STORYMIRROR

Seetaram Dash

Others

3  

Seetaram Dash

Others

ଗାଁ ମୁରବି

ଗାଁ ମୁରବି

2 mins
1.5K


ରାମଚନ୍ଦ୍ର ବାବୁଙ୍କ ସ୍ତ୍ରୀ ମରିବା ଦୁଇ ମାସ ହୋଇନି, ସାମାନ୍ୟ କଳି କୁ ନେଇ ଦୁଇ ବୋହୂ ଆଜି ରାଗରେ ଅଲଗା ଅଲଗା ରୋଷେଇ କରିଛନ୍ତି। ବୃଦ୍ଧ ରାମଚନ୍ଦ୍ର ବାବୁଙ୍କର କଥା ଶୁଣିବାକୁ ଦୁଇ ବୋହୂ ନାରାଜ। ତେଣୁ ନିରୁପାୟ ହୋଇ ରାମଚନ୍ଦ୍ର ବାବୁ ଦୁଇ ପୁଅଙ୍କୁ ଡକାଇଛନ୍ତି ଘରକୁ ଆସିବା ପାଇଁ।

ରବି ନାରାୟଣ ଓ ସୂର୍ଯ୍ୟ ନାରାୟଣ ଉଭୟ ବାପାଙ୍କ କଥା ଶୁଣି ଆସିଛନ୍ତି ଘରକୁ। ଦାଣ୍ଡ ପଟ ବରଣ୍ଡାରୁ ଦୁଇ ଭାଇ ବାପାଙ୍କ କଥା ଶୁଣି ମନ ଦୁଃଖରେ ନିଜ ନିଜ ରୁମରେ ପ୍ରବେଶ କରିଛନ୍ତି। ବାପାଙ୍କ ସହ ଦୁଇ ଭାଇଙ୍କ ମନ ବହୁତ ଦୁଃଖ। ସାନ ପୁଅ ଘରୁ ଅସ୍ପଷ୍ଟ ଶୁଭୁଛି, ତମେ ତମ ଗେଲ୍ହା ଭାଉଜ ପାଖେ ରୁହ। ମୁଁ ମୋ ପିଲା ଛୁଆଙ୍କୁ ନେଇ ଯାଉଛି।ତମ ଯୋଗୁ ପିଲା ଦୁଇଟା କୁ ମାରିବି ନା କଣ। ବହୁତ ହୋଇଗଲା। ଆର ପାଖ ଘରୁ ବଡ ବୋହୂ ବି କହୁଛି "ବାର ବର୍ଷ ହେଲା ବହୁତ କଲାଣି। ଆଉ ନୁହେଁ। ତମେ ତ ସବୁ ଶୁଣିବ ଘର ଭିତରେ ମାଛି ଭଳି ବସିବ"। ବହୁତ ଖଟିଲାଣି ଆଉ ନୁହେଁ।

ସନ୍ଧ୍ୟା ସମୟ। ଗାଁ ମୁଣ୍ଡ ପୋଖରୀ ହୁଡାରେ ଗାଁର ଚାରି ଜଣ ମୁରବି ଧୀରେ ଧୀରେ କଥା ହେଉଛନ୍ତି। ପ୍ରଥମ ଜଣ- ଦୁଇ ଭାଇଙ୍କୁ ଗାଁ ମେଳଣ ଚାନ୍ଦା ଅଲଗା ଅଲଗା ମାଗିବ ଏଥର। ଦ୍ଵିତୀୟ ଜଣ- ଯଦି ପୁଣି ମିଶିଯିବେ, ଏକାଠି ରୋଷେଇ କରିବେ। ତୃତୀୟ ଜଣ- ଖରାବେଳେ ବାରିପଡ଼େ ରବି ମନ ଦୁଃଖରେ ବସିଥିଲା। ତାକୁ ପଚାରିଲି "ପୁଅ କଣ କିରେ, ମୁହଁ କଣ ପାଇଁ ଶୁଖେଇ ବସିଛୁ"। ସବୁ କଥା କହିସାରି, କହିଲା ମଉସା "ସାନ କୁ ଟିକେ ବୁଝାଇବ"। ମୁଁ କହିଲି ବାପାରେ "ପୋଡି ଗଲା ତିଅଣ ର ଆଉ କି ସୁଆଦ" ଯେତେ ଭାଇ ସେତେ ଘର। ପୁଳାଏ ଚୁଡି ପିନ୍ଦିଲେ ଶବ୍ଦ ହେବ। ମୋ ମତରେ ଅଲଗା ହୋଇ ଯିବା ଭଲ। ମା ତ ଚାଲିଗଲା, ଆଉ ରାମ ଭାଇ କେତେ ଦିନ ବଞ୍ଚିବ। କାଇଁ ବୁଢାଟା କୁ ଅଶାନ୍ତି କରିବ। ଭିନ୍ନ(ଅଲଗା) ନ ହେଲେ ସବୁବେଳେ କଳି। ଚତୁର୍ଥ ଜଣକ-ସିଏ ଆଉ ମିଶିବେ ପାଗଳ ହେଲ। ଗାଁ କାଳି ମେଣ୍ଟାଇ ମେଣ୍ଟାଇ ମୁଁ ବୁଢା ହେଲାଣି। ଦେଖିବ ମେଳଣ ଚାନ୍ଦା ରାମ ପାଞ୍ଚ ଶହ ଦେଲେ ରବି ଦେବ ହଜାରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍