ଅମିତ୍ କୁମାର ସେଠୀ

Others

4  

ଅମିତ୍ କୁମାର ସେଠୀ

Others

ପ୍ରେମ କାହାଣୀ - ୧

ପ୍ରେମ କାହାଣୀ - ୧

5 mins
360


ମୁଁ ସୋନାଲି ମିଶ୍ର … ପାଠ ପଢା ପରେ ବାପାଙ୍କ ଅଫିସ ରେ CEO ଭାବେ Join କଲି | ସବୁଦିନ ଭଳି ସେଦିନ ଭି ଗାଧେଇ ପାଧେଇ ବାହାରିଲି 10 ଟା ବେଳକୁ ଅଫିସ .ବାଟରେ ବାପାଙ୍କୁ ଫୋନ୍ କରିବାରୁ ଜାଣିପାରିଲି କି Mobile ର ବାଲାନ୍ସ ସରିଯାଇଛି ବୋଲି ,ତାପରେ ମୁଁ ମୋ Driver କୁ କହିଲି କି Recharge ଦୋକାନ ଦେଖି ଆଗରେ ଗାଡି Side କର | Driver କୁ ପଇସା ଦେଲି ଓ କହିଲି ମୋ Recharge କରିଦେବା ଲାଗି |


ମୁଁ ଗାଡ଼ିରେ ବସିଥାଏ | ହଠାତ ଜଣେ କିଏ ଆସି ମୋ ଗାଡି Door Glass ରେ ନିଜ ମୁହଁ ଓ ଚୁଟି Size କରିବାକୁ ଲାଗିଲା | ଗାଡିର Door Close ଥିବାରୁ ସେ ଜାଣିବି ପାରିଲାନି ଯେ ଭିତରେ ମୁଁ ବସିଛି ବୋଲି | ତାକୁ ଦେଖି ମୁଁ ମନେ ମନେ ଭାବିଲି ଯେ କୁଆଡୁ କୁଆଡୁ ଲୋକ ସବୁ ପଳେଇ ଆସୁଛନ୍ତି ଟିକେ ସାଧାରଣ ଜ୍ଞାନ ବି ନାହିଁ କି ଗାଡି ଭିତରେ କିଏ ବସି ବି ପାରେ Atleast ଦେଖିବା କଥା ତ କାଳେ କିଏ ଗାଡି ଭିତରେ ବି ଥାଇପାରେ |



ଦେଖିବାକୁ ତ ଇଚ୍ଛା ନଥିଲା କିନ୍ତୁ ତା ଆଡକୁ ଦେଖିଲି ତ ଜାଣିପାରିଲି ପିଲାଟି ତା ପକେଟ ରୁ କିଛି ଫୁଲ କାଢି ଗଣିବାକୁ ଲାଗିଲା ,ଲାଗୁଥିଲା ତା ଗାର୍ଲଫ୍ରେଣ୍ଡ କୁ ଦେଖା କରିବାକୁ ଯାଉଛି |



ତ ମୋ ଉତ୍ସାହ ଆଉ ଟିକେ ବଢିଗଲା କାରଣ ମତେ ଲଭଷ୍ଟୋରୀ ଭଲ ଲାଗେ ସତ ହେଲେ ମୁଁ କେବେ କାହାକୁ ଭଲ ପାଇନଥିଲି ତେଣୁ .


ସେ ପିଲାଟି ମୋ ଗାଡି ଆଗ ଦେଇ 50 meter ଦୂରରେ ଯାଇଁ କାହା ସାଙ୍ଗେ କଥା ହେଲା | ସେ ଯାହା ସାଙ୍ଗରେ କଥା ହଉଥିଲା ତା ମୁହଁ ମତେ ଦେଖାଯାଉନଥିଲା ତେଣୁ ମୁଁ ବାସ ଦେଖୁଥାଏ | ପିଲାଟି ତାଙ୍କୁ ବହୁତ ମନେଇବାକୁ ଚେଷ୍ଟା କରୁଥାଏ ତା ପରେ ପିଲାଟି Road ଉପରେ ଆଣ୍ଠେଇକି ବସିପଡିଲା ଠିକ Propose କଲା ଭଳି | ହୁଏତ ସେ ମାନିଗଲେ ବୋଧେ |


ତା ପରେ ମୁଁ ହଠାତ ଚମକି ପଡିଲି କାରଣ ସେ ତା Girlfriend ନଥିଲେ | ସେମାନେ ଦୁଇଜଣ ବୟସ୍କ ବୃଦ୍ଧା ଥିଲେ ଲାଗୁଥିଲା ଯେମିତି ତାଙ୍କ ମା ବୟସ୍କ ର | ସେମାନଙ୍କ ଭିତରେ ଏତେ ଭଲ ପାଇବା ଦେଖି ମୁଁ ଆଶ୍ଚର୍ଜ୍ୟ ହୋଇଗଲି ଓ ମତେ ଭାରି ଖୁସି ଲାଗିଲା କାରଣ ଏମିତି ମୁଁ କେବେଳ କାହାଣୀ ରେ ହିଁ ଶୁଣିଥିଲି ହେଲେ ଆଜି ନିଜ ଆଖିରେ ଦେଖିଲି |


ଗାଡ଼ିରୁ ଓଲ୍ହେଇ ସେମାନଙ୍କର ପିଛା କରିବାକୁ ଲାଗିଲି ତା ଦେଖିଲି ସେମାନେ ଗୋଟିଏ ବୃଦ୍ଧା ଆଶ୍ରମ କୁ ଗଲେ | ମୁଁ ବି ତାଙ୍କ ପିଛା କରି କରି ଗଲି | ହଠାତ ଦେଖିଲି ପିଲାଟି ବୃଦ୍ଧା ଆଶ୍ରମ ରେ ସମସ୍ତଙ୍କୁ ବହୁତ ଭଲ ପାଉଥିଲା ଓ ବୃଦ୍ଧ ଆଶ୍ରମ ର ସମସ୍ତେ ସେ ପିଲାଟିକୁ ବି ବହୁତ ଭଲ ପାଉଥିଲେ |



ମନେ ମନେ ଭାବୁଥାଏ ଆଜିକାଲିର Facebook Whatsapp ଜମାନା ରେ ଏମିତି ପିଲା ମିଳିବା ଭାରି କଷ୍ଟ | ମନେ ମନେ ସେ ପିଲାକୁ ମୁଁ ଭାରି ପସନ୍ଦ କରୁଥାଏ ଏବଂ ପିଲାଟି ଦେଖିବାକୁ ବି କିଛି ଖରାପ ନଥାଏ ଠିକ ରାଜକୁମାର ଭଳି | ହଠାତ ସେ ପିଲା ବୃଦ୍ଧ ଆଶ୍ରମ ରୁ ବାହାରିଲା ମୁଁ ବି ବାହାରି ଆସିଲି | ପିଲାଟିର ପୁଣି ପିଛା କରିବାରୁ ଜାଣିପାରିଲି ପିଲାଟି ଗୋଟିଏ Book Store ରେ କାମ କରେ | ସେଦିନ ବାସ ଏତିକି କହି ମନକୁ ବୁଝେଇ ଦେଲି କି ” ପୁଣି ଦେଖା ହବ Handsome “.



ସେଦିନ ମୁଁ ଘରକୁ ଫେରିଲି | ରାତିସାରା ନିଦ ବି ହଉନଥାଏ କାରଣ ସେ ପିଲାଟିର ମୁହଁ ମୋ ଆଖି ଆଗରେ ନାଚି ଯାଉଥାଏ | ସତେ ଯେମିତି ଲାଗୁଥାଏ ମୋ ରାଜକୁମାର ମତେ ମିଳିଯାଇଛି | ହେଲେ କଣ କରିବି ଭାବି ଭାବି ସୋଇପଡିଲି ସେଦିନ |



ପରଦିନ ସକାଳୁ Ready ହେଇ Office ନଯାଇ ସେ Book Store କୁ ଗଲି ଓ ଦେଖିଲି ପିଲାଟି ସେଠି କିଛି ବହି ସଜାଡୁ ଥିଲା | ତାକୁ ଦେଖି ମୋ ଖୁସି କହିଲେ ନାସରେ | Book Store ଭିତରେ ମୁଁ ତାକୁ ଲୁଚି ଲୁଚି ଦେଖୁଥାଏ | କେମିତି ତା ସାଙ୍ଗେ କଥା ହେବି ଭାବୁଥାଏ ହେଲେ ସାହସ ହଉ ନଥାଏ | ତେଣୁ ସେଦିନ ପଳେଇ ଆସିଲି | ପୁଣି ରାତିସାରା ଖାଲି ତାରି କଥା ଭାବୁଥାଏ |


Next day ସକାଳୁ Book Store ଆଗରେ ଛିଡା ହୋଇଥାଏ | ବର୍ଷା ବି ହେଉଥାଏ | ହଠାତ ସେ ପୁଅ ବାହାରକୁ ଆସିଲା | Bag ବି ସାଙ୍ଗରେ ଥିଲା,ଲାଗୁଥିଲା କୁଆଡ଼କୁ ଯିବ ବୋଧେ | ପୁଅଟି ଆସି ମୋ ପାଖରେ ଠିଆ ହେଲା ଓ ମୋ ଆଡକୁ ଦେଖି ପଚାରିଲା କି Madam ବର୍ଷା ବହୁତ ଜୋରରେ ହଉଚି ଆପଣ କେମିତି ଯିବେ ଛତା ବି ଆଣି ନାହାନ୍ତି | ମୁଁ କହିଲି କି ମୋ ଗାଡି ଅଛି ମୁଁ ଚାଲିଯିବି | Thanks ପଚାରିଥିବାରୁ btw ମୁଁ ସୋନାଲି ଆଉ ଆପଣ ??? ପିଲାଟି ମୋ ମୁହଁକୁ ଚାହିଁ କହିଲା ମୁଁ Raj | ମୁଁ ଏ Bookstore ରେ କାମ କରେ | ମୁଁ କହିଲି ତାହାଲେ ଠିକ ଅଛି ମୋର ଯେତେବେଳେ Book ଦରକାର ହବ ମୁଁ ଆପଣଙ୍କୁ କହିବି | ଏମିତି କିଛି ସମୟ କଥାବାର୍ତା ହେଲୁ ତାପରେ ସେ ତାଙ୍କ ବାଟରେ ଓ ମୁଁ ଘରକୁ ଆସିଲି |


ଏଠୁ ହେଲା ଆମ Hero ଆଉ ମୋର 1st କଥା ବାର୍ତା | ସେଦିନ ରାତିରେ ମୁଁ ବହୁତ ଖୁସି ଥାଏ | ତା ପରଦିନ ଭଲ Dress ଗୋଟେ ପିନ୍ଧି ଚାଲିଲି Book Store ହିରୋ କୁ Impress କରିବାକୁ | ଆଗ ଦିନଭଳି ମୁଁ ଲୁଚି ଲୁଚି Raj କୁ ଦେଖୁଥାଏ ହଠାତ ସେ ମତେ ଦେଖିଦେଲେ ଓ ଜାଣିପାରିଲେ ଯେ ମୁଁ ତାଙ୍କୁ ଦେଖୁଚି ବୋଲି ଓ ହସି ଦେଲେ, ତାଙ୍କ ହସ ଦେଖି ମୁଁ ବି ଲାଜରେ ହସିଦେଲି | ତା ପରେ କଥା ବାର୍ତା ଓ Phone Number ଦିଆ ନିଆ |


ସେବେଠାରୁ ମୁଁ ସବୁଦିନ ସଖାଳେ Bookstore ଯାଏ Raj କୁ ଦେଖା କରିବାକୁ | ମୋର ଗାଡି ଥିବା ସତ୍ୱେ ବି ମୁଁ ତାଙ୍କ ସହ ଏକା ବୁଲି ବାକୁ ଭଲପାଏ କାରଣ ରାଜଙ୍କୁ ଟିକେ ବି Idea ନଥଏ ମୁଁ କିଏ ଓ ମୋ ଘର Background କଣ ???


ମୁଁ ମନେ ମନେ ଭାବିଥାଏ 2 ଦିନ ପରେ ମୋ Birthday ରେ ରାଜଙ୍କୁ ଘରକୁ ଡାକିବି ଓ ସେ ଆପେ ଆପେ ହିଁ ଜାଣିଯିବେ ସବୁ ମୋ ଘର , ମୋ ବାପା ମା , ଓ ଘର ବିଷୟରେ |ଆଜି ମୋ ଜନ୍ମଦିନ | ସମୟ ରାତି 7.pm ହୋଇଥଏ | ମୁଁ ପାଗଳ ଭଳି ଅପେକ୍ଷା କରିଥାଏ Raj କେତେବେଳେ ଆସିବେ ବୋଲି | ଶେଷରେ Raj ଆସିଲେ | ଓ ତାଙ୍କ ସାଙ୍ଗରେ ଆଣିଥିବା ଫୁଲ ତୋଡ଼ାଟି ମୋ ହାତକୁ ବେଢ଼େଇ ଦେଇ କହିଲେ “Happy Birthday Sonali ” ଆଉ ମୁଁ କହିଲି Thankyou Raj |


ଏହା କହିଦେଇ ମୁଁ Raj nku ମୋ ମାଙ୍କ ପାଖକୁ କରିବାକୁ ନେଇଗଲି ଓ କହିଲି ମା ଇଏ Raj ,ମୋ Friend,ତୁମେ 2 ଜଣ କଥା ହୁଅ ମାଂକୁ କହି ମୁ ଅଲଗା ଆଡକୁ ଚାଲିଗଲି |



ମା ରାଜଙ୍କୁ ପଚାରିଲେ ବାପା ତମେ କେତେ ଭାଇ ଭଉଣୀ ତୁମ ଘରେ ,Raj କହିଲେ ମୁଁ ଏକା Anty ମୋର କେହି ଭାଇ ଭଉଣୀ ନାହାନ୍ତି| ମା ପୁଣି ପଚାରିଲେ କି ତମ ବାପା କଣ କରନ୍ତି ??? Raj : ମୋ ବାପା ମା ନାହାନ୍ତି Anty ମୁଁ ଜଣେ ଅନାଥ ଓ ଛୋଟ ବେଳୁ ମୁଁ ଅନ୍ନାଥ ଆଶ୍ରମ ରେ ବଢି ଆସିଛି | ଏହା ଶୁଣି ମୋ ମାଙ୍କ ମୁହଁ ଶୁଖିଗଲା | ସେହି ସମୟରେ ମୋ ବାପା ଆସିଲେ ଓ ମାଙ୍କୁ ପଚାରିଲେ ଇଏ କିଏ ବୋଲି ??? ଓ ମା ସବୁକଥା କହିଲେ ହେଲେ ବାପା ରାଜଙ୍କୁ ଗୋଟେ ଅନାଥ ବୋଲି ପସନ୍ଦ କଲେନି | ଓ ସେଠାରୁ ଚାଲିଗଲେ | ମା Raj nku କହିଲେ ସୋନାଲି ର ବାପାଙ୍କ କଥା ଧରିବନି ସେ ସେମିତି ଲୋକ | ଓ କହିଲେ ଚାଲ Cake କାଟିବାକୁ ଯିବା |




Rate this content
Log in