Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Satyabati Swain

Others


5.0  

Satyabati Swain

Others


ଏଇ କଣ ଭଲ ପାଇବା!

ଏଇ କଣ ଭଲ ପାଇବା!

5 mins 651 5 mins 651

ଆଙ୍ଗୁଠି ଫାଙ୍କରେ ସମୟ କେତେ ବେଳେ ଗଳିଗଲା ଜଣା ପଡ଼ିଲାନି।କଙ୍କି ଧରା ବୟସକୁ ପଛରେ ପକାଇ ଛୋଟରୁ ବଡ଼ ହେଲି।ଜହ୍ନ,ଚଢେଇ,ପ୍ରଜାପତି,ଫୁଲ,ବର୍ଷା,ନିଛାଡ଼ିଆ ମୁହୂର୍ତ୍ତ ଭଲ ଲାଗିଲା।ଝିଅ ପିଲା ସାଙ୍ଗଙ୍କ ଗହଣ, ଘଣ୍ଟା ଘଣ୍ଟା ଗପିବାକୁ ଭିତରେ ଯେମିତି କିଏ ଉଚ୍ଛନ୍ନ କଲା।ଭଲ ସାର୍ଟ ପ୍ୟାଣ୍ଟ,ମୁଣ୍ଡ ଭିନ୍ନ ଭିନ୍ନ ଡିଜାଇନ ରେ କୁଣ୍ଡାଇବାକୁ କେହି ନ ଶିଖାଇଲେ ବି ଶିଖି ହୋଇ ଗଲା। ଗଜୁରୁ ଥିବା ନିଶରେ ହାତ ମାରି ଭିତରର କିଛି ହେବାର ଅନୁଭବ ହେଲା।ପେଣ୍ଟ ଭିତରେ ସାର୍ଟ ପୁରାଇ,ବେଲ୍ଟ ଭିଡି ହିରୋ ବନିବାକୁ ମନ କହିଲା। ହ୍ୟାଣ୍ଡଲ ଛାଡି ସାଇକେଲ ଚଲାଇ ଝିଅଙ୍କ ଦୃଷ୍ଟି ଆକର୍ଷଣ କରିବା ଦୁଃଶାହସିକ କାର୍ଯ୍ୟ କରିବାକୁ ଟିକେ ବି ଡର ଲାଗିଲାନି।ମନ ପସନ୍ଦର ଝିଅ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଥିଲା ଏଇ କୈଶୋର ଛାଡି ଯୌବନରେ ପାଦ ଦେବା ଖସଡ଼ା ବୟସ ଟି।ସରସ୍ୱତୀ ପୂଜା,ଗଣେଶ ପୂଜା,ଅବା ସ୍କୁଲର ଜାତୀୟ ଦିବସ ମାନଙ୍କରେ ଝିଅ ପିଲାଙ୍କୁ ଇମ୍ପ୍ରେସ କରିବାକୁ ଯେତେ କଷ୍ଟ ହେଲେ ବି ସବୁ କାମ କରିବାକୁ ପ୍ରତି ଯୋଗୀତା ଚାଲୁଥିଲା।ଶ୍ରେଣୀର ସବୁଠୁ ସୁନ୍ଦରୀ ଝିଅ ସାଙ୍ଗେ ସାଙ୍ଗ ହେବାକୁ ବାଡ଼ିଆ ପିଟା ଲାଗୁଥିଲା ଶୀତଳ ଯୁଧ୍ୟ ଆମ ମାନଙ୍କର ଅପ୍ରକାଶ୍ୟରେ।

ମୋ ଏଲୁ ଭାଇନା ଗୋଟେ ଝିଅ ପିନାନୀକୁ ଭଲ ପାଉଥିଲା।ମୋ ହାତେ କାଗଜରେ କଣ ଚିଠି ଲେଖି ପଠାଉଥିଲା।ଲୁଚେଇ ନେବାକୁ କହୁଥିଲା।ଏଥିପାଇଁ ଘୁସ୍ ଟଙ୍କାଏ କି ଦୁଇ ଟଙ୍କା ବି ଦେଉଥିଲା। ଏଲୁ ଭାଇନା କଣ ଲେଖି ପିନାନୀ ପାଖକୁ ଦେଉଛି ଦେଖିବାକୁ ଇଛାଟିଏ ଉଚ୍ଚାଟ କରୁଥିଲା ମୋତେ।ମୁଁ କିନ୍ତୁ ସୁରକ୍ଷିତ ଜାଗାଟିଏ ପାଉନଥିଲି ଚିଠିଟି ଖୋଲିବାକୁ।କାଳେ କିଏ ଦେଖି ନେବ,ନନା ବୋଉଙ୍କୁ କହିଦେବ ତ ଏଲୁ ଭାଇନା ନିର୍ଧୁମ ଗାଳି ମାଡରେ ବୁଡ଼ିଯିବ।ମୋ ଯୋଗୁଁ ଏହା ହେଲା ବୋଲି ଏଲୁ ଭାଇନା ତ ମାରିବ ମାରିବ ନନା ବୋଉ କୋଉ ଛାଡିବେ?କାହିଁକି ଆମକୁ କହିଲୁ ନାହିଁ କହି ଅଦା ପରି ଛେଚିବେ।ଏଣୁ କୁତୁରୁ କାଳିଆ କରୁଥିବା ଆଗ୍ରହ ମାନେ ମୋର ମୋ ଭିତରେ ଭୟରେ ମରି ଯାଉଥିଲେ।ଶୋଷ କିନ୍ତୁ ବଢ଼ୁଥିଲା କଣ ଲେଖେ ଭାଇନା ପିନାନୀକୁ ଭାବି।

ପିନା ନୀ ବି ମୋ ହାତରେ ଲେଉଟାଣି ଚିଠି ଦେଉଥିଲେ।ପିନାନୀ ଓ ଏଲୁ ଭାଇନାଙ୍କ ମୁଁ ହୋଇଯାଇଥିଲି ଡାକ ପିଅନ,ହାତ ବାରିସି।ଏଲୁ ଭାଇନା ଟା କଞ୍ଜୁସ୍ ଟଙ୍କାଏ କି ଦୁଇ ଟଙ୍କା ଦେଉଥିଲା କିନ୍ତୁ ପିନାନୀ ଥରକେ ପାଞ୍ଚ ଟଙ୍କା ଦେଉଥିଲେ।ମୋର ଦୁଇ ଆଡୁ ଲାଭ।ମୁଁ ବୁଝି ଯାଇଥିଲି ଭଲ ପାଇବ ମାନେ ଚିଠି ଲେଖିବା ଅତି ଆବଶ୍ୟକ।ପୁଣି ଲୁଚା ଛପା କାମଟି ବୋଧେ ଭଲ ପାଇବା।ବଡ଼ ହେଲେ ସମସ୍ତେ ବୋଧେ ଭଲ ପାଆନ୍ତି....ମୋର ବି ଇଚ୍ଛା ହେଉଥିଲା କାହାକୁ ଭଲ ପାଇବାକୁ,ଚିଠି ଲେଖିବାକୁ, ଯଦିଓ ଚିଠିରେ କଣ ଲେଖା ହୁଏ ମୁଁ ଜାଣି ନଥିଲି।ଏଲୁ ଭାଇନା ଚିଠି ନେଇ ତା ଠିକଣା ଜାଗାରେ ପହଞ୍ଚାଇବା ପାଇଁ ମୋତେ କାଠିକର ପାଠ ଲାଗୁଥିଲା।ସବୁବେଳେ ଏଇ ଭୟରେ ଥିଲି କେହି ଜାଣି ଦେଉନି ତ ମୁଁ ଚିଠି ନେବା ଆଣିବା କରୁଛି ଏଲୁ ଭାଇନା ଓ ପିନାନୀର!!

ଅତି ସତର୍କତା ଅବଲମ୍ବନ କରି ବାହାନା ଦେଖାଇ ପିନାନୀ ଘରକୁ ଯିବାକୁ ପଡେ।ପିନାନୀ ବାପା ଟାର ବଡ଼ ବଡ଼ ପ୍ରଜାପତିଆ ନିଶ।ଦେଖିଲେ ଡର ଲାଗେ।ମୋତେ ଦେଖିଲେ କୁହନ୍ତି"କୁଆଡେ କିରେ ଟୋକା;ଆଜିକାଲି ତ ଅମଘର ଆଡେ ବେଶୀ ଆସୁଛୁ"? ଏ କଥା ଶୁଣି ବୋଉ ନାଁ ନେଇ ମିଛ କୁହେ ଯେ ବୋଉ ପଠାଇଥିଲା ଗୀତା ଖୁଡିଙ୍କ ପାଖକୁ ଚାଲୁଣି ନେବାକୁ। ଗୀତା ଖୁଡିପିନାନୀ ଙ୍କ ବୋଉ।ମୁଁ କିନ୍ତୁ ଜାଣିଥିଲି ପିନାନୀ ଘର ଚୂଡ଼ା ଚଲା ଚାଲୁଣି ନ ଥିଲା ବୋଲି।ପିନାନୀ ତାଙ୍କ ବାପାଙ୍କୁ ଦେଖି ବାଁରେଇ କୁହନ୍ତି "ଆରେମିଲୁ ଆମ ଚାଲୁଣି ପରା ଭାଙ୍ଗି ଯାଇଛି"ଏଇ କହିବା ଭିତରେ ମୋତେ ଆଖି ଠାରି ଦିଅନ୍ତି।ଠାରରେ ମୁଁ ବୁଝିଯାଏ ସେ ବାଡ଼ି ପଟକୁ ଯିବାକୁ କୁହନ୍ତି।କବାଟ ଆଉ ଜାଇବା ନାଁରେ ସେ ମୋ ପଛ ପଛେ ଆସନ୍ତି ଓ ଚଟ କରି ମୋ ଠାରୁ ଚିଠି ନେଇ ତାଙ୍କ ଛାତି ଭିତରେ ଡ୍ରେସରେ ଲୁଚାଇ ଦିଅନ୍ତି।

ମୁଁ ଭୟରେ ଆଉ ତାଙ୍କ ଘର ଆଡ଼େ ଯାଏନି।ପିନାନୀକୁ ତାଙ୍କ କଲେଜ ଯିବା ବାଟରେ ଚିଠି ଦିଏ ଓ ସେ ମୋ ହାତରେ ଗୁଞ୍ଜି ଦିଅନ୍ତି ପାଞ୍ଚ ଟଙ୍କା।ତା ସହିତ ମୋ ଗାଲ ବି ଟିପି ଦିଅନ୍ତି।କେବେ କେବେ ସାଉଁଳେଇ ଦିଅନ୍ତି ମୋ ମୁହଁ।ପିନାନୀ ସ୍ପର୍ଶ ମୋତେ ଭାରି ଭଲ ଲାଗେ।ମୋର ସପ୍ତମ ଶ୍ରେଣୀ ଶେଷ ପରୀକ୍ଷା ସରି ଯାଇଛି।ଆଉ କେଇଟା ଦିନପରେ ମୁଁ ଅଷ୍ଟମରେ ପଢିବି।ଅବୁଝା କଅଁଳ ବୟସ।ପିନାନୀକୁ ମୁଁ କୁଣ୍ଢାଇ ପକାଏ ବେଳେ ବେଳେ।ସେ ବି ତାଙ୍କ କୋଳକୁ ଆଉଜାଇ ନିଅନ୍ତି।ମୋ ମୁଣ୍ଡ ତାଙ୍କ ଗାଲ ଛୁଏଁ।ଇଛା ହୁଏ ପିନାନୀ ମୋତେ ସବୁବେଳେ ଏମିତି କୋଳେଇ ଧରନ୍ତେ କି!!

ଏଣିକି ଏଲୁ ଭାଇନାକୁ ମୋତେ ଈର୍ଷା ହେଲା।ସେ ଯେତେ ଚିଠି ଦେଲା ଆଉ ପିନାନୀ କୁ ଦେଲି ନାହିଁ।ମିଛରେ କହିଲି ଭାଇନା କଣ ଗୋଟେ ପରୀକ୍ଷା ଦେବ,ନନା ଗୋଡେ ଗୋଡେ ଜଗି ପଢ଼ାଉଛନ୍ତି।ତାର ସମୟ ନାହିଁ ଚିଠି ଲେଖିବାକୁ।ସେ କହିଛି ପରୀକ୍ଷା ସରିବା ଯାଏ ଚିଠି ଦେବନାହିଁ।ପିନାନୀ ତେବେ ବି ହସେ।ମୋ ଗାଲ ଟିପେ।ଦିନେ ଦିନେ ତାଙ୍କ ସାଇକେଲ ପଛରେ ବସାଇ ସ୍କୁଲରେ ଛାଡି କଲେଜ ଯାଆନ୍ତି ପିନାନୀ। ପିନାନୀ ସାଇକେଲରେପଛରେ ବସି ମୋତେ ଭାରି ମଜା ଲାଗେ।ଏଣିକି ବେଶୀ ବେଶୀ ପିନାନୀ ମୋତେ ଭଲ ଲାଗନ୍ତି।ମୁଁ ଜାଣି ଜାଣି ପିନାନୀ ଅଣ୍ଟା ଚାରିପଟେ ହାତ ଛନ୍ଦି କୁଣ୍ଢାଇ ପକାଏ।ପିନାନୀ ଗେଲ କରି କୁହନ୍ତି କଣ ମିଲୁ ବାବୁ ଭାଇନା ପରିବର୍ତ୍ତେ ତୁମେ ମୋତେ ପ୍ରେମ କରୁଛ ନା କଣ?ମୁଁ ଲାଜେଇ ଯାଇ କୁହେ ଏମିତି ଧରିଲେ ପ୍ରେମ କରନ୍ତି କି ପିନାନୀ!!।ହସି ହସି ଗଡ଼ିଯାଏ ପିନାନୀ। ପିନାନୀ ହସିଲେ ଆହୁରି ଭଲ ଲାଗେ।ସେ କୁହନ୍ତି ବୋକା ଟା।ପ୍ରେମ ହୃଦୟରୁ ହୁଏ,ଶରୀରରୁ ନୁହେଁ ମିଲୁ।ବଡ଼ ହୋଇଯା ଆପେ ବୁଝିଯିବୁ।।

ମୁଁ କଣ ବଡ଼ ହୋଇନି କି?ମୋର ବା ନିଶ ଗଜୁରିଲାଣି।ମନେ ମନେ ବିରକ୍ତ ହୁଏ।ଘରଠୁ ବାହାର ସବୁଠି ମୋତେ ଛୋଟ ଛୁଆ ଭାବନ୍ତି କାହିଁକି।ସମସ୍ତେ ଭାବିଲେ ଚଳିବ,ହେଲେ ଏଇ ପିନାନୀ ଟା..।ଏମିତି ଭାଇନା ପଚାରେ "ପିନାନୀ କୁ ଦେଖିଥିଲୁ?ସେ ମୋ କଥା ପଚାରୁଥିଲା କି ମିଲୁ"? ତୋ କଥା!; ନା ତ।ମିଛ କୁହେ ମୁଁ।ମୋ ଭାଇନା ପିନାନୀ କୁ ଭଲ ପାଉ ମୁଁ ମୋଟେ ଚାହେଁନି।ଭାଇନା ମୁହଁ ଶୁଖେଇ କୁହେ ହେଉ।ପୁଣି ଗୋଟେ ଚିଠି ଦିଏ।ମୁଁ ତାକୁ ସାଇତି ଦିଏ ମୋ ବ୍ୟାଗରେ।

ଦୈବାତ ଦିନେ ସ୍କୁଲରେ ଆମ ଶ୍ରେଣୀ ପ୍ରକାଶର ଶହେ ଟଙ୍କା ଚୋରି ହୋଇଗଲା।ସେ ସ୍କୁଲରୁ ଗଲା ବେଳେ ଖା ତା କିଣିବ ବୋଲି ଘରୁ ଆଣିଥିଲା।ପ୍ରକାଶ ଘର ଚଳଣି ପକ୍ଷ ସେତେ ଟା ଭଲ ନୁହେଁ।ଶ୍ରେଣୀର ସବୁଠୁ ଭଲ ପଢ଼ୁଥିବା ପିଲା ସେ।ପିଅନ ଆସି ସମସ୍ତଙ୍କ ବ୍ୟାଗ ଚେକ୍ କଲା।ମୋ ବ୍ୟାଗ ରୁ ବାହାରିଲା ପୁଳାଏ ଚିଠି।ହେଡ ସାର୍ ନନାଙ୍କୁ ଡାକି ଚିଠି ସବୁ ଦେଖେଇଲେ। ସେଇ ଅଫିସରେ ମୋ ପିଠିରେ ନନା ଉତ୍ତମ ମଧ୍ୟମ ଥୋଇଲେ।ଗାଲ, ପିଠି ଫାଟି ଗଲା।ମେଞ୍ଚଡ଼ ଟୋକା,ଗାଣ୍ଡିରୁ ଘୁହ ଛାଡିନି ବାବୁ ପ୍ରେମ କଲେଣି।ହଇରେ କୁଳ ବାଳୁଙ୍ଗା ସେ ଝିଅଟି କିଏ?ଯାହାକୁ ପ୍ରେମ ପତ୍ର ଦିଆ ଯାଉଛି?ପଚାରିଲେ ନନା।ସମସ୍ତେ ଭାବିଲେ ମୁଁ ଗୋଟେ କେଉଁ ଝିଅକୁ ଭଲ ପାଉଛିକାରଣ ଚିଠି ଗୁଡା ମୋ ବ୍ୟାଗରୁ ବାହାରିଛି।

ମୁଁ କାବା ହୋଇଗଲି ଭାଇନା ଏତେ ଚାଳକ ତାହେଲେ?କିଏ ଲେଖିଛି ,କାହାକୁ ଲେଖିଛି,କିଛି ନାଁ ଗାଁ ନାହିଁ?ମୁଁ ତ ଯାହା କୋରା ଖାଇଲେଣି।ଭାଇନା ଏ ଚିଠି ପିନାନୀକୁ ଲେଖେ ବୋଲି ଆଉ କାହିଁକି କହିବି?ସତ ସତିକା ନନା ଯଦି ପିନାନୀ ସଙ୍ଗେ ଭଲ ଜାଣିଲା ପରେ ଭାଇନା ଙ୍କ ବାହା ଘର ତାଙ୍କ ସହ କରିଦିଅନ୍ତି!!!।ଯେମିତି ସନା ଓ ଡଲି ପରସ୍ପରକୁ ଭଲ ପାଉଥିଲେ ଜାଣିଲା ପରେ ବାହାଘର କରିଦେଲେ। ନା ପିନାନୀକୁ ସେ କେବଳ ଭଲ ପାଇବ। ଖାଉ ପଛେ ଯେତେ ମାଡ଼।ହେଡ ସାର୍ ଙ୍କୁ ଅନୁରୋଧ କରି ନନା କହିଲେ ଏ କଥା ଯେପରି ପ୍ରଘଟ ନ ହୁଏ।

ତାପରେ ମୋତେ ଆଉ କେହି ଗାଁରେ ଦେଖିବାକୁ ପାଇଲେ ନାହିଁ।ଭୁବନେଶ୍ୱର ମାମୁଁଙ୍କ ପାଖରେ ରହି ପଢିବାକୁ ଛାଡି ଦିଆ ଗଲା।ଏବେ ମୁଁ ଇଂଜିନିୟରିଂ ଶେଷ ବର୍ଷ ଛାତ୍ର।ଗାଁକୁ ଆସିଲେ ଆଗ ପିନାନୀକୁ ଖୋଜେ।ଭାଇନା ସିଙ୍ଗାପୁରରେ ଜବ୍ କରନ୍ତି। ତାଙ୍କ ସ୍ତ୍ରୀ ଓ ଗୋଟିଏ ଝିଅ ସହ ସେଠି ରୁହନ୍ତି।ମୋ ଯୋଗୁଁ ଭାଇନା ପିନାନୀ ସମ୍ପର୍କ ବଢି ପାରିଲା ନାହିଁ।ଏକଥା ଯେତେ ଥର ଭାବିଛି ସେତେ ଅପରାଧୀ ଲାଗେ ନିଜକୁ।ପିନାନୀ କଥା ଭାଇନାକୁ ପଚାରିଲି ସେ କୁହନ୍ତି ତୁ ତ ଚାଲିଗଲୁ ମାମୁଁଙ୍କ ପାଖକୁ।ଆଉ କିଏ ଆମକୁ ଯୋଡି ଥାନ୍ତା।ନନା କେମିତିକା ଜାଣୁ ଟି।ଦି ଗଡ଼ କରି ଦେଇଥାନ୍ତେ ଜଣା ପଡ଼ିଥିଲେ। ଆଉ କାହା ହାତେ ଚିଠି ଦେଇଥିଲେ ସେ ତୋ ପରି କଣ ସବୁ କଥା ଲୁଚାଇ ରଖିଥାନ୍ତା।ତୁ ମୋ ଭାଇ ବୋଲି ସିନା..।

ମୋ ଭାଇନାର ଏତେ ବିଶ୍ୱାସ ମୋ ଉପରେ!ମୁଁ ଭାଇନାକୁ ଜାବୁଡି ଧରି ଖାଲି କିଇଁ କଇଁ ହୋଇ କାନ୍ଦିଲି।କହି କିନ୍ତୁ ପାରିଲି ନାହିଁ ଭାଇନା ମୋ ଯୋଗୁଁ କେବଳ ପିନାନୀ ତୁମର ହୋଇ ପାରିଲା ନାହିଁ।

ଥରେ ପିନାନୀ ତା ସାତ ବର୍ଷର ଝିଅ ଓ ତିନି ବର୍ଷର ପୁଅକୁ ସାଙ୍ଗରେ ନେଇ ଗାଁକୁ ଆସିଥିଲା। ମୁଁ ପିନାନୀକୁ ଦେଖିନି ଅନେକ ବର୍ଷ ବୋଧେ ଅଷ୍ଟମ ଶ୍ରେଣୀ ରୁ ଏଯାଏ। ପିନାନୀକୁ ଦେଖିବାର ଲୋଭ ମୋତେ ତାଙ୍କ ଘର ଯାଏ ଟାଣି ନେଲା।ସେଦିନ ପରି ପିନାନୀ ମୁଚୁକୁ ନ୍ଦିଆ ହସଟିଏ ହସି ମୋ ପଢା, ପଢା ପରେ କଣ କରିବି ଆଦି ପଚାରି ସାରିଲା ପରେ କହିଲେ" ମିଲୁ ତୋ ଭାଇନା କେମିତି ଅଛନ୍ତି।ପଚାରନ୍ତି ମୋ କଥା"!

ମୁଁ ଆକାଶରୁ ଖସି ପଡିବି କି ଆଉ।ଭାଇନା ଓ ପିନାନୀ ଉଭୟ ବିବାହ କରି ଘର ସଂସାର କଲେ ମଧ୍ୟ ଦୁହେଁ ଦୁହିଁଙ୍କ ଭିତରେ ଅଛନ୍ତି!ଏଇ କଣ ଭଲ ପାଇବା!

*Satyabati swain,balikuda,jagatsinghpur**


Rate this content
Log in