STORYMIRROR

Sunanda Mohanty

Children Stories Thriller Children

4  

Sunanda Mohanty

Children Stories Thriller Children

ଦୁରଦୃଷ୍ଟି

ଦୁରଦୃଷ୍ଟି

5 mins
2

ଝିଅଟି ଶାନ୍ତି ଭୂତ ପ୍ରେତ କୁ ଖୁବ ଡରୁଥିଲା. ସେଦିନ ଶନିବାର ସକାଳୁ ସ୍କୁଲ କୁ ଆସୁ ଆସୁ ବାଟରେ କଣ ଦେଖି ଭୂତ ଭୂତ କହି ଘରକୁ ଫେରିଗଲା. ବାପା ପୁଣି ବୁଝେଇ ସ୍କୁଲକୁ ନେଇଆସିଥିଲେ. ସେଦିନ ବିଦ୍ୟୁତ ପ୍ରଭା ଦେବୀ ଙ୍କ ଜୟନ୍ତୀ ଥିବାରୁ ସ୍କୁଲରେ ସାର ଓ ଗୁରୁମା ମାନେ ମିଟିଙ୍ଗଟିଏ ଡାକି ପିଲାମାନଙ୍କୁ ତାଙ୍କ ଜୀବନୀ ବିଷୟରେ କହୁଥିଲେ ଯେ କିବି ବିଦ୍ୟୁତ ପ୍ରଭା ଦେବୀଙ୍କୁ ଓଡ଼ିଆ ଭାଷାର ମହିଳା କବିମାନଙ୍କ ମଧ୍ୟରେ ଶ୍ରେଷ୍ଠ ବୋଲି ତାଙ୍କୁ ପରିଗଣନା କରାଯାଏ. ନିଜ କାବ୍ୟ ସଂକଳନ ସଞ୍ଚୟନ ପାଇଁ ସେ ଉଣେଇଶ ଶହ ବାଆଷଠି ମସିହାରେ ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି. କବିତା ରଚନା କରିବାର ବିଭିର୍ନ୍ନ ବିଭବ ଆପଣେଇ ତାଙ୍କ ଲିଖିତ କବିତା ସଞ୍ଚୟନ ସହ ସବିତା, ମରୀଚିକା, କନକାଞ୍ଜଳି, ଝରାଶିଉଳି, ପ୍ରତିଘାତ, ଖଦେଆତିକା କବି ଓ ବିଦ୍ୟୁତପ୍ରଭାବଳୀ ଆଦି କବିତା ଗ୍ରନ୍ଥ ଗୁଡିକ ତାଙ୍କର ଓଡ଼ିଆ ସାହିତ୍ୟକୁ ଅବଦାନ ଅଟେ.
    ରେଭେନ୍ସା ବାଳିକା ବିଦ୍ୟାଳୟ ରେ ମାତ୍ର ନବମ ଶ୍ରେଣୀ ଯାଏଁ ପାଠ ପଢିଥିବା ବିଦ୍ୟୁତ ପ୍ରଭା ଆପେ ଆପେ ଇଂରାଜୀ, ବଙ୍ଗଳା ଭାଷାର ବ୍ୟାକରଣ ରେ ଦକ୍ଷତା ହାସଲ କରିପାରିଥିଲେ. ବଙ୍ଗଳା ଭାଷା ସାହିତ୍ୟରେ ପାରଦର୍ଶିତା ଲାଭ କରିବା ସହ ସେ ଉପରୋକ୍ତ ବହୁ କବିତା ରଚନା କରି ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଯାଇଛନ୍ତି. ନିଜ ପିତାଙ୍କ ବନ୍ଧୁ କୃଷ୍ଣଚନ୍ଦ୍ର କର, ରାଧାମୋହନ ଗଡନାୟକ ଓ ମାୟାଧର ମାନସିଂହ ଙ୍କ ଦ୍ୱାରା ପ୍ରଭାବିତ ତଥା ଅନୁପ୍ରାଣିତ ହୋଇ ଉଣେଇଶଶହ ଚାଳିଶ ମସିହାରୁ କବିତା ଲେଖିବା ଆରମ୍ଭ କରିଥିଲେ. ନିଜ ବଡ଼ ଭଉଣୀ ବାସନ୍ତୀ ଦେବୀ ଙ୍କ ସହ ମିଶି ଉଣେଇଶଶହ ଅଣଚାଷ ମସିହାରେ ସବିତା ନାମରେ ପ୍ରଥମ କାବ୍ୟ ସଂକଳନ ପ୍ରକାଶ କରିଥିଲେ. ବିବାହ ପରେ ସ୍ୱାମୀ ପଞ୍ଚାନନ ମହାନ୍ତି ଏ ଦିଗରେ ତାଙ୍କୁ ସାହାଯ୍ୟ ସହଯୋଗ କରିବା ସହ ସହାୟତା ପ୍ରଦାନ କରିଆସୁଥିଲେ. ଉଣେଇଶଶହ ବାଉନ ମସିହାରେ ମାତୃତ୍ୱ ଲାଭ କରିବା ପରେ ବିଦ୍ୟୁତପ୍ରଭା ଶିଶୁମାନଙ୍କ ଉପରେ ଲେଖି ଲୋକପ୍ରିୟ ହେବା ସହ ପୁରସ୍କୃତ ହୋଇଥିଲେ. ପରିଶେଷ ରେ ଉଣେଇଶ ଶହ ସତସ୍ତରୀ ମସିହାରେ ବିଦ୍ୟୁତ ପ୍ରଭା ଦେବୀ ଙ୍କ ନଶ୍ଵର ଦେହ ଇଶ୍ଵର ନେଲେ ମଧ୍ୟ ତାଙ୍କ ଲିଖିତ କାବ୍ୟ ଓ କବିତା ସବୁ ଆଜି ବି ଓଡ଼ିଆ ସାହିତ୍ୟ କୁ ସମୃଦ୍ଧିଶାଳୀ କରି ରଖିପାରିଛି.
   ଏସବୁ ଶୁଣି ଝିଅଟି, ଶାନ୍ତି ତାକୁ ଭୁତକୁ ଖୁବ ଡର ଲାଗେ ବୋଲି କହିଥିଲା ଓ ଆକାଶରେ ମେଘମାଳା ସବୁର ଭିର୍ନ୍ନ ଭିର୍ନ୍ନ ଚିତ୍ରପଟ ରୂପ ଦେଖି ତାକୁ ଖୁବ ଡର ଲାଗେ ବୋଲି ପ୍ରକାଶ କରି ଆଜି ସେଥିପାଇଁ ସେ ଘରକୁ ଫେରିଯାଇଥିବା ବିଷୟ ରେ କହିବାରୁ ମୁନା ଗୋଟେ ମଜ୍ଜା କଥା କହୁଛି ଶୁଣ ବୋଲି ଗପି ଚାଲିଥିଲା ନିଜ ଅନୁଭୂତି ରୁ କିଛି.
    ସେଦିନ ମେଘମାଳା ଭରା ଆକାଶକୁ ଚାହିଁ ମୁନା କହୁଥିଲା ଏହାର ଘର କୋଉଠି ଜେଜେମାଆ ତ ଜେଜେମାଆ କହୁଥିଲେ ବାଦଲ ଭିତରେ ତ ମୁନା ପୁଣି ପଚାରୁଥିଲା ବାଦଲ ର ଘର କୋଉଠି ଜେଜେମାଆ ତ ଜେଜେମାଆ କହିଲେ ଆକାଶରେ. ଏଥର ମୁନା ପଚାରିବାକୁ ଯାଉଥିଲା ଆକାଶର ଘର କେଉଁଠି କିନ୍ତୁ ଚୁପ ରହିଲା କାରଣ ବୋଉକୁ ଏମିତି ପ୍ରଶ୍ନ ସବୁ ପଚାରୁ ପଚାରୁ ବୋଉ ବିରକ୍ତ ହୋଇ କହିଲା ଯା ଛାତ ଉପରେ ଜେଜେମାଆ ଖରା ପୁଉଁଛନ୍ତି ତାଙ୍କୁ ପଚାରିବୁ. ବୋଉ ଚିଡ଼ିଲା ଭଳି ଜେଜେମାଆ ଯଦି ଚିଡ଼ିଯିବେ ବା ରାଗିଯିବେ ସରାଗାତରେ ପଇସା ପକେଇବାକୁ କିଏ ଦେବ ପୁଣି ସବୁଦିନ ରାତିରେ ଅସୁର ଅସୁରୁଣୀ ତଥା ଭୂତ ଗପ କିଏ କହିବ ତାକୁ ଭାବି ସେ ଚୁପ ରହିଲା ସତ ହେଲେ ତାର ମନ ଦୁଃଖ ହୋଇଗଲା କାରଣ ଏବେ ଆଉ ଆଗଭଳି ଜେଜେମାଆ ଭୂତ, ପ୍ରେତ କି ଅସୁରୁଣୀ ଗପ କହୁନି କାରଣ ସେମିତି ଗପ କହି ପିଲାଟାକୁ ମୋର ଆଉ ଡରୁଆ କରିଦେନା ମାଆ ବୋଲି ବାପା ଜେଜେମାଆ କୁ କହିବା ସେ ନିଜେ ଶୁଣିଛି ତ ଏବେ ସେ ଜେଜେମାଆ କୁ ପଚାରିଲା ଡର କାହିଁକି ଲାଗେ ଜେଜେମାଆ. ଜେଜେମାଆ ଘଡିଏ ଚୁପ ରହି କହିଲା ନିଜେ କିଛି ଭୁଲ କଲେ ଡର ଆସେ. ନା ମ ଜେଜେମାଆ ମୁଁ କହୁଥିଲି ଅନ୍ଧାର କୁ କାହିଁକି ଡର ଲାଗେ ଆମକୁ. ଜେଜେମାଆ କହିଲେ ଅନ୍ଧାରରେ ଆମକୁ ଜିନିଷ ଟା ସ୍ପଷ୍ଟ ଦେଖାଯାଏନି. ଛାଇ ଛାଇ ଅଳ୍ପ ଆଲୋକ ଓ ଅନ୍ଧାର ଭିତରେ ପତ୍ର ଟିଏ ଆମକୁ ମଣିଷ ପରି ଅନୁଭବ ହୁଏ. ପବନରେ ପତ୍ର ହଳଚଲ ହେଲେ ଆମେ ଭାବୁ ଭୂତ ବା ପ୍ରେତ
     ଏଥର ମୁନା ତା ପ୍ରଶ୍ନ ପଚାରିବା ଶୈଳୀ ବଦଳେଇ ପଚାରୁଥିଲା ତୁମ ସହ ଏମିତି କିଛି ହୋଇଥିଲା କି ଜେଜେମାଆ? ହଁ ରେ ଧନ. କାର୍ତ୍ତିକ ମାସ ସାରା ରାତିରୁ ନିଦ ଭାଙ୍ଗିଯାଏ ତ ସ୍ନାନ ଆଦି ନିତ୍ୟକର୍ମ ସାରି ବାଡ଼ିପଟ ଚଉରା ମୂଳରେ ଦାମୋଦର ପୂଜା ପାଇଁ ସବୁ ଜିନିଷ ପତ୍ର କଢ଼ାକଢି କଲାବେଳେ ଜାଗୁଲୁ ଜାଗୁଲୁ ଅନ୍ଧାର ଥାଏ ତ ପଡୋଶୀଙ୍କ ଛାତ ଉପରେ ନଜର ପଡିବାରୁ ଦେଖିଲି ଗୋଟେ ବଡ଼ ମୋଟି ବା ମୋଟା ଲୋକଟିଏ ଧଳା ଚାଦର ରେ ଦେହକୁ ଢାଙ୍କି ମୁଣ୍ଡ ହଲାଉଛି. ପ୍ରଥମେ ଡରିଗଲି ତା ପରେ ସାହାସ ରଖି ପ୍ରଭୁ ଜଗନ୍ନାଥଙ୍କୁ ଡାକୁ ଡାକୁ ଫର୍ଚ୍ଚା ହୋଇ ଦିନର ଆଲୋକ ଆସିଗଲା ତ ଦେଖିଲି ତାହା ଏକ କଅଁଳୁ ଥିବା କଦଳୀ ପତ୍ର. ଅଳ୍ପ ଅଳ୍ପ ଅନ୍ଧାର ସାଙ୍ଗେ ଅଳ୍ପ ଅଳ୍ପ ପବନ ଓ ଅଳ୍ପ ଆଲୋକରେ ତାହାର ରଙ୍ଗ ପରିବର୍ତ୍ତନ ହୋଇ ଧଳା ଚାଦର ଘୋଡ଼ି ହୋଇ ପତ୍ର ଟି ପବନ ଯୋଗୁଁ ହଲୁଥିବାରୁ ମୁଣ୍ଡ ହଲେଇଲା ପରି ଦେଖାଯାଉଥିଲା. ତେଣୁ ଡରି ନଯାଇ  ଧର୍ଯ୍ୟ ଓ ସାହାସ ର ସହିତ ବିଶ୍ଳେଷଣ କଲେ ସବୁ ସତ ଜାଣିପାରିବୁ. ଏହି ସମୟରେ ମୁନା ପୁଣି ପଚାରିଲା ମେଘମାଳା ସବୁ ଆକାଶରେ ରହେ କେଉଁଠି?ସେ ଆକାଶରୁ ସୃଷ୍ଟି ହୋଇ ପୁଣି ଆକାଶରେ ମିଶିଯାଏ. ପରେ ଆଉ ଟିକେ ବଡହେଲେ ବିଜ୍ଞାନ ପଢି ସବୁ ଜାଣି ପାରିବୁ. ମୁନା ଖୁସି ହୋଇଗଲା ଏଥର ଓ ଭୂତ ପ୍ରେତ ମିଛ ବୋଲି ଜାଣିପାରିଥିଲା.
     ପୁଣି ମୁନା କହିଥିଲା କଥା ସେଇଠି ସରିନଥିଲା.ସେ କହିଚାଲିଥିଲା ଯେ ସେଦିନ ଡାକବାଲା ଭାଇ ଯେବେ ମେଘମାଳା ଦାସ ଙ୍କ ଘର କୋଉଟା ତାଙ୍କ ଚିଠି ଓ ପାର୍ସଲ ଅଛି କହି ପଚାରୁଥିଲେ ତ ମୁନା ହସି ହସି କହୁଥିଲା ମେଘମାଳା ଘର ତ ଆକାଶରେ. ପୁଣି ଦାସ ସାଙ୍ଗିଆ ନେଇ ଏଠି କୋଉଠି ରହିବେ ସେ! ଡକାଵାଲା ଭାଇ ଜଣଙ୍କ ଭଦ୍ର ଓ ଆମାୟିକ ଥିଲେ ତ ମୁନାକୁ ପିଲା ଦେଖି କହିଲେ ତୁମେ ଯେଉଁ ମେଘମାଳା କଥା କହୁଛ ସେ ପ୍ରକୃତିର ମେଘମାଳା. ହେଲେ ମୋ ଜେଜେମାଆ ତ ମତେ କହିଛନ୍ତି ସେ ବଉଦ ଭିତରେ ରହି ମୁଁହଁ ଲୁଚେଇ କାନ୍ଦୁଥିବାରୁ ସେହି ଲୁହ ଟୋପା ସବୁ ଛୋଟ ଛୋଟ କାକର ବା ଶିଶିର ରୂପେ ଧରାକୁ ଖସିଆସୁଛି ଓ ତା ସଂସ୍ପର୍ଶ ରେ ଆସି ଥଣ୍ଡା ବାୟୁ ବହିବାରୁ ଆମକୁ ଶୀତ ହେଉଛି. ମୁନାର କଥା ସରିଛି କି ନାହିଁ ଜେଜେମାଆ ପହଁଞ୍ଚି ଯାଇ କହିଲେ ମୁଁ ମେଘମାଳା ଦାସ. ଏଥର ପୋଷ୍ଟମ୍ୟାନ ଅଳ୍ପ ହସି ଜେଜେମାଆ ଙ୍କ ହାତରୁ ଦସ୍ତଖତ ନେଇ ତାଙ୍କ ହାତକୁ ଜେଜେ ପଠେଇଥିବା ଚିଠି ଓ ପାର୍ସଲ ବଢ଼େଇ ଚାଲିଗଲା ପରେ ମୁନା ପାଇଁ ସେ ପାର୍ସଲରେ ଥିବା ନାଲି ରଙ୍ଗର ସ୍ୱଏଟର, ମଫଲର ଓ ନାଲି ମୋଜା ଓ ଧଳା ଜୋତା ପାଇ ଖୁବ ଖୁସି ହୋଇଗଲା ସତ କିନ୍ତୁ ପଚାରିବସିଲା ତୁମେ କେମିତି ମେଘମାଳା ହେଲ ଜେଜେମାଆ!
     ଖିଆ ପିଆ ସରିଲା ପରେ ଜେଜେମାଆ ମୁନାକୁ ବୁଝେଇଦେଇଥିଲେ ପିଲାଟିଏ ଜନ୍ମ ହେବା ପରେ ବାପା ମାଆ ତାଙ୍କ ପସନ୍ଦରେ ତା ପାଇଁ ଦୁଇଟି ନାମ ବାଛି ରଖନ୍ତି ଗୋଟିଏ ଡାକ ନାମ. ଆଉ ଗୋଟିଏ ଭଲ ନାମ. କିଏ କୋଉ ଦୃଷ୍ଟିକୋଣରୁ ବିଚାର କରି ରାମ, ଲଷ୍ମଣ, ବୀର, ସୀତା, ଗଙ୍ଗା ଆଦି ଠାକୁରଙ୍କ ନାମ ରଖିଲାବେଳେ କେହି କେହି ପଦ୍ମ, ଆକାଶ, ସୂର୍ଯ୍ୟ, ମେଘ, ବାଦଲ ଇତ୍ୟାଦି ପ୍ରକୃତିରେ ଥିବା ବସ୍ତୁ କି ପଦାର୍ଥ ବାଛିବା ବେଳେ ମୋ ବାପା ହୁଏତ ମେଘ କୁ ଭଲ ପାଉଥିଲେ କାରଣ ସେ ଚାଷୀ ଥିଲେ ମେଘ ହେଲେ ଫସଲ ଭଲ ହୁଏ ତେଣୁ ଶ୍ରଦ୍ଧା ରେ ମୋ ନାମ ମେଘମାଳା ରଖିନେଇଥିଲେ. ତା ଅର୍ଥ ମୁଁ ମେଘମାଳା ନୁଁହଁ ଯେ ବରଷି ଯିବି. ମୁନା ଏଥର ଖୁବ ହସୁଥିଲା.ଶାନ୍ତି ମଧ୍ୟ ଆଉ ଡରିବନି ଭାବି ଖୁସି ହେବା ସହିତ ବିଦ୍ୟୁତ ପ୍ରଭାଙ୍କ ଭଳି ଭାଷା ଜ୍ଞାନୀ ହୋଇ କବିତା ଲେଖିବାକୁ ପ୍ରତିଜ୍ଞା କରିଥିଲା. ସାର ଗୁରୁମା ମାନେ ସେମାନଙ୍କ ଭାଷଣ ରେ ପିଲାମାନଙ୍କୁ ନିଜ ଭିତରେ ଥିବା ସୃଜନୀ କୁ ଲୋକଲୋଚନ କୁ ଆଣିବାକୁ ଶପଥ ନେଇ,ମନ ଦେଇ ପାଠ ଶାଠ ପଢି, ଭୂତ ପ୍ରେତ ଙ୍କୁ ନା କହିବାକୁ କହିଥିଲେ. ପିଲାମାନେ ସବୁ ସମ ସ୍ୱରରେ କହିଲେ, ଆମେ ଭାରତ ବାସୀ... ଭାରି ସାହାସୀ.ନିଜ ଭବିଷ୍ୟତ ପ୍ରତି ଦୃଷ୍ଟି ଦେଇ ଦୂରଦୃଷ୍ଟି ରଖି ପାଠ ପଢି ଓ ଶାଠ ଶିଖି ଆମେ ସବୁ ଭଲ ମଣିଷ ହେବୁ ବୋଲି ଛାତ୍ର ଓ ଛାତ୍ରମାନେ ସ୍ଲୋଗାନ ଦେବା ପରେ ମିଟିଙ୍ଗ ଶେଷ ହୋଇଥିଲା.ସେଦିନ ଠାରୁ ମେଘମାଳା ଦେଖି ଶାନ୍ତି ଡରୁନଥିଲା.



Rate this content
Log in