Soumya Shubhadarshinee

Others

3  

Soumya Shubhadarshinee

Others

ଦୃଶ୍ୟାନ୍ତର

ଦୃଶ୍ୟାନ୍ତର

5 mins
245



   ସଂସ୍କୃତିର ଅବକ୍ଷୟ ପୃଷ୍ଠାରେ ଲେଖା ଯାଉଥିବା ପ୍ରତିଟି ଅନାଦୃତ କାର୍ଯ୍ୟ ଯେ କେବଳ ଆଜିର ବେହିସାବି ଉତ୍ତରପୀଢୀର କଳ୍ପନା ସମ୍ଭୂତ ତା' ନୁହେଁ ,ଦାୟିତ୍ବସମ୍ପନ୍ନ ପୂର୍ଵପୀଢୀବି ଅଳ୍ପ ବହୁତ ଦାୟୀ ଏଥିପାଇଁ। ସେମାନେ କଣ କରୁଛନ୍ତି ପ୍ରତିରୋଧ କେବେ ନା' ନିଭୃତରେ ଆକର୍ଷିତ ହେଇଛନ୍ତି ସେଇ ଅନାଦୃତତା ପ୍ରତି ?  ଆଜିର ମାତା ପିତା କ'ଣ ସେତିକି ଦାୟିତ୍ୱସମ୍ପନ୍ନ ଗଢିବାକୁ ନିଜର ଉତ୍ତରପିଢୀ ?


 ମେହୁ ଖୁବ୍ ଜୋରରେ ପାଟି କରୁଥିଲା , ନା' ନା' ଭୁଲ ପପ୍ ସଙ୍ଗ୍ ଗାଉଥିଲା। ପୂରା ଘରଟି ଉଠୁ ଥିଲା ଆଉ ପଡୁଥିଲା ସେ ଉଚ୍ଚାଙ୍ଗ ସଙ୍ଗୀତର ଆକ୍ରମଣରେ। ନା' ଥିଲା ସ୍ୱର ନା' ତାଳ ନା' ଲୟ , ଅଧିକନ୍ତୁ ଥିଲା ଗୋଟେ ସୃତିକଟୁ ଶବ୍ଦସ୍ରୋତ। କିନ୍ତୁ ଆଜିର ସମୟର ଏଇ ହେଉଛି ସବୁଠୁ ଲୋକ ପ୍ରିୟ ଆଉ ଚର୍ଚିତ ସଙ୍ଗୀତ। ଡ୍ରଇଂ ରୁମରେ ବସି ଟିଭି ଦେଖୁଥିବା ଜେଜେ ବିଚରା ନିଜ ହିଅରିଙ୍ଗ୍ ଏଡ଼୍ କୁ ବିକଳ ହେଇ କାଢି ପକେଇଲେ, ଆଉ ପାକୁଆ ପାଟିରେ କହିଲେ," ମେହୁ ଟିକିଏ ଚିଲ୍ଲେଇବା କମ କର, କାନ ମୋ'ର ଫାଟି ଯିବ"।


ମେହୁ କିନ୍ତୁ ସେମିତି ଚିଲ୍ଲେଇଲା ,

" ହୁ ,ଲେଟସ୍ ଦ ଡ଼ଗସ୍ ଆଉଟ୍ ,

 ହୁ , ହୁ ".....


 ମେହୁ ଆଜି ପୂରା ମସ୍ତ ମୁଡ଼ରେ,ପାର୍ଟି ଅଛି , ସ୍ପେସିଆଲ୍ ବାର୍ଥଡେ ପାର୍ଟି ରିନିର। ସେଠି ଆସିବ କ୍ଲାସର ସବୁଠୁ ଡ୍ୟାସିଂ ବୟ ଜିତ୍ ,ଓଃ ! ସବୁ ଗାର୍ଲ ଆଜି ସିଣ୍ଡ୍ରେଲା ସାଜିବେ ପକ୍କା। ସେମିତି ହିଁ ପ୍ଲାନ୍ ଆଉ ଡ୍ରେସ୍ କୋଡ୍ ବ୍ଲାକ । ଏଇ ସ୍ପେସିଆଲ ପାର୍ଟି ଲାଗି ସେ ନେଇଛି ବ୍ୟାକଲେସ୍ ଟପ୍ ଥିବା ଲଙ୍ଗ୍ ଗାଉନ। ଆଉ ମ୍ୟାଚିଂ ଲଙ୍ଗ୍ ଇଅର୍ ରିଙ୍ଗ୍। ଇସ୍ କେବଳ ସେହିଁ ହେବ 'ଗାର୍ଲ ଅଫ ଦ ନାଇଟ୍' । ଏ ଖାସ ସଙ୍ଗ୍ କେବଳ ପ୍ରି ପାର୍ଟି ଇଫେକ୍ଟ।


 ପ୍ରସ୍ତୁତି ଚାଲିଛି , ମେହୁର ପୁରା ଦମରେ। କେଶ ସବୁ ଷ୍ଟ୍ରେଟ କରିଛି ସେ ପାର୍ଲରରେ ଆଉ ରଙ୍ଗେଇଛି ବର୍ଗଣ୍ଡି ରଙ୍ଗରେ । କରିଛି ଖାସ୍ ହର୍ବାଲ୍ ଫେସିଆଲ୍ । ଆଉ ଗୋଟେ ସର୍ପ୍ରାଇଜ୍ ବି ଅଛି ଯେଉଁଟା ସମସ୍ତଙ୍କୁ ଚମକେଇ ଦେବ ପୂରା !


  ନିଜକୁ ସୁନ୍ଦର ଭାବେ ସଜେଇ ଯେତେବେଳେ ବାହାରିଲା ମେହୁ , ନଜର ପଡିଗଲା ମମିଙ୍କର ତା' ଉପରେ। ମମି ଟିକେ ହସି ଦେଇ ପଚାରିଲେ," କ'ଣ କିଛି ସ୍ପେସିଆଲ ପ୍ରୋଗ୍ରାମ ଅଛି କି ?"


 ମେହୁ ଚମତ୍କାର ହସ ହସି ରିନିର ବାର୍ଥଡେ ପାର୍ଟି କଥା ଜଣେଇଲା । ଟିକେ ଗେଲ୍ହେଇ ହେଇ ଯିବାକୁ ଅନୁମତି ମାଗି ନେଲା। ଆଜିର ପିଲାଏ ଏମିତି ମମି ମାନଙ୍କୁ ମିଠା କଥା କହି ହାସିଲ କରିନିଆନ୍ତି ଇପ୍ସିତ । ଆଉ ମା' ମାନେ ବି ନିଜ ପିଲାକୁ ହଁ କହିଦେଇ ଖୁସି କରିବାରେ ତତ୍ପର। ଆଜି ଆଉ ନାହିଁ ସେ ସଂଶୟ , ଭୟ କି ଅସହଜପଣ କାହା ପାଖରେ। ସଭିଏଁ ଆଜି ଖୁବ୍ ଉନ୍ମୁକ୍ତ ଆଧୁନିକତାର ଦ୍ୱାହି ଦେଇ।


 ମମିଠାରୁ ହଁଟେ ମିଳିଗଲା ପରେ ମେହୁର ଖୁସି କହିଲେ ନସରେ। ଝିଅଟା ଏକଦମ ଚିଲ୍ଲେଇକି ଗୋଟେ ବଡ଼ କିସ୍ କରିଦେଲା ଆଉ ଆଖି ନଚେଇ ଯିବାକୁ ବାହାରିଲା।


 ଚାଲି ଯାଉଥିବା ଝିଅର ପଛପଟ ଦେଖି ଆଖି ବୁଜି ହେଇଗଲା ମମିଙ୍କର । ଏକଦମ ଚିଲ୍ଲେଇକି କହିଲେ " ୟେ ମେହୁ ରହ "।


     ମନପବନ ଘୋଡା ଚଢା ଚଳଚଞ୍ଚଳ ଲଳନା , ଅଟକିଲା ଭାରି କଷ୍ଟରେ। ଅନେଇଲା ବଡ଼ ବିରକ୍ତରେ। ଆଉ କହିଲା," ଓଃ ମାମା ଏମିତି ପଛରୁ ଡାକିଲେ ପା' ଖରାପ ତୁମେ କ'ଣ ଜାଣିନ !"

 

  ହେଲେ ଝିଅ ମମି ମୁହଁକୁ ଚାହିଁ ଡରିଗଲା ଏକଦମ୍। ଇସ୍ ମମିର ଏ କି ରୂପ, ବିସ୍ଫାରିତ ଆଖି ଯୋଡ଼ାକ ଜଳୁଛି ଯେମିତି। ମୁହଁରେ ପ୍ରଚଣ୍ଡ ରାଗ। କଣ ଆଉ ହେଲା ଯେ । ଝିଅ ଆଖିରେ ଅବୋଧ୍ୟ ଗଣିତ। 


   ମମି ବି ଆଶ୍ଚର୍ଯ୍ୟ ଚକିତ , ହେ ପ୍ରଭୁ ବଢ଼ନ୍ତା ଝିଅର ଏକି କାଣ୍ଡ। କେମିତି ଏ ଚିନ୍ତାଧାରା ଆସିଲା। ହଉ ଆଜିକାଲିର ନୂଆ ଫ୍ୟାସନ୍ ଠିକ ଅଛି, ଟ୍ରେଣ୍ଡ୍ ଚାଲିଛି କିନ୍ତୁ ତା ବୋଲି ଏମିତି ବିଚିତ୍ର ! ଆଉ କଣ କିଛି ଭିନ୍ନ କଳାକୃତି ନଥିଲା ଏଇ ଯେମିତି ତାରାଫୁଲ କି କୋମଳ ହୃଦୟ ଚିତ୍ର, ନହେଲେ ଉଡ଼ନ୍ତା କୁନି ପ୍ରଜାପତି, ବା ସୁନ୍ଦର ଅକ୍ଷରରେ କିଛି ଶ୍ଳୋକ । ଏମିତି ଅନେକ ଦୃଶ୍ୟମଧୁର ବିକଳ୍ପ ଥାଉ ଥାଉ ଝିଅଟା ଏ କ'ଣ କରିଛି!


  ବଡ଼ ବିକୃତ , ଭୟଙ୍କର, ଉଗ୍ରରୂପ ଧାରୀ ବିଦେଶୀ ପ୍ରାଣୀଟା , ନିଜ ଲହ ଲହ ଜିଭ କାଢି ଝିଅର ସୁନ୍ଦର ଦେହରେ ଜଡେଇ ରହିଛି। ଓଃ ! ଦେଖିଲା ବେଳକୁ ଭୟ ଲାଗୁଛି। ମୁହଁରୁ ପୁଣି ବାହାରୁଛି ସର୍ଵଧ୍ଵଂସୀ ଅଗ୍ନି।


ଏସବୁ ଉପରେ ଆହୁରି ଚିନ୍ତାର ବିଷୟ ଝିଅ କେତେବେଳେ କଲା ଏ କାମ। ବଡ଼ କଷ୍ଟ ବି ହେଇଥିବ ଏତେ ବଡ଼ ଚିତ୍ରଟା କରିବାକୁ। ଆଉ କିଏ ସେ କାରିଗର ଝିଅଟିଏ ତ ହେଇନଥିବ କେବେ ! ନିଶ୍ଚିତ କୌଣସି ପୁରୁଷ ଆର୍ଟିଷ୍ଟ। କେମିତି ଝିଅ ତା' ସମ୍ମୁଖରେ ଓଃ! ମୁଣ୍ଡ ଗୋଳମାଳ ହେଇଯାଉଥିଲା। କିନ୍ତୁ ମା' ହିସାବରେ ସେ ଝିଅକୁ ତାଗିଦ କରିବା ନିହାତି ଜରୁରୀ ନହେଲେ ଝିଅଟା ବିଗିଡି ଯିବ ପୂରା।


  ଝିଅକୁ ବଡ଼ ଜୋରରେ କହିଲେ ମମି,

" ମେହୁ କଣ କରିଛୁ ଏ ପୂରା ପିଠିରେ?"


  ଝିଅର ସହଜ ଉତ୍ତର,

" ମାମା , ଏଇଟା ତୁମେ ଜାଣିନ ? ' ଡ୍ରାଗନ ଟାଟୁ' ସବୁଠୁ ଫେମସ୍ ଆମ ଫ୍ରେଣ୍ଡ ମାନଙ୍କ ଭିତରେ।"


ମମି ଆହୁରି ଜୋରରେ ଗାଳି ଦେଲେ ,

 " ଟିକେ ଲାଜ ଲାଗିଲାନି ଏମିତି କରିବାକୁ ?"


--" ଲାଜ କାହିଁକି ମମି ଏଇଟା ଟ୍ରେଣ୍ଡ୍ ।ପ୍ଲିଜ ତୁମେ ବେକାର କଥା କୁହନି, ମୋତେ ଯିବାକୁ ଦିଅ।" 


--- " ଏମିତି ପିଠିରେ ଟାଟୁ କରିବାକୁ ସାହସ କେମିତି କଲୁ। ମୋତେ ପଚାରିଥିଲୁ?"


---"ମାମା , ଷ୍ଟପ୍ ଇଟ୍ , ପ୍ରବଚନ ବନ୍ଦ କର।"


ପ୍ରବଚନ କାହାକୁ କୁହନ୍ତି ? ଭାବୁଥିଲେ ମମି। ତାଙ୍କ ଜାଣିବାରେ ବିଗିଡି ଯାଉଥିବା ଝିଅକୁ ଶାସନ କରିବାର ପ୍ରଚେଷ୍ଟା କରୁଛନ୍ତି ସେ।ମମି ପୁଣି ବୁଝେଇଲେ, " ଶୁଣ ମାମା , ଏସବୁ ଭଲ ଘର ପିଲାଏ କରନ୍ତିନି ଆଉ ଗୁଡ଼ ଷ୍ଟୁଡେଣ୍ଟ ମାନେ ତ ବିଲକୁଲ ନୁହେଁ। ଆଉ ଏଗୁଡା ଦେହ ପାଇଁ ବି ବହୁତ ଖରାପ।''


 ମେହୁ ଅବାଧ୍ୟ ସ୍ୱର ରେ କହିଲା ,

" ଓକେ , ଜାଣିଲି ଆଉ କରିବିନି। ଫାଇନ୍, ଏବେ ମୁଁ ଯାଇପାରେ କି?


ମମି ଆଉ କ'ଣ କହିବେ । ଆହୁରି ଏ ଝିଅକୁ ଗାଳି ଦେଲେ କ'ଣ ସୁଧୁରିବ ? ନା ବେଶି ଉଦ୍ଧତ ହେଇ ତାଙ୍କ ମୁହଁରେ ଜବାବ ଦେବ? ଝିଅକୁ ରାଗିକି ସୁଧାରିବା ସମୟ ଆଉ ନାହିଁ ଏବେ। ବରଂ ଟିକିଏ ଭଲରେ ବୁଝେଇ ସୁଝେଇ କହିଲେ କିଛି ଲାଭ ମିଳିପାରେ। ଆଜିର ମାତା ପିତା ଏମିତି ବିକଳ ନିଜ ଜନ୍ମିତ ପିଲାଙ୍କ ପାଖରେ । ଆଉ ଏଭଳି ଯାବତୀୟ ଅପସଂସ୍କୃତିର ପ୍ରେରଣା ଆଜିର କ୍ଷୟୁଷ୍ଣୁ ସମାଜର ବିରୋଧ କରିବାରେ ଅସମର୍ଥ । 


  ମମି ବୁଝେଇଲା ସ୍ୱରରେ କହିଲେ,

 " ମାମା ତୁ ଜାଣୁଟି ଏସବୁ ପାପା ଦେଖିଲେ କେତେ ରାଗିବେ ?"


ମେହୁର ଉତ୍ତର ତା' କାମ ପରି ବିଚିତ୍ର,

" ଚିଲ୍ ମମି ପାପା ଗୋଟେ ଭାରି ଗୁଡ୍ ପାପା କିଛି ଅସୁବିଧା ନାହିଁ ମୁଁ ମନେଇ ଦେବି।"


 ଆଜିକାଲି ପାପା ସବୁ ବି ଭାରି ଫ୍ରେଣ୍ଡଲି। ଝିଅ ସବୁ ତ ଭାରି ଗେଲ୍ହା। ପୂରା ବାର୍ବି ଡ଼ଲ୍। ସେମାନେ ସଂସ୍କୃତି ଆଉ ସଂସ୍କାର ଦେବା ଛାଡି କେବଳ ଆଧୁନିକ ହେବା ନିଶାରେ ।


ଝିଅ ପ୍ଲିଜ ମମି , ସରି ମମି , ଆଉ କେବେ କରିବିନି କହି , ମମି କୁ ମନେଇ ଚାଲିଗଲା ସିଣ୍ଡ୍ରେଲା ହେଇ । ଝିଅର ଏଇ ବିଚିତ୍ର ଆଧୁନିକତା ବିରୁଦ୍ଧରେ  ଲମ୍ବା ଭାଷଣ ଦେଇ ମମି ଥକି ପଡ଼ିଥିଲେ , କିନ୍ତୁ ସତରେ କ'ଣ ଝିଅ ବୁଝିଗଲା ନା' ମମିକୁ ବୁଝେଇଲା କହିବା ସମ୍ଭବ ନୁହେଁ !


 ଝିଅକୁ ବୁଝେଇବାକୁ ଯାଇ ମମି ତାଙ୍କର ବିବାହ ବାର୍ଷିକୀ ସଂକ୍ରାନ୍ତୀୟ ପ୍ରସ୍ତୁତିରେ ଟିକିଏ ଅବହେଳା କରିଦେଇଥିଲେ । ପୁଣି ସେଇ କାମରେ ଲାଗିଗଲେ। ଦିନରେ ସୁଖାଦ୍ୟର ବନ୍ଦୋବସ୍ତ କରିଛନ୍ତି । ଆଜି ଦିନଟି ଟିକେ ଆନନ୍ଦ ମୁଖର ନହେଲେ କି ହୁଏ! ଆଉ ସବୁ ଆନନ୍ଦ ଭିତରେ ଭୋଜନ ତୃପ୍ତି ସବୁଠୁ ବଡ଼!


    ସନ୍ଧ୍ୟାରେ ଟିକେ ମନ୍ଦିର ଯିବାର କାର୍ଯ୍ୟକ୍ରମ ରହିଛି ପ୍ରଭୁଙ୍କ କୃପା ଲାଭ ଲାଗି । ଆଉ ରାତିରେ ଛୋଟ କେକ୍ କଟା ପର୍ବ ,ଏଇ ପବିତ୍ର ଦିନଟିକୁ ଆହୁରି ସ୍ମରଣୀୟ କରିବାକୁ। 


 ସନ୍ଧ୍ୟାରେ ପ୍ରଭୁଙ୍କ ଦର୍ଶନ ସରିବା ପରେ ଟିକେ ପାର୍କରେ ସମୟ କାଟିବାକୁ ଚାହିଁଲେ ପାପା କିଛି ମଧୁର ସ୍ମୃତି ସାଉଁଟିବା ଉଦ୍ଦେଶ୍ୟରେ। ଆଉ କି ମିଳୁଛି ଏକାନ୍ତ ମୁହୂର୍ତ୍ତ ସବୁ!


  ପାର୍କର ସିମେଣ୍ଟ ବେଞ୍ଚରେ ପାଖାପାଖି ବସି ମମି ମୃଦୁ ପବନର ଆନନ୍ଦରେ ବିଭୋର ଥିଲାବେଳେ ପାପା ଜଣେଇଲେ ଆଜି ତାଙ୍କ ପାଇଁ ରହିଛି ଗୋଟେ ସର୍ପ୍ରାଇଜ୍। ମମି ଭାବିଲେ ହୁଏତ ହୀରା ମୁଦି କି ଲକେଟ ଟେ ଦେବେ ବିବାହ ବାର୍ଷିକୀର ସ୍ମୃତିରେ। ଏମିତି ଉପହାର ଟିଏ ଦେବା ଗୋଟେ ଚିରାଚରିତ ପରମ୍ପରା।


ପାପା କିନ୍ତୁ ଚମକେଇ ଦେଲେ , ବଡ଼ ସରଗରେ ଦେଖେଇଲେ ତାଙ୍କ ଦେହରେ କରିଥିବା ସୁନ୍ଦର ଟାଟୁ ଯେଉଁଥିରେ ଛୋଟ ପାନପତ୍ର ଭିତରେ ଲେଖାଥିଲା ମମିଙ୍କ ନାଁ ର ଆଦ୍ୟ ଅକ୍ଷର 'ଏଲ୍' । 

ଏଇ ଟାଟୁ ଦେଖି ମମି ଚକିତ ହେଇଗଲେ , କିନ୍ତୁ ମନେ ମନେ ଖୁସି ହେଲେ। ଆଉ ଟିକେ ଲାଜ ବି କଲେ। ପାପା ଖୁବ୍ ଶ୍ରଦ୍ଧାରେ କହିଲେ। ଏଇ ଅଫିସର ରେ ସବୁ ସଜେଷ୍ଟ କଲେ ଟିକେ ଏମିତି ତ !

  ଲାଜ ଲାଜ ମମି କିଛି କହିଲେନି କିନ୍ତୁ ଭାରି ଶ୍ରଦ୍ଧା ରେ ଦେଖୁଥିଲେ ସ୍ୱାମୀଙ୍କ ହାତରେ ଲେଖା ପ୍ରୀତି ସ୍ଵାକ୍ଷର।


 


Rate this content
Log in