STORYMIRROR

Sunanda Mohanty

Others

3  

Sunanda Mohanty

Others

ହାତ ଧରିଥିବା ସାଥୀ

ହାତ ଧରିଥିବା ସାଥୀ

2 mins
158

ହାତଧରି ସାଥି ହୋଇ ଚାଲିଛୁ ଦୀର୍ଘ ସତଚାଳିଶ ବର୍ଷ ଧରି ତ କୋଉ ଗରାଖଙ୍କ କଣ ପସନ୍ଦ ଆମେ ଜାଣୁ ଆଜ୍ଞା କହି କେତେ ଦୁଃଖ ସୁଖର ପେଡି ଖୋଲିଲେ ଢ଼ାବା ମାଲିକ ଆଉ କେଉଁଠୁ ଆସିଛନ୍ତି,ଆନ୍ଧ୍ର ରୁ ନା ଓଡିଶାରୁ? ସେଠିକାର ଅଧିବାସୀ ନା ଅନ୍ୟ କୋଉଠି ଘର ଇତ୍ୟାଦି ଆତ୍ମିୟତା ଭରା ଗଲ୍ପ ସବୁ ଗପୁ ଗପୁ ସ୍ତ୍ରୀ ତାଙ୍କର ନିଜେ ନେଇ ଆସିଲେ ଆମ ବରାଦର ସମସ୍ତ ଖାଦ୍ୟ ପଦାର୍ଥ,କି ସୁନ୍ଦର ସ୍ନେହ ମମତା ପୂର୍ଣ୍ଣ ବ୍ୟବହାର ରେ ଖାଦ୍ୟ ଖାଉ ଖାଉ ପଚାରୁଥାନ୍ତି ସେ ଦୁହେଁ କେତେ କଥା ଆଉ ଛୋଟ ପିଲାଙ୍କ ଦୁଷ୍ଟାମୀରେ ବିରକ୍ତ ନହୋଇ ଆଦର ସୋହାଗ ପୂର୍ଣ୍ଣ କଥା କହି ବୁଝେଇ ଦେଉଥାନ୍ତି l

 ଏତେ ସୁନ୍ଦର ବଡ଼ ଢ଼ାବା ମାଲିକ ଓ ତାଙ୍କ ସ୍ତ୍ରୀଙ୍କର ବ୍ୟବହାର ଖାଲି ଆମ ପାଇଁ ନୁହେଁ ପ୍ରତ୍ୟକଙ୍କ ପାଇଁ ଥିଲା ଆମାୟିକ ଓ ମଧୁର, ପ୍ରତି ଟେବୁଲ ପାଖକୁ ଯାଇ ଭଲମନ୍ଦ ବୁଝିବା ଭିତରେ ଗ୍ରାହକମାନଙ୍କୁ ଅଧିକା ବରାଦ କରିବାକୁ ତାଗିଦ କରୁଥାନ୍ତି, ଆଉ କହୁଥାନ୍ତି କିଏ କେତେ ଖାଇବ ଆମକୁ ଜଣା, ଅର୍ଡ଼ର କରିଦେଇ ଖାଦ୍ୟ ଫୋପାଡିବା କଣ ଦରକାର, ପ୍ରକୃତରେ ଲଞ୍ଚ ସମୟ ଅତିକ୍ରାନ୍ତ ହୋଇସାରିଥିଲା ତ, ଆମେ ବି ଯେତିକି ମେନୁ ପସନ୍ଦ କରି ବରାଦ କରିଥିଲୁ ଖାଇପାରୁନଥିଲୁ ସତ କିନ୍ତୁ ଢ଼ାବା ଦମ୍ପତିଙ୍କ ବ୍ୟବହାର ଆଶ୍ଚର୍ଯ୍ୟ କରୁଥିଲା ବେଳେ ଦେଖିଲୁ ମୂଷାଗୁଡ଼ାଙ୍କର ଅବାଧ୍ୟ ଗତି ତଥା ବିଲେଇ ଭଳି ଚଳ ପ୍ରଚଳ ତ ଚିଲିଛତୁଖଣ୍ଡେ ପାଟିରେ ପୁରେଇ ଦେଇ ମୁଁ ବେସିନ ପାଖକୁ ଉଠିଗଲି ତ କଣ କଣ ପ୍ରଶ୍ନରେ ମୂଷାଲଣ୍ଡି ପଡିଲା ଭଳି ଲାଗିଲା କହିବାରେ ସମସ୍ତେ ହସିଉଥିଲେ ଆଉ ଦଉଡି ଆସି ଦମ୍ପତ୍ତି ଦ୍ବୟ ଖାଦ୍ୟ ସାମଗ୍ରୀର ବିଶେଷ ତତ୍ତ୍ୱାବଧାନ କରି ପ୍ଲେଟ ବଦଳାଇ କ୍ଷମା ମାଗୁଥିଲେ ତ ନାହିଁ ନାହିଁ କିଛି ନାହିଁ କହି ସବୁ ଉଦରସ୍ଥ କରିସାରିଥିଲି ଆଉ ପଚାରିବସିଥିଲି ପୁଅଝିଅଙ୍କ କଥାତ ଦୁହେଁ କାନ୍ଦି ପକେଇଲେ, ଦୁଇ ପୁଅଙ୍କ ଭିତରୁ ଜଣେ କରୋନାରେ ଚାଲିଯିବା ପରେ ଆଉ ଗୋଟେ ପୁଅ ଆଫଗାନିସ୍ଥାନରୁ ଫେରିନି, ସବୁ ଭାରତୀୟ ଫେରିଲେ ହେଲେ ଆମ ପୁଅର ପତ୍ତା ଖବର ଅନ୍ତର କିଛି ନାହିଁ, ଆଉ ଯେ ସେ ଫେରିବ, ଆମେ ପୁଅ ମୁଁହ ଦେଖିବୁ, ଏ ଆଶା ତ ନାହିଁ, ତେଣୁ ଏଠାକୁ ଆସୁଥିବା ସବୁ ଗରାଖଙ୍କ ସହ ଏଇ ମୂଷା ସବୁ ଆମ ପରିବାର, ତ ମୁଁ ପୁଣି ଚମକି ପଡିଲେ ବି ସମ୍ଭାଳି ନେଲି, ଦୁହେଁ ଆଉ କଣ ଦିଆଯିବ ପଚାରି ଅଯଥା ପନିର ଆଣିଥିଲେ ଖାଇନଥାନ୍ତେ କହୁଥିଲେ l

 ଆମେ ଫେରିବା ବେଳେ ଦେଖିଲୁ ଗାଈଜଗୁଆଳି ଦୁଇଜଣଙ୍କୁ ଖାଦ୍ୟ ପରଷୁଛନ୍ତି ତାଙ୍କ ସ୍ତ୍ରୀ ଆଉ ଆସୁଥିବା ଗରାଖମାନଙ୍କୁ ସ୍ୱାଗତ କରିନେଉଛନ୍ତି ତାଙ୍କ ସ୍ୱାମୀ ତ ମୋ ଆଖି ଛଳଛଳ ତ, ଆମ ଭିତରୁ କିଏ କହୁଥିଲା ଡ୍ରାମାବାଜି ତ କିଏ କହୁଥିଲା ଅଧିକା ଦାମ ନେବାର ଗୋଟେ ତରିକା ବା କୌଶଳ ତ କିଏ କହୁଥିଲା ମୂଷାଙ୍କ ଯୋଗୁଁ କିଏ ଆସୁନଥିବାରୁ ବ୍ୟବହାର ବଦଳାଇବାକୁ ବାଧ୍ୟ ହୋଇଛନ୍ତି ମୁଁ କିନ୍ତୁ ଭାବୁଥିଲି ମୋ ପୁଅ ଓଡିଶା ରାଜଧାନୀ ଛାଡି ଭାରତ ରାଜଧାନୀ ଯିବ ନିକଟ ଭବିଷ୍ୟତ ରେ,ପ୍ରଭୁ ସର୍ବକୁଶଳରେ ରଖ ମୋ ପୁଅକୁ ଘଣ୍ଟ ଘୋଡେଇ, ଢ଼ାବାମାଲିକ ଦୁହିଁଙ୍କ ଲୋତକପୂର୍ଣ୍ଣ ବିରସ ମୁଁହ ଓ ଆମାୟିକ ବ୍ୟବହାର ଭିତରେ ଗାଡ଼ିରୁ ଓହ୍ଲାଇବାକୁ ସ୍ୱାମୀ ହାତ ବଢ଼େଇଦେଉଥିଲେ ବୋଧହୁଏ ସାଥିହୋଇ ଚାଲିବାକୁ ହେବାର ବାର୍ତ୍ତା ଦେବାକୁ l



Rate this content
Log in