ଜଳୁଛି ଦୀପାଳି ଅଣୁ ଗଳ୍ପ
ଜଳୁଛି ଦୀପାଳି ଅଣୁ ଗଳ୍ପ
ଅଣୁ ଗଳ୍ପ
ଆଜି ସହର ସାରା ଉଦ୍ଦଭାସିତ ହେଉଛି ନୀଳ, ଲୋହିତ ଆଲୋକ ମାଳାରେ l ସମସ୍ତେ ମସଗୁଲ ଉପହାର ଦେବାରେ lନିଜର ବଦାନ୍ୟତା ପ୍ରକାଶ କରିବାରେ l କିନ୍ତୁ ମଣିଷର ଜୀବନସଳିତା ଜଳୁଛି ଆଜି କେଉଁ ଅନ୍ଧାରି ମୁଲକେ l ଜଳୁଛି ହୃଦୟ ତନ୍ତ୍ରୀ, ଜଳୁଛି ଭୋକିଲା ପେଟ, ବିନିଦ୍ର ରଜନୀରେ ଜଳୁଛି କାହାର ଚିର ଅପେକ୍ଷିତ ଆଖି l ମରଦ ଯାଇଥିଲା ଗୁଜୁରାଟ
ରୋଜଗାର ଆଶାରେ l ସବ ହୋଇ ଫେରିଲା ଏ କରୋନା ବ୍ୟାଧିରେ l
ଏଠି ସବ ସଂସ୍କାର ପାଇଁ ପଇସା ନାହିଁ l ଅପେକ୍ଷା କରେ ଦିନ ଦିନ ଧରି ସେ ହରିଶ୍ଚନ୍ଦ୍ର ଯୋଜନାର ଟଙ୍କା କେଇଟା ପାଇଁ l ଅପେକ୍ଷା ପୁଣି ସଦ୍ୟ ବିଧବାର ଭତ୍ତା ପାଇଁ.. ତାହା ବି ଦୁଷ୍ପ୍ରାପ୍ୟ l ବେରୋଜଗାର ବଢିଛି l ଏଠି ସହ ସହ ଦାନ ମାଝୀ ଆଜିବି ସବ ବୋହୁଛନ୍ତି ଏକା ଏକା ହୋଇ l ନାଗଡାର ନଗ୍ନ ଚିତ୍ର ଏବେ ବି ଦିଶୁଛି, ଦରିଦ୍ରତାର କସାଘାତରେ ଦିଗ୍ ଦିଗ୍ ହୋଇ ଜଳୁଛି ଜୀବନ ସଳିତା........ l
ଛ ବର୍ଷ ହେଲା ଖୁଣ୍ଟ ପୋତା ସରିଛି ହେଲେ ଆଜିବି ଲଣ୍ଠନର ମିଞ୍ଜି ମିଞ୍ଜି ଆଲୁଅରେ ଜୀବନ ବନ୍ଧା ପଡିଛି l ତଥାପି ମୋ ଦେଶ ଦୀପାବଳୀ ଜାଳୁଛି l ଏଠି ଅପପୃଷ୍ଟିରେ ବହେ ମଲେଣି ସବୁ କରୋନାର ଦୋଷ ହେଉଛି.... ତଥାପି.....ମୋ ଦେଶ .?
ମୃତ୍ୟୁ ପାଇଁ ତ ଅନେକ ପଥ ଆଗରୁ ଖୋଲା ଯାଇଛି l ଏଠି ମୃତ୍ୟୁର ତାଣ୍ଡବ ଲୀଳା ଚାଲିଛି l ଚାଷୀ ଭାଇର ହାଡ଼ ଭାଙ୍ଗି ଯାଇଛି ସେ ଅଭାଵୀ ବିକ୍ରିରେ l ସଂଗ୍ରାମ କରୁଛି ଜୀବନ ଜୀବିକା ପାଇଁ l ତଥାପି ମୋ ଦେଶ ହସୁଛି l ତଥାପି ମୋ ଦେଶ ଭଲ ଦିନର ସ୍ୱପ୍ନ ଦେଖୁଛି l
