Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Ashis Kumar Swain

Children Stories Inspirational


5.0  

Ashis Kumar Swain

Children Stories Inspirational


ଜେଜେଙ୍କ ଗଳ୍ପ

ଜେଜେଙ୍କ ଗଳ୍ପ

2 mins 575 2 mins 575

ଯେତେବେଳେ ମୁଁ ଶୋଇବାକୁ ଯାଏ ବିଛଣାକୁ ମୋତେ ନିଦ ଆସେ ନାହିଁ । ମୁଁ ବିଛଣାରୁ ଉଠି ଜେଜେ ଶୋଇଥିବା ଖଟିଆ ଉପରକୁ ଚଢି ଜେଜେଙ୍କ କୋଳରେ ଶୋଇଯାଏ । କାରଣ ମୁଁ ଗୋଟେ ଲୋଭିଟିଏ। ଗପ ଶୁଣିବାର ଲାଳସା ମୋ ମନରେ ଥାଏ।ଜେଜେଙ୍କ ପାଖରେ ଯାଇ ନୁସୁରୁ ପୁସୁରୁ ହୁଏ।ଜେଜେ ଜାଣିଯାନ୍ତି । ସୁନ୍ଦର ସୁନ୍ଦର ମଜାଳିଆ ଗଳ୍ପ ମୋତେ କୁହନ୍ତି ।

ଆଜି ମନେ ପଡ଼ିଯାଏ ସେଇ ଗଳ୍ପ ମାନଙ୍କ ଭିତରୁ ଏକ କ୍ଷୁଦ୍ର ଗଳ୍ପ ଯଦୁମଣିଙ୍କ ମଉଜିଆ କଥା ।


ଦିନେ ନୟାଗଡ଼ ରାଜା ପାଲିଙ୍କିରେ ନଗର ପରିକ୍ରମା କରିବା ସମୟରେ ଖଣ୍ଡପଡ଼ା ରାଜା ପାହାଡ଼ ଉପରେ ହାତୀରେ ବସି ଯାଉଥିବାରୁ ନୟାଗଡ଼ ରାଜାଙ୍କୁ ପରିହାସ କଲେ । ଯଦୁମଣିଙ୍କ ଦିହରେ ଗଲାନି । ଗାଇ ଉଠିଲେ:- " ନିକିତି ତଉଲ୍ ସାନ ବଡକୁ, ଭାରି ହୁଏ ଯେହୁ ରହେ ତଳକୁ" । ଏହାର ଅର୍ଥ ହଇହୋ ,ଉପରେ ରହିଛି ବୋଲି ବଡ଼ ମଣୁଚ କ'ଣ ? ନିକିତି ଦେଖିଛ ତ ? ଭାରି ପାଖଟି କେଉଁଠି ରୁହେ ? ତଳକୁ ନା ନାହିଁ ? ନୟାଗଡ଼ ରାଜା ଗୁଣରେ ଭାରି । ସେ ତଳକୁ ଅଛନ୍ତି । ତୁମର କିଛି ଗୁଣ ନାହିଁ ହାଲୁକା ଲୋକ ଉପରେ ଅଛ ।

(୨) ଦିନେ ଯଦୁମଣିଙ୍କର ମୁଆଁ ଖାଇବାକୁ ଇଚ୍ଛା ହେଲା । ମଉଜିଆ କଥା ଗୁଡାକ କହି ରାଜାଙ୍କୁ ଖୁସି କରିଦେଲେ । ରାଜା ଖୁସି ହୋଇ ପଚାରିଲେ । ଯଦୁମଣି ତୁମର କଣ୍ ଦରକାର ? ଗାଇ ଉଠିଲେ :- "ଧନୁ ମାସ ହେଲା ,ହନୁ ନ ଚଳିଲା କହିବାକୁ ବଡ଼ ଲାଜ , ମୁଆଁ ଖାଇବାକୁ ମୁଁ ଆଁ କରିଅଛି , ଦେବା ହେଉ ମହାରାଜ "। ଏହାର ଅର୍ଥ ଧନୁ ମାସ ହେଲା ମୁଁ ଆଁ କେଉଁଠୁ ମିଳିଲା ନାହିଁ । ଏକଥା କହିବାକୁ ଲାଜ ଲାଗୁଛି ।ମୁଁଆଁ ଖାଇବାକୁ ଇଚ୍ଛା ହେଉଛି ।ରାଜା ମୁଁଆଁ ଦିଅନ୍ତୁ ।ରାଜା ଖୁସି ହୋଇ ମୁଁଆଁ ଦେଲେ ।


( ୩) ଜଣେ ପଣ୍ଡିତ ନୟାଗଡ଼ ରାଜା ସଭାକୁ ଆସି ପ୍ରଶ୍ନ ପଚାରିଲେ । ଏହାର ଉତ୍ତର ଯଦୁମଣି ସ ଠିକ୍ ଭାବେ ଦେଲେ ।ରାଜା ପଣ୍ଡିତଙ୍କ ପଣ୍ଡିତପଣିଆ ପରୀକ୍ଷା କରିବା ପାଇଁ ଯଦୁମଣିଙ୍କୁ ପ୍ରଶ୍ନ ପଚାରିବା ପାଇଁ କହିଲେ । ଯଦୁମଣି ଏମିତି ଏକ ପ୍ରଶ୍ନ ପଚାରିଲେ ଚାରିଟି ଯାକ ପ୍ରଶ୍ନର ଉତ୍ତର ଗୋଟିଏ ନାମରେ ହେବ ।" ଛବିରେ କେ ଜିନେ ନଵର ବିକି ? କିଏ ପେଟ ପୋଷେ ଧନୁଶର ବିକି ? ଜଳ ଠାରେ ଭୟ କାହାର ନିତି ? ସାପକୁ ନଥାଏ କାହାର ଭିତି "? ପଣ୍ଡିତ ଉତ୍ତର ନ ଦେଇପାରି ଲାଜରେ ଚୁପ୍ ରହିଲେ । ଏହାର ଅର୍ଥ :- ଅବିର - ଫଗୁର ରଙ୍ଗ, ନବରବି - ଉଇଁ ଆସୁଥିବା ସୂର୍ଯ୍ୟର ରଙ୍ଗକୁ ବଳି ପଡେ । ଅବିର - ଯେ ବୀର ନୁହଁ ସେ ଧନୁଶର ବିକି ପେଟପୋଷେ । ଅବିର - ଗରୁଡ ସାପକୁ ଭୟ କରେ ନାହିଁ । ସମସ୍ତେ ଯଦୁମଣିଙ୍କୁ ପଣ୍ଡିତ ପଣିଆର ପ୍ରଶଂସା କଲେ ।


(୪) ଦିନଙ୍କର କଥା ଯଦୁମଣିଙ୍କ ସ୍ତ୍ରୀ କହିଲେ ରାଜାଙ୍କୁ କୁହ ଭଲ ଜମିଟେ ଦେବେ । ଯଦୁମଣି ରାଜାଙ୍କୁ କହିବା ମାତ୍ରେ ; ରାଜା କରଣଙ୍କୁ ଆଦେଶ ଦେଲେ । କରଣ ଗୋଟେ ପଥୁରିଆ ଜମିଟେ ଦେଲେ । ପଥୁରିଆ ଜମି ଦେଖି ଯଦୁମଣି ରାଗି ଯାଇ କରଣଙ୍କୁ ପାନେ ଦେବେ ବୋଲି ମନେକଲେ । ସକାଳୁ ସକାଳୁ ରାଜ ସଭାରେ ଗାଇ ଉଠିଲେ - " ଛାମୁ ଯାହା ଦେଲେ ହରଷେ , କରଣ ତା କଲେ ବରଷେ, ବାଛି ବାଛି ଦେଲେ ଏମନ୍ତ ପଡିଆ , ଶ୍ରାବଣ ମାସରେ ଭାଙ୍ଗେ ନଡ଼ିଆ , ଏମନ୍ତ ଭୂଇଁ , ଚାକୁଣ୍ଡା ବୁଣିଲେ ଉଠ୍ଇ ନାହିଁ "। ରାଜା ଏହା ଶୁଣି ହସି ହସି ଗଡ଼ିଗଲେ । କରଣକୁ ଡାକି ଖଣ୍ଡିଏ ଭଲ ଜମି ଯଦୁମଣିଙ୍କ ନାମରେ କରିଦେଲେ । ନିଜର ଉପସ୍ଥିତି ବୁଦ୍ଧି ଓ ଜ୍ଞାନକୌଶଳ ମାଧ୍ୟମରେ ଦୁନିଆଁରେ ଅସମ୍ଭବ ଶବ୍ଦକୁ ସମ୍ଭବ ଓ ଦୁନିଆକୁ ଜିଣି ହୁଏ ।


Rate this content
Log in