STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Others

3  

ନାୟକ ଅକ୍ଷୟ ରାଜହସ୍ତୀ

Others

ଜଳ ର ଆତ୍ମହତ୍ୟା

ଜଳ ର ଆତ୍ମହତ୍ୟା

2 mins
548

ପାହାଡର ବୁକୁ ଚିରି ଝର ଝର ହୋଇ ବହି ଆସୁଥିବା ଝରଣା ଆଜି ଉତ଼୍ଙଫୁଲ୍ଲିତ । ବାହାର କରୁଥିଲା ଅନ୍ତର ଭିତରୁ ଖୁସିର ଖିଅ ଟିଏ ଆଉ ସେଇ ଖିଅ ଟିକୁ ଯୋଡୁଥାଏ ଆଉ ଗୋଟେ ଖିଅ ଜଳ ଜଳ ହୋଇ ଆଖି ଆଗରେ ଦିଶୁଥିଲା ପୁଣ୍ଯ ଜଳ ସତ୍ତା ଭାବ ବୈଭବରେ ସେ ଇଶ୍ୱର ଙ୍କୁ ଧନ୍ୟବାଦ ଅର୍ପଣ କରୁଥିଲା

ସେ ମନେ ପକାଉଥିଲା ନିଜର ଜନ୍ମରହସ୍ୟ

ଆଗକୁ ବୋହି ଯିବାର ଜୀବନ ବ୍ୟାପୀ ସାଧନା

ଏଥିରୁ ବାଦ ପଡି ଗଲେ ଇଶ୍ୱର ଙ୍କ ପାଖରେ ଦ୍ରୋହି ହେଇଯିବ ।


ସଭିଏଁ କେତେ କଥା କହିବେ ଯେତେ ବାଧା ବିଘ୍ନ ଆସୁ ନା କାହିଁକି ସେ କେବେ ହାରି ଯିବ ନାହିଁ ସବୁବେଳେ ଅନ୍ୟର ଉପକାର କରିବ ଏଇ ଶପଥ ନେଇ ସେ ଆସୁଥିବା ବେଳେଦେଖିଲା ମଲା ମାଟି ସତେଜ ହେଉ ଉଠୁଚି ସତେ ଯେମିତି ସଞ୍ଜିବନୀ ମନ୍ତ୍ରର ଉଚ୍ଚାରିତ କରାଯାଉଚି । କିଛି ଦୂର ଅତିକ୍ରମ କଲାବେଳେ ଦେଖିଲା ଗୋଟିଏ ହରିଣ ପ୍ରବଳ ଖରା ସହି ନ ପାରି ଶୋଷରେ ଆଉଟୁପାଉଟୁ ହେଉଚି। ସେ ତାକୁ ଆହ୍ଵାନ କଲା ତୃଷ୍ଣା ମେଣ୍ଟାଇବାକୁ । ହରିଣ ଟିଏ ହଁ ମାରି ମାରିଲା

ଏଇ ସମୟରେ ସେଇ ଦେଶରରାଜା ଜଙ୍ଗଲରେ ବୁଲି ବୁଲି କୌଣସି ଶିକାର ନ ପାଇ ହତାଶ ହୋଇ ଉଠିଛି ଓ ହାଲିଆ ହୋଇ ଗଛ ମୂଳରେ ଟିକିଏ ବିଶ୍ରାମ ନେଇ ଚି

ଏଇ ସମୟରେ ହରିଣ ଟି ପାଣି ପିଉ ଥିବାର ଦୃଷ୍ଟି ଗୋଚର ହୋଇଛି । ଏଇ ସୁଯୋଗକୁ ହାତଛଡା ନକରିରାଜ ନିଜର ଧନୁଶର ଦ୍ଵାରା ହରିଣ ଙ୍କୁ ବଧ କରୁଚି

ଆରେ ,,,ଆରେ ,,ଏ କଣ??

ରାଜା ହୋଇ ପ୍ରଜାର ହତ୍ୟା କରୁଚି


ପୁଣି ଶୋଷରେ ଆଉଟୁପାଉଟୁ ହେବା ବେଳେ

ସେ ଏଇ ଅଭାବନୀୟ ଦୁଃଖଦ ଘଟଣାରେ ମ୍ରିୟମାଣ ହେଇ ପଡ଼ିଲା । ସେ ନିଜକୁ ଦାୟୀ କରିଲା

ସେ ହରିଣ କୁ ଡାକି ଥିଲା ତା ପାଖକୁ ଆଉ ଘୃଣା କଲା ମନୁଷ୍ଯ ସାମାଜକୁ । ନା ସେ ଆଉ ଆଗକୁ ବଢିବ ନାହିଁ

ସେ ସବୁଦିନ ପାଇଁ ଲୁପ୍ତ ହେଇଯିବ, ଶୁଷ୍କ ହେଇଯିବ

ଧୀରେ ଧୀରେ ପୁଷ୍କରିଣୀ ଟିଏ ହୋଇ ସେଇଆ ହିଁ ହେଲା କିଛି ବାଟ ଗଲା ପରେ ସମତଳଭୂମିରେ କିଛି ସମୟ ପାଇଁରହି ପାଣି ପୁଣି ମାଟି ତଳକୁ ଚାଲି ଗଲା ।


Rate this content
Log in