ଗୁଡ଼ ବୟ
ଗୁଡ଼ ବୟ
ଜଗନ୍ନାଥଙ୍କ ଫଟୋ ଚିତ୍ର ଖୋଜି ଖୋଜି ଯୋଉଠି ବି ପାଇଯାଉଥିଲା ବାବା କହୁଥିଲା ଜୟ ଜଗନ୍ନାଥ କି ଜୟ. ପାଟି ଫିଟି ଫିଟି ଆସୁଥିଲା. କିଛି ଶବ୍ଦ ସ୍ପଷ୍ଟ ଥିଲା ତ କିଛି ଶବ୍ଦ ଅସ୍ପଷ୍ଟ ଥିଲା କିନ୍ତୁ ସମ୍ପୂର୍ଣ୍ଣ ଜୟ ଜଗନ୍ନାଥ କି ଜୟ କହିପାରୁଥିବା ନାତି ଟୋକା ବାବାକୁ ଦେଖିବାକୁ ଜେଜେ ଓ ଜେଜେମା ଉଚ୍ଛନ୍ନ ଥିଲା ବେଳେ ଅଗଷ୍ଟ ପନ୍ଦର ତାରିଖ ଦିନ ଦିଲ୍ଲୀରୁ ଭୁବନେଶ୍ୱର ବିମାନବନ୍ଦରରେ ଓଲ୍ହେଇ ବାବା କହୁଥିଲା ଜୟ ଜାତୀୟ ପତାକା କି ଜୟ. ଜେଜେ ଜେଜେମା ଟାକ୍ସି ନେଇ ପୁଅ ବୋହୁ ଓ ନାତି ବାବାକୁ ସ୍ୱାଗତ କଲାବେଳେ ଜେଜେମା ଯେବେ କହୁଥିଲେ କହିଲୁ ଧନ ଜୟ ଜଗନ୍ନାଥ କି ଜୟ ବାବା କିନ୍ତୁ କହୁଥିଲା ଜୟ ଜାତୀୟ ପତାକା କି ଜୟ. ଗାଡି ଗଡୁଥିଲା ପୁରୀ ଅଭିମୁଖେ. ବାବା ଜନ୍ମ ହୋଇଥିବା ନର୍ସିଙ୍ଗ ହୋମରେ ତାର ଗଣେଷ ପୂଜା ପରେ ପରେ ଇଞ୍ଜେକ୍ସନ ନେବାର ଅଛି. ଛୋଟ ଥିଲା ବେଳେ ଜାଣିପାରୁନଥିଲା. ଅଳ୍ପ କାନ୍ଦୁ କାନ୍ଦୁ ତା ମାଆ କୋଳରୁ ଜେଜେମା କୋଳକୁ ଆସୁ ଆସୁ ଭୁଲି ସାରିଥିଲା ଇଞ୍ଜେକ୍ସନ ନେବା ବେଳର ଯନ୍ତ୍ରଣା. ଏବେ ବଡ଼ ହେଲଣି. ସବୁ ବୁଝି ଅଳ୍ପ ଅଳ୍ପ କହିଲାଣି. ଶିଶୁମାନଙ୍କର ଖୁବ ସ୍ମରଣ ଶକ୍ତି ଥିବାରୁ କି କଣ ଜେଜେମା ଦେଖେଇଥିବା ଝିଟିପିଟି ଆ ଆ କହିବା ଓ କାନ୍ଥରେ ଲାଗିଥିବା ତିନୋଟି ଡ଼ଲଫିନର ଚିତ୍ର ଦେଖି ଆ ଆ ଡଫିନ ଓ ଆ ଆ ଝିଟି କହୁଥିବା ବାବା ଦିଲ୍ଲୀରୁ ଆସିଛି ବୁଲିବ ଓ ଜେଜେ ଜେଜେମାଙ୍କୁ ଭେଟିବା ସହ ମାମୁଁଘର ଯିବ ଓ ଇଞ୍ଜେକ୍ସନ ନେବ.ମନକୁ ମନ ବୁଝେଇ ନେଉଥିଲେ ଜେଜେମା ଯେ ବାବା ଜନ୍ମ ନେଇଥିବା ସେଇ ନର୍ସିଙ୍ଗ ହୋମର ଡକ୍ଟର ଖୁବ ଅଭିଜ୍ଞ ଓ ସମ୍ବେଦନଶୀଳ. ସ୍ମାର୍ଟ ଫୋନରେ ଦେଖୁଥିବା ଭିଡ଼ିଓ ମାନଙ୍କରେ ଡାକ୍ତରବାବୁ ସବୁ ଗୀତ ଗାଇ ଶିଶୁ କନ୍ୟା ଓ ଶିଶୁ ପୁତ୍ର ମାନଙ୍କ ସହ ଏମିତି ହଜି ମଜ୍ଜି ସେମାନଙ୍କୁ ଇଞ୍ଜେକ୍ସନ ଦେଉଛନ୍ତି ଦେଖି ଶିଖି ପରଖିବାର ବେଳ ସତରେ. ପାଠ ପଢି ଯିଏ ଯେଉଁ କ୍ଷେତ୍ରରେ ରୁହନ୍ତୁ ନା କାହିଁକି ଖାଲି ପୋଥି ବିଦ୍ୟା ନୁଁହଁ ବରଂ କିଛି ମାତ୍ରାରେ ପାରିପାର୍ଶ୍ଵିକ ଵା ବ୍ୟବହାରିକ ଜ୍ଞାନ ରହିବା ଆବଶ୍ୟକ. ଡକ୍ଟରମାନେ ଖୁବ କୁଶଳୀ ଭାବି ଜେଜେମା ଗଣେଷପୂଜା ଦିନ ସ୍ୱତନ୍ତ୍ର ଵିଧି ବିଧାନରେ ପୂଜା ରଖି ଓଁ ନମୋ ଗଣପତି ନମୋ ନମଃ କହିବା ବେଳେ ଜେଜେମାଙ୍କୁ ଅନୁକରଣ କରି କଥା କହିବାକୁ ଚେଷ୍ଟା କରୁଥିବା ବାବା ମଧ୍ୟ କହୁଥାଏ ଓଁ ଗଣ ନମଃ ନମଃ. ଗଣପତି ଶବ୍ଦଟି ତା ପାଟିରେ ସମ୍ପୂର୍ଣ୍ଣ ନସ୍ପୁରି କେବଳ ଗଣ ରୂପେ ଗଣେଷ ଦେବତା ଥିଲେ ବାବା ମୁଖରେ. ଜୟ ଜଗନ୍ନାଥ କି ଜୟ ଓ ଜୟ ଜାତୀୟ ପତାକା କି ଜୟ ପରି ଗଣେଷ ଵା ଗଣପତିଙ୍କ ନାମ ସ୍ପଷ୍ଟ କହିପାରୁନଥିବାରୁ ଜେଜେମା ଖୁବ ବ୍ୟସ୍ତ ବିବ୍ରତ ହୋଇ ପଡ଼ୁଥିଲେ.
ଇଞ୍ଜେକ୍ସନ ନେବା ଦିନ ଜେଜେମା ସାଙ୍ଗରେ ଯିବାକୁ ରାଜି ନଥିଲେ ମଧ୍ୟ ଜେଜେମାଆଙ୍କୁ ମାମା ଜେଜେ ବୋଲି ଡାକୁଥିବା ବାବାର କାନ୍ଦ ଜେଜେମାଙ୍କୁ ବାଧ୍ୟ ହୋଇ ଯିବାକୁ ପଡିଲା ନର୍ସିଙ୍ଗ ହୋମ. ଡକ୍ଟରଙ୍କ ଚ୍ୟମ୍ବର ଭିତରେ ପଶୁ ପଶୁ ତାଙ୍କ ସିଟ ଉପରେ ଜଗନ୍ନାଥଙ୍କ ଫୋଟୋ ଚିତ୍ରଙ୍କୁ ଦେଖୁ ଦେଖୁ ବାବା କହୁଥିଲା ଜୟ ଜଗନ୍ନାଥ କି ଜୟ. ଆଶ୍ଵସ୍ତ ଲାଗିଲା ଯେ ଯାହା ହେଉ ଚ୍ୟାମ୍ବର ଭିତରେ ଡକ୍ଟଙ୍କ ସିଟ ଉପରକୁ ଜଗନ୍ନାଥଙ୍କ ଫୋଟୋ.ଯିଏ ବାବାର ଚିର ଇପସିତ ଠାକୁର ଜଗନ୍ନାଥ. ଘରକୁ ଆସିଲେ ବାବା ପାଇଁ ଛୋଟ ଛୋଟ ଚତୁର୍ଦ୍ଧା ମୂର୍ତ୍ତି, ଫୋଟୋ, କ୍ୟାଲେଣ୍ଡର ଯୋଗାଡ଼ କରୁଥାଏ ତା ବାପା ଦିଲ୍ଲୀ ନେବାକୁ କାରଣ ଟିକି ନାତି ବାବାର ପ୍ରଭୁ ଜଗନ୍ନାଥଙ୍କ ଠାରେ ପିଲାଦିନୁ ଭକ୍ତି ଓ ଭାବ. ଡକ୍ଟର ମଧ୍ୟ ସବୁ ଶୁଣି କହୁଥିଲେ କିଛି କାନ୍ଦିବନି ସେ. ଗୁଡ୍ ବୟ ସେ. ସତକୁ ସତ ସିରିଞ୍ଜ ଧରି ବାବା ହାତରେ ଦେବାକୁ ଇଞ୍ଜେକ୍ସନ ଆଗେଇ ଆସୁଥିଲେ ଡକ୍ଟର ତ ଜେଜେମାଆଙ୍କ ଆଖି ବୁଜି ହୋଇ ଆସୁଥିଲା. ଜୟ ଜଗନ୍ନାଥ କି ଜୟ କହି ଡକ୍ଟର ଇଞ୍ଜେକ୍ସନ ଦେଲା ବେଳେ ବାବା ନକାନ୍ଦି କହୁଥିଲା ଜୟ ଜାତୀୟ ପତାକା କି ଜୟ. ଆମେ ସମସ୍ତେ କାନ୍ଥ ଉପରେ ଥିବା ଜଗନ୍ନାଥଙ୍କ ଫଟୋଙ୍କ ଦୁଇ ପଟେ ଅର୍ଥାତ ବାମ ଓ ଡାହାଣ ପଟେ ଥିବା ଦୁଇ ଜାତୀୟ ପତାକାକୁ ଦେଖି କହୁଥିଲୁ ଜୟ ଜଗନ୍ନାଥ. ଅପାର ତୁମ କରୁଣା. ଡକ୍ଟର କାମ ସାରିଦେଇ ବୁଝେଇ ଦେଇଥିଲେ ଛୋଟ ମୋଟ ଟ୍ରିପସ ଯେ କଣ କରିବାକୁ ହେବ ଓ କଣ କରିବନି ଇତ୍ୟାଦି ସହ କହି ଗୁଡ଼ ବୟ ବାବା ଗୁଡ଼ ବୟ ବାବା. ବାବା ହସି ହସି ଫେରିଥିଲା ଗାଡି ପାଖକୁ ଜୟ ଜାତୀୟ ପତାକା କି ଜୟ କହି ତ ମାମା ଜେଜେ ବୋଲି ଡାକୁଥିବା ଜେଜେମାଆ କହୁଥିଲେ ଜୟ ଜଗନ୍ନାଥ କି ଜୟ. ବାବା ମଧ୍ୟ ପାଳି ଧରୁଥିଲା.ବାବା ମଧ୍ୟ ପାଳି ଧରୁଥିଲା.ଜେଜେ କହୁଥିଲେ ବାବା ଆମର ଡାକ୍ତରବାବୁଙ୍କ ଗୁରୁ ପାଲଟିଗଲା. ଏଣିକି ଯାହାକୁ ଇଞ୍ଜେକ୍ସନ ଦେବେ ତା ପୂର୍ବରୁ ସେହି ଜଗନ୍ନାଥଙ୍କ ଫଟୋଚିତ୍ର ସହ ବାମ ଡାହାଣ ପାର୍ଶ୍ୱରେ ଥିବା ଜାତୀୟ ପତାକାକୁ ଶିଶୁମାନଙ୍କ ଦୃଷ୍ଟି ଆକର୍ଷିତ କରାଇନେବେ ନିଶ୍ଚୟ.
