ଇର୍ଷାଭାବ
ଇର୍ଷାଭାବ
ଦିନ ପରେ ଦିନ ଗଡିଚାଲିଥାଏ । ବିନୋଦ ସବୁ ବିଷୟରେ ଫାଷ୍ଟ ହେଉଥିବା ଦେଖି କେତେ ଜଣ ସହପାଠୀ ତାକୁ ସହ୍ୟ କରି ପାରୁନଥିଲେ, ତା ନାଁ ରେ ମିଛ ସତ କହିବା ସହ ସମାଲୋଚନା କରୁଥିଲେ । ମଝିରେ ମଝିରେ ଅଭଦ୍ର ଶବ୍ଦ ପ୍ରୟୋଗ କରି ଚିଡାଉଥିଲେ ।
ଦିନେ ସେ ସେମାନଙ୍କ କଥା ସହି ନପାରି ଘରକୁ ଫେରି ଆସି ତା ମା’କୁ କହିଲା – ମା’ , ମୋ ସାଙ୍ଗମାନେ ମୋତେ ଖରାପ କଥା କହି ଚିଡାଉଛନ୍ତି । ଆରତୀ ତା ହାତରୁ ସ୍କୁଲ ବ୍ୟାଗ୍ ଓ ପାଣି ବଟଲ୍ ନେଇ ଲୁଗା କାନୀରେ ତା ମୁହଁ ପୋଛୁ ପୋଛୁ କହିଲା – “ତୁ ସେମାନଙ୍କ କଥାକୁ କାନ ଦେ’ନା । ସେମାନେ ଭଲ ପିଲା ନୁହଁ । ପାଠ ପଢାରେ ମନ ଦେ’ ।” ସେ ତା ମା’ କଥା ମାନି ଖୁସିରେ କ’ଣ ଦି’ଟା ଖାଇ ଖେଳିବାକୁ ଚାଲିଗଲା ଦାଣ୍ଡକୁ । ଆରତୀ ମନେ ମନେ କହୁଥିଲା – “ଏ ନିଆଁଲଗା ଗାତପସା ଛୁଆଗୁଡା ମୋ ପୁଅକୁ ଆଉ ମୋତେ ଟିକେ ଶାନ୍ତିରେ ବଂଚିବାକୁ ଦେବେନି ।”