STORYMIRROR

Sunanda Mohanty

Children Stories Thriller Children

4  

Sunanda Mohanty

Children Stories Thriller Children

ଝିଙ୍କାରୀ ଗାଏ ରିମ ଝିମା ଝିମ

ଝିଙ୍କାରୀ ଗାଏ ରିମ ଝିମା ଝିମ

2 mins
9

ଝୀଂଟିକାଟି ଦିନରୁ ରାତି ଯାଏଁ ଡିଆଁ ଡେଇଁ କରି ଗୀତ ବୋଲି ଚାଲିଥିଲା ତ ତା ମାଆ ତାକୁ ଆସୁଥିବା କଠିନ ଦିନ ପାଇଁ କିଛି ସଞ୍ଚୟ କରି ରଖିବାକୁ ପରାମର୍ଶ ଦେଉଥିଲା. ଝୀଂଟିକା ମାଆ ତା ନିଜ ଅନୁଭୂତିରୁ ଜାଣିଥିଲା କି ଦିନ ସବୁକୁ ହସି ଗାଇ ନାଚି ବିତେଇଦେଲେ ଆସୁଥିବା କଠିନ ଦିନରେ ହଇରାଣ ହେବାକୁ ହୁଏ. ବର୍ଷା ଦିନେ ବର୍ଷା ହେଉ ଅବା ଶୀତ ଦିନେ ଶୀତ କି ଖରା ଦିନର କାଳବୈଶାଖି. ସେହି ଦିନମାନଙ୍କରେ ଖାଦ୍ୟ କଣିକା ନଥିଲେ ବାହାରକୁ ଯାଇହୁଏନି କି ଖାଦ୍ୟ ସଂଗ୍ରହ କରି ହୁଏନି ତ ଦୁର୍ଦ୍ଦିନ ପାଇଁ ସେବର୍ଷ ମାଆ ଝୀଂଟିକା କିଛି ସଞ୍ଚୟ କରି ରଖିନଥିବା ଫଳରେ ପିମ୍ପୁଡି ପାଖକୁ ଯାଇ ଖାଦ୍ୟ ଉଦ୍ଧାର ମାଗିଥିଲା. ପିମ୍ପୁଡି ବର୍ଷକ ବାରମାସ କାମ କରିବକୁ ବେଶୀ ଧ୍ୟାନ ଦେଇ, ଦଳଗତ ଭାବେ ଖାଦ୍ୟ ସଞ୍ଚୟ କରି ରଖୁଥିବାରୁ ସେ ନିଜେ ଓ ତା ପରିବାର ଦୁର୍ଦ୍ଦିନ ସମୟରେ ଖାଦ୍ୟ ପାଇଁ ହଇରାଣ ହେଉନଥିଲେ.ନାଚି ଗାଇ ଜୀଵନକୁ ଉପଭୋଗ କରିବା ଅପେକ୍ଷା କାମକୁ ସେମାନେ ବେଶୀ ଗୁରୁତ୍ୱ ଦେଉଥିଲେ. ସେଥର ପିମ୍ପୁଡି ଖାଦ୍ୟ ଦେଇ ମାଆ ଝୀଂଟିକାର ଜୀବନ ବଞ୍ଚେଇ ଦେଇଥିଲେ ମଧ୍ୟ କେତେ କଥା ଶୁଣେଇ ଶୁଣେଇ କହିଥିଲା କି ସମୟର ସଦୁପଯୋଗ କରି ନିଜ ସାମର୍ଥ୍ୟ ଭିତରେ, ଭବିଷ୍ୟତ ପାଇଁ କିଛି ସଞ୍ଚୟ କରି ରଖିବା ଉଚିତ. ମାଆ ଝୀଂଟିକା ଏହିସବୁ ନିଜ ଅନୁଭୂତି କଥା ପୁଅକୁ କହି ନାଚ ଗୀତ ବନ୍ଦ କରି ଭବିଷ୍ୟତ ବିଷୟରେ କିଛି ଚିନ୍ତା କରିବାକୁ ପୁଅକୁ ବୁଝେଇ କହୁଥିଲା.
    ପୁଅ ଝୀଂଟିକା ସେଦିନ ସଭାରେ ଉପସ୍ଥିତ ଥିବା ବେଳେ ସିଂହ ରାଜାଙ୍କ ସିଂହାସନ ଆରୋହଣ ଉତ୍ସବ ଚାଲିଥିଲା. ପୁରୁଣା ସିଂହରାଜା ଦର୍ପଣ ଭିତରେ ନିଜ ପ୍ରତିଛବି ଦେଖି ଅନ୍ୟଏକ ସିଂହ ଏହା ଭିତରେ ଅଛି ଭାବି ଜଙ୍ଗଲରେ ପଡି ରହିଥିବା ଟୁକୁଡା ଦର୍ପଣକୁ ସିଂହ ଭାବି ଚୋବେଇ ଖାଇଦେବା ଫଳରେ ମୃତ୍ୟୁ ବରଣ କରିଥିଲେ ଓ ଯୁବରାଜାଙ୍କର ସିଂହାସନ ଉତ୍ସବ ଖୁବ ନିରସ ଥିଲା. ଏତିକି ବେଳେ ଝୀଂଟିକାର ସୁମଧୁର ଗୀତ ଉତ୍ସବର ମହତ୍ୱକୁ ଗୀତ ଗାଇ ଟିକେ ପରିବେଶକୁ ଅଧିକା ସରସ ସୁନ୍ଦର କରିଥିବାରୁ ନିଜେ ଯୁବରାଜ ସିଂହ ଖୁସି ହୋଇ ଝୀଂଟିକାକୁ ଢେର ସାରା ଉପହାର ଦେବା ସହ ସେ ତା ପରିବାରର କୌଣସି ସଦସ୍ୟଙ୍କୁ କେଵେ ସିଂହରାଜାଙ୍କ ଖାଦ୍ୟ ପାଇଁ ମରାଯିବନି ବୋଲି ଘୋଷଣା କରିବା ସହ ସେ ଗୀତ ଗାଇ ଜଙ୍ଗଲର ପରିବେଶକୁ ଭଲ ରଖିବ ବୋଲି କହିଥିଲେ ତ ପୁଅ ଝୀଂଟିକା ସୁପର ସିଙ୍ଗର ରୂପେ ପରିଚିତ ହୋଇ ସେବେଠୁ ବର୍ଷା ଦିନେ ଝିଂ ଝିଂ ଶବ୍ଦ କରି ଖୁସିରେ ଗୀତ ପରିବେଷଣ କରି ନିଜକୁ, ନିଜର ପରିବାରଙ୍କୁ ଓ ଜଙ୍ଗଲରେ ଥିବା ସମସ୍ତ ପଶୁ ପକ୍ଷୀଙ୍କୁ ମୁଗ୍ଧ କରେ. ଭାଲୁ, ବିଲୁଆ, ମହୁମାଛି, ବିରୁଡି ଏମାନେ ସବୁ ଝୀଂଟିକାଠାରୁ ଗୀତ ଶିଖିବାକୁ ଆସନ୍ତି ଓ ଝୀଂଟିକାଘର ସୁବିଧା ଅସୁବିଧାରେ ବା ଦୁର୍ଦ୍ଦିନ ସମୟରେ ତାଙ୍କୁ ଖାଦ୍ୟ ଯୋଗେଇ ଦେବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ. ଝୀଂଟିକା ମାଆ ଏସବୁ ଦେଖି ଖୁବ ଖୁସି ତା ପୁଅ ଉପରେ. ଝୀଂଟିକା ସୁପର ସିଙ୍ଗର ହେବା ସହ ବିରୁଡି ଓ ମହୁମାଛିମାନଙ୍କୁ ଗୀତ ଶିଖାଇବା ଦ୍ୱାରା ସେମାନଙ୍କୁ ଜୀଵନ ଓ ଜୀବିକା ପାଇଁ ଗୀତ ଖୁବ ସହାୟକ ହେଇପାରୁଛି. ଏବେ ଜଙ୍ଗଲରେ ସମସ୍ତ ପଶୁ ପକ୍ଷୀ ଝୀଂଟିକାଠାରୁ ଗୀତ ଶିଖିବାକୁ ଆସୁଛନ୍ତି.ଝୀଂଟିକାର ଗୀତ ଶୁଣି ଭଗବାନ ଶିବ, ସରସ୍ବତୀ, ନାରଦ ଓ ଗଣେପ୍ରଭୁଙ୍କ ହାତରେ ଥିବା ବୀଣରେ ମଧ୍ୟ ସ୍ପନ୍ଦନ ସୃଷ୍ଟି ହୁଏ ତ ସେମାନେ ସ୍ୱର୍ଗ ଦେବତାଙ୍ସହ ମିଶି ବର୍ଷଦିନରେ ଝିଙ୍କାରର ଝିଂ ଝିଂ ଶବ୍ଦ ଭିତରେ ବୀଣାରେ ଝଙ୍କାର ତୋଳୁଥିବାର ଜାଣି ଝୀଂଟିକମାଆ ପ୍ରଭୁଙ୍କୁ ମୁଣ୍ଡିଆ ମାରେ.



Rate this content
Log in