ଗଳ୍ପାୟନ ଗଳ୍ପ‐୫
ଗଳ୍ପାୟନ ଗଳ୍ପ‐୫
ସେ ଯୁଗରେ ଯାହା କହୁଥିଲେ ଏବେ ତାହା ଫଳୁଛି।
ଆମ ଗାଁରେ ହାଡିସାହିରେ ସନିଆ ,କନିଆ ,ବନ୍ୟା ତିନିଭାଇ ବାହା ହୋଇ ଅଲଗା ଅଲଗା ରହୁଥିଲେ ।ମା ଟିକୁ କିଏ ପଚାରୁନଥୀଲେ ।
ବିଚରା ମାଆକୁ ଖାଇବାକୁ ମୁଠାଏ ବି କିଏ ଦେଲେନି॥ମାଆ ହେଲେ ବି ଭୋକର ଦାଉ ବାହାରେ ଖରାବର୍ଷା ଶୀତର ଦାଉ ଏ ଜୀବନର ଅନ୍ତିମ ସମୟରେ ସହିପାରୁନଥିଲା।ପିଲାମାନଙ୍କ ପାଇଁ ସେ କଣ କଣ ନ କରିଛି।ସେ ସବୁ ମାଇପମାନଙ୍କୁ ଦେଖି ଏବେ ଭୁଲିଗଲେ ।ମାଇପମାନେ କଣ ମାଆ ହେବେନି।ସେମାନେ ବି କେହି ରଖିଲେନି।
ଶେଷରେ ମାଆ ସମ୍ଭାଳିନପାରି ଗାଳିଦିଏ ତମମାନଙ୍କୁ ବଡରୋଗ ହେଉ,ଅନ୍ୟର ରକତ ଖାଇବ,ଗୁଅ ଖାଇବ ଇତ୍ୟାଦି ଅନେକ ଭାଷାରେ ଗାଳି ଦେଇ ଜୀବନ ଛାଡିଯାଇଥିଲା ମାଆର।
୨୦୨୦ମସିହା ରେ କୋରନା ରୋଗ ଆସି ପରିବାରକୁ ଘାଣ୍ଟିଦେଲା।ସେ ସବୁ ଗାଳି ସତେ ଯେମିତି ସତ ହୋଇଗଲା ।ଏବେ ପାଖରେ ମାଆ ନାହିଁ ଯେ ତା ଅଭିଶାପରୁ ମୁକ୍ତି ଦେବ।
କେବଳ ଭଗବାନ ହିଁ ଭରସା ॥
