ଏ ଜନ୍ମରେ ତୁ ନାହୁଁ
ଏ ଜନ୍ମରେ ତୁ ନାହୁଁ
ଆଜଙ୍କୁ ପ୍ରାୟ ତିରିଶ ବର୍ଷ ବିତିଗଲାଣି । ତିରିଶ ବର୍ଷ ତଳର କଥା ସେତେ ବେଳେ ମୋର ପୂର୍ବଜନ୍ମ ଥିଲା। ମୁଁ ଜଣଙ୍କୁ ପ୍ରେମ କରୁଥିଲି।
ତୁମରି ପାଇଁ ମୋ ଜୀବନ ଚାଲିଗଲା। ସେତେବେଳେ ମୁଁ ବୋହୁତ ସୁନ୍ଦର ଦେଖା ଯାଉଥିଲି। ପଢାପଢି ଓ ଅନ୍ୟାନ୍ୟ କାର୍ଯ୍ୟ ସମୟ ଦେଇ ପାରୁଥିଲି । ବର୍ତମାନ ସମୟରେ ମୁଁ ସବୁ କାମରେ ଅସଫଳ ହେଉଛି । ପ୍ରତି ଲୋକ ମୋତେ ଦେଖି ବୋହୁତ ରାଗୁଛନ୍ତି । ଗତ ଜନ୍ମ ରେ ମୁଁ ଜଣେ ପୁରହିତ ପରିବାରରେ ଜନ୍ମଗ୍ରହଣ କରିଥିଲି । ମୁଁ ପୁରହିତ ପରିବାରରେ ରାଜ ସୁଖ ଉପଭୋଗ କରି ପାରିଲି ନାହିଁ।
୧୯୯୧ ମସିହା ମାର୍ଚ୍ଚ ମାସରେ ମାଟ୍ରିକ ପାସ କରିଥିଲି । ୧୯୯୧ ମସିହା ଅକ୍ଟୋବର ମାସ ୨ ପ୍ରଥମ ବର୍ଷ ପଢ଼ୁଥିଲି।ସେତେବେଳେ ମୁଁ କଲେଜ ଯାଉଥିଲି। କିଛି ଦିନ ମହାବିଦ୍ୟାଳୟ ରେ ଠିକ୍ ଚାଲିଲା । ମୁଁ କଲେଜ ଯାଉଥିଲି। ପାଠପଢି ସାରି ଦିନ ୧.୩୦ ରେ ମୁଁ ଘରକୁ ଫେରିଲି ।
ଖଇବା ପିଇବା ସାରି ମୁଁ ମୋ ପାଠପଢିବା ଆରମ୍ଭ କଲି । ସଂଧ୍ୟା ୬ଟା ରେ ମୁଁ ବଗିଚାରେ ବସି ଚିନ୍ତା କରୁଥିଲି । କାହାକୁ କିଛି କହିପାରିଲି ନାହିଁ। ଡିସେମ୍ବର ମାସ ରେ ମୁଁ ଆରସି କୁ ମନେ ମନେ ବହୁତ ପସନ୍ଦ କରୁଥିଲି । ତା ପରେ ମୁଁ ଆରସି କୁ ପ୍ରେମ କରି ବସିଲି।
ଜାନୁଆରୀ ୪ ରେ ମୁଁ ଆରସି ପ୍ରେମ ନିବେଦନ କଲି ହେଲେ ସେ ମୋ ମୋତେ ନ କହି ଚାଲି ଗଲା ଲାଜରେ। ମୁଁ ଭାବିଲି ସେ ମୋତେ ନିଶ୍ଚୟ ପ୍ରେମ କରୁଥିବ। ମୁଁ କିଛି ବୁଲି ସାରି କଲେଜ ଙ୍କୁ ପଢ଼ିବା ପାଇଁ ଗଲି।
ଦିନ ୧.୩୦ ମିନିଟ୍ ରେ ସେ ଆସି ମୋତେ ବହୁତ କଥା କହିଗଲା ତା ସାଙ୍ଗ ମୋତେ ବହୁତ ଗାଲି ଦେଲା ମୋତେ ସେ କହିଲା ଦଶଦିନ ତୁ ମୋ ସାଙ୍ଗଙ୍କୁ ବୋହୁତ ହଇରାଣ କରିଛୁ।
ଆଜି ତୁମ ନାମରେ ଅଧ୍ୟକ୍ଷଙ୍କୁ କହି ଦେଇଛୁ ଯଦି ଆଉ ଥରେ ଏମିତି ହୁଏ । ତା ’ ହେଲେ ମୁଁ ଆୟୁଷ ଏ କଲେଜ ରୁ ଇସ୍ତଫା କରିଦିଆ ଯିବ। ତା' ପରେ ଆଉ ମୁଁ କିଛି କହିଲି ନାହିଁ।
କିଛି ଦିନ ପରେ
ତା' ପରେ ଫେବୃଆରୀ ମାସ ଆସିଲା ମୁଁ ଭାବିଲି ତାହା କଲେ ସେ ମୋ ପ୍ରେମଙ୍କୁ ବୁଝି ପାରିବ। ମୁଁ ଫେବୃଆରୀ ମାସ ୭ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ମୁଁ ପ୍ରେମ ନିବେଦନ କଲି ଓ ବହୁତ ପ୍ରକାରର ଚେଷ୍ଟା କଲି । ସେ ମୋ ପ୍ରେମଙ୍କୁ ବୁଝି ପାରିଲା ନାହିଁ ।
ଆରସି ଏବେ କଲେଜରେ ଗୋଟିଏ ପିଲାଙ୍କୁ ପ୍ରେମ କରୁଛି। ତା' ପରେ ସେମାନେ ପାର୍କରେ ବୁଲିଲେ । ସେ ପିଲା ଯମା ଭଲ ପିଲା ନଥିଲା ସେ ଗୋଟିଏ ମଧୁଆ ଥିଲା ଏବଂ ସେ ନିଶା ଦ୍ରବ୍ୟ ସେବନ କରୁଥିଲା। ଆରସି କହିଲା ତୋର ମୋର ଲୁଚି ବାହି ହେଇ ଯିବା । ରମେଶ ବହୁତ ଖୁସି ହୋଇଗଲା। ରମେଶ କହିଲା ଆମେ ଲୋଚି ବାହା ହେଇଥିବା।
୧୯୯୬ ପରେ...
ଆରସି ଓ ରମେଶ ଙ୍କ ବାହାଘର ଦୁଇ ବର୍ଷ ହେଇଥିଲା। ରମେଶ ସବୁବେଳେ ମଦ ପିଇ ମାତାଲ୍ ଅବସ୍ଥାରେ ଘରକୁ ଫେରେ ଆରସିଙ୍କୁ ମାଡ଼ ମାରୁଥିଲା।
ଆଜି ରାତି ଏଗାରଟା ସେ ଆରସି ସହ ଦୋର ଜବରଦସ୍ତି କରୁଥିଲା । ବୋହୁତ ମାଡ଼ ଦେଉଥିଲା। ଆରସି ବୋହୁତ ଜୋରରେ ଆଃ ଆଃ ମୋତେ କିଏ ? ବଞ୍ଚାଅ ଚିତ୍କାର କରୁଥିଲା।
ମୁଁ ଆଉ ସହି ପାରିଲାନି ବରଂ ଆରସି ବଞ୍ଚାଇବାପାଇଁ ଚେଷ୍ଟା କରୁଥିଲି । ଆରସି ଗୁଳି ମାରିବା ଆରମ୍ଭ କରିବା ପୂର୍ବରୁ ମୁଁ ମୋ ଜୀବନ ଦେଇ ଦେଲି । କେବଳ ଆରିସି ପାଇଁ ମୋ ଜୀବନଙ୍କୁ ଦେଇଦେଲି ।
ତା' ପରେ ସେ ଆରସି ମଧ୍ୟ ମାରି ଦେଇ ଚାଲିଗଲା। ରମେଶ ଚିଠି ଆରସି ହାତରେ ରଖି ଖସିଗଲା। ଦୁଇ ଦିନ ପରେ ଏହି ବିଷୟ ପାଇଁ ମୋତେ ସମସ୍ତେ ଦାୟୀ କରିଲେ ।
ମୋତେ ଜଣେ ରୁଷି ଓ ପୁରହିତ ମହାଶାପ ବା ଅଭିଶାପ ଦେଲେ। ଶକ୍ତି ଆଗାମୀ ଜନ୍ମ ଓ କେବେ ହେଲେ ଖୁସି ରହିପାରିବ ନାହିଁ। ତା' ପାଇଁ ସମସ୍ତେ ରାଗ ରଖିବେ ଓ କୌଣସି କାର୍ଯ୍ୟ ସେ ପୁରା କରିପାରିବ ନାହିଁ। ତା'ର କୌଣସି ପ୍ରକାର ଇଚ୍ଛା ପୂରଣ ହେବ ନାହିଁ।
ଆଜି ଏହି କଥା ସତ ହେବାକୁ ଲାଗୁଛି । ଏହି କଥାଟିକୁ ଆଜି କାର ଲୋକ ଅନ୍ଧ ବିଶ୍ବାସ କହୁଛନ୍ତି। ଆଜି ମଧ୍ୟ ସେ ମୋର ହେଇ ପାରିଲା ନାହିଁ। ଏହି ହେଇ ପାରିଲା ନାହିଁ। ଗତ ଜନ୍ମରେ ଓ ଆଗାମୀ ଜନ୍ମ ମୋର ହେଇ ପାରିଲା ନାହିଁ।
1991 to 1996 ବର୍ଷ ପର୍ଯ୍ୟନ୍ତ।
