STORYMIRROR

Sunanda Mohanty

Children Stories Thriller Children

3  

Sunanda Mohanty

Children Stories Thriller Children

ଗଧ, କୁକୁର ଓ ହାତୀକଥା 

ଗଧ, କୁକୁର ଓ ହାତୀକଥା 

2 mins
4


ଗଧ ଓ କୁକୁର ଭିତରେ ଦୌଡ଼ ପ୍ରତିଯୋଗିତା ଆରମ୍ଭ ହେଲା ବେଳେ ଜଙ୍ଗଲର ସବୁ ଜନ୍ତୁ ଭାବୁଥିଲେ ସେଇ ଅତୀତର କଇଁଚ ଓ ଠେକୁଆ ଭିତରେ ହୋଇଥିବା ଦୌଡ଼ ପ୍ରତିଯୋଗିତା କଥା. ସେତେବେଳେ ଠେକୁଆ କଇଁଚର କଚ୍ଛପ ଗତି ଦେଖି ଭାବିଥିଲା ସେ ନିଶ୍ଚୟ ଦୌଡ଼ ପ୍ରତିଯୋଗିତାରେ ଜିତିଯିବ. ଏହା ଭାବି ସେ ସହ ପ୍ରତିଯୋଗୀକୁ କମଜୋର ଭାବି ଶୋଇଯାଇଥିଲା ରାସ୍ତାରେ ତ କଇଁଚ ତାର ଯେମିତି ଯିବା କଥା ସେମିତି ଯାଇ ଅର୍ଥାତ ଅଳସୁଆ ନହୋଇ କି ବିପକ୍ଷ ପ୍ରତିଯୋଗୀକୁ ଅସମର୍ଥ ନଭାବି ଏମିତି ଆଗେଇ ଯାଇଥିଲା କି ଠେକୁଆର ନିଦ ଭାଙ୍ଗିଲା ବେଳକୁ କଇଁଚ ଗନ୍ତବ୍ୟ ସ୍ଥଳରେ ପହଁଞ୍ଚି ସାରିଥିଲା. ଆଜି ଏଠାରେ କୁକୁର ଓ ଗଧ ଭିତରେ ପ୍ରତିଯୋଗିତା ରାସ୍ତାରେ ବହୁ ଗଳି କନ୍ଦି ପାର ହୋଇ ଯିବାକୁ ଥିଲା ତ କୁକୁର ଭାବୁଥିଲା ସେ ନିଶ୍ଚୟ ପାରିବ. ଗଧ ବି ଭାବୁଥିଲା କୁକୁର ଯେମିତି ଦଉଡିପାରେ ସେ ବି ବୋଝ ବୋହି ରାସ୍ତା ପାର ହୋଇପାରେ ତେଣୁ ସେ ବି ଜିତିବ.
    ମନେ ମନେ ହସୁଥିଲା କୁକୁର. କିନ୍ତୁ ପ୍ରତି ଗଳି ମୁଣ୍ଡେ ଥିବା ତା ଜାତିଭାଇ କୁକୁରମାନେ ତାର ପ୍ରତିରୋଧ କରିବା ଦ୍ୱାରା ସେମାନଙ୍କ ସହ ଯୁଦ୍ଧ କରି ଓ ପ୍ରତିହତ ଓ ପ୍ରତିରୋଧର ସାମ୍ନା କରି ପ୍ରତିଟି ଗଳି ଓ ଛକରୁ ସେହିଭଳି ପ୍ରତିରୋଧ ଶୀକାର ହୋଇ ସେ ଲକ୍ଷସ୍ଥଳରେ ପହଁଚିଲା ପୂର୍ବରୁ ଗଧ ପହଁଞ୍ଚି ସାରିଥିଲା. କୁକୁରଟିର ଦ୍ରୁତଗତି ଥାଇ ମଧ୍ୟ ସ୍ୱଜାତି କୁକୁରଙ୍କର ତା ପ୍ରତି ହିଂସା ମନୋଭାବ ଯେ ତାର ବିଫଳତାର କାରଣ ଏକଥା ହାତୀଟି ବୁଝିପାରିଥିଲା.
    ହତୀଟି ଯେବେ ମୃତ୍ୟୁ ବରଣ କଲା ସେତେବେଳେ ଜଣେ ଲେଖକ ନିଜ ଲେଖିବା ଚାତୁରୀରେ ଯମଦେବଙ୍କୁ ବଶ କରି ନିଜେ ସିଂହାସନରେ ଉପବେଷନ କରି ସଭାକାର୍ଯ୍ୟ ତୁଲାଉ ଥାଆନ୍ତି ଅର୍ଥାତ କିଏ ସ୍ୱର୍ଗକୁ ଯିବ କିଏ ନର୍କକୁ ଯିବ ସ୍ଥିର କରୁଥାନ୍ତି. ହାତୀର ପାଳି ଯେତେବେଳେ ଆସିଲା ସେ ଲକ୍ଷ କଲା ଲେଖକ ରୂପୀ ମନୁଷ୍ୟ ଜଣଙ୍କ ଅଳ୍ପ ସମୟ ପାଇଁ ସିଂହାସନରେ ବସି ସମସ୍ତଙ୍କୁ ସ୍ୱର୍ଗପୁରୀକୁ ପଠାଇ ନିଜର କଲାକର୍ମ ଅର୍ଥାତ ପାପକର୍ମକୁ ପୁଣ୍ୟକର୍ମରେ ପରିଣତ କରୁଛନ୍ତି.ତ ହାତୀର ମାଗୁଣି ଥିଲା ତା ପୂର୍ବରୁ ମରିଥିବା ସମସ୍ତ ହାତୀଙ୍କ ସହିତ ତାକୁ ସ୍ୱର୍ଗପୁରକୁ ପଠାଯାଉ. ସେ କହିଥିଲା ମଣିମା ତା ସହ ଏ କୁକୁର ଓ ଗଧ ମଧ୍ୟ ଜୀଵନ କାଳ ମଧ୍ୟରେ ମଣିଷର ଯେତିକି ସେବା କରିଛନ୍ତି ତାଙ୍କ ମୃତ୍ୟୁ ପରେ ସେମାନଙ୍କୁ ମଧ୍ୟ ସ୍ବର୍ଗପୁରୀ ପ୍ରାପ୍ତ ହେଉ. 
      ଲେଖକ ତଥାସ୍ତୁ କହିଦେବା ପରେ ହାତୀ ସହ ସବୁ ହାତୀ ଓ ସେହି ପ୍ରତିଯୋଗିତାରେ ଭାଗ ନେଇଥିବା ଗଧ ଓ କୁକୁରଙ୍କର ମଧ୍ୟ ସ୍ୱର୍ଗବାସ ହୋଇଥିଲା. ଯମଦେବ ତାଙ୍କ କାର୍ଯ୍ୟ ସମାପ୍ତ କରି ସାରି ଫେରିଆସିବା ପରେ ଲେଖକ କାହିଁକି ସମସ୍ତଙ୍କୁ ସ୍ୱର୍ଗପୁରୀ ପଠାଇଲେ କହିବାରୁ ଚାଲାକ ଲେଖକ କହିଥିଲେ ମଣିମା ମୋ ଆୟୁଷ ନପୁରୁଣୁ ମତେ ଆପଣଙ୍କ ଯମଦୂତ ମାନେ ବାନ୍ଧି ଆଣିଲେ ଓ ଆପଣ ମଧ୍ୟ କିଛି ନବୁଝି ମତେ ନାରାୟଣଙ୍କ ପ୍ରେରିତ ଦୂତ ଭାବି ରାଜଗାଦିରେ ବସାଇ ଶାସନଭାର ଅର୍ପଣ କଲେ. ଭୁଲ ତ ସମସ୍ତଙ୍କର. ମୁଁ ଅଳ୍ପ ସମୟ ଭିତରେ କିଛି ପୁଣ୍ୟ ଅର୍ଜ୍ଜନ କରିବାକୁ ଯାଇ ସମସ୍ତଙ୍କୁ ଯଦି ସ୍ୱର୍ଗପୁରୀକୁ ପଠେଇଛି ତାହା ଯଦି ମୋର ଭୁଲ ତେବେ କୁହନ୍ତୁ!ଯମଦେବଙ୍କ ପାଖେ ଆଉ କିଛି ଉପାୟ ନଥିଲା. ଲେଖକ ସ୍ଵଶରୀରରେ ପୁଣି ମର୍ତ୍ତ୍ୟକୁ ଫେରି ଆସିବା ପରେ ସମସ୍ତ ହାତୀ ଓ ଗଧଙ୍କୁ ମୁକ୍ତି ଦେବା ସହ କୁକୁରକୁ ପାଳନ କରୁଛି. ଆଉ ଦୌଡ଼ ପ୍ରତିଯୋଗିତା କରି ବ୍ୟବସାୟ କରୁନି କି ସମୁଦ୍ର କୂଳରେ ଗଧ ଓ ହାତୀ ପିଠିରେ ଦର୍ଶକଙ୍କୁ ବସାଇ ପଇସା ରୋଜଗାର କରୁନି ବରଂ ପଶୁମାନଙ୍କ ସେବାକୁ ପୁଣ୍ୟ ବୋଲି ଭାବି ନେଇଛି.


Rate this content
Log in