Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Sucharita Sena

Others


4  

Sucharita Sena

Others


ଦଶରଥ ଉପାଖ୍ୟାନ

ଦଶରଥ ଉପାଖ୍ୟାନ

7 mins 326 7 mins 326

କିଛି ଘଟଣା ଏବଂଭୂତ ସ୍ମରଣ ରହିଥାଏ, ଯାହାକୁ କଦାପି ପାସୋରିବା ଅସମ୍ଭବ | ଏପରି କିଛି ମଧୁର ଉପାଖ୍ୟାନ ମନେପଡିଲେ..... ଚିବୁକରେ ଅନାହୃତ ଭାବରେ ହାସ୍ୟ ପ୍ରସ୍ପୁଟିତ ହୋଇଯାଏ | ସେହି ପ୍ରକାରର କଥାଟିଏ ସ୍ଵୟମ୍ କୁ ସ୍ମରଣ ଆସୁଛି ପାକକ୍ରିୟା କୁ ନେଇ | ଉକ୍ତ କାହାଣୀକୁ ଅପଣଂକ ନିକଟରେ ପ୍ରକାଶ କରୁଛି |

ମୁଁ ଶ୍ୱଶୁରାଳୟ ବୋହୂ ହୋଇ ଯିବା ତିନିମାସ ହୋଇଥାଏ | ଏବେ ରନ୍ଧନଶାଳା ମୋ ହସ୍ତରେ | ସ୍ୱାମୀ (ଶୁଭଙ୍କର ) କର୍ମକ୍ଷେତ୍ରକୁ ବାହାରି ଗଲେ | ଶଶୁର ପ୍ରାତଃଭ୍ରମଣରେ ଯାଇ, ପ୍ରତ୍ୟାଗମନ କରିବା ସମୟରେ.... ହାତରେ କଣ ଧରି ଲେଉଟୁଥାନ୍ତି | ଶାଶୁ ଠାକୁର ଘରୁ ବାହାରି ଆସୁ ଆସୁ ଶଶୁରଙ୍କୁ ଦେଖି ପଚାରି ବସିଲେ.....

" ଶୁଭୁଛି, ହାତରେ କଣ ଧରିଛକି?? "|

ଶଶୁର ଟିକେ ସ୍ମିତହାସ୍ୟ ଦେଇ କହିଲେ....... "ଦଶରଥ" |

ମୁଁ ରୋଷେଇଘର ଝରକା ଦେଇ ବାହାରକୁ ଚାହିଁଲି | "ଦଶରଥ" କଣ ???,... ଅବଗତ ହେବା ପାଇଁ | କିନ୍ତୁ କିଛି ଦୃଶ୍ୟମାନ ହେଲାନାହିଁ | ପରନ୍ତୁ ସେମାନଙ୍କ କଥା ସ୍ପଷ୍ଟ ଶୁଭୁଥାଏ ମତେ |

ଶଶୁର କହୁଥାନ୍ତି...... " ଆଜି ଆମିଷବାରଟା | ଘରକୁ ଫେରିବା ସମୟରେ "ସନା ମାଛ ବେପାରୀ" ଠିଆ ହୋଇଛି, ମତେ ଡାକଛାଡିଲା..... "ବାବୁ ଏଆଡ଼େ ଆସ ".... | ମୁଁ ଯାଇ ଦେଖିଲା ବେଳକୁ ଜୀବନ୍ତ ଅଛନ୍ତି ସବୁ..., ହାତ ଗୋଡ ବନ୍ଧା ହୋଇଛିମ..... ମୁଁ ଧରିଆସିଲି | "|

ଶାଶୁ କହୁଥାନ୍ତି....... " ବନ୍ଧା ହୋଇଛି ଭଲ ଯେ, ..... ହେଲେ ସେଗୁଡା ବଞ୍ଚିଛନ୍ତି ପରା , ମୋର ତାଙ୍କୁ ପ୍ରାଣଛଡା ଭୟ | ତାକୁ ବାଛିବ କିଏ ????? |

ଶଶୁର........ " ଭାରି ସୁଆଦିଆ ଲାଗିବ... କିନ୍ତୁ ଉଷୁମ ପାଣିରେ ପକେଇ ଦେଲେ ସ୍ୱାଦଟା କମିଯିବ | ବିନା ଗରମ ପାଣିରେ ନପକାଇ ଭାଙ୍ଗିଲେ , ତରକାରୀଟା ବେଶୀ ସ୍ୱାଦ ଲାଗନ୍ତା |

ଶାଶୁ ........ " ଓଃ, କେତେ କାମ ଲଗାଉଛ,... ନେତୀ.... ନେତୀରେ ଗୋଟେ ପାତ୍ର ନେଇକି ଆସେ ମା ' "|

ମୋର ବର୍ତ୍ତମାନ ଉପଲବ୍ଧି ହେଲା , ଆଜି ଘରକୁ କଙ୍କଡା ଆସିଛି | ତାକୁ ନେଇ ଏତେ କଥୋପକଥନ ଚାଲିଛି | ମୁଁ ସକାଳ ଜଳଖିଆ ବନାଉଥାଏ | ନେତୀ ଅପା ଆସି କହିଲେ ... ଭାଉଜ ଗୋଟେ ଜାଗା ଦେଲ | କଙ୍କଡା ଭାଙ୍ଗକି ଆଣିବା | ମୁଁ କଂସା ଧରେଇ ଦେଲି, ଓ ଜଲ୍ଦି ଜଳଖିଆ ବନାଇ.... କଙ୍କଡା ବଛା ଦେଖିବାକୁ ବାହାରକୁ ଚାଲିଲି |

ହଁ ମୁଁ ଭୁଲି ଯାଇଛି ନେତୀ ଅପାଙ୍କ ପରିଚୟ ଦେବାକୁ | ନେତୀ ଅପା ବୟସରେ ମୋ ଠାରୁ ଢ଼େରେ ବଡ | ଶାଶୁଘରେ ବିଗତ ତିରିଶବର୍ଷ ହେବ ରହିଲେଣି | ଶାଶୁ ଓ ଶଶୁରଙ୍କୁ ବାପା ବୋଉ ବୋଲି ସମ୍ବୋଧନ କରନ୍ତି | ଶୁଭଙ୍କର ଙ୍କୁ ନେତୀ ଅପା ହିଁ ଅତିରେକ କୋଳେଇ କାଖେଇ ବଡ କରିଛନ୍ତି | ପିଲାଟି ବେଳୁ ଭାଇ ବୋଲି ଡାକିଆସିଥିବାରୁ, ସେ ହିସାବରୁ ମତେ ଭାଉଜ ଡାକନ୍ତି | ନେତୀ ଅପାଙ୍କୁ କେହି ନିଃସମ୍ପର୍କୀୟ କେବେ ଭାବିନାହାନ୍ତି | ବିଚାରି ଦୁଃଖିନୀଟେ | ବାପା, ମା ଭାରି ଗରିବ ଥିଲେ, ଯାହା ଥିଲା ସବୁ ବିକି ଭାଙ୍ଗି ଝିଅକୁ ବାହା ଦେଇଥିଲେ | ହେଲେ ନେତୀ ଅପାଙ୍କ ଭାଗ୍ୟମନ୍ଦ, ବିବାହର ୬ବର୍ଷ ପରେବି କୌଣସି ସନ୍ତାନ ନହେବାରୁ, ଶାଶୁଘର ଲୋକ ଘରୁ ବାହାର କରିଦେଲେ, ଓ ଯାହା ହାତ ସାତଜନ୍ମ ପାଇଁ ଧରିଥିଲେ..... ସେ ହାତ ଛଡାଇ ଆଉ କାହାକୁ ବାହାହୋଇଗଲା | ବାପା ମା ଦୁଇ ଜଣ ଝିଅର ଦୁଃଖରେ ମ୍ରିୟମାଣ ହୋଇ ଆରପାରିକୁ ଚାଲିଗଲେ | ମୋ ଜେଜେ ଶଶୁର ନେତୀ ଅପାଙ୍କୁ ଘରେ ରଖିଥିଲେ | ଶୁଭଙ୍କର ଙ୍କ ଜନ୍ମ ସମୟରେ ନେତୀ ଅପା ଆସି ଶାଶୁଙ୍କ ପାଖରେ ରହିଲେ | ଏପରି ସ୍ନେହ ମମତା ଲାଗିଗଲା.....ନା ନେତୀ ଅପା କେବେ ଯିବା କଥା କହିଛନ୍ତି, ନା ଶାଶୁ.. ଶଶୁର ତାଙ୍କୁ ଛାଡିଛନ୍ତି | ନେତୀ ଅପା ଶୁଭଙ୍କରକୁ ଭାଇ ସମ୍ବୋଧନ କରନ୍ତିସତ କିନ୍ତୁ ସ୍ନେହପୁତ୍ର ଭଳି ପାଳି ଆସିଛନ୍ତି | ଏକପଦରେ ନେତୀ ଅପାଙ୍କୁ କୁହାଯିବ "ସ୍ନେହପ୍ରବଳା " |

ଦଶରଥମାନେ ମୌନ ଥାନ୍ତି | ସେମାନେ ଥିବା ଯାଗା ଟିକୁ ଶଶୁର ଟେକି ଆଣିଲେ | ଶାଶୁ କହୁଥାନ୍ତି ନେତୀ ଦେଖିକି..... ସେଗୁଡା ବଞ୍ଚିଛନ୍ତି.... | ନେତୀ ଅପା ଅତ୍ୟନ୍ତ ଦୁଃଶାହସିକ କାର୍ଯ୍ୟରେ ନିପୁଣ ଭଳି, ବନ୍ଧା ଯାଇଥିବା କଙ୍କଡାକୁ ଡେକି ଆଣି ଗୋଟେ ପରେ ଗୋଟେ ଗୋଡ ଭାଙ୍ଗିବାକୁ ପ୍ରବଳ ବଳ ଲଗାଉଥାନ୍ତି | ଓ ନିଜକୁ ବାହାଦୂର ଭଳି ଅନୁଭବ କରୁଥାନ୍ତି | ଗୋଡ ଭାଙ୍ଗିବା ପରେ ଶାଶୁ ସେଗୁଡା ଭଲକି ଭାଙ୍ଗି ସଫା କରୁଥାନ୍ତି | ନେତୀ ଅପା ଶାଶୁଙ୍କୁ କହୁଥାନ୍ତି....... "ବୋଉ ତେମେ ରଖ ମୁଁ ସବୁ କରିଦେବି, ତୁମକୁ ତ ଡରଲାଗେ.... ମୁଁ ସବୁ କରିଦେଉଛି ରୁହ, ଦେଖୁନା ମୁଁ କିପରି ଭଂଗୁଣିଆଁ ହେଇଛି | "

ଶଶୁର ନେତୀ ଅପାଙ୍କ କାର୍ଯ୍ୟରେ ଅତ୍ୟନ୍ତ ସନ୍ତୁଷ୍ଟ ହୋଇ କହୁଥାନ୍ତି...... " ଆମ ନେତୀଟା କୌଣସି ଗୁଣରେ ପଛୁଆ ନୁହେଁ | ସବୁ କାମରେ ପ୍ରବୀଣତା |

ଶାଶୁ ନେତୀ ଅପାଙ୍କ ଉଦେଶ୍ୟରେ କହୁଥାନ୍ତି....... " ଆରେ ରହମ ଏକା କଲେ ସମୟ ଲାଗିବ | ତୁ ଗୋଡ ଭାଙ୍ଗେ ମୁଁ ସଫା କରିଦେଉଛି, ଝଅଟି ସରିଯିବ | "

ଶଶୁର ଚୌକି ଉପରେ ବସିଥାନ୍ତି, ମୁଁ ଦାଣ୍ଡ କବାଟ ପାଖରେ ବନ୍ଧକୁ ଡେରି ଦଣ୍ଡାୟମାନ ହୋଇ ଦେଖୁଥାଏ | ବଡ ବଡ କଙ୍କଡା ଯେହେତୁ ଗୋଡ ଗୁଡାକ ଭାରି ମୋଟା ଦୃଶ୍ୟମାନ ହେଉଥାନ୍ତି | ନେତୀ ଅପା କଙ୍କଡା ରହିଥିବା ଯାଗାକୁ ଚାହିଁ କହିଲେ.... " ଏଟା ଶେଷ...... |

କଙ୍କଡା ଗୋଡ଼ ଗୁଡିକୁ ଏପରି ବନ୍ଧା ଯାଇଥିଲା ସେମାନେ ଟିକେ ହଲିପାରୁ ନଥିଲେ | ଏଟା ଶେଷ କହି ଯେପରି ନେତୀ ଅପା ହାତ ପୁରାଇଛନ୍ତି, ଦୁର୍ଭାଗ୍ୟକୁ ଗୋଟେ କଙ୍କଡା ନିଜ ଗୋଡ଼କୁ ମୁକ୍ତ କରିସାରିଥିଲା ବନ୍ଧନରୁ | ଯେପରି ନେତୀ ଅପା ହାତ ପୁରାଇ କଙ୍କଡା ଧରିଛନ୍ତି, ..... ରାଗରେ, କ୍ରୋଧରେ, ପ୍ରତି ହିଂସା ପରାୟଣ ହୋଇ ଅଧିକ ବିଳମ୍ବ ନକରି ଖପ କରି ବାମ ହାତର ବୁଢା ଆଙ୍ଗୁଳିକୁ ଗୋଡ଼ରେ କାମୁଡି ଧରିଲା ଶେଷ କଙ୍କଡାଟି |

ନେତୀ ଅପା ଇଲୋ ବୋଉଲୋ କହି ହାତକୁ ବାହାରକୁ ଆଣି ହାଉଳିଖାଇ ଛାଟି ବାରେ ଲାଗିଥାନ୍ତି | ଯେତେ ଜୋରେ ଛାଟୁ ଥାନ୍ତି ସେତେଜୋରେ କାମୁଡି ଧରିଥାଏ | ଶାଶୁ ଭୟରେ ଦୁଇ ହାତେ ଘୁଂଚି ଆସି ଦୂରରୁ ଫୁଙ୍କା ପରେ ପଂଙ୍କା ଲଗାଇଥାନ୍ତି | ଶଶୁର ଏସବୁ ଦେଖି ଡରିଯାଇ ସେ କଙ୍କଡାକୁ ଛଡ଼ାଇବାକୁ.... କଙ୍କଡାର ବିପରୀତ ଗୋଡ଼କୁ ଟାଣୁ ଥାନ୍ତି, କିନ୍ତୁ ସେ ହାତ ଛାଡ଼ିବା ବଦଳରେ ନିଜର ଅନ୍ୟ ଏକ ଗୋଡ଼କୁ ଭାଙ୍ଗି ଦେଇ ଆହୁରି ଜୋରେ କାମୁଡି ଧରିଲା ନେତୀଅପାଙ୍କୁ | ଆଙ୍ଗୁଠିକୁ ଛାଡିବାକୁ ନାଆଁ ନେଉନଥାଏ | ଲାଗୁଥାଏ ଯେପରି କଙ୍କଡଟି ତା ବାପାର, ବୋଉର, ଭାଇର, ଦାଦାର, ମାଉସୀର ସମସ୍ତ ପରିବାର ଓ ଜାତିଭାଇଙ୍କ ପ୍ରତିଶୋଧ ସେ ଏକା ନେବାକୁ ପ୍ରତିଜ୍ଞା ନେଇଛି | ନେତୀ ଅପା ଆଲୋ ବାପା, ଇଲୋ ବୋଉ..... କହି, ଖାଲି ଗଡୁଥାନ୍ତି | ତା ସହ ପାଟିରୁ ବାହାରୁ ଥାଏ..... "ହେ ଯୋଗନୀଖିଆ ଛାଡେ ମୋ ହାତ..... ମରିଗଲି ଲୋ..... କାମୁଡି ଖାଇଗଲା ମତେ... ହେଁ.... ଅଳ୍ପାୟୁଷ ଆଁ..... ଛାଡେ ମତେ | "

ନେତୀ ଅପାଙ୍କ ଆଂଗୁଠିରୁ ରକ୍ତ ବାହାରିବା ଆରମ୍ଭ, କଲାଣି | ଶାଶୁ ଡ଼ରିକି କାନ୍ଦୁଥାନ୍ତି | ନେତୀ ଅପାଙ୍କ ଅବସ୍ଥା ନ କାହିବା ଭଲ | ମୁଁ ଡରିଯାଇଥିଲି, ଦୌଡ଼ି ଆସି ପାଣି କଂସାଏ ନେଇ ନେତୀ ଆପଙ୍କ ହାତକୁ ବୁଡାଇ ଦେଲି, ଜିଦିଆ କଙ୍କଡା ଏଥର ଆଙ୍ଗୁଠିକୁ ଛାଡି ପାଣିରେ ଗୋଡ଼କୁ ଜାକି ରହିଗଲା | ନେତୀ ଅପାଙ୍କ ହାତରୁ ଧାର ଧାର ରକ୍ତ ବୋହୁଥାଏ | ଭଲକି ଧୋଇ ମଲମ ଲଗାଇ ବ୍ୟାଣ୍ଡେଜ ଗୁଡ଼ାଇ ଦେଲି | କଥାରେ ନାହିଁ "କଙ୍କଡେଇ ଧରିବା " ଯାହା ଶୁଣିଥିଲି ତାହା ଆଜି ଦେଖିଲି କଙ୍କଡେଇ ଧରିବା କଣ..... ବାବାରେ ବାବା ..... |

ଶାଶୁ ରାଗରେ, ଦୁଃଖରେ ଓ ଭୟରେ ଖାଲି କାନ୍ଦୁଥାନ୍ତି | ତାସହ ଶାଶୁରଙ୍କୁ କଡା ଶବ୍ଦରେ କଥା କହୁଥାନ୍ତି |ନେତୀ ଅପା କୁନ୍ଥେଇ କହୁଥାନ୍ତି.... " " ବୋଉ , ବାପା କଣ ଜାଣି ଥିଲେ ଏସବୁ ହେବ | ମୁଁ ନଦେଖି ହାତ ପୁରେଇ ଦେଲି,... ଦୋଷ ମୋର "|

ଶାଶୁ କହୁଥାନ୍ତି ........ " ତୁ ଚୁପ ରହ, କହିଲା ଦୋଷ ମୋର | ଆଜି ସେ ଆଙ୍ଗୁଠି ରହିଥାନ୍ତା | କହିଲେ କଣ ନା ହାତ ଗୋଡ ବନ୍ଧା ହେଇଛି କିଛି ହେବନି | ସ୍ୱଦିଷ୍ଟ ଦରକାର,.... ଗରମ ପାଣିରେ ବୁଡ଼େଇଲେ ସ୍ୱାଦ କମିଯିବ....ହୁମ୍ମ..... | ମାରିଦେବେ ଏ ମଣିଷକୁ | ମୋ ମୁଣ୍ଡ କଣ ହେଲାଣି ଲୋ ମା, କେତେ ରକ୍ତ ବୋହିଗଲା | ..... " |

ଶଶୁର ନିଜକୁ ଦୋଷୀ ଭଳି ଅନୁଭବ କରି ଦାଣ୍ଡ ଚୌକିରେ ବସିଥାନ୍ତି | ଶାଶୁଙ୍କ ରାଗ ନାଥଣ୍ଡା ପଡୁଥାଏ, ନା ପାଟି ଚୁପ ହେଉଥାଏ | ନେତୀ ଅପା ମଝିରେ ମଝିରେ କଙ୍କଡାକୁ ବାଡ଼ୀଖିଆ, ରହିଜଳା, ଅଳପେଇସିଆ ଆଦି ଗଳିରେ ପୋତି ଦେଉଥାନ୍ତି | ନେତୀ ଅପାଙ୍କ ହାତକୁ ଦେଖି ଯେତିକି ଦୁଃଖ ଲାଗୁଥାଏ, ଏ ସବୁ ଦେଖିକି ଶୁଣିକି ହସବି ଜୋରେ ଲାଗୁଥାଏ |

ଯେଣେତେଣେ ପ୍ରକାର ସବୁ କଙ୍କଡା ଭଙ୍ଗା ହୋଇ ସଫା ହୋଇ ଆସିଲା | ମୁଁ କଢାଇ ବସାଇ ତେଲ ଗରମ କରି କଙ୍କଡା ଭାଜିବା ଆରମ୍ଭ କଲି | ଓ ତରକାରୀ ପାଇଁ ସମସ୍ତ ଜିନିଷ ଯୋଗାଡ଼ କରି ରଖିଲି......

.. ଆଳୁ ଲମ୍ବା କଟା |

.. ଦେଶୀଆଳୁ ମଧ୍ୟମ କଟା |

.. ପିଆଜ ଚୁନା କଟା |

.. ଅଦା, ରସୁଣ ବଟା |

.. ଧନିଆ ଓ ଜିରା ପାଉଡର |

.. ଶୁଖିଲା ଲଙ୍କା ପାଉଡର |

.. ଟମାଟ ଚୁନା କଟା |

.. ଲୁଣ ଓ ହଳଦୀ |

ପ୍ରଥମେ କଙ୍କଡାକୁ ତେଲରେ ଭାଜିକି ରଖିଲି | ଦେଶୀଆଳୁ ଓ ଆଳୁକୁ ତେଲରେ କଷିକି କାଢି ଦେଲି, ପୁନଃ ସୋରିଷ ତେଲ ଦେଇ ସେଥିରେ ଟିକେ ଚିନି ଦେଲି, ଚିନି ଗରମ ହୋଇ ଭୁରୁଭୁରୁ ହେବା ମାତ୍ରେ ଚୁନା ପିଆଜ କଟା ପକାଇ ଦେଲି | ପିଆଜ ବାଦାମି ରଙ୍ଗ ହୋଇଗଲା ପରେ ସେଥିରେ ଅଦା ରସୁଣ ବଟା, ଧନିଆ ଜିରା ଗୁଣ୍ଡ, ହଳଦୀ ଓ ଲଙ୍କା ଗୁଣ୍ଡ ପକାଇ କଷିଲି | ସ୍ୱାଦ ଅନୁସାରେ ଲୁଣ ଓ ଚୁନା କଟା ଟମାଟ ପକାଇ ଦେଲି | ମସଲା କଷି ହୋଇ ତେଲ ଅଲଗା ହୋଇଗଲା ଏଥର କଷିଥିବା ଆଳୁ ଓ ଦେଶୀଆଳୁ କୁ ମସଲା ରେ ପକାଇ ଦେଲି, ତା ସହ ଭଜା କଙ୍କଡା ମଧ୍ୟ | ଆଉ କିଛି ସମୟ କଷିବା ପରେ ପାଣି ଦେଇ ଘୋଡାଇ ଦେଲି | ଆଳୁ ସିଝି ଯାଇଥାଏ, ତରକାରୀ ଝୋଳବି ପୁରା ଠିକି ଥାଏ | ତରକାରୀ ଘୋଡାଇ ଦେଲି | ଏପଟେ ଭାତ ସରିଯାଇଥାଏ, ଟିକେ ମୋଟା ଡାଲି ଓ ତାସହ ସାଲାଡ଼ ଓ ପାମ୍ପଡ଼ ବ୍ୟବସ୍ତା କରି ଦେଲି |

ଶଶୁର, ଶାଶୁ ଓ ନେତୀ ଅପା ଖାଇବାକୁ ବସିଲେ | କଙ୍କଡା ତରକାରୀ ଉପରେ ସର ପଡିଯାଇଥାଏ | ଖୁବ୍ ସୁନ୍ଦର ବାସ ମଧ୍ୟ ହେଉଥାଏ | ମୁଁ ସମସ୍ତଙ୍କ ପାଇଁ ଖାଇବା ବଢି ଦେଲି | ଶଶୁର ତରକାରୀ ଖାଇ.. ବା.... ବା..... କହୁଥାନ୍ତି | ଶାଶୁବି ତରକାରୀର ପ୍ରଶଂସା କରିବାକୁ ପଛାଉ ନଥାନ୍ତି | ମତେ ଭାରି ଖୁସି ଲାଗୁଥାଏ | ନିଜେ କରିଥିବା ବ୍ୟଞ୍ଜନର ତାରିଫ ଶୁଣିଲେ ମନ କୁଣ୍ଡେମୋଟ ହୋଇଯାଏ | ଏଥର ମୁଁ ନେତୀ ଅପା ଙ୍କ ଆଡେ ଅନାଇଲି | ନେତୀ ଅପା ମୁଣ୍ଡ ପୋତି ଖାଇ ଚାଲିଥାନ୍ତି |

ଶୁଭଙ୍କର ମତେ ଫୋନ କରି କହିଲେ ସେ ଘରକୁ ଆସୁଛନ୍ତି | ମୁଁ ନଖାଇ ଅପେକ୍ଷା କଲି ତାଙ୍କ ଆସିବା ପଥକୁ | ସେ ଘରେ ପହଂଚି ସବୁ ଶୁଣି ପ୍ରଥମେ ଯାଇ ନେତୀ ଅପାଙ୍କ ହାତ ଦେଖିଲେ | ସମସ୍ତେ ଗୋଟେ ଯାଗାରେ ବସିଥାନ୍ତି |

ଏଥର ନେତୀ ଅପା କହିଲେ...... " ତୁ ଯାଅ, ଆଗେ ଖାଇଦେ | ଭାଉଜ ଖାଇ ନାହାନ୍ତି | ତରକାରୀ ଟା ଭାରି ସୁଆଦିଆ ହୋଇଛି | (ଶଶୁରଙ୍କୁ ଚାହିଁ କହିଲେ ) ବାପା ଆଉ ଥରେ ସେ କଙ୍କଡା ଦେଖିଲେ ଆଣିବ | "| ନେତୀ ଅପାଙ୍କ ଏ ଶେଷ ପଦ କଥାରେ ସମସ୍ତେ ହେ.. ହେ.. ହୋଇ ହସିବାରେ ଲାଗିଲେ | ଶାଶୁ ହସି ହସି କହୁଥାନ୍ତି ତୋ ଆଙ୍ଗୁଠି ଆଗେ ଭଲ ହେଉ ନେତୀ | ମିଶ୍ରିତ ହାସ୍ୟ ଧୋନି ଗୁଂଜରିତ ହେଉଥିଲା ମୋ ଘରେ |


         


Rate this content
Log in