STORYMIRROR

Sunanda Mohanty

Children Stories Tragedy Thriller

4  

Sunanda Mohanty

Children Stories Tragedy Thriller

ଜହ୍ନ ଭଉଣୀ ତାରା

ଜହ୍ନ ଭଉଣୀ ତାରା

2 mins
14


ମୋ ଝିଅ କହୁଥିଲା ଜାଣିଛୁ ମାଆ ରାଜେଶ ର ଝିଅ ଜହ୍ନର ଜନ୍ମଦିନ ପାଇଁ ଆମେ ଟ୍ରେନ ରେ ଯାଉଥିଲୁ. ମୋ ସିଟ ନମ୍ବର ଥିଲା ତେଇଶି. ଅଛିଣ୍ଡା ସଂଖ୍ୟା ଅର୍ଥାତ ଅଯୁଗ୍ମ ସଂଖ୍ୟା ଟି ମୋ ମନରେ ଭୀତି ସ୍ଥାପନ କଲାବେଳେ ରାଜେଶ ଘରେ ପହଞ୍ଚିବା ଯାଏଁ ସବୁ ଠିକ ଥିଲା. ଲିଚୁ ଲାଇଟ ଡେକୋରେସନ ରେ ଦ୍ବିତଳ ପ୍ରସାଦ ଝଲମଲ କରୁଥିଲା. ଏତେ ସୁନ୍ଦର ବ୍ୟବସ୍ଥିତ ସାଜସଜ୍ଜା ସହ ଜହ୍ନର ଖୁସି ଥିଲା ସବୁଠୁ ନିଆରା. ତା ପାଇଁ ଆମେ ନେଇକି ଯାଇଥିବା ଡ୍ରେସ ତାକୁ ଠିକ ଠାକ ହେଉଛି କି ନାହିଁ ଜାଣିବାକୁ ଜହ୍ନକୁ ଡାକି ଆଣି ମାପିଲୁ ତ ଏକଦମ ପରଫେକ୍ଟ ଥିଲା. ଡ୍ରେସଟି ଖୁବ ଭଲ ଲାଗୁଛି କହି ଜହ୍ନ ପିନ୍ଧିଦେଇ କେକ କଟିଥିଲା. ମୋ ପାଟିରେ କେକ ଦେଇ ଯେବେ କହିଥିଲା ଆଣ୍ଟି ଏଇଟା ମୋର ଶେଷ ଜନ୍ମଦିନ. ମୁଁ ଚମକି ପଡିଲି ଓ ପଚାରିଲି କାହିଁ ତୁ ତୋ ମାମୁଁ ଘରେ ରହି ପଢ଼ିବୁ ନା କଣ! ନାହିଁ ଆଣ୍ଟି ମୁଁ ଏଥର ଜହ୍ନ ଦେଶକୁ ଚାଲିଯିବି ପରା. ତା କଥାରେ କେଜାଣି କାହିଁକି ବିବ୍ରତ ଲାଗିଲା ତ ଏଯାଏଁ ମୋ ସିଟ ନମ୍ବର ତେଇଶି ଶୁଭ ପରି ମନେ ହେଉଥିଲା ବେଳେ ଏବେ ଜହ୍ନ କଥା ଶୁଣି ଟିକେ ଖଟକା ଓ ଝଟକା ଲାଗିଲା ବେଳକୁ ରାଜେଶ କହିଲେ ହଁ ଭାଉଜ ସେ ଏଥର ଜହ୍ନ ଦେଶକୁ ଚାଲିଯିବ .
    ଜହ୍ନ ସେଠୁ ଅନ୍ୟ ଆଡ଼େ ଯିବା ପରେ ଆମେ, ଅର୍ଥାତ ତୋ ଜୋଇଁ ଆଉ ମୁଁ ଲକ୍ଷ କଲୁ ରାଜେଶ ଆଖିରେ ଲୁହ ଝଲମଲ କରୁଛି. ଏମିତି କଣ କହୁଛ ଭାଇ ବୋଲି ତୋ ଜୋଇଁ ତାଙ୍କୁ ପଚାରିବାରୁ ସେ କହିଲେ ସତ କହୁଛିରେ ସାଙ୍ଗ. ଜହ୍ନ କୁ ସେଇକଥା କହି ବୁଝେଇଦିଆଯାଇଛି କାରଣ ସେ ଏବେ କ୍ୟାନ୍ସର ର ଚତୁର୍ଥ ଷ୍ଟେଜ ରେ ଅଛି. ଅମାନିଆଁ ଲୁହ ଗୁଡା ରାଜେଶ ଆଖିରୁ ଆମ ଦୁହିଁଙ୍କ ଆଖିକୁ ସଂକ୍ରମିତ ହୋଇ ବାଟ ପାଉନଥିବା ବେଳେ ଜହ୍ନ ଆସି କହୁଥିଲା ମୁଁ ପ୍ରତି ଅମାବାସ୍ୟା ଓ ପୂର୍ଣ୍ଣମୀକୁ ଘରକୁ ଆସିବି ଆଣ୍ଟି. ଜହ୍ନ ଦେଶରେ ବହୁତ କଥା ଅଛି. ହାଲୁଇନ ନାହିଁ କିନ୍ତୁ ତାରା ଅଛି, ମେଘମାଳା ଅଛି, ବଉଦ ସଙ୍ଗେ ଖେଳୁ ଖେଳୁ ଅମାବାସ୍ୟା ଆସିଲେ ଓ ପୂର୍ଣ୍ଣମୀ ହେଲେ ସେମାନେ ମତେ ଘରେ ଛାଡ଼ିଦେଇ ଯିବେ. ବହୁ କଷ୍ଟରେ ସାଇତି ରଖିଥିବା ଲୁହ ସବୁ ନଈ ହୋଇ ବହିଯିବା ପୂର୍ବରୁ ତୋ ଜୋଇଁ କହିଥିଲେ ତୋ ଭାଉଜ ଏବେ ଦ୍ୱିତୀୟ ପ୍ରସବ ବେଦନା ପାଇବାକୁ ଯାଉଛନ୍ତି. ବଡ଼ ଝିଅ ଜେଜେ ଜେଜେମାନଙ୍କ ପାଖେ ଅଛି. ଏଥର ଯଦି ଝିଅ ହୁଏ ଅଜା ଆଈ ତାକୁ ପାଳିବେ କଥା ଦେଇଛନ୍ତି କାରଣ ତୁ ତ ଜାଣୁ ଚାକିରିଆ ମାଆ ପକ୍ଷରେ ସନ୍ତାନ ପାଳିବା କେତେ କଷ୍ଟ.ଏବେ କିନ୍ତୁ କଥା ଦେଉଛି ଝିଅ ଜନ୍ମ ହେଉ ହେଉ ତୁ ଯାଇ ନେଇଆସିବୁ. ସେଦିନ ଫେରିବା ବେଳେ ସେଇ ତେଇଶି ନମ୍ବର ସିଟରେ ବସି ଭାବୁଥିଲି ଝିଅ ହେଉ ଅବା ପୁଅ ମାଆ ଠାରୁ ଛୁଆକୁ ଅଲଗା କରିବା ଭାରି କଷ୍ଟ. ପ୍ରଭୁ ହେ ପୁଅଟିଏ ହୁଅନ୍ତାନି ମୋର!ଦେଖ ଭଗବାନ ଙ୍କ ଦୟାରେ ମୋର ପୁଅ ହେବା ବର୍ଷକ ପରେ ଆଜି ପୂର୍ଣ୍ଣମୀ ତିଥିରେ ରାଜେଶଙ୍କର ଝିଅ ହୋଇଛି. ସେଇ ଜହ୍ନ ତାରା ହୋଇ ଫେରିଛି ତା ମାଆ କୋଳକୁ ଲୋ ଝିଅ ଆଉ ବ୍ୟସ୍ତ ହୁଅନା ବୋଲି ମୁଁ କହୁଥିଲି ଓ ମନେ ମନେ ପ୍ରଭୁଙ୍କୁ ସ୍ମରଣ କରି କହୁଥିଲି ଯାହା କରିବେ ସାଇଁ ତାହା କାହାରି ହାତରେ ନାହିଁ.


Rate this content
Log in