STORYMIRROR

Sunanda Mohanty

Children Stories Thriller Others

3  

Sunanda Mohanty

Children Stories Thriller Others

ଜେଜେ ଓ ନାତି

ଜେଜେ ଓ ନାତି

2 mins
2


ସ୍ଥାନୀୟ ଅଞ୍ଚଳରେ ମ୍ୟାଜିକ ସୋ ପଡିଥାଏ. ସେଦିନ ମ୍ୟାଜିକ ଦେଖିବାକୁ ପତି ପତ୍ନୀ ଦୁହେଁ ଯାଇଥାନ୍ତି ମ୍ୟାଜିକ ଦେଖିବାକୁ. ସାଙ୍ଗରେ ନାତି ଯାଇଥାଏ. ଆଗ ଧାଡ଼ିରେ ବସିଥାଆନ୍ତି ଜେଜେ, ବିରଞ୍ଚି ସାର. ମ୍ୟା ଜିକ ବାଲା ଗୋଟେ ପାତ୍ରରେ ଗୋବର ପାଣି ଭରି ଦର୍ଶକ ଗ୍ୟାଲେରୀ ରୁ ବିରଞ୍ଚି ସାରଙ୍କ ନାତି,ବାବା ଙ୍କୁ ଷ୍ଟେଜ କୁ ଡକାଇଲେ ଓ ତହିଁରେ ଛେପ ପକେଇବାକୁ କହିଲେ ତା ପରେ ସେ ଭିତରେ ମନଇଚ୍ଛା ଡଷ୍ଟ ପକେଇ ଚାଲିଲେ. ନାତିକୁ କହିଲେ ସେ ମିଶ୍ରଣ କୁ ନେଇ ନିଜ ଜେଜେଙ୍କ ଉପରେ ଢାଳିଦେ.ମ୍ୟାଜିକ ଵାଲା ସେତେବେଳକୁ ବାବା ର ଜେଜେ ସ୍ଥାନୀୟ ଅଞ୍ଚଳ ର ହେଡ଼ ସାର ବୋଲି ଜାଣିସାରିଥିଲେ. ନାତି ବାବା ଏକାଯିଦ କରିଥିଲା କି ମୋ ଜେଜେ ଙ୍କର ଡଷ୍ଟ ଆଲର୍ଜି ରହିଛି ତେଣୁ ଏସବୁ ମିଶ୍ରଣ କୁ ମୁଁ ଜେଜେଙ୍କ ଉପରେ ଢାଳି ପାରିବିନି. ଏସବୁ ଶୁଣି ଜେଜେ ବିରଞ୍ଚି ସାର ତୁନି ତୁନି ପତ୍ନୀ ସୁମତି ଙ୍କୁ କହିଲେ ଦେଖିଲ ସଂସ୍କାର! ଏହା ମ୍ୟାଜିକ ର ଖେଳ ବୋଲି ଜାଣିଥିଲେ ମଧ୍ୟ ନାତି ଆମର ଜାଣେ ଯେ ଜେଜେଙ୍କ ଉପରେ ଡଷ୍ଟ ପକାଯିବା ଉଚିତ ନୁଁହଁ.ଏସବୁ ତା ବାପା ମାଆଙ୍କ ଠାରୁ ନାତି ଶୁଣି ଶିଖିଛି ନା ନାହିଁ!ତୁମେ ମିଛୁଟାରେ ବ୍ୟସ୍ତ ହୁଅ ମୋ କାଶ ଯୋଗୁଁ.ମୁଁ କାଳେ ଡାକମୁନସୀ ଗଳ୍ପ ର ଗୋପାଳ ପରି ପୁଅର ଆକ୍ରୋଶ ର ଶୀକାର ହେବି ବୋଲି ଭାବିବା ତୁମର ଭୁଲ ଅଟେ. ସେମିତି କେବେ ହେବନି,ନା କଦାପି ନୁଁହଁ. ଏଥର ତୁମର ହୃଦବୋଧ ହେଲା କି ନାହିଁ ଯେ ସମାଜରେ ପ୍ରକୃତ ଶିକ୍ଷା ଓ ଉପଯୁକ୍ତ ସଂସ୍କାର ଆଣିବାକୁ ଯାଇ ଫକୀରମୋହନ ସେନାପତି ମହୋଦୟ ସେଦିନ ଲେଖିଥିଲେ ଏଇ ଡାକମୁନସୀ ଗଳ୍ପ!
     ସୁମତି କିଛି କହିବା ପୂର୍ବରୁ ମେଜିସିଆନ ଭାଇ ଜଣଙ୍କ ନିଜେ ଆଗେଇ ଆସି ସେହି ଡଷ୍ଟ ଭରା ବାକ୍ସ ଟିକୁ ଜେଜେ ବିରଞ୍ଚି ସାର ଙ୍କ ଉପରେ ଢାଳି ଦେଉ ଦେଉ ପଛରୁ ସ୍ତ୍ରୀ ସୁମତି ବଡ଼ ପାଟି କରିବା ସ୍ୱାଭାବିକ ଥିଲା ବେଳେ ନାତି ବାବା ଷ୍ଟେଜ ରୁ ଦୌଡ଼ି ଆସି କହିଲି ପରା ମୋ ଜେଜେଙ୍କୁ ଧୂଳି ର ଡଷ୍ଟ ଯାଏନାହିଁ ଦେହରେ. ସେତେବେଳକୁ କିନ୍ତୁ ଫୁଲମାଳ ଟିଏ ସେହି ପାତ୍ରରୁ ଜେଜେ ବିରଞ୍ଚି ସାର ଙ୍କ ବେକରେ ପଡି ସାରିଥିଲା. ଏହା ମ୍ୟାଜିକ ଡଷ୍ଟ ଥିଲା ବୋଲି ବୁଝିବା ପୂର୍ବରୁ ନାତି କାନ୍ଦ କାନ୍ଦ ହୋଇସାରିଥିଲା. ଜେଜେ ମାଆ ସୁମତି କହୁଥିଲେ ଆମେ ମ୍ୟାଜିକ ସୋ ଦେଖିବାକୁ ଆସିଛୁ ବୋଲି ଭୁଲିଯାଇଥିଲେ.ସେହି ଡଷ୍ଟ ପ୍ରକୃତରେ ମ୍ୟାଜିକ ଡଷ୍ଟ ଥିଲା ଯାହା ଫୁଲରେ ରୁପାନ୍ତରିତ ହୋଇସାରିଥିଲା. ଫେରିବା ବାଟରେ ଜେଜେ କହୁଥିଲେ ଏସବୁ ହାତସଫେଇ ଓ ଚକ୍ଷୁବନ୍ଧନ  ର ଖେଳ ଠିକ ବିଜ୍ଞାନ ର ମାଇଣ୍ଡ ଗେମ ଭଳି. ବାବା ଜେଜେଙ୍କ ଦେହ ମୁଣ୍ଡ ଝାଡ଼ି ଦେଉଥିଲା ତଥାପି ଓ କହୁଥିଲା ଜେଜେ ମତେ ଡାକମୁନସୀ ଗଳ୍ପ କହିବ ନା!ହଁ ନିଶ୍ଚୟ କହିବି ବାବା କହିଥିଲେ ଜେଜେ.


Rate this content
Log in