋ ସ୍ୱପ୍ନ କ'ଣ ସତ ହେବ ? କେବେଠାରୁ ମୋର ଭାବନାରେ ଥିଲା କାଶ୍ମୀର ଭ୍ରମଣ ପାଇଁ , ଯା'ହେଉ ମିଷ୍ଟର ଏଥିପାଇଁ ପ୍ରସ୍ତାବ ତ ଦେଲେ !! କିନ୍ତୁ ସାନପୁଅ ମନାକଲା।

ନାଁ...ନାଁ , କାଶ୍ମୀର ନୁହେଁ , ସବୁବେଳେ ଗଣ୍ଡଗୋଳ ସେଠି , ଟେରୋରିଷ୍ଟ ଜାଗା...ଭାରି ଡରଲାଗେ ବୋଲି ସେ କହିଲା। ନାଇଁରେ , ଏବେ ସେଠାରେ ପରିସ୍ଥିତି ଭଲ‌ଅଛି , କିଏ ଜାଣେ ଆଗକୁ ପରିସ୍ଥିତି କ'ଣ ହେବ କହି ମୁଁ ବୁଝାଇଲି। ଏମିତି ତୁ...ତୁ , ମେ...ମେ... ହୋଇ ଶେଷରେ ଯିବା ନିଶ୍ଚିତ ହେଲା।

ଆମେ ପ୍ରାୟ ୫ବର୍ଷ ତଳେ ଯାଇଥିଲୁ। ଏହା ଏକ ପ୍ୟାକେଜ ଟୁର୍ ଥିଲା। ଆମ ପରିବାର ଯଥା : ବଡ଼ପୁଅ , ମୁଁ , ମିଷ୍ଟର ଓ ସାନପୁଅ ଥିଲୁ ଏହି ଯାତ୍ରାର ସଦସ୍ୟ। ପ୍ୟାକେଜ ଟୁର୍ ରେ ସେମାନେ ଖାଇବା , ରହିବା ସବୁକିଛି ବନ୍ଦୋବସ୍ତ କରିଦିଅନ୍ତି ନିର୍ଦ୍ଦିଷ୍ଟ ବଜେଟ୍ ରେ। ତେଣୁ ସେ ସବୁର ଚିନ୍ତା ନଥାଏ। ବାକି ରହିଲା ମେଡ଼ିସିନ୍। ପିଲାମାନେ ଗୋଟେ କାଗଜରେ ନୋଟ୍ କରି ଲେଖିଦେଲେ , ଯଥା ‌: ଜ୍ୱର , ଝାଡ଼ା , ବାନ୍ତି ଓ ମୁଣ୍ଡବ୍ୟଥା ବଟିକା , ମୁଭ୍ , ଆୟୋଡ଼େକ୍ସ , ବେଟାଡାଇନ୍ ଅଏଣ୍ଟମେଣ୍ଟ , ଭୋଲିନି ସ୍ପ୍ରେ , କିଛି ତୁଳା ଓ ବ୍ୟାଣ୍ଡେଜ୍। କେଉଁଆଡେ ବୁଲିବାକୁ ଯିବା ପୂର୍ବରୁ ମେଡିସିନ ସବୁ ନିହାତି ଭାବରେ ସାଙ୍ଗରେ ନେବା ଦରକାର।

ଯିଏ ଯାହାର ଜିନିଷ ପ୍ୟାକ୍ କରିବାରେ ଲାଗିଗଲୁ। କେଉଁ କେଉଁ ଜାଗାକୁ ଯିବାର ଅଛି ସେ ବିଷୟରେ ମିଷ୍ଟର ଆମକୁ ଟିକେ ଧାରଣା ଦେଇଦେଲେ। ଜୁନ୍ ମାସରେ ଯାଇଥିଲୁ ଆମେ। ଯାତ୍ରାଟି ଥିଲା ଏହିପରି :

           ୧୧/୬ - ଭୂବନେଶ୍ୱର - ଦିଲ୍ଲୀ (ଫ୍ଲାଇଟ୍)

           ୧୨/୬ - ଦିଲ୍ଲୀ - ଆଗ୍ରା (ଟାକ୍ସି)

           ୧୪/୬ - ଦିଲ୍ଲୀ - ଅମ୍ରିତସର୍ (ଫ୍ଲାଇଟ୍)

           ୧୫/୬ - ଅମ୍ରିତସର୍ - ଜାମ୍ମୁ (ଟ୍ରେନ୍)

           ୧୬/୬ - ଜାମ୍ମୁ - କାତ୍ରା (ଟାକ୍ସି)

           ୧୭/୬ - କାତ୍ରା - ଜାମ୍ମୁ (ଟାକ୍ସି)

           ୧୮/୬ - ଜାମ୍ମୁ - ଶ୍ରୀନଗର (ଫ୍ଲାଇଟ୍)

           ୨୨/୬- ଶ୍ରୀ ନଗର-ଦିଲ୍ଲୀ-ଭୂବନେଶ୍ୱର (ଫ୍ଲାଇଟ୍)

୧୧ ତାରିଖରେ ଆମେ ଦିନ ୧୨.୩୦ ରୁ ବାହାରିଲୁ। ମିଷ୍ଟର ଟାକ୍ସି ଡାକି ଆଣିଥିଲେ। ଦିନ ୨.୦୫ରେ ଫ୍ଲାଇଟ୍ ଥିଲା। ଅତି କମ୍ ରେ ଘଣ୍ଟେ ଆଗରୁ ରିପୋର୍ଟିଂ କରିବାକୁ ପଡେ। ଚେକ୍ ଇନ୍ ସରିଲା ପରେ ଆମେ ଅପେକ୍ଷା କରିଥିଲୁ ଉତ୍ସୁକତାର ସହ କେତେବେଳେ ଫ୍ଲାଇଟ୍ ଛାଡ଼ିବ ବୋଲି। ଶେଷରେ ଫ୍ଲାଇଟ୍ ଛାଡ଼ିବା ସମୟ ହେଲା। ଆମେ ପ୍ଲେନ୍ ଭିତରେ ଯାଇ ବସିଲୁ। ନିର୍ଦ୍ଦେଶ ଅନୁଯାୟୀ ସିଟ୍ ବେଲ୍ଟ ବାନ୍ଧିଲୁ। ଫ୍ଲାଇଟ୍ ଉପରକୁ ଉଠିଲା ପରେ ୱିଣ୍ଡୋ ବାହାରକୁ ଅନାଇ ମୁଁ ଭସା ବାଦଲର ଦୃଶ୍ୟକୁ ଉପଭୋଗ କରୁଥିଲି। ଦିନ ୪.୧୦ରେ ଆମେ ଦିଲ୍ଲୀରେ ପହଞ୍ଚିଲୁ। ଟ୍ୟାକ୍ସି ନେଇ ବୁକିଂ ହୋଇଥିବା ହୋଟେଲରେ ପହଞ୍ଚିଲୁ। ଏଠାରେ ରାତିରେ ରେଷ୍ଟ୍ ନେଇ ସକାଳୁ ଆଗ୍ରା ଯିବାର ଥିଲା।


Rate this content
Log in