ଏମିତି ବି ହୁଏ
ଏମିତି ବି ହୁଏ


ମୋ ପୁଅ ମୋ ଝିଅକୁ ବାହା ହେଲା ,ଭାଇ ଭଉଣୀ ସ୍ବାମୀ ସ୍ତ୍ରୀ ହେଇଗଲେ । ସ୍ୱାମୀ ସ୍ତ୍ରୀ ସମୁଦୀ ସମୁନ୍ଦୁଣି ହୋଇଗଲେ। କଥାଟି କେମିତି କେମିତି ଲାଗୁଛି ନା ? ପଢନ୍ତୁ ଜାଣିବେ ଏକ ପ୍ରେମ କାହାଣୀ ଏକ କାଳ୍ପନିକ ! ହଁ ଏୟାବି ସତ ଯେ ଆଜିର ଯୁଗରେ ଅସମ୍ଭବ ନୁହଁ ।
ଘଟଣା ଟି ଏମିତି....
ଦଶରଥ ବାବୁ ଧନୀ ଶ୍ରେଣୀର ଲୋକ ଜମିଦାର । ଶହେ ଏକର ଜମି, ଅଜସ୍ର ସମ୍ପତି କୌଣସିରେ ଅଭାବ ନାହିଁ। ଗୋଟିଏ ବୋଲି ପୁଅ ଚନ୍ଦନ । ଗେଲ ବସରରେ ବଢିଛି, ଗାଁ ରେ ସ୍କୁଲରେ ପଢେ, ଗଜ ମୂର୍ଖଟା ପାଠ ଶାଠ ପଢେନି । ଅଷ୍ଟମ ଶ୍ରେଣୀରେ ଡୋରି ବନ୍ଧା ହେଲା ଖାଇ ପିଇ ମଜା କରିବୁଲିଲା ବାପା ବି କିଛି କୁହନ୍ତିନି । ଗୋଟିଏ ପୁଅ କୂଳ ରକ୍ଷକ ବୋଲି ଘରେ ଚାକର ବାକର କାମ କରନ୍ତି । ସବୁ ସମ୍ପତି ଦେଖାଶୁଣା କରେ ଗୋପାଳ ବାବୁ । ଗୋପାଳ ମେନେଜେର ଭଳି କାମ କରେ । ଦଶରଥ ବାବୁଙ୍କ ଘର ପାଖରେ ଛୋଟିଆ ଘରଟିରେ ରହେ ଗୋପାଳର ଝିଅଟିଏ ପ୍ରତିମା , ଦେଖିବାକୁ ସୁନ୍ଦର ଗୋରା ତକ ତକ ଚନ୍ଦନ ଯୌବନରେ ପହଁଚିଛି ପ୍ରତିମା ବି । ପରସ୍ପର ଆକର୍ଷିତ ହୋଇ ପ୍ରେମ ହୋଇଯାଇଛି । ନିବିଡ଼ ସମ୍ପର୍କରେ ଦୁହେଁ ଛନ୍ଦି ହୋଇଯାଇଛନ୍ତି । ଶେଷରେ ପ୍ରତିମା ଅନ୍ତସ୍ଵତା ହୋଇଯାଇଛି । କାନରୁ ଦୁଇ କାନ ହୋଇ ଖବର ପହଁଚିଲା ଦଶରଥଙ୍କ ପାଖରେ, ଦଶରଥ ସବୁ ଶୁଣିଲେ ଗୋପାଳକୁ ଡକାଇ କହିଲେ- ତୋ ଝିଅ ମୋ ଘରେ ବୋହୂ ହେଇପାରିବନି ! କାରଣ ଆମର ମାନ ସମ୍ମାନ ଆଗରେ ତୋର କିଛି ନୁହଁ । ଭଲ ହେବ ତୋ ଝିଅର ଗର୍ଭ ଭାଙ୍ଗିଦେ, ନଚେତ କିଛି ଟଙ୍କା ଧରି କେଉଁଆଡ଼େ ଚାଲିଯାଆ। ନଚେତ ଦରକାର ପଡ଼ିଲେ ମୋ ସମ୍ମାନ ରଖିବା ପାଇଁ ତୋ ପରିବାରକୁ ମାରିଦେଇ ପାରେ।
ଗୋପାଳ ବାବୁ କିଛି ଉପାୟ ନ ପାଇ ନିଜ ଝିଅ ପ୍ରତିମାକୁ ଧରି ଚାଲିଗଲେ, ଆଉ କିଛି ଖବର ନାହିଁ। ଏଣେ ଚନ୍ଦନ ପ୍ରତିମାକୁ ନପାଇ ପାଗଳ । ଦଶରଥ ବହୁତ ବୁଝେଇବାକୁ ଚେଷ୍ଟାକଲେ କିଛି ଲାଭ ହେଲାନି ।
ଏମିତି କିଛିଦିନ ଚାଲିଗଲା...
ଦଶରଥ ଚନ୍ଦନକୁ ଗୋଟେ ସୁନ୍ଦର ଝିଅ ଦେଖି ହାତରୁ ଦୁଇ ହାତ କରିଦେଲେ । ଚନ୍ଦନ ବି ପୁରୁଣା କଥାକୁ ଆସ୍ତେ ଆସ୍ତେ ଭୁଲିଗଲା । ୟା ଭିତରେ ଦଶରଥ ଆରପାରିକୁ ଚାଲିଗଲେ । ଜମିଦାରୀ ଚାଲିଗଲା ସମ୍ପତି ସରିଗଲା । ଏକ ସାଧାରଣ ଲୋକ ଭଳି ଚଳିବାକୁ ପଡିଲା ଚନ୍ଦନକୁ । ଚନ୍ଦନର ଝିଅଟିଏ ଭଲ ପୁଷ୍ପା । ପୁଷ୍ପା ଭଲ ପଢେ, ଚନ୍ଦନ ପୁଷ୍ପା କୁ ପଢେଇବାକୁ ଭୁବନେଶ୍ୱର ଛାଡ଼ିଥାନ୍ତି । ପୁଷ୍ପା ଉପରେ ଭରସା ଥାଏ ଚାକିରୀ କଲେ ଦୁଃଖ ଚାଲିଯିବ । ୟା ଭିତରେ ପୁଷ୍ପା ଅଜୟ ନାମକ ପୁଅକୁ ମନଦେଇଥାଏ । ପରସ୍ପର ବାହାହେବାକୁ ନିଷ୍ପତି ନେଇଥାନ୍ତି । ଖାଲି ପରିବାରର ନିଷ୍ପତି ଦରକାର ! ସାହାସ ବାନ୍ଧି ପୁଷ୍ପା ଦିନେ ବାପାଙ୍କୁ କହିଲା-ବାପା ମୁଁ ଗୋଟେ ପୁଅକୁ ଭଲ ପାଉଛି ତାକୁ ବହାହେବାକୁ ସ୍ଥିର କରିଛି । ଚନ୍ଦନ ପଚାରିଲେ ପୁଅଟି କଣ କରୁଛି, ପୁଷ୍ପା କହିଲା ପୁଅ ଜଣେ IAS, (କଲେକ୍ଟର) । ଚନ୍ଦନ ମନକୁ ପାପ ଛୁଇଁଲା,ଏତେବଡ଼ ଘର କଣ ଆମ ପରିବାରରେ ବନ୍ଧୁ କରିବେ ! ପଛ କଥା ମନେ ପଡ଼ିଲା। ବାପା ନିଜ ସମ୍ମାନ ପାଇଁ ଗୋପାଳ ବାବୁଙ୍କୁ ବାଟରୁ ହଟେଇଦେଲେ। ନିଜ ଅନ୍ତସ୍ଵତା ପ୍ରେମିକାକୁ ବି। ଚନ୍ଦନର ମନ ବୁଝିଲାନି କାଳେ ମୋ ଝିଅର ଜୀବନ ନଷ୍ଟ ହେଇଯିବ। ଚନ୍ଦନ ଠିକଣା ଯୋଗାଡ଼ କରି ପହଂଚିଗଲେ ଅଜୟ ପାଖରେ,କଲେକ୍ଟର ଅଫିସ କେମିତି ଭିତରକୁ ଯିବେ । ଯାହା ହେଉ କଲେକ୍ଟରଙ୍କ ସହ ସାକ୍ଷାତ ମିଳିଲା । ପୁଷ୍ପାର ବାପା ଜାଣି କଲେକ୍ଟର ସମ୍ମାନ ଦେଇ କଥାହେଲେ ଓ କହିଲେ ମୁଁ ତୁମ ଝିଅକୁ ଭଲପାଏ । ସ୍ତ୍ରୀ ରୂପେ ଗ୍ରହଣ କରିବାକୁ ଚାହେଁ । ଆପଣଙ୍କ ମତାମତ ଚାହୁଁଥିଲି ଆମଘରେ ସମସ୍ତେ ରାଜିଅଛନ୍ତି,ଚନ୍ଦନ ପଚାରିଲେ ଆଚ୍ଛା ତୁମ ବାପା କଣ କରନ୍ତି ନାମ କଣ ? ଅଜୟ କହିଲା ବାପା କଣ ମୁଁ ଜାଣେ ନା ମୋର କେବଳ ମାଆ ସବୁକିଛି। ଆଉ ମୋ ମାଆ ତୁମ ଝିଅକୁ ଦେଖିଛି ପସନ୍ଦ ବି ଅଛି।
ଚନ୍ଦନ ଘର ଠିକଣା ପାଇ ପହଁଚିଗଲା ଅଜୟ ଘରେ । କଲେକ୍ଟର ବଙ୍ଗଳା ଦେଖି ଭିତରକୁ ଯିବାକୁ ଡ଼ରରହିଲା । ଦରବାନଙ୍କୁ କହିଲା- ତୁମ ମାଆଙ୍କୁ ମୁଁ ମିଶିବା ପାଇଁ ଆସିଛି । ଦରବାନ ମାଆଙ୍କୁ ଯାଇ କହିଲେ- ମାଆ ଡାକିବାକୁ କହିଲେ । ଚନ୍ଦନ ଭିତରକୁ ଗଲେ ଦେଖିଲେ "ପ୍ରତିମା" ! ପରସ୍ପର ନିସ୍ତବ୍ଧ ହେଇଗଲେ ଏତେଦିନ ପରେ ଦେଖାମିଳିଥିବାରୁ । ପ୍ରତିମା କହିଲା- କେମିତି ଅଛ କହି ମୁଣ୍ଡିଆ ଟିଏ ମାରିଲା। ପ୍ରତିମାର ବେକରୁ ଝୁଲି ପଡିଲା ରୁପା ମାଳିଟିଏ ଯାହାକି ଚନ୍ଦନ ଦେଇଥିଲା। ଚନ୍ଦନ କହିଲା- ପ୍ରତିମା ତୁମେ ରୁପା ମାଳିଟି ରଖିଛ ? ପ୍ରତିମା କହିଲା- ହଁ ଏହା ହିଁ ତୁମ ଶେଷ ସନ୍ତକ। ଚନ୍ଦନ କହିଲା ,ଦେଖ ପ୍ରତିମା ବିଚିତ୍ର ମୟ ଭଗବାନ ! କେମିତି ସମୟ ଭଗବାନ ଆମକୁ ଦେଲେ, ଆମ ପୁଅ ଆମ ଝିଅକୁ ବାହାହେବାକୁ ଯାଉଛନ୍ତି । ଭାଇ ଭଉଣୀ ସ୍ୱାମୀ ସ୍ତ୍ରୀ ହେବାକୁ ଯାଉଛନ୍ତି । ଆଉ ଆମେ ସ୍ୱାମୀ ସ୍ତ୍ରୀ ସମୁଦୀ ସମୁନ୍ଦୁଣି। ହେଲେ ପ୍ରତିମା ଆମର ପ୍ରେମ କଥା ଆମେ ଭୁଲିଯିବା । ସ୍ୱପ୍ନ ବୋଲି ଭାବି ନଚେତ ଦୁଇଟି ଆତ୍ମା ନଷ୍ଟ ହେଇଯିବ। ଠିକ ଏତିକି ବେଳେ ଅଜୟ ଓ ପୁଷ୍ପା ଘର ଭିତରକୁ ଆସିଲେ । ଦୁଇ ଜଣଙ୍କ ବାପା ମାଆ ବସି କଥାହେଉଥିବାର ଦେଖି ଛିଡା ହୋଇ ପାଖକୁ ଆସି ମୁଣ୍ଡିଆ ମାରିଲେ । ଦୁଇ ଜଣ ଆଶୀର୍ବାଦ ଦେଲେ ହେଲେ ଅଜୟର ମାଆ କହିଲେ- ଅଜୟ ତୁ ପୁଷ୍ପାକୁ ସ୍ତ୍ରୀ ହିସାବରେ ଘରକୁ ଆଣି ପାରୁ କିନ୍ତୁ ମୁଁ ବୋହୂ ହିସାବରେ ଗ୍ରହଣ କରିପାରିବି ନାହିଁ । କିଛି କ୍ଷଣ ପାଇଁ ସମସ୍ତେ ନିରବ ହେଇଗଲେ ପରସ୍ପର ମୁହଁକୁ ଦେଖିଲେ। ଚନ୍ଦନ ମନରେ ଡର ଆସିଗଲା ବୋଧେ ପ୍ରତିମା ପ୍ରତିଶୋଧ ନେଇଗଲା। କିଛି ସମୟ ପରେ ପ୍ରତିମା କହିଲା-ମୁଁ ତାକୁ ଝିଅ ରୂପେ ଗ୍ରହଣ କରିବି । ଘରର ବୋହୂ ହେଲେ ବି ଝିଅ ଭଳି ଚଳିବ ଯେମିତି ସମସ୍ତେ କହିବେ ସ୍ୱାମୀ ସ୍ତ୍ରୀ ସିନା ଭାଇ ଭଉଣୀ ଭଳି ହେଉଛନ୍ତି। ଚନ୍ଦନ ଛଳ ଛଳ ମୁହଁରେ ପ୍ରତିମାକୁ ନମସ୍କାର ଜଣେଇ, ଭାବିଲେ ସତରେ ପ୍ରତିମା କେଡେ ମହାନ।