STORYMIRROR

SUKANTA KHANDA

Others

3  

SUKANTA KHANDA

Others

ଦୁଷ୍କର୍ମ

ଦୁଷ୍କର୍ମ

2 mins
760


ପ୍ରକୃତିକୁ ବିଶ୍ବ ଦରବାରରେ ଜନ୍ମିତ ମାନବ ଦୁର୍ଷର୍ମ କରୁଥିଲା। କେବେ ବି ପ୍ରକୃତିର ଦୁଃଖ ବୁଝୁ ନ ଥିଲା। ପ୍ରକୃତି ଅସହ୍ଯ ହୋଇ ଲୁହ ଗଡା଼ଉ ଥିଲା ତ ପୁରୁଷ ପାଖକୁ ଆସି କହିଲେ,"ପ୍ରିୟେ ! ଦୁଃଖ କରୁଛ କାହିଁକି?" ପ୍ରକୃତି ଲୁହ ପୋଛି ଦେଇ କହିଲେ,"ସ୍ବାମୀ ! ମୁଁ ମାଆ ବିଶ୍ବର ଦରବାରର ସବୁ ସନ୍ତାନଗଣ ମୋତେ ଦୁଷ୍ଖର୍ମ କରିବେରେ ମଗ୍ନ। ମୋର ସାରା ଅବୟବ ଯଥା ପାଣି,ପବନ,ଆଲୋକ ଓ ଭୂମିକୁ ସର୍ବଦା ଦୁଷ୍କର୍ମ କରିବା ଫଳରେ ଅଣାୟତ ହୋଇ ଗଲିଣି। ତେବେ ବିଶ୍ବ ଦରବାରରେ ସବୁ ସନ୍ତାନଗଣଙ୍କୁ ଶାସ୍ତି ଦେବି ନା କ'ଣ?" 

    ଏ କଥା ଶୁଣି ପୁରୁଷ ହସିଲେ ଓ କହିଲେ,"ପ୍ରିୟେ ! ସନ୍ତାନଙ୍କ ପ୍ରତି ମାୟା,ମୋହ ଓ ମମତା ରଖିବା ଠିକ୍ ଅଛି ହେଲେ ବେଶିଟା ଭଲ ନୁହେଁ। ତୁମେ ତୁମ ପ୍ରତି ହେଉଥିବା ଅତ୍ଯାଚାର ପାଇଁ ସମୁଚିତ ଶିକ୍ଷା ଦେବା ଉଚିତ୍ ଯଦି ବିଶ୍ବ ଦରବାରେ ଜନ୍ମିତ ମାନବ ବୁଝିବେ ତ ଆନନ୍ଦମୟ ଓ ଶୁଭମୟ ହୋଇ ଠିଆ ହେବ।" ଏ କଥା ଶୁଣି ପ୍ରକୃତି ଅମଙ୍ଗ ହୋଇ ନୀରବ ରହିଲେ ତ ପୁରୁଷ ସାମାନ୍ଯ ଟିକିଏ ହସି ଦେଲେ। 

     ପ୍ରକୃତି ସ୍ବାମୀଙ୍କ ହସର ଅର୍ଥ କିଛି ବି ବୁଝି ପାରିଲେ ନାହିଁ। ସେ ହଠାତ୍ ନିଜର ମନ ବଦଳେଇଲେ ଓ ବିଶ୍ବ ଦରବାରକୁ ଭୟଙ୍କର ମହାମାରୀ ସୃଷ୍ଠିକରି ପଠେଇଲେ। ସମଗ୍ର ବିଶ୍ବ ହାହାକାର ହୋଇଗଲା। ସବୁ ଅଚଳ ହେଲା ମଣିଷ ନିଜର ଦୁଷ୍କର୍ମ କରିବାର ଫଳ ଭୋଗିଲା। ଲୋହ ଓ କୋହରେ ଘରର କୋଣରେ ବସି ରହିଲେ ତ ପ୍ରକୃତି ସାମାନ୍ଯ ଆଶ୍ବସ୍ତ ଲାଭ କରିଲେ। ଏଥର ପୁରୁଷ ପ୍ରକୃତିକୁ କହିଲେ,"ପ୍ରିୟେ ! ସନ୍ତାନଗଣ ଆଜି ସଚେତନ ଯଦି ମଝିରେ ମଝିରେ ଏପରି ଦାବନ ଦିଆଯିବ ତ ଦେଖିବ ସମ୍ପୂର୍ଣ୍ଣ ସୁଧାର ହୋଇ କି ରହିବେ।" ପ୍ରକୃତି ନିଜର ଦୁଃଖକୁ ଚାପିରଖି ଆଖିରୁ ଲୁହ ଗଡେ଼ଇଲେ ଓ ମନେମନେ ଗୁଣି ହେଲେ। ଭୟଙ୍କର ମହାମାରୀ ସୃଷ୍ଠିକରି ଜନ୍ମିତ ସନ୍ତାନମାନଙ୍କୁ ଦୁଃଖ ଦେଇ ମୁଁ ବି କଷ୍ଟ ପାଉଛି।

        ଆଖିରୁ ବହୁଥିଲା ପାଣି। ଦୋ'ନାଆ ଗୋଡ଼ରେ ଠିଆ ହୋଇ ଭାବି ଚାଲୁଥିଲେ କେଉଁଟା ଠିକ୍? ଦୂରରେ ଠିଆ ହୋଇ ପୁରୁଷ କିନ୍ତୁ ମୁରୁକି ହସୁଥିଲେ ପତ୍ନୀଙ୍କର ସନ୍ତାନଗଣଙ୍କ ପ୍ରତି ହେଉଥିବା ମାୟା,ମୋହ ଓ ମମତାକୁ।

           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍