STORYMIRROR

Reeta aparajeeta Mohanty

Others

3  

Reeta aparajeeta Mohanty

Others

ଏଇ କେମିତିକା ଜୀବନ

ଏଇ କେମିତିକା ଜୀବନ

2 mins
475

ଏଠି କେହି ବି ଶାନ୍ତି ରେ ଗାଧେଇପାରିବେନି। ଗାଧେଇବା ପାଇଁ ବି ସଙ୍ଘର୍ଷ କରିବାକୁ ପଡେ।ଖାଇବାକୁ ବି ଲାଇନି ବ୍ୟବସ୍ଥା। ଓ ସବୁ ତ କଷ୍ଟକର। ତା ପରେ ଶୋଇପଡିଲେ ବି କେହି ଡାକନ୍ତିନି। ତା ପରେ ନାଚ କ୍ଳାସ । ବହୁତ କଷ୍ଟଭରା ଜୀବନ ହେଲେ କେବେ କେବେ ଆମ୍ମା ସିନେମା ଦେଖିଶକୁ କି ଆଇସକ୍ରିମ ଖାଇବାକୁ ପଠାଏ।ସେତେବେଳେ ରାଧା, ମୀରl ,କବିତା ଓ ମୁଁ ସମସ୍ତେ ବହୁତ ଖୁସି ଥାଉ। ମଧୁମାଳତୀ ର ଜୀବନ ଆଗରୁ ଏମିତି ନଥିଲା । ସେ ତା ବୋଉ ଆଉ ବା ର ବଡ଼ ଗେହ୍ଲା ଥିଲା । ଚାରି ଭାଇ ରେ ଗୋଟିଏ ଭଉଣୀ। ତେଣୁ ସେ ଟିକେ ବେଶୀ ଗେହ୍ଲା ଥିଲା। ମାଲ ଦଶମ ଶ୍ରେଣୀ ରେ ପଢୁଥିଲା। ସେ ଟ୍ୟୁସନ ଯାଇଥିଲା ସେ ଫେରୁ ଫେତୁ ସନ୍ଧ୍ୟା ହେଇଗଲା । ହଟାତ ଗୋଟେ ଧମକl ହେଲା ବମ ଫୁଟିବା ପରି । ମାଳତୀ ବେହୋସ ହୋସ ଆସିବା ପରେ ଏଇ ଭିନ୍ନ ଦୁନିଆ ରେ ନିଜକୁ ପାଏ। ଏଠି କେହି ମଣିଷ ନୁହଁନ୍ତି ସମସ୍ତେ ହୋଏ ଗୋଟେ ମାଲ। ମାଳତୀ ତାଙ୍କର ଘର ଲୋକେ ବି ବହୁତ ଖୋଜିଛନ୍ତି। ହେଲେ ତା ଠିକଣା ପାଇ ପାରିନାହଁlନ୍ତି। ପ୍ରଥମେ ସେ ଏ ସ୍ଥାନରୁ ବାହାରିବାକୁ ବହୁତ ଚେଷ୍ଟା କରି ବହୁତ ଥର ଚାବୁକ ପାହାର ସହିଛି। ଏବେ ସେ ଏଇ ଜୀବନ ସହ ସାଲିସ କରି ନେଇଛି l ବେଳେବେଳ ବହୁତ ଖରାପ ଗରାଖ ବି ଆସନ୍ତି

ସେମାନେ ମଣିଷ କୁ ମଣିଷ ବୋଲି ଭାବନ୍ତିନି। ସେତେବେଳେ କଷ୍ଟ ବେଦନା କାହାକୁ କହିହବନି।ଯେଉଁମାନେ ଦିନରେ ଏତେ ଭଲ ଲୋକ ରାତିରେ ଏତେ ଅଭଦ୍ର କେମିତି ପାଲଟିଯାଆନ୍ତି। ମାଳ ଶରୀର ସିନା ପବିତ୍ର ନଥିଲା

ତା ମନ ଗଙ୍ଗା ଜଳଠୁ ବେଶୀ ପଵିତ୍ର। ସେଦିନ ଆମ୍ମା ର ଦେହ ବହୁତ ଖରାପ ହେଲା ।ଏଠି ତାକୁ ସମସ୍ତେ ଘୃଣା କରନ୍ତି।ଏଇ ମାଲ ତା ସେବା ତା ଜୀବନ ବଞ୍ଚେଇଲା। ଜାଣେନି ମାଳତୀର ଜୀବନରେ ଆଉ କଣ ପରିବର୍ତ୍ତନ ହେଲା। ତା ଜୀବନରେ ନୁଆ ସୂର୍ଯ୍ୟ ଉଇଁଲେ କି ନା ।


Rate this content
Log in