ଗଳ୍ପାୟନ ଗଳ୍ପ‐-୭
ଗଳ୍ପାୟନ ଗଳ୍ପ‐-୭
ସେଦିନ ଖୁବ ଜୋରରେ ବର୍ଷା ହେଉଥାଏ । କିନ୍ତୁ ସେ ଝଡ ତୋଫାନର ଦୄୄୄୄୄୄୄୄୄୄୄୄୄଶ୍ୟ ଥିଲା ଅଦୄୄୄୄୄୄଶ୍ଯ । ୧୯୯୯ ମସିହା ଅକ୍ଟୋବର ୧୭ତାରିଖ ଆଜି ନଥିଲା । ସମସ୍ତେ ମୋତେ ପଚାରିଲେ ତୁ ଏ ଝଡରାତିରେ ଏକୁଟିଆ କାହିଁକି ରହିଛୁ?
ମୁଁ କହିଲି ନାଇ ସେମିତି କିଛି ନାହିଁ ତାରା ଗଣୁଛି ଆଉ ଦେଖୁଛି ମୋ ବୋଉ କାହା ସହ ଗପ ମାରୁଛି । ମୁଁ ମୋ ବୋଉକୁ ଖୋଜୁଛି । ଏମିତି ଏକ ଝଡବର୍ଷା ରାତିରେ ସେ ମୋତେ ଏକା କରିଦେଇ ଚାଲିଗଲା । ଏଣୁ ଆଜି ସେ ମୋତେ ସାଙ୍ଗରେ ନେବାକୁ ପଡିବ । ମୁଁ ଏଠି ତାକୁ ଜଗାଛି । ତମେମାନେ ଯାଅ ।
ବର୍ଷାରେ ଭିଜି ଭିଜି କୋରନା ହୋଇଗଲା । ମେଡିକାଲରେ ଆଡମିଟ ହେଲା । ଆଉ ଶେଷରେ ସେ ବି ତା ବୋଉ ପାଖକୁ ଚାଲିଗଲା । ନା ତାର କେହି ବନ୍ଧୁବାନ୍ଧବ ଥିଲେ ନା ଶତ୍ରୁ ।
ଆଜି ତା ପୁଅ ଫେରିଛି । ବାପାର ସତ୍କାର କରିବାକୁ ବି ସୁଯୋଗ ପାଇନଥୀଲା । ବାପାଙ୍କୁ ବହୁତ ଭଲ ପାଉଥିଲା । ଏଣୁ ଏ ଘରଟିକୁ ବାପାଙ୍କ ନାମରେ ଆଶ୍ରମ କରାଇ କିଛି ଜଣଙ୍କୁ ଦାୟିତ୍ୱ ଦେଇ ପୁଅ ପୁଣି କର୍ମକ୍ଷେତ୍ରକୁ ଚାଲିଗଲା ।
ଝଡତୋଫାନ ରାତି ଆସିଲେ ଛାତି ଥରିଉଠୁଛି । ସେ ଝଡରାତିରେ ମାଆ ବି ବାପାଙ୍କୁ ଏକା କରି ଆଉ କାହା ହାତ ଧରି ଦୂରକୁ ଚାଲିଯାଇଥିଲା । ପୁଅର ଲୋଭ ତାକୁ କିଛି ବାଧିନଥିଲା । ଏଣୁ ବାପା ହିଁ ଥିଲେ ପୁଅ ପାଇଁ ସବୁକିଛି ହେଲେ ଆଜି ସେ ବି ଚାଲିଗଲେ । ତାଙ୍କ ସ୍ମୄୄୄୄୄତି ଯାହା ବଞ୍ଚିଥାଉ ଆଉ ଏ ଝଡ ରାତି ନ ଆସୁ ।