ଗର୍ବୀ ପଣ୍ଡିତ କୁ ପାନେ ମିଳିଲା
ଗର୍ବୀ ପଣ୍ଡିତ କୁ ପାନେ ମିଳିଲା


ଆମ ଅଜା ଆଈ ବହୁତ ଗଳ୍ପ କହିଦେଉଥିଲେ ।
ଆଜି ଶୁଣିବା ଅଜା କହିଥିବା ଗୋଟିଏ ସୁନ୍ଦର ଗଳ୍ପ ।
ଜଣେ ପଣ୍ଡିତ ଥିଲେ । ତାଙ୍କର ନିଜ ଜ୍ଞାନ ଉପରେ ବହୁତ ଗର୍ବ ଥିଲା ।
ସେ ବିଭିନ୍ନ ରାଜ୍ୟ ବୁଲି ନିଜ ଜ୍ଞାନ ବଳରେ ସେହି ରାଜ୍ୟର ରାଜା ସଭାରେ ଥିବା ସବୁ ପଣ୍ଡିତ ମାନଙ୍କୁ ଅପମାନିତ କରୁଥିଲେ ।
ଦିନେ ଉଦୟନଗର ନାମ ଗୋଟିଏ ରାଜ୍ୟରେ ସେହି ପଣ୍ଡିତ ଯାଇ ପହଞ୍ଚିଲେ ।
ଆଉ କହିଲେ ରାଜା ମୁଁ ତୁମ ରାଜ୍ୟର ଯେତେ ପଣ୍ଡିତ ତଥା ଜନସାଧାରଣ ଅଛନ୍ତି ଯିଏ ବି ଜଣେ ହୋଇପାରେ ମୁଁ କିଛି ପ୍ରଶ୍ନ କରିବି ଯଦି ଉତ୍ତର ଦେବାକୁ ଆସି ଉତ୍ତର ଦେଇ ନ ଆସେ ସେ ମୁଣ୍ଡ ମଣ୍ଡନ ହେବ । ରାଜା ଚିନ୍ତିତ ଦେଖାଦେଲେ ।
ରାଜାଙ୍କ ପାଖରେ ଆଠ ବର୍ଷର ଝିଅ ମନ୍ଦାକିନୀ ଥାଏ ।
ସେ କହିଲା ପଣ୍ଡିତ ମହାଶୟ ଆପଣ ପରେ ପ୍ରଶ୍ନ ପଚାରିବେ ତା ପୂର୍ବରୁ ମୁଁ ଆପଣଙ୍କୁ ତିନୋଟି ପ୍ରଶ୍ନ ପଚାରିବି ଆଉ ସବୁ ପ୍ରଶ୍ନର ଭୁଲ ଉତ୍ତର ଦେବେ ଠିକ ଉତ୍ତର ଦେଲେ ରାଜ୍ୟରୁ ମୁଣ୍ଡ ଲଣ୍ଡା ହୋଇ ଚାଲିଯିବେ,ଆପଣ ରାଜି ତ ?
ପଣ୍ଡିତ ଏ କଥା ଶୁଣି କିଛି ସମୟ ପାଇଁ ମନେ ମନେ ଡ଼ରିଗଲେ l
ପୁଣି ପଣ୍ଡିତ ଭାବିଲେ ଭୁଲ ଉତ୍ତର ଯାହା କହିଲେ ବି ହେବ । କହିଲେ ମୁଁ ପ୍ରସ୍ତୁତ ଅଛି ।
ମନ୍
ଦାକିନୀ:-ପଣ୍ଡିତ ମହାଶୟ ! ଆପଣ ଆମ ରାଜ୍ୟର ବାସିନ୍ଦା ନୁହନ୍ତି ?
ପଣ୍ଡିତ:- ମୁଁ ଏ ରାଜ୍ୟର ସ୍ଥାୟୀ ବାସିନ୍ଦା ।
ମନ୍ଦାକିନୀ:-ବର୍ଷକୁ କେତେ ଦିନ ?
ପଣ୍ଡିତ :- ବର୍ଷକୁ 900 ଦିନ ।
ଦୁଇଟି ପ୍ରଶ୍ନର ଉତ୍ତର ଦେଇ ପଣ୍ଡିତ ଗର୍ବରେ ହସୁଥାନ୍ତି ।
ଏହା ପରେ ମନ୍ଦାକିନୀ କହିଲେ ପଣ୍ଡିତ ମହାଶୟ ଗୋଟିଏ କଥା ଜାଣିବାକୁ ଅଛି ମୁଁ ଆପଣଙ୍କୁ କେତୋଟି ପ୍ରଶ୍ନ ପଚାରିଲିଣି ?
ପଣ୍ଡିତ କହିଲେ - ତୁମେ ଦୁଇଟି ପ୍ରଶ୍ନ ପଚାରିଛ । ମୁଁ ଦୁଇ ପ୍ରଶ୍ନର ଭୁଲ ଉତ୍ତର ଦେଇଛି ।
ସାଙ୍ଗେ ସାଙ୍ଗେ ମନ୍ଦାକିନୀ କହିଲେ ସୈନିକ ମାନେ ପଣ୍ଡିତଙ୍କୁ ଧରି ମୁଣ୍ଡ ଲଣ୍ଡାକରି ରାଜ୍ୟରୁ ବାହାର କରିଦିଅ l
ସେ ମୋର ଶେଷ ପ୍ରଶ୍ନର ଠିକ ଉତ୍ତର ଦେଇଛନ୍ତି ,ଯାହାକି ତାଙ୍କୁ ଭୁଲ ଦେବା ଉଚିତ ଥିଲା ।
ଆଉ ମୋର ଶେଷ ପ୍ରଶ୍ନ ଥିଲା - ମୁଁ କେତୋଟି ପ୍ରଶ୍ନ ପଚାରିଛି ?
ଏହା ଶୁଣି ସଭାର ସମସ୍ତ ପଣ୍ଡିତ ଓ ରାଜାଙ୍କ ମୁହଁରେ ହସ ଦେଖାଗଲା ଓ ପଣ୍ଡିତର ମୁହଁ ଶୁଖିଗଲା ।
ତେଣୁ କଥାରେ ଅଛି - " ନିଜ ଜ୍ଞାନ କୁ ନେଇ କେବେ ଗର୍ବ କରିବା ଉଚିତ ନୁହେଁ । "