STORYMIRROR

Disambar Meher

Children Stories Inspirational

3  

Disambar Meher

Children Stories Inspirational

ଜୋସ୍

ଜୋସ୍

2 mins
548

ସକାଲ ପାଏଲେ ମୁଲ୍ ହେସି ଟିଟୁର୍ କବାର୍ ବୁତା । ପହପହ ସକାଲୁ ତାର୍ ସାଇକେଲ୍ ବେଟିକରି ରେଲ୍ ଟେସନ୍ କେ ଜାଏସି ଆର୍ ଖବର କାଗଜ୍ ଆନିକରି ଲୋକର୍ ଘରକେ ବାଁଟି ଦେସି । ୧୦ ବଜା ଘରେ ଖାନା ବନାସି ,ଘରର୍ କବାର୍ ବୁତାକରି କରି ଫେର୍ ୪ ବଜା ସାଇକେଲ୍ ଧରିକରି ପୁରାନ୍ ବହି ,କାଗଜ୍ ପତର୍ ଘିନି ଜାଏସି ଗାଁ ଗାଁ ପରା ପରା ।

ଟିଟୁ ପୁରାନା ବହି,କାଗଜ ପତର୍ ଘରକେ ବେଲବୁଡା ଆନସି ଫେର୍ ଘରର୍ ଖାନା ବନାସି ,ତାର୍ ଦୁଖାଲି ମାଁର ସେବା ଜତନ୍ କର୍ସି ।ମାଁ ସୁଇପଡ୍ଲେ ସେ ଜେନ୍ ପୁରାନା ବହି ପତର୍ ଆନିଥିସି ସବୁକେ ମନ୍ ଦେଇକରି ପଡସି ଆର୍ ପଢି ସାର୍ଲେ ସବୁକେ କବାଡି ଦୁକାନକେ ବିକି ଦେସି ଆର୍ ଘରର୍ ଲାଗି ତୁନ୍ ଶାଗ୍ ଘେନି ଆନ୍ସି ।

ଦେନେକର୍ କଥା ଟିଟୁ ପୁରାନା କାଗଜ୍ ପତର୍ ଘିନି ବୁଲୁଥିଲା ।ଟିଟୁକେ ଦେଖିକରି ଦିକ୍ଷୀତ୍ ବାବୁ ଡାକ୍ଲେ "ଏ ବାବା ଆସତ ଆମର ନିକେ ବହୁତ ପୁରାନ ଖବର୍ କାଗଜ୍ ପଡିଛେ ନେଇ ଜିବ । ଟିଟୁ ଆସ୍ଲା ଆର୍ ସବୁ କାଗଜ୍ ପତର୍ କେ ବନ୍ଧାସଙ୍ଗା କଲା ଫେର୍ ତାର୍ ଆଏଁଖ୍ ନେ ପର୍ଲା ଗୁଟେ କରେନଟ୍ ଏଫିଆର୍ ,ଜେନେରାଲ ନଲେଜ୍ ବହି ଉପ୍ରେ । ଦିକ୍ଷୀତ ବାବୁକେ ଟିଟୁ କହେଲା ଆଜ୍ଞା ଇ ବହି ଭି ଦେଇ ଦିଅନ୍ ସଙ୍ଗେ ଉଜନ୍ କରିଦେମିନା ଆର୍ ପଏସା ଦେଇଦେମି ।ଦିକ୍ଷୀତ୍ ବାବୁ ନାଇଁ ବଏଲେ ,ଥାଉ ଇ ବହି ନାଇଁ ଦିଏଁ ,ମୁଇଁ ପଢବାର୍ ଅଛେ ।ଟିଟୁ ଭାଲ୍ଲା ଦିକ୍ଷୀତ୍ ଆଜ୍ଞା ଓଜନ୍ ହିସାବେ ବହି ନେଇ ଦିଅନ୍ ବଏଲା ଆର୍ ଫେର୍ କହେଲା -ଆଜ୍ଞା ଇ ବହି ର ଜେତେ ଦାମ୍ ଲେଖା ହେଇଛେ ସେତେ ଦେଇଦେମି । ଦିକ୍ଷୀତ୍ ବାବୁ କାବା ହେଇଗଲେ ଇ ପୁରାନା କାଗଜ୍ ପତର୍ ଘେନୁ ପିଲା ଗୁଟେ କେନ୍ତା ବହି କେ ଦାମ୍ ଦେଇକରି ନେମି କହୁଛେ ପିଲା ପାଠ୍ ପଢା ଇଚ୍ଛା ଅଛେ ବୋଲି ଜାନି ପକାଲେ । ଟିଟୁକେ ନିଜର୍ ପଢା କୋଠ୍ରିକେ ଡାକ୍ଲେ ଆର୍ ତାଖେ ସବୁ କଥା ପଚାର୍ଲେ ।

ଟିଟୁ ଦିକ୍ଷୀତ ଆଜ୍ଞାକେ କହେଲା ଆଜ୍ଞା ମୋର୍ ପାଠ୍ ପଢା ଇଚ୍ଛା ଅଛେ ।ମୋର ବୁଆ ଇନ୍ତା ପୁରାଠା ଖବର୍ କାଗଜ୍ ଘିନା ବିକା କରି ଆମର୍ କୁଟୁମ୍ କେ ପୁସୁଥିଲା ଆର୍ ମକେ କଲେଜ୍ ପତେ ପାଠ୍ ପଢାଲା ।ବୁଆ ନେଲା ପୁରାନା ବହି ସବୁକେ ମୁଇଁ ପଢୁଥିନି ଆର୍ ସକାଲ୍ ପାଏଲେ ମୋର୍ ବୁଆ ସେଟାକେ କବାଡି ଖାନାକେ ବିକି ନେଉଥିଲା।ମୋର୍ ଭେଗ୍ ଖରାପ୍ ମୋର୍ ବୁଆ ମକେ ଆର୍ ମୋର ଦୁଖାଲି ମାଁକେ ଛାଣିକରି ଆର୍ ପୁର୍ କେ ପଲାଲା ।ଘରର୍ ସବୁ କାମ୍ ମୋର୍ ମୁଡ୍ ଉପ୍ରେ ପର୍ଲା ।ହେଲେ ମୁଇଁ ମୋର୍ ଆଶ୍ ସପନ ଦେଖା କେବେ ନି ଛାଡି । ସପନ୍ କେ ସତ୍ କରବାର୍ ଲାଗି ମୁଇଁ ଦିନ୍ ରାଏତ୍ ଖଟସି । ସକାଲ ପହର୍ ଖବର କାଗଜ୍ ବିକ୍ସି ଆର୍ ବେଲ ବୁଢା ପୁରାନା ଖବର୍ କାଗଜ୍ ବହି ପତର୍ ଘିନ୍ସି । 

ଦିକ୍ଷୀତ୍ ବାବୁ ଟିଟୁ କେ ସେ କରେନଟ୍ ଏଫିଆର୍ ବହି ଦେଲେ ଆର୍ ମାସେକ୍ ଭିତ୍ରେ ଫିରେଇ ଦେବାକେ କହେଲେ । ଟିଟୁ ଖୁବ୍ ଖୁସ୍ ହେଲା ଆର୍ କହେଲା ଆଜ୍ଞା ମାସେ ନାଇଁ ଲାଗେ ମୁଇଁ ପାଁଚ୍ ଦିନ୍ ଭିତ୍ରେ ଫିରେଇ ଦେମି ।ଦିକ୍ଷୀତ୍ ବାବୁ ଟିଟୁର୍ ପାଠ୍ ପଢା ଜୋସ୍ ଦେଖି ଖୁବ୍ ଉସତ୍ ହେଲେ ଆର୍ ଟିଟୁକେ ତହଁକ୍ ଦେଲେ ।

ଟିଟୁ କେତେ ଦିନ୍ ଉତାରୁ ଦିକ୍ଷୀତ୍ ବାବୁ ଘର୍ କେ ଆସ୍ଲା ଆର୍ ପାହାଁ ତଲେ ପରିକରି ମୁଡିଆ ମାର୍ଲା । ହାତେ ଧରିଥିବାର୍ ଜଏନିଙ୍ଗ ଅଡର୍ କେ ଦେଖାଲା ଆର୍ କହେଲା ଆପଣ ଦେଇଥିବାର୍ ବହି ପଢ୍ଲିଜେ ପରୀକ୍ଷା ଖୁବ୍ ବନେ ହେଲା ଆର୍ ମୁଇଁ ଇ ଚାକ୍ରି ପାଏଲି ।ଦିକ୍ଷୀତ୍ ବାବୁ ଖୋବ୍ ଉସତ୍ ହେଲେ ଟିଟୁକେ ବହି ଖଣେ ସହଯୋଗ୍ କଲାକେ ସେ ଆଏଜ୍ ପୁଲିସ୍ ଚାକ୍ରି ଗୁଟେ ପାଇ ପାର୍ଲା ସେ ଦିନୁନ୍ ଦୁହି ଲୋକ୍ ଦୁଖ୍ ସୁଖ୍ ନେ ଭି ମିଶି ଭିରି କରି ରହେଲେ । 

ଡିସମ୍ୱର ମେହେର 

ଗଣ୍ତାବାହାଲି , ନୂଆପଡା


Rate this content
Log in