Archana Sahoo

Children Stories Fantasy Children

4.0  

Archana Sahoo

Children Stories Fantasy Children

ଜୀବନର ଶିକ୍ଷା

ଜୀବନର ଶିକ୍ଷା

4 mins
212


ସବୁ ଦିନ ପାଟି । କେତେ ଥର କହିଲାଣି ପାଟି ବନ୍ଦ କରି ବସ ବୋଲି । ହେଲେ ନା, ସବୁବେଳେ ଖାଲି ଗଜର ଗଜର । ଏ ମୋହନ ! ତୁ ପାଟି ବନ୍ଦ କରି ଚୁପଚାପ ପାଠ ପଢ । 

  ମୋ କଥା ଶୁଣି ମୋହନ ସ୍ମିିିତ ହସଟିଏ ହସି ଦେଲା । ମୁଁ ପଚାରିଲି କିରେ ହସିଲୁ କାହିଁକି ? ସେ ଉତ୍ତରରେ କହିଲା, ଦିିଦି ! ମୁଁ ପାଟି ବନ୍ଦ କରିବି ତ ପଢିବି କେମିତି ? 

  ମୁଁ ବି ଟିକେ ହସି ଦେଇ କହିଲି ,ହଉ ବାବା ତୁ ଏଥର ସବୁବେଳେ ପାଟି କର । ମନା ନାହିଁ । ହେଲେ ଯେବେ ପାଟି କରିବୁ ପାଠ କଥା ହିଁ ଗପିିବୁ । ଯେମିତି ତୁ ଅର୍ପଣ ସହ କଥା ହେଉଛୁ , ଆଜି କରମଙ୍ଗା ତୋଳିକି ନେବା , କାଲି କମଳା ଚୋରି କରିବା ସେ ପୁୁଣି ଆମ ବାରିରୁ ।

    ଠିିିକ ସେହିପରି ତାକୁ ପଚାରିବୁ। ଫେଡାଣ କେମିତି ହେବ ଆଉ ଗୁଣନ କେମିିତି ହେବ ? 

   ସେ କଣ ବୁଝିଲା କେଜାଣି ମୁଣ୍ଡଟା ହଲେଇ ହଲେଇ ହଁ କହିଦେଲା । କହିଲା, ହଁ ମୁଁ ବି ଅର୍ପଣ ଭଳି ଭଲ ପାଠ ପଢିବି । ତମେ ଯେମିତି ମତେ ଅର୍ପଣର ଉଦାହରଣ ଦେଉଛ । ସେମିିିତି ମୋ ଉଦାହରଣ ବି ସେ ଅର୍ପଣକୁ ଦେବ । 

   ସେଇଦିନ ଠାରୁ ରାଣ ଦେଲା ପରି ଭଲ ପାଠ ପଢିିିଲା ମୋହନ । ଆଉ ବେଶି ଗପୁ ନଥିଲା । ସବୁବେଳେ ବହି ଧରି ପଢିଲା । ମୁଁ ତା'ର ପରିବର୍ତ୍ତନ ଦେଖି ବହୁତ ଖୁସି ହେଇଗଲି । ସେ ବି ମତେ କୁହେ , ମୁଁ ଅର୍ପଣ ଠାରୁ ଭଲ ପଢୁୁୁଛି ତ ? ମୁଁ ଆଉ ତା' ମନ ଭାଙ୍ଗେନି । କହିଦିିିଏ , ହଁ ହଁ ତୁୁ ଅର୍ପଣ ଠାରୁ ଭଲ ପଢୁୁୁଛୁରେ ବାବା ।

  ଏମିତି ଭଲରେ ଭଲରେ କିିିଛି ଦିନ ବିିତିଗଲା । ଦିିିନେ ମୁଁ ଦେଖେ ତ ମୋହନ ମନ ଦୁଃଖ କରିବସିଛି । କିଛି ଭାବୁଛି ବୋଧେ... । ମୁଁ ତା' ପାଖକୁ ଯାଇ ପଚାରିଲି । କିରେ ମୋହନ...! ତୁ ମନ ଦୁୁଃଖ କରି ବସିଛୁ କିିିଆଁ ? ସେ ଟିକେ ସ୍ମିତ ହସ ହସି କହିଲା, ଦିିଦି ! ତମେ ମତେ ପଚାରିଥିଲ ନା ତୁୁମ ଜୀବନର କିଛି ଲକ୍ଷ୍ୟ କୁୁୁହ । 

   ହେଲେ ମୁଁ ସେଦିନ କିଛି କହି ନଥିଲିି । ଆଜି ଯାଏ ମୁଁ ସେଇ କଥା ହିିଁ ଭାବୁଛି ।  

   ମୁଁ କହିଲି, ହଉ ତୋର ସମସ୍ୟା କଣ ମତେ କହ । କାଳେ ମୁଁ ଏହାର ସମାଧାନ କରିିଦେଇ ପରେ । 

  ସେ କହିଲା, ନା.....। ମତେ ଭାବିିିବାକୁ କିିଛି ସମୟ ଦିଅ । ଏହାର ସମାଧାନ ମୁଁ ନିଜେ କରିିିବାକୁ ଚାହେଁ । 


ପିିଲାଟିର ସ୍ୱାଭିମାନ ଦେଖି ମୁଁ ଆଉ କିିଛି କହିଲିିନି । ବାର ବର୍ଷର ପିଲା ସେ । ତେଣୁ ଭାବିବାରେ କିଛି ସମୟ ଲାଗିବ ନିଶ୍ଚୟ ।

  ଗୋଟେ ଦିନ ସବୁ ପିଲା ଜିିଦି ଧରିିଲେ । ଆମେ ବୁଲିବାକୁ ଯିବା ବୋଲି । ମୁଁ ବି ଭାବିଲି , ପିଲାମାନେ ସବୁବେଳେ ପାଠ ପଢି ପଢି ବିରକ୍ତି ହେଇ ଯାଇଥିବେ । ତେଣୁ ଏଇ ପାଖ ପୁୁରୀ ବେଳାଭୂମି ଟିକେ ବୁଲି ଆସିଲେ ହୁଅନ୍ତା । 


 ଭଲ ଦିନଟିଏ ଠିକ କରି ଆମେ ପୁୁୁରୀ ବେଳାଭୂମିକୁ ବୁଲିିବାକୁ ଯାଇଥିଲୁ । ପିିଲାମାନେ ବାଲି ଘର କରି ଖେଳିଲେ । ମୁଁ ସେମାନଙ୍କର ଖେଳକୁ ଦେଖୁଥାଏ । ମୋର ଶୈଶବ ହଜି ଯାଇଥିଲେ ବି । ଆଉ ଥରେ ଖେଳି ବାକୁ ଇଚ୍ଛା ଜାଗି ଉଠୁଥିଲା ମୋ ମନରେ, ମୁଁ ଦେଖୁଥିଲି ସେଇ ଦୂର ଦିଗନ୍ତବ୍ୟାପୀ ଜଳ ରାଶିକୁ । ଆହା ଆଜି ଆକାଶର ନୀଳ ବୁକୁ ସହ ସଗରର ନୀଳ ରଙ୍ଗ ଯେପରି ମିିିଶି ଭାଇ ଚାରା ସୃଷ୍ଟି କରୁଛନ୍ତି ମତେ ସେହି ପରି ପ୍ରତିତ ହେଉଥିଲା । କାରଣ ଆଜି ଅର୍ପଣ ଆଉ ମୋହନ ଦୁହେଁ ସାଙ୍ଗ ହେଇ ଖେଳୁୁୁଥିଲେ । ଏହାକୁ ଦେଖି ଆଜି ମୁଁ ଭାରି ଖୁସି ।

   ରୂପା, ବାପି, ଲୋରା,ଲିିିଜି, ରଶ୍ମି,ରୋଜା, ଗୁରୁ , ସୋନି, ଲିପି, ନାରାୟଣ, ଅର୍ପଣ, ଆଉ ମୋହନ ମୋ ପାଖରେ ବସିିିଥାଆନ୍ତି । ଦିନସାରା ଖେଳ ଆଉ ଖାଇବାରେ କଟିଗଲା ଜଣା ହିଁ ପଡ଼ିଲାନି । ଚାରିଟାବେଳ ସମୟ । ସମସ୍ତେ ଘେରି ଗଲେ ମତେ । କହିିିଲେ ଗୋଟେ ଗପ କୁହ ଦିଦି ।

   ହଉ ତମେ ଗପ ମୁଁ ଶୁଣିବି । ମୋହନ କହିଲା, ଦିିଦି ମୁଁ ଅନେକ ଭାବିଲି । ହେଲେ କିଛି ପାଇଲିିିନି ମୋ ଜୀବନର ଲକ୍ଷ୍ୟ । 

    ତିନୋଟି ଲକ୍ଷ୍ୟ ବାଛି ଥିଲି । ହେଲେ ...


ଭାବିିଲି ଡାକ୍ତର ହେବି ହେଲେ ପରେ ମନ ହେଲାନି ।

ମୁଁ କହିଲି ଆରେ କାହିଁକି ? ସେ କହିିଲା, ଦିଦି ! ଡାକ୍ତର ହେଲେ ଯଦି ରୋଗରେ ରୋଗୀଟିର ମୃତ୍ୟୁ ହେଇଯାଏ ତେବେ ମତେ ହିଁ ଦୋଷୀ କରିବେ ସମସ୍ତେ !

ଟିଭିରେ ଦେଖିଛି ବଡ଼ ବଡ଼ ଡାକ୍ତରମାନଙ୍କୁ କେମିିତି ପିିିିଟନ୍ତି ଲୋକମାନେ । ତେଣୁ ମୁଁ ଡାକ୍ତର ହେବିନି ।

ଶିିିକ୍ଷକ ହେବିନି ବହୁତ କମ ଦରମା ମିଳିବ ପ୍ରଥମରୁ । ପୁୁୁଣି ସେଥିରେ ଅନେକ କାମ ସହ ପିଲାମାନଙ୍କୁ ପଢାଅ । ଏହା ତ ଠିକ ଅଛି । ହେଲେ ପିଲାମାନେ ଯଦି ଟିକେ ବାଡିଆ ପିଟା ହେଲେ ତେବେ ତ କାମ ସରିଗଲା ବୋଲି ଜାଣ । ତାଙ୍କ ବାପା ମାଆ ଆସି ଶିକ୍ଷକମାନଙ୍କ ଉପରେ ହରତାଳ କରିିଦେବେରେ ବାପ ..।

  ଶେଷରେ ଭାବିଲି କୃଷକଟିଏ ହେବିି । ହେଲେ ସେମାନଙ୍କର ଉପାର୍ଜିତ ଦାନା ସବୁ ଭାରି ହୀନିମାନ ହୁଅନ୍ତି । ଗହଣା କିଣିଲା ବେଳେ ମୁଲଚାଲ ନାହିଁ । ଲୁୁଗା ଦୋକାନରେ ପୁରା ପଇସା ଗଣିଦେବେ । ପ୍ରସାଧାନ ସାମଗ୍ରୀ ହେଉ କି ପାଲର ସବୁ ଟଙ୍କା ଗଣି ଦେବେ ସମସ୍ତେ । ହେଲେ ଶାଗ ବିିଡାକୁ ଦଶ ଟଙ୍କା କହିଲେ, ବାବୁ ବାବୁଆଣି ମାନେ କହିବେ, ଏ ପାଞ୍ଚ ଟଙ୍କା କହିଲେ ଆମେ ନେବୁ ।


ସେ ଏମିିତି ଅନେକ ଚାକିରୀ ବିଷୟରେ କହୁଥିଲା । ଛୋଟ ପିଲାଟେ ହେଲେ ଭାରି ଗମ୍ବିରୀଆ କଥା କହିପକାଉଥିଲା ସେ । 

   ତାକୁ ବୁଝେଇ ବାକୁ ଯାଇ ମୁଁ କହିଲି, ବାବାରେ ତୁ ଏଇ ଚିନ୍ତାରେ ପାଠ ପଢୁନୁ ବୋଧେ । ସେ ହଁ ମାରିଲା । ମୁଁ କହିଲି , ଆମେ ଯଦି ସବୁକୁ ଡରି ଘରେ ରହିିବା ତେବେ କିଛି ହେବନି । ଆମେ ଆଗକୁ ବଢିିିବା ପାଇଁ ଜନ୍ମ ନେଇଛେ । ଆଉ ଆଗକୁ ହିିଁ ବଢିବା । ଏ ସବୁୁ ଅସୁବିଧାରୁ ଆମେ ଅନେକ କଥା ଶିଖି ଥାଉ । ଏହା ହେଉଛି ଜୀବନର ଶିକ୍ଷା ପାଇଁ ପାହାଚ । ଏ ସବୁକୁ ନ ଡରି ବଡ଼ ନିଷ୍ଟାର ସହ ପରିିଶ୍ରମ କରି ଆଗକୁ ଯିବା । ଏଇ ତ ଜୀବନ । ବଡ଼ ହେଲେ ସବୁ ବୁଝି ପାରିବ । ଏବେ ପାଠ ପଢ । 

   ମୋହନ କହିଲା, ଦିିଦି ! ତମେ କହୁଛ ମାନେ ମୁଁ ତମ କଥା ମାନିବି । ଆଉ ଆଗକୁ ପଢିବି । 

ମୁଁ ବଡ଼ ହେଲେ ମୋ ଦେଶ ପାଇଁ ସୀମା ଉପରେ ରହିବି । ଆଉ ଦେଶକୁ ଜଗିବି ..ମୋ ମାଟି ମାଆକୁ ସୁରକ୍ଷା ଦେବି ।

  ମୁଁ ତା କଥା ଶୁଣି ବହୁତ ଖୁସି ହେଇଗଲି । ଅର୍ପଣ କହୁଥିଲା ମୁଁ ଡାକ୍ତର ହେବି । ଆଉ ସମସ୍ତ ପିିଲା ନିଜର ଲକ୍ଷ୍ୟ କହୁଥିଲେ । ସମସ୍ତେ କହିସାରିଲା ପରେ କହିିିଲି ଏବେ ଖେଳ ତମେମାନେ, ମୁଁ ଘରେ ଗପ କହିିିବି ତମମାନଙ୍କୁ ।  ସେମାନେ ଦେଖିଲେ ନିଜ ଭିତରେ ଗପିବା ଜରୁୁରୀ ଅଟେ । ତେଣୁ ଗପ ଆରମ୍ଭ କରିିଦେଲେ । ଏ ଦେଖ ଦେଖ ସେଇଠି ଶାମୁକା ....ଆରେ ସେଇଠି ବାଲିଘର ଭୁୁଷୁଡ଼଼ି ପଡିଲା ଢେଉ ମାଡ଼ରେ । 

  ଏମିତି ହେଉଥିଲେ ସେମାନେ । ଆଉ ସଞ୍ଜ ନଇଁ ନଇଁ ବିଦାୟ ମାଗୁଥିଲା ଆମ ଠାରୁ ...।



Rate this content
Log in